ଜାଳେଣିରୁ ଜଙ୍ଗଲ ମୋହ

କାମାକ୍ଷାନଗର, ୨୪।୧
(ସୁଧୀର କୁମାର ପରିଡ଼ା)

ସୂର୍ଯ୍ୟ ଉଇଁଲେ ଆରମ୍ଭ ହୁଏ ଅଭିଯାନ। କାନ୍ଧରେ କୁରାଢ଼ି, ହାତରେ ଠେଙ୍ଗା ଧରି ଦଳେ ପଶନ୍ତି ଜଙ୍ଗଲ ଭିତରକୁ। ଦିନତମାମ ବଣଡଙ୍ଗରରେ ବୁଲନ୍ତି। ତନାଘନା କରନ୍ତି। ସେମାନଙ୍କ ଫେରିବା ବାଟକୁ ଚାହିଁ ରହିଥାନ୍ତି ଆଉ ଦଳେ। ଦିନେ ନୁହେଁ କି ଦୁଇଦିନ, ଦୀର୍ଘ ୨୮ବର୍ଷ ହେଲା ଦିନରାତି ଏକ୍‌ କରି ଜଙ୍ଗଲକୁ ନିଜ ସନ୍ତାନ ଭଳି ସୁରକ୍ଷା ଦେଇ ଆସୁଛନ୍ତି ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକର କାନପୁରାବାସୀ। ଜାଳେଣିରୁ ଜଙ୍ଗଲ ମୋହରେ ପଡ଼ିଥିବା ଗ୍ରାମବାସୀଙ୍କ ନିଷ୍ଠାପର ଉଦ୍ୟମ ଲାଗି ଏବେ ହେକ୍ଟର ହେକ୍ଟର ସବୁଜ ବନାନୀରେ ହସୁଛି ଅନନ୍ତପୁର ସଂରକ୍ଷିତ ଜଙ୍ଗଲ।
ଏକଦା ଉଜୁଡ଼ି ଯାଇଥିବା ଜଙ୍ଗଲ ଗ୍ରାମବାସୀଙ୍କ ପାଇଁ ସୃଷ୍ଟି କରିଥିଲା ଜାଳେଣି ସମସ୍ୟା। ଏହାର ସମାଧାନ କରିବାକୁ ଅଣ୍ଟା ଭିଡ଼ିଥିଲେ ସେମାନେ। ନୂଆ ଜଙ୍ଗଲ ସୃଷ୍ଟି କରିବା ଏବଂ ସେଥିରୁ ଜାଳକାଠ ସଂଗ୍ରହ କରିବା ଉଦ୍ଦେଶ୍ୟ ନେଇ ଏକାଠି ହେଲେ ଅଞ୍ଚଳବାସୀ। ଅନାବନା ଗଛ ସଫା କରି ଶାଳ, ପିଆଶାଳ ଭଳି ମୂଲ୍ୟବାନ ଗଛ ଲଗାଇଲେ। ୧୯୯୨ରୁ ଆରମ୍ଭ ହୋଇଥିବା ଏହି ମହତ୍‌ ଲକ୍ଷ୍ୟ ଦିନ ବିତିବା ସହ ଆହୁରି ଦୃଢ଼ ହୋଇଛି। ଗ୍ରାମବାସୀ ‘କାନପୁରା ପ୍ରକୃତି ସୁରକ୍ଷା ସମିତି’ ଗଠନ କରି ଜଙ୍ଗଲକୁ ସୁରକ୍ଷା ଦେଇ ଚାଲିଛନ୍ତି। ସମିତି ସଦସ୍ୟଙ୍କ ଉଦ୍ୟମରେ ସୃଷ୍ଟି ହୋଇଥିବା ୨୦୦ ହେକ୍ଟର ଘଞ୍ଚ ଜଙ୍ଗଲ ଏବେ ଏହାର ମୂକସାକ୍ଷୀ। କାମାକ୍ଷାନଗର-କଙ୍କଡ଼ାହାଡ଼ ରାସ୍ତାରେ ଜିରିଡ଼ାମାଳିଠାରୁ ମାତ୍ର ୨କିମି ଗଲେ ଦେଖିବାକୁ ମିଳିବ ବିଶାଳକାୟ ଦ୍ରୁମ, ଯାହା ପଛରେ ରହିଛି ‘କାନପୁରା ପ୍ରକୃତି ସୁରକ୍ଷା ସମିତି’ ଗୁରୁତ୍ୱପୂର୍ଣ୍ଣ ଅବଦାନ। ଏହାଦ୍ୱାରା କେବଳ ଜଙ୍ଗଲ ବଢ଼ିଛି ତାହା ନୁହେଁ, ବରଂ କାଠ ମାଫିଆମାନେ ଜଙ୍ଗଲ ଉପରେ ଲୋଲୁପ ଦୃଷ୍ଟି ପକାଇବାକୁ ଭୟ କରୁଛନ୍ତି। ହେଲେ ଏଥିପାଇଁ ଗ୍ରାମବାସୀଙ୍କୁ କମ୍‌ କଷ୍ଟ କରିବାକୁ ପଡ଼ିନି। ମୂଲ୍ୟବାନ ଜଙ୍ଗଲକୁ କାଠ ମାଫିଆଙ୍କ କବଳରୁ ବଞ୍ଚାଇବାକୁ ସେମାନେ ସକାଳୁ ସନ୍ଧ୍ୟା ଏବଂ ସନ୍ଧ୍ୟାରୁ ସକାଳ ଯାଏ ଦୁଇ ପର୍ଯ୍ୟାୟରେ ଜଗୁଛନ୍ତି। କେବଳ ଏତିକି ନୁହେଁ, ଜଙ୍ଗଲ ସୁରକ୍ଷା ସମିତି ଗ୍ରାମବାସୀଙ୍କୁ ଏକାଠି ବାନ୍ଧି ରଖିବାରେ ସହାୟକ ହୋଇଛି। ସେମାନଙ୍କ ଦ୍ୱାରା ପରିଚାଳିତ ପଞ୍ଚାୟତିରାଜ ହାଇସ୍କୁଲ ଏବେ ରାଜ୍ୟର ଅନ୍ୟତମ ସଫଳ ଶିକ୍ଷାନୁଷ୍ଠାନ ମଧ୍ୟରୁ ଗୋଟିଏ। ମହତ୍‌ ଉଦ୍ଦେଶ୍ୟ ନେଇ ଲକ୍ଷ୍ୟପଥରେ ଆଗେଇଗଲେ ସଫଳତା ନିଶ୍ଚିତ, ଯାହାକୁ ପ୍ରମାଣିତ କରି ଦେଖାଇଛନ୍ତି କାନପୁରାବାସୀ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରଙ୍କୁ ଅରୁଣଙ୍କ କଡ଼ା ଟାର୍ଗେଟ୍‌, କହିଲେ କାମ କରୁନି ଡବଲ ଇଞ୍ଜିନ, ପୂର୍ବରୁ…

ବଲାଙ୍ଗୀର,୫ା୪(ସୁନିଲ କୁମାର ମହାନ୍ତି): ନୟାଗଡ଼ ବିଧାୟକ ଅରୁଣ ସାହୁ ରବିବାର ବଲାଙ୍ଗୀର ଗସ୍ତରେ ଆସିଥିବା ବେଳେ ଏକ ଖବରଦାତା ସମ୍ମିଳନୀ କରିଛନ୍ତି। ଉଚ୍ଚଶିକ୍ଷା ବିଭାଗରେ କୋଟା ବୃଦ୍ଧିକୁ…

‘ସୁରକ୍ଷିତ ରହିବ ଓଡ଼ିଶାର ଐତିହ୍ୟ-ପରମ୍ପରା’

ପାଟଣା,୫ା୪(ବୀରକିଶୋର ଦାଶ): ଓଡ଼ିଆ ପକ୍ଷ ଉପଲକ୍ଷେ ରବିବାର ଓଡ଼ିଶାର ଐତିହ୍ୟ ଓ ପରମ୍ପରାକୁ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ପାଟଣା ମୁଖ୍ୟାଳୟ ଆଞ୍ଚଳିକ ମହାବିଦ୍ୟାଳୟ ତରଫରୁ ଏକ ଗଣଦୌଡ଼…

ଯାତ୍ରା ଜଗତରେ ପାଦ ଥାପିବେ ବଲିଉଡ୍‌ର ଏହି ସୁପରଷ୍ଟାର, ସୂଚନା ଦେଇ ରାଣୀ ପଣ୍ଡା କହିଲେ ଖୁବ୍‌ଶୀଘ୍ର ମୋ’ ଯାତ୍ରାରେ…

ଭୁବନେଶ୍ୱର,୫ା୪: ଯାତ୍ରା ଅଭିନେତ୍ରୀରୁ ମାଲିକାଣୀ ପାଲଟିଥିବା ରାଣୀ ପଣ୍ଡା ଯାତ୍ରାଜଗତକୁ ନେଇ ଏକ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, ବଲିଉଡ୍‌ର ଜଣେ ସୁପରଷ୍ଟାର ତାଙ୍କ ଯାତ୍ରା…

ଏପ୍ରିଲ ୨୬ରେ ଠାକୁରାଣୀ ଯାତ୍ରା; ଚଳଚଞ୍ଚଳ ଭଞ୍ଜନଗର, ଖୁବଶୀଘ୍ର ଖୋଲିବ ହାତିବନ୍ଧ ପାର୍କ

ଭଞ୍ଜନଗର,୫।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସହରର ଐତିହାସିକ ଠାକୁରାଣୀ ଯାତ୍ରା ଆସନ୍ତା ୨୬ ତାରିଖରୁ ଆରମ୍ଭ ହୋଇ ମେ ମାସ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ।…

ଧରିତ୍ରୀର ବଡ଼ ପ୍ରଭାବ: ୭୭ ବର୍ଷର ଅନ୍ଧାର ଚିରି ପହଞ୍ଚିଲା ପ୍ରଶାସନ, ବିକାଶ ଆଶାରେ କେନ୍ଦୁଗୁଡ଼ା-କନ୍ଦାଗୁଡ଼ା

ଥୁଆମୁଳ ରାମପୁର,୫।୪(ଦୁର୍ଗା କୀର୍ତ୍ତି): ସାମ୍ବାଦିକତା ଯେତେବେଳେ ସମାଜର ଅନ୍ତିମ ପାହାଚରେ ଥିବା ମଣିଷର ସ୍ୱର ସାଜେ, ସେତେବେଳେ ପ୍ରଶାସନ ମୁଣ୍ଡ ନୁଆଁଇବାକୁ ବାଧ୍ୟ ହୁଏ। ଏହାର ଏକ…

କେନ୍ଦୁଘାଟିରେ ଓଲଟିଲା କୋଳଥ ବୋଝେଇ ଟ୍ରକ୍‌: ଡ୍ରାଇଭର ଗୁରୁତର 

ମୋହନା,୫।୪(ମନ୍ମଥ ମିଶ୍ର):ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ଲିଲିଗଡ଼ ନିକଟ କେନ୍ଦୁଘାଟି ବୁଲାଣିରେ ଦୁର୍ଘଟଣା ଘଟିଛି। ସୂଚନା ପ୍ରକାରେ ବ୍ରହ୍ମପୁରଠାରୁ ଏକ କୋଳଥ ବୋଝେଇ ଟ୍ରକ ଜୟପୁର…

ବଢ଼ୁଛି ନର୍ଲା ବିଧାୟିକା,ବ୍ଲକ ଅଧ୍ୟକ୍ଷଙ୍କ କ୍ରେଜ୍‌: ଓ୍ବାରେଣ୍ଟି ପରେବି ମିଳୁଛି ଲୋକଙ୍କ ସମର୍ଥନ

କେସିଙ୍ଗାତା,୫।୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କନ୍ତେଶିର ଗ୍ରାମବାସୀ ଏକତ୍ରିତ ହୋଇଛନ୍ତି। ନର୍ଲା ବିଧାୟିକା ମନୋରମ ମହାନ୍ତି ଓ ଭାରପ୍ରାପ୍ତ ବ୍ଲକ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ…

ଆହୁରି ୨୪ ଘଣ୍ଟା ପ୍ରବଳ ଗରମ-ଗୁଳୁଗୁଳି, ୪ଦିନ ଯାଏ କାଳବୈଶାଖୀ

ଭୁବନେଶ୍ୱର,୫।୪(ବନ୍ଦନା ସେଠୀ): ଗତ କିଛିଦିନ ହେବ ପ୍ରବଳ ଗରମ ଓ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ହେଉଛି ଜନଜୀବନ। ଦିନବେଳା ଅଗ୍ନିବର୍ଷା ହେଉଥିବାବେଳେ ସନ୍ଧ୍ୟା ହେଲେ କାଳବୈଶାଖୀ ଚିନ୍ତା ବଢ଼ାଉଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri