ଜାଲ ଜମିପଟ୍ଟା ଖାରଜ ପରେ ନାହିଁ କାର୍ଯ୍ୟାନୁଷ୍ଠାନ : ନୂଆ ପଟ୍ଟା ପ୍ରଦାନ କରି ପ୍ରଶାସନ ଚୁପ୍‌

ରଣପୁର,୫ା୯(ସ୍ବ.ପ୍ର.): ନୟାଗଡ଼ ଜିଲା ରଣପୁର ତହସିଲରେ ଜାଲ୍‌ ଦଲିଲରେ ପଟ୍ଟା ପ୍ରଦାନ କରାଯାଇଥିବା ପ୍ରମାଣ ମିଳିବା ପରେ ତହସିଲ ପକ୍ଷରୁ ଜମି ପଟ୍ଟା ଖାରଜ କରାଯାଇ ନୂଆ ପଟ୍ଟା ପ୍ରଦାନ କରାଗଲା। ହେଲେ ଆଇନଗତ ଦିଗକୁ ତହସିଲ କର୍ତ୍ତୃପକ୍ଷ ଭୁଲିଯାଇ ସମ୍ପୃକ୍ତ ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରି ନ ଥିଲେ । ଅଭିଯୋଗକାରୀ ନ୍ୟାୟ ପାଇଁ ରଣପୁର ଥାନା ଓ ନୟାଗଡ଼ ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଥିଲେ। ହେଲେ ପୋଲିସ ଅଭିଯୋଗକୁ ତଦନ୍ତ ପରିସରଭୁକ୍ତ ନ କରି ଚୁପ ରହିଥିଲା। ଅଭିଯୋଗକାରୀ ନିରାଶ ନ ହୋଇ ହାଇକୋର୍ଟରେ ଆଶ୍ରୟ ନେଇଥିଲେ। ହାଇକୋର୍ଟ ଅଭିଯୋଗକୁ ଗ୍ରହଣ କରି କ’ଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ୪ ସପ୍ତାହ ମଧ୍ୟରେ ଜଣାଇବାକୁ ପିଆରଏଲ୍‌ଏନ୍‌ଟି ନଂ.୧୦୯୦/୨୮।୮।୨୦୧୯ରେ ମୁଖ୍ୟ ସଚିବ ଗୃହ ବିଭାଗ, ଡିଜିପି କଟକ, ନୟାଗଡ଼ ଏସ୍‌ପି, ରଣପୁର ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଅଭିଯୋଗ ଅନୁସାରେ ରଣପୁର ତହସିଲ ବାଙ୍କପୁର ଗଁାର ସ୍ବର୍ଗତ ଦାଶରଥି ଜେନା ଓ କୁମୁଦୁନୀ ଜେନାଙ୍କ ୨ ପୁଅ ଓ ୩ ଝିଅ ଅଛନ୍ତି। ଦାଶରଥି ଓ କୁମୁଦୁନୀଙ୍କ ନଁାରେ ଥିବା ସମ୍ପତ୍ତି ବଡଭାଇ ବିପିନ ଜାଲିଆତି କରି ନିଜ ନଁାରେ କରାଇ ନେଇଥିଲେ। ପରେ ସେ ସାନଭାଇ ବିଜିନିଙ୍କୁ ଘରୁ ତଡି ଦେଇଥିଲେ। ବିଜିନି ଘଟଣାର ତଦନ୍ତ ପାଇଁ ରଣପୁର ସବ୍‌ରେଜିଷ୍ଟର କାର୍ଯ୍ୟାଳୟରୁ ଦଲିଲର ସାର୍ଟିଫାଏଡ୍‌ କପି ମାଗିଥିଲେ। ଏଥିରେ ଜାଲିଆତି କରି ଘରବାରି, କୋଠା ଓ ଜମିକୁ ବଡଭାଇ ନିଜ ନଁାରେ କରାଇ ନେଇଥିବା ବିିଜିନି ଜାଣିପାରିଥିଲେ । ପରେ ସେ ୧୭।୧।୨୦୧୮ରେ ସୂଚନା ଅଧିକାର ଆଇନ ଅନୁସାରେ ତହସିଲ କାର୍ଯ୍ୟାଳୟକୁ ଜମି ଜାଲିଆତିର ପ୍ରମାଣ ମାଗିଥିଲେ । ହେଲେ ତହସିଲ କର୍ତ୍ତୃପକ୍ଷ ଚୁପ ରହିଥିଲେ । ପରେ ଜିଲାପାଳଙ୍କୁ ଅବଗତ କରାଇଥିଲେ ମଧ୍ୟ ସୁଫଳ ମିଳିଲା ନାହିଁ। ଏ ସମ୍ପର୍କରେ ୨୦୧୯ ଜାନୁୟାରୀ ୨୧ରେ ଧରିତ୍ରୀରେ ଖବର ପ୍ରକାଶ ପାଇବା ପରେ ପ୍ରଶାସନିକ ତପତ୍ରତା ପ୍ରକାଶ ପାଇଥିଲା। ଏହାର ତଦନ୍ତ କରାଯାଇ ଜମି ପଟ୍ଟା ଖାରଜ ହୋଇଥିଲା। ଏପରି କି ଘରର ମୁଖିଆ ବାପାଙ୍କ ନଁାକୁ ସମ୍ପତ୍ତି ଚାଲି ଆସିଥିଲା। ଏ ନେଇ ବିଜିନି ଜେନା କୁହନ୍ତି, ଜାଲ ଦଲିଲରେ ପଟ୍ଟା କରାଯାଇଥିବା ପ୍ରମାଣ ପାଇବା ପରେ ପ୍ରଶାସନ ଚୁପ ରହିବା ଠିକ୍‌ ନୁହେଁ । ମୋ ବଡ ଭାଇ ଓ ତହସିଲ କର୍ତ୍ତୃପକ୍ଷ କିମ୍ବା ଆଉ ଯେଉଁମାନେ ଜାଲିଆତିରେ ସମ୍ପୃକ୍ତ ଅଛନ୍ତି ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ହେବା ଦରକାର । ଏହା ନ ହେବା ପର୍ଯ୍ୟନ୍ତ ଲଢ଼େଇ ଜାରି ରହିବ ବୋଲି ସେ କ୍ଷୋଭର ସହ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ଓଡ଼ିଆ ଭାଷା ସାହିତ୍ୟର ଜାତୀୟ ଆଲୋଚନା ଚକ୍ର

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମସ୍ଥିତ ସ୍ନାତକ ବିଜ୍ଞାନ ମହାବିଦ୍ୟାଳୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ସୋମବାର ଏକ ଦିବସୀୟ…

ମଧ୍ୟାହ୍ନ ଭୋଜନରେ ଅନିୟମିତତା ଅଭିଯୋଗ ଆଣିଲେ ଗ୍ରାମବାସୀ

ଖଜୁରିପଡ଼ା,୧୬ା୨(ବିଦୁର ବେହେରା): ଖଜୁରିପଡ଼ା ଅଞ୍ଚଳରେ ସୋମବାର କିଛି ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅଧୀନରେ ଥିବା ଗଡ଼ପଦର୍‌ ସ୍କୁଲ,…

ରାଧାକୃଷ୍ଣ ମନ୍ଦିର ସାହିରେ ମଦ ନାମରେ ବିଷ ବିକ୍ରୀ ଅଭିଯୋଗ, ସବୁ ଜାଣି ଚୁପ୍ ପୋଲିସ ଓ ଅବକାରୀ ବିଭାଗ!

ଦାରିଙ୍ଗବାଡି,୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ରାଧାକୃଷ୍ଣ ମନ୍ଦିର ନିକଟରେ ଚୋରାମଦ ନାମରେ ବେଧଡ଼କ ଚାଲିଛି ବିଷ ବିକ୍ରୀ । ଏଥିପାଇଁ ଏକାଧିକ ଗରୀବ…

ମାର୍ଚ୍ଚ ୮ରେ ଗର୍ଜିବେ ମହିଳା, ମଦ ନୁହଁ ମୌଳିକ ସୁବିଧା ଯୋଗାଇବାକୁ ହେବ ଲଢେଇ

ଦାରିଙ୍ଗବାଡି, ୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ନାରୀ ମହାସଙ୍ଘର ତ୍ରୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମହାସଙ୍ଘର ସଭାନେତ୍ରୀ ଲୁସିମା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri