ଜାମିନ ସର୍ତ୍ତରେ କୋହଳ ଲାଗି ହାଇକୋର୍ଟରେ ସାରଥିଙ୍କ ଆବେଦନ

କଟକ ଅଫିସ, ୩୧ା୮: ପ୍ରାୟ ୪ ବର୍ଷ ଜେଲ୍‌ରେ ରହିବା ପରେ ସାରଥି ବାବା ଓରଫ ସନ୍ତୋଷ ରାଉଳ ଗତ ଜୁଲାଇ ୨୫ରେ ଜାମିନରେ ମୁକୁଳିଥିଲେ। ଏକାଧିକ ସର୍ତ୍ତ ରଖି ହାଇକୋର୍ଟ ସାରଥିଙ୍କୁ ଜାମିନ ଦେଇଥିଲେ। ତେବେ ଉକ୍ତ ସର୍ତ୍ତ ପରିବର୍ତ୍ତନ ଓ କୋହଳ କରିବା ଲାଗି ସାରଥି ଶୁକ୍ରବାର ହାଇକୋର୍ଟଙ୍କୁ ନିବେଦନ କରିଛନ୍ତି। ସେ ତାଙ୍କ ଆବେଦନରେ ଦର୍ଶାଇଛନ୍ତି ଯେ, ନିଜ ଖର୍ଚ୍ଚ ଭରଣା କରିବା ପାଇଁ ତାଙ୍କ ପାଖରେ ଅର୍ଥ ନାହିଁ, ସେଥିପାଇଁ ତାଙ୍କୁ ବଞ୍ଚିବା କଷ୍ଟକର ହୋଇପଡ଼ିଛି। ପ୍ରବଚନ ଜରିଆରେ ସେ ଗୁଜୁରାଣ ମେଣ୍ଟାଉଥିଲେ। ସେହିପରି ପ୍ରବଚନ ଶୁଣିବା ଲାଗି ଅନେକ ବ୍ୟକ୍ତି ଇଚ୍ଛା କରୁଛନ୍ତି। କିନ୍ତୁ ଜାମିନ ସର୍ତ୍ତ ନିମନ୍ତେ ସେ ପ୍ରବଚନ ଦେଇପାରୁନାହାନ୍ତି। ଫଳରେ ତାଙ୍କ ଉପାର୍ଜନର ମୁଖ୍ୟ ବାଟ ବନ୍ଦ ହୋଇଯାଇଛି। ତେଣୁ ତାଙ୍କୁ ପ୍ରବଚନ ଦେବା ପାଇଁ ଅନୁମତି ପ୍ରଦାନ କରିବାକୁ ସେ ଆଇନଜୀବୀ ମାନସ ଚାନ୍ଦଙ୍କ ଜରିଆରେ ନିବେଦନ କରିଛନ୍ତି। ସୂଚନାଯୋଗ୍ୟ ଯେ, ସାରଥି ପୀଡ଼ିତା କିମ୍ବା ମାମଲାର ସାକ୍ଷୀଙ୍କ ସହ ସେ କୌଣସି ଯୋଗାଯୋଗ କରିବେ ନାହିଁ, ଭକ୍ତ କିମ୍ବା ଅନୁଗାମୀମାନଙ୍କୁ ନେଇ ରାଲି କରିପାରିବେ ନାହିଁ କିମ୍ବା କେନ୍ଦ୍ରାପଡ଼ା ଜିଲାର ବାରିମୂଳ ଆଶ୍ରମ ଯାଇପାରିବେ ନାହିଁ ଆଦିି କେତେକ ସର୍ତ୍ତ ହାଇକୋର୍ଟ ଜାମିନ ଦେବା ବେଳେ ଲାଗୁ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ପାର୍ଟି ଅଫିସର କୋର୍‌ କମିଟି ବୈଠକ: ଏମିତି କ’ଣ ଆଲୋଚନା ହେଲା କହିଦେଲେ ବସନ୍ତ ପଣ୍ଡା

ଭୁବନେଶ୍ୱର,୧୮।୫: ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଓଡ଼ିଶା ଆସିବା ପରେ ସୋମବାର ସକାଳେ ଭାଜପା ପାର୍ଟି ଅଫିସର କୋର୍‌ କମିଟି ବୈଠକ ବସିଥିଲା। ଯେଉଁଥିରେ ଦଳକୁ…

କଟକ ପରେ ମାଲକାନଗିରିରେ ପେଟ୍ରୋଲ ନେଲା ଜୀବନ

ମାଲକାନଗିରି,୧୮ା୫(ଦୁର୍ଯ୍ୟୋଧନ ପାତ୍ର): ଡାକ୍ତରଖାନା ଆସୁଥିବା ବେଳେ ବାଟରେ ସରିଗଲା ବାଇକରୁ ପେଟ୍ରୋଲ। ଆଖପାଖରେ ଆଉ ମିଳିଲା ନାହିଁ ପେଟ୍ରୋଲ। ଫଳରେ ହସ୍ପିଟାଲ ପହଞ୍ଚିବା ପୂର୍ୱରୁ ଚାଲିଯାଇଛି ଆଉ…

୬ ମାସରେ ଭାଙ୍ଗିଯିବ TVK ସରକାର, ଷ୍ଟାଲିନ ପୁଣି ହେବେ ମୁଖ୍ୟମନ୍ତ୍ରୀ! ଜାଣନ୍ତୁ କିଏ କରିଛନ୍ତି ଏମିତି ଭବିଷ୍ୟବାଣୀ

ଚେନ୍ନାଇ,୧୮।୫: ତାମିଲନାଡୁରେ ବିଜୟଙ୍କ ସରକାର ସମ୍ପର୍କରେ ଏକ ବଡ଼ ଭବିଷ୍ୟବାଣୀ କରାଯାଇଛି। ଡିଏମକେ ଦାବି କରିଛି ଯେ ଥାଲାପତି ବିଜୟଙ୍କ ଟିଭିକେ ସରକାର ଛଅ ମାସ ମଧ୍ୟ…

ପ୍ରୋତ୍ସାହନ ନାହିଁ, ସଙ୍କଟରେ ଜୀବିକା

ବରଗଡ଼,୧୮।୫(ପ୍ରେମାନନ୍ଦ ଖମାରୀ):ଗ୍ରୀଷ୍ମବେଳେ ମନେପଡ଼େ ବେଣାଚେର। ଦିନ ଥିଲା, ଖରାବେଳେ ଏହା ଲୋକଙ୍କ ସାଥୀ ହୋଇ ରହିଥିଲା। ତାତି ହେଉ ଅବା ଗୁଳୁଗୁଳି, ଲୋକେ ବେଣାଚେର ନିର୍ମିତ ବିଞ୍ଚଣା…

ତେଲକୁ ନେଇ ମୋଦିଙ୍କ ଅପିଲ, ହାଇକୋର୍ଟକୁ ସାଇକେଲରେ ଆସିଲେ ବିଚାରପତି

କଟକ,୧୮।୫(ପ୍ରଭୁକଲ୍ୟାଣ ପାଲ୍): ହାଇକୋର୍ଟକୁ ସାଇକେଲରେ ଆସିଲେ ବିଚାରପତି। ହାଇକୋର୍ଟର ବିଚାରପତି ଜଷ୍ଟିସ ସାବିତ୍ରୀ ରଥ, ଜଷ୍ଟିସ ଭି ନରସିଂହ ଏବଂ ଜଷ୍ଟିସ ଶିବ ଶଙ୍କର ମିଶ୍ର ଆଜି…

ସହଜରେ ଦୂର ହେବ ଅବସାଦ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ସୁଷମ ତଥା ଭିଟାମିନ୍‌ଯୁକ୍ତ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ ନିଜକୁ କେତେ ସୁସ୍ଥ ରଖିପାରିବା ତାହା ମୁଖ୍ୟତଃ ଆମେ ପ୍ରତିଦିନ…

ସନ୍ଦେହ ଜନକ ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର

କେନ୍ଦ୍ରାପଡ଼ା,୧୮।୫(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ସଦର ଥାନା ଚାନ୍ଦୋଳ ଫାଣ୍ଡି ଅନ୍ତର୍ଗତ ଚାନ୍ଦୋଳ ବଜାରରେ ଥିବା ଏକ ବ୍ୟବସାୟିକ କମ୍ପେ୍‌କ୍ସ ନିକଟରେ ଜଣେ ଯୁବକଙ୍କର ମୃତଦେହ ଉଦ୍ଧାର କରାଯାଇଛି…

ଦିଲ୍ଲୀର ପ୍ଲେଅଫ୍‌ ଆଶା ଉଜ୍ଜୀବିତ

ଦିଲ୍ଲୀ,୧୭ା୫: ଆଇପିଏଲର ଏକୁ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ୫ ଉଇକେଟରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଛି। ଏହି ବିଜୟ ସହ ଦିଲ୍ଲୀ ୧୨ ପଏଣ୍ଟ ସହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri