ବ୍ରହ୍ମପୁର ଅଫିସ୍,୩୦ା୧୧-ନିଯୁକ୍ତି ବେଳେ ନକଲି ଶିକ୍ଷାଗତ ସାର୍ଟିଫିକେଟ ଦେଇଥିବା ଶିକ୍ଷୟିତ୍ରୀ ଶିକ୍ଷକଙ୍କ ତାଲିକା ଗଞ୍ଜାମ ଜିଲାରେ ବଢ଼ିବାରେ ଲାଗିଛି। ଶିକ୍ଷା ବିଭାଗ ପକ୍ଷରୁ ଯାଞ୍ଚ ବେଳେ ଜଣକ ପରେ ଜଣେ ଧରାପଡ଼ୁଛନ୍ତି। ନକଲି ସାର୍ଟିଫିକେଟ ଦେଇ ପୂର୍ବରୁ ୭ ଶିକ୍ଷୟିତ୍ରୀ ଶିକ୍ଷକ ଧରାପଡ଼ିଥିଲେ। ଶୁକ୍ରବାର ଆଉ ୯ଜଣ ଧରାପଡ଼ିଛନ୍ତି । ଏମାନଙ୍କ ବିରୋଧରେ ଥାନାରେ ଏତଲା ଦେବାକୁ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ନିର୍ଦ୍ଦେଶ ଦେଇଛନ୍ତି । ଜିଲାରେ ଧରାପଡ଼ିଥିବା ଏଭଳି ନକଲି ଶିକ୍ଷୟିତ୍ରୀ ଶିକ୍ଷକଙ୍କ ସଂଖ୍ୟା ଏବେ ୧୬ରେ ପହଞ୍ଚିଛି।
ଶିକ୍ଷା ଅଧିକାରୀ ଡ. ସନାତନ ପଣ୍ଡାଙ୍କ ସୂଚନା ଅନୁଯାୟୀ, ଜିଲାର ବିଭିନ୍ନ ବ୍ଲକର ଶିକ୍ଷା ଅଧିକାରୀମାନେ ଶିକ୍ଷୟିତ୍ରୀ ଶିକ୍ଷକଙ୍କ ତାଲିକା ପ୍ରଦାନ କରିଥିଲେ। ଯେଉଁମାନଙ୍କ ସାର୍ଟିଫିକେଟ୍କୁ ନେଇ ସନ୍ଦେହ ସୃଷ୍ଟି ହେଉଛି, ସେମାନଙ୍କ ଯାଞ୍ଚ ହେଉଛି। ଆସିକା, କବିସୂର୍ଯ୍ୟନଗର ଏବଂ ଖଲ୍ଲିକୋଟ ବ୍ଲକର କେତେଜଣ ଶିକ୍ଷୟିତ୍ରୀ ଶିକ୍ଷକଙ୍କ ବି.ଏଡ୍ ସାର୍ଟିଫିକେଟ ଯାଞ୍ଚ ପାଇଁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟକୁ ପଠାଯାଇଥିଲା। ସେଥିମଧ୍ୟରୁ କେତେକ ସାର୍ଟିଫିକେଟ୍ ନକଲି ବୋଲି ଜଣାପଡ଼ିଥିଲା। ଏଭଳି ୯ ସାର୍ଟିଫିକେଟ୍ ସମ୍ପର୍କରେ ବିଶ୍ୱବିଦ୍ୟାଳୟ କୁଳସଚିବଙ୍କ ପକ୍ଷରୁ ଜିଲା ଶିକ୍ଷା ଅଧିକାରୀଙ୍କୁ ସୂଚନା ଦିଆଯାଇଥିଲା । ତଦନୁଯାୟୀ, ମୋଟ ୯ ସହକାରୀ ଶିକ୍ଷୟିତ୍ରୀ ଶିକ୍ଷକ ଧରାପଡ଼ିଛନ୍ତି । ସେମାନେ ହେଲେ କବିସୂର୍ଯ୍ୟନଗର ବ୍ଲକ ରାମପୁଡ଼ି ନୋଡାଲ୍ ଉପ୍ରା ବିଦ୍ୟାଳୟର ମଦନ ମୋହନ ସ୍ବାଇଁ, ପିଠାପୁର ପ୍ରକଳ୍ପ ଉପ୍ରା ବିଦ୍ୟାଳୟର କୁନି କୁମାରୀ ବେହେରା, ଦେବରାଜ ମହାନ୍ତି, କନିଆରୀ ନୋଡାଲ୍ ଉଚ୍ଚ ବିଦ୍ୟାଳୟର ପ୍ରକାଶ ଚନ୍ଦ୍ର ପଲେଇ, ନନ୍ଦିଆଗଡ଼ ପ୍ରକଳ୍ପ ଉପ୍ରା ବିଦ୍ୟାଳୟର ପଞ୍ଚାନନ ନାହାକ, ଖଲ୍ଲିକୋଟ ବ୍ଲକ ପୁସ୍ତପୁର ପ୍ରକଳ୍ପ ଉପ୍ରା ବିଦ୍ୟାଳୟର ସୁନୀଲ କୁମାର ପାଳ, ଆସିକା ବ୍ଲକ ହରିଡ଼ାପଦର ନୋଡାଲ୍ ଉପ୍ରା ବିଦ୍ୟାଳୟର ବାଳକୃଷ୍ଣ ପଣ୍ଡା, କେନ୍ଦୁପଦର ପ୍ରକଳ୍ପ ଉପ୍ରା ବିଦ୍ୟାଳୟର ଅଶୋକ ସାହୁ ଏବଂ ସାହାପୁର ନୋଡାଲ୍ ଉପ୍ରା ବିଦ୍ୟାଳୟର ଶିବରାମ ପଣ୍ଡା । ଏହି ଶିକ୍ଷୟିତ୍ରୀ ଶିକ୍ଷକଙ୍କ ବିରୋଧରେ ଥାନାରେ ଏତଲା ଦେବା ପାଇଁ ବ୍ଲକ ଶିକ୍ଷା ଅଧିକାରୀମାନଙ୍କୁ ଜିଲାପାଳ କୁଲାଙ୍ଗେ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ସ୍ବରୂପ ଓଡ଼ିଶା ସିଭିଲ୍ ସର୍ଭିସ୍(କ୍ଲାସିଫିକେଶନ୍, କଣ୍ଟ୍ରୋଲ୍ ଆଣ୍ଡ ଅପିଲ୍) ଆଇନ-୧୯୬୨ର ନିୟମ ୧୫ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କୁଳସଚିବଙ୍କ ତରଫରୁ ମିଥ୍ୟା ସାର୍ଟିଫିକେଟ୍ ସମ୍ପର୍କରେ ଯେଉଁ ରିପୋର୍ଟ ଦିଆଯାଇଛି, ତାହାକୁ ତର୍ଜମା କରିବାକୁ ଆସିକା, କବିସୂର୍ଯ୍ୟନଗର ଏବଂ ଖଲ୍ଲିକୋଟ ବ୍ଲକର ଶିକ୍ଷା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ଥାନାରେ ଏତଲା ଦେବା ପରେ ତାହାର ନକଲ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ଜିଲା ଶିକ୍ଷା ଅଧିକାରୀ ପଣ୍ଡା ସୂଚନା ଦେଇଛନ୍ତି । ଯେ, ପୂର୍ବରୁ କେବଳ ଧରାକୋଟ ବ୍ଲକର ୭ ନକଲି ଶିକ୍ଷୟିତ୍ରୀ ଶିକ୍ଷକ ଧରାପଡ଼ିଥିଲେ । ସେମାନଙ୍କ ବିରୋଧରେ ସମ୍ପୃକ୍ତ ଥାନାରେ ଏତଲା ଦିଆଯାଇଥିଲେ ମଧ୍ୟ ଏ ଯାଏ କେହି ଗିରଫ ହୋଇନାହାନ୍ତି । ବର୍ତ୍ତମାନ ଆଉ ୯ଜଣଙ୍କ ବିରୋଧରେ ଏତଲା ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟପକ୍ଷରେ ସାର୍ଟିଫିକେଟ୍ ଯାଞ୍ଚ ଯୋଗୁ ଭୟରେ କେତେଜଣ ଚାକିରି ଛାଡ଼ୁଛନ୍ତି । ଚାକିରି ଛାଡ଼ିଲେ ମଧ୍ୟ ସେମାନଙ୍କୁ ଛଡ଼ାଯିବନି, ଆଇନ୍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲାପାଳ ପୂର୍ବରୁ ସୂଚନା ଦେଇଛନ୍ତି ।
ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ
ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...
ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର
ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...
୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର
ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...
୨ଜଣଙ୍କୁ ଧକ୍କା ଦେଇ ଚାଲିଯାଇଥିଲା ଡାଲା ଅଟୋ, ଚିକିତ୍ସିତ ଅବସ୍ଥାରେ ଚାଲିଗଲା ଜଣକର ଜୀବନ
ଦିଗପହଣ୍ଡି, ୨୧|୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଥାନା ଝାଟିପିଟିଆ ଗ୍ରାମ ହରିଜନ ସାହି ନିକଟ ମୁଖ୍ୟରାସ୍ତା ରେ ଘଟିଥିବା ଦୁର୍ଘଟଣାରେ ଗୁରୁତର ଆହତ ଯୁବକଙ୍କ ମୃତ୍ୟୁ...
କ୍ରୀଡ଼ା ମହୋତ୍ସବକୁ ଉଦ୍ଘାଟିତ କଲେ ଆସିକା ଏମ୍ପି: ଯୋଗଦେଲେ ୭ ବିଧାନସଭା କ୍ଷେତ୍ରର କ୍ରୀଡ଼ାବିତ୍
ହିଞ୍ଜିଳିକାଟୁ,୨୧।୧୨(ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳିକାଟୁ ବୃନ୍ଦାବନ ମିନି ଷ୍ଟାଡିୟମ ପରିସରରେ ଜିଲାସ୍ତରୀୟ ସାଂସଦ କ୍ରୀଡା ମହୋତ୍ସବ ରବିବାର ଉଦଘାଟିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଆସିକା...
ଦୂର ହେବ ଶିକ୍ଷକଙ୍କ ସମସ୍ୟା, ଶିଶୁ ଉତ୍ସବରେ ଯୋଗଦେଇ ପ୍ରତିଶୃତି ଦେଲେ ଭଞ୍ଜନଗର ବିଧାୟକ
ଭଞ୍ଜନଗର, ୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟରେ ଦୁଇଦିନ ଧରି ଓଷ୍ଠା ପକ୍ଷରୁ ଚାଲିଥିବା ଜିଲ୍ଲା ସ୍ତରୀୟ ଶିଶୁ ଉତ୍ସବ ରବିବାର...
ଧରିତ୍ରୀର ପ୍ରଭାବ: ବେସାହାରା ଭାଇ ଭଉଣୀଙ୍କୁ ସାହାଯ୍ୟର ହାତ ବଢ଼ାଇଲେ ବିଧାୟକ
ଗଞ୍ଜାମ,୨୧।୧୨(ବିଦ୍ୟାଧର ସାହୁ ): ଧରିତ୍ରୀରେ ଖବର ପ୍ରକାଶ ପରେ ପଡିଲା ପ୍ରଭାବ । ବେସାହାରା ଭାଇଭଉଣୀକୁ ସାହାଯ୍ୟର ହାତ ବଢ଼ାଇଲେ ଛତ୍ରପୁର ବିଧାୟକ । ଗଞ୍ଜାମ...
ପୋଲିସକୁ ଖୋଲା ଚ୍ୟାଲେଞ୍ଜ: ଗୋଟିଏ ରାତିରେ ଛତ୍ରପୁରର ୪ ମନ୍ଦିରରୁ ଚୋରି
ଛତ୍ରପୁର, ୨୦ା୧୨(ଦିଲୀପ ସାମଲ)- ପୁଣି ମନ୍ଦିରଗୁଡିକ ଉପରେ ଦୁର୍ବୃତ୍ତଙ୍କ ନଜର ପଡିଛି । ପୋଲିସ କଲୋନୀ ନିକଟରେ ଥିବା ୪ଟି ମନ୍ଦିରରୁ ଚୋରି କରି ପୋଲିସକୁ...
Archives


