ଜାପାନରେ ଫସିଥିବା ବ୍ରହ୍ମପୁରର ଯୁବ ଇଞ୍ଜିନିୟର ଭାରତ ଫେରିଲେ: ପରିବାରରେ ଆନନ୍ଦର ଲହରି

ବ୍ରହ୍ମପୁର ଅଫିସ,୨୭।୨: ଦୀର୍ଘ ୨୪ ଦିନ ଧରି ନାନା ଆଶଙ୍କା ଓ ଅନିଶ୍ଚିତତା ମଧ୍ୟରେ ଜାପାନ ଜଳ ଜାହାଜରେ କରୋନା ଭାଇରସ୍‌ ପାଇଁ ଅଟକି ରହିଥିବା ବ୍ରହ୍ମପୁରର ଯୁବ ଇଞ୍ଜିନିୟର ଶିବାଶିଷ ନାୟକ ଗୁରୁବାର ଭୋର ୫ଟାରେ ଭାରତୀୟ ବିମାନରେ ଭାରତୀୟ ଦୂତାବାସ ସହଯୋଗରେ ଭାରତ ଫେରିଛନ୍ତି। ପୁଅ ଶିବାଶିଷ ଭାରତ ଫେରିଥିବା ଖବର ପାଇ ତାଙ୍କ ବାପା ଲିଙ୍ଗରାଜ ନାୟକ, ମା’ ଝୁନୁ ନାୟକ ଓ ଆତ୍ମୀୟସ୍ବଜନ ଖୁସିରେ ଆତ୍ମବିଭୋର ହୋଇପଡ଼ିଛନ୍ତି। ପୁଅ ସହିତ ସକାଳେ ଲିଙ୍ଗରାଜ କଥା ହେବା ପରେ ପରିବାର ଲୋକଙ୍କ ସହ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିଥିଲେ। ଭଗବାନ ଏବଂ ବ୍ରହ୍ମପୁରର ସମସ୍ତ ଖବରଦାତାଙ୍କୁ ପରିବାରବର୍ଗ ଅଶେଷ କୃତଜ୍ଞତା ଜଣାଇଛନ୍ତି । ବୁଧବାର ଶିବାଶିଷ ଓ ତାଙ୍କ ୫ ସହକର୍ମୀଙ୍କ ସମେତ ୧୧୯ ଜଣ ଭାରତୀୟ ଓ ୫ ଜଣ ବିଦେଶୀ ନାଗରିକଙ୍କୁ ଟୋକିଓ ପ୍ରଶାସନ ଏକ ବସ୍‌ରେ ହାନୀଡା ବିମାନ ବନ୍ଦର ପର୍ଯ୍ୟନ୍ତ ଆଣିଥିଲା। ସେଠାରେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ଏକ ଭାରତୀୟ ଚାଟାର୍ଡ ସ୍ବତନ୍ତ୍ର ବିମାନ ବୁଧବାର ସାରେ ସେଠାରୁ ଉଡ଼ାଣ ଆରମ୍ଭ କରିଥିଲା। ଗୁରୁବାର ସେମାନଙ୍କୁ ଭାରତ ଫେରାଇ ଅଣାଯାଇଛ। ଦିଲ୍ଲୀରେ ପହଞ୍ଚିବା ପରେ ସେମାନଙ୍କୁ ଏକ ବସ୍‌ରେ ସ୍ଥାନୀୟ ସାମରିକ ବେସ୍‌କୁ ନିଆଯାଇଥିଲା । ସେଠାରେ ସେମାନଙ୍କୁ ୧୪ଦିନ ନିରୀକ୍ଷଣରେ ରଖାଯିବ। ପରେ ସେମାନଙ୍କ କରୋନା ଭାଇରସ ନେଗେଟିଭ୍‌ ଆସିଲେ ସେମାନଙ୍କୁ ନିଜ ନିଜ ଘରକୁ ଛଡ଼ାଯିବ ବୋଲି ଭାରତ ଫେରିଥିବା ଇଞ୍ଜିନିୟର ଶିବାଶିଷ ଧରିତ୍ରୀକୁ ଏକ ସାକ୍ଷାତକାରରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିକେଟ କପ୍‌: ବଡ଼ ଡୁଙ୍ଗୁରୀଗୁଡ଼ା ଚାମ୍ପିୟନ

କର୍ଲାମୁଣ୍ଡା:୧୪।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତରେ ଦ୍ୱିତୀୟ ଗଜାନନ କ୍ରିକେଟ କପ୍‌ ଭୋଇରମୁଣ୍ଡା ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଭୋଇରମୁଣ୍ଡା ଗଜାନନ...

ଇତିହାସ ରଚିଲେ ହାର୍ଦ୍ଦିକ ପାଣ୍ଡ୍ୟା; ଏପରି କରିବାରେ ପ୍ରଥମ ଅଲରାଉଣ୍ଡର

ନୂଆଦିଲ୍ଲୀ,୧୪।୧୨: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚରେ ଏକ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ...

ତୃତୀୟ ଟି୨୦ରେ ଭାରତର ଦମ୍‌ଦାର ବିଜୟ: ୨-୧ରେ ସିରିଜ୍‌ ଅଗ୍ରଣୀ

ଧର୍ମଶାଳା,୧୪।୧୨: ଧର୍ମଶାଳାରେ ରବିବାର ଖେଳାଯାଇଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ବିଜୟୀ ହୋଇଛି। ଭାରତୀୟ ବ୍ୟାଟର ୨୫ ବଲ୍‌ ବାକି...

ମନ୍ଦିରରେ ପଶି ମହିଳା ପୂଜାରିଙ୍କୁ ଛୁରୀ ଭୁସି ହତ୍ୟା, ଅଭିଯୁକ୍ତ ଫେରାର

ନୂଆଦିଲ୍ଲୀ,୧୪।୧୨: ରାଜଧାନୀ ଦିଲ୍ଲୀର ଏକ ମନ୍ଦିର ଭିତରେ ଜଣେ ମହିଳାଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି । ଏହି ଘଟଣା ପୂର୍ବ ଦିଲ୍ଲୀର ମାନସରୋବର ପାର୍କ...

ବାୟୁ ପ୍ରଦୂଷଣ ଯୋଗୁଁ ପଞ୍ଚମ ଶ୍ରେଣୀ ଯାଏଁ ବନ୍ଦ ହେଲା ସ୍କୁଲ, ପରୀକ୍ଷା ବାତିଲ

ନୂଆଦିଲ୍ଲୀ,୧୪।୧୨:  ପ୍ରଦୂଷଣ ଯୋଗୁଁ, ଉତ୍ତର ପ୍ରଦେଶର ନୋଏଡାରେ ନର୍ସରୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲୀ-ଏନସିଆରରେ...

ଓଡିଶା – ଝାରଖଣ୍ଡ ସୀମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଯବାନ ଆହତ

ବଣାଇଁ, ୧୪ / ୧୨ (ପ୍ରଦୀପ ତ୍ରିପାଠୀ)- ଓଡିଶା – ଝାରଖଣ୍ଡ ସୀମାରେ ପୁଣି ଆଜି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ କୋବ୍ରା ବାଟାଲିୟନର...

ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀଙ୍କ ପରଲୋକ

ଦିଗପହଣ୍ଡି,୧୪।୧୨((ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍ ଅନ୍ତର୍ଗତ କଇଠଖଣ୍ଡି ପଞ୍ଚାୟତର ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀ ସନ୍ତୋଷ କୁମାର ପଣ୍ଡା...

ଦକ୍ଷିଣ ଆଫ୍ରିକା ସିରିଜ ମଝିରୁ ଘରକୁ ଫେରିଗଲେ ବୁମରାହ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୪।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ତୃତୀୟ T20 ଆନ୍ତର୍ଜାତୀୟ ମ୍ୟାଚରୁ ଦଳର ମୁଖ୍ୟ ଦ୍ରୁତ ବୋଲର ଯଶପ୍ରୀତ ବୁମରାହ ବାଦ୍ ପଡ଼ିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri