Posted inଖେଳ

ଜାତୀୟ ସିନିୟର ମହିଳା କ୍ୟାମ୍ପ: ୨୫ ଜଣିଆ ସମ୍ଭାବ୍ୟ ଦଳରେ ଲିଲିମା, ଦୀପଗ୍ରେସ, ନମିତା

ନୂଆଦିଲ୍ଲୀ, ୧୬।୨(ପି.ଟି.)- ରବିବାରଠାରୁ ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ (ସାଇ)ର ବେଙ୍ଗାଲୁରୁ କ୍ୟାମ୍ପସରେ ଆରମ୍ଭ ହେବାକୁଥିବା ଜାତୀୟ ସିନିୟର ମହିଳା ପ୍ରଶିକ୍ଷଣ ଶିବିର ପାଇଁ ହକି ଇଣ୍ଡିଆ ଏକ ୨୫ ଜଣିଆ ସମ୍ଭାବ୍ୟ ଦଳ ଘୋଷଣା କରିଛି। ୨୭ ଦିନ ଧରି ଚାଲିବାକୁ ଥିବା ଏହି ଟ୍ରେନିଂ ଓ କଣ୍ଡିଶନିଙ୍ଗ୍‌ କ୍ୟାମ୍ପରେ ଯୋଗ ଦେବା ପାଇଁ ଖେଳାଳିମାନେ ଭାରତୀୟ ମହିଳା କୋଚ୍‌ ଜୋଏର୍ଡ ମାରିଜନେଙ୍କୁ ରିପୋର୍ଟ କରିବାକୁ କୁହାଯାଇଛି। ଆଗକୁ ଜୁନରେ ଷଷ୍ଠ ମହିଳା ଏସିଆନ ଚାମ୍ପିୟନଶିପ୍‌ ଟ୍ରଫି ଓ ଜୁଲାଇ- ଅଗଷ୍ଟରେ ୨୦୨୦ ଅଲିମ୍ପିକ୍ସ ଭଳି ମେଗା ଇଭେଣ୍ଟ ଆୟୋଜନ ହେବାକୁ ଯାଉଛି। ପ୍ରସ୍ତୁତି ପାଇଁ ଏହି ପ୍ରଶିକ୍ଷଣ ଶିବିରର ଆୟୋଜନ କରାଯାଉଛି।
ଟୋକିଓ ଅଲିମ୍ପିକ୍ସରେ ଫିଟ୍‌ନେସକୁ ସବୁଠାରୁ ଗୁରୁତ୍ୱ ଦିଆଯାଉଛି ବୋଲି ମାରିଜନେ କହିଛନ୍ତି। ଗତ ନ୍ୟୁଜିଲାଣ୍ଡ ଗସ୍ତରେ ଦଳର ଆମେ କୋତୋଟି ତ୍ରୁଟିକୁ ଚିହ୍ନଟ କରିଛୁ। ଏବେ ଏହାକୁ ସୁଧାରିବା ପାଇଁ ପ୍ରୟାସ କରିବୁ ବୋଲି ମାରିଜନେ କହିଛନ୍ତି। ଅଲିମ୍ପିକ୍ସ ପ୍ରସ୍ତୁତି ପାଇଁ ଫିଟ୍‌ନେସକୁ ଅଗ୍ରାଧିକାର ଦିଆଯିବ। ଟ୍ରେନିଂ ସେସନରେ କଠିନ ପରିଶ୍ରମର ଆବଶ୍ୟକତା ରହିଛି। ତେଣୁ ଖେଳାଳିଙ୍କୁ ଦକ୍ଷତା ସହିତ ଫିଟ୍‌ନେସ ଉପରେ ଅଧିକ ଧ୍ୟାନ ଦେବାକୁ ହେବ ବୋଲି ସେ କହିଛନ୍ତି।
ଚଳିତ ବର୍ଷ ଭାରତୀୟ ମହିଳା ଦଳ ବେଶ୍‌ ଭଲ ପ୍ରଦର୍ଶନ କରିଛି। ପ୍ରାୟ ସବୁ ଟୁର୍ନାମେଣ୍ଟରେ ମହିଳା ଦଳ ଆଶାନୁରୂପ ପ୍ରଦର୍ଶନ କରିବାରେ ସଫଳ ହୋଇଛି। ଦଳ ଏଫ୍‌ଆଇଏଚ୍‌ ମହିଳା ସିରିଜ ଫାଇନାଲ୍ସ ହିରୋଶିମା ୨୦୧୯, ଜାପାନରେ ଅଲିମ୍ପିକ୍‌ ଟେଷ୍ଟ ଇଭେଣ୍ଟ, ଭୁବନେଶ୍ୱରରେ ଖେଳାଯାଇଥିବା ଏଫ୍‌ଆଇଏଚ୍‌ ହକି ଅଲିମ୍ପିକ କ୍ୱାଲିଫାୟରରେ ଦଳ ବିଜୟୀ ହୋଇଥିଲା। ଏଥିସହିତ ସ୍ପେନ୍‌, ମାଲେସିଆ, କୋରିଆ ଓ ଇଂଲଣ୍ଡ ଗସ୍ତରେ ମଧ୍ୟ ଦଳ ଉଚ୍ଚକୋଟୀର ପ୍ରଦର୍ଶନ କରିଥିଲା। ନ୍ୟୁଜିଲାଣ୍ଡ ଗସ୍ତରୁ ଭାରତୀୟ ଦଳ ନୂଆବର୍ଷ ଆରମ୍ଭ କରିଥିଲା। ବିଶ୍ୱର ୭ ନମ୍ବର ଦଳ ନ୍ୟୁଜିଲାଣ୍ଡ ବିପକ୍ଷରେ ୪ ଓ ବ୍ରିଟେନ ବିପକ୍ଷରେ ଭାରତ ଗୋଟିଏ ମ୍ୟାଚ୍‌ ଖେଳିଥିଲା।
ସମ୍ଭାବ୍ୟ ଦଳ:
ଗୋଲକିପର- ସବିତା, ରଜନୀ ଏଟିମାର୍ପୁ, ବିଛୁ ଦେବୀ ଖରିମ୍ବାମ୍‌।
ଡିଫେଣ୍ଡର୍ସ- ଦୀପ ଗ୍ରେସ୍‌ ଏକ୍କା, ରିନା ଖୋଖାର, ସାଲିମା ଟେଟେ, ମନପ୍ରୀତ କୌର, ଗୁରଜିତ କୌର, ନିଶା।
ମିଡ୍‌ଫିଲ୍ଡର୍ସ- ନିକ୍କି ପ୍ରଧାନ, ମୋନିକା, ନେହା ଗୋଏଲ, ଲିଲିମା ମିଞ୍ଜ, ସୁଶୀଳା ଚାନୁ ପୁଖରାମ୍ବାମ, ସୋନିକା, ନମିତା ଟପ୍ପୋ।
ଫରଓ୍ବାଡର୍‌ସ- ରାନୀ, ଲାଲରେମସିଆମି, ବନ୍ଦନା କାଟାରିଆ, ନବଜୋତ କୌର, ନବନୀତ କୌର, ରାଜବିନ୍ଦର କୌର, ଜ୍ୟୋତି, ଶର୍ମିଲା ଦେବୀ, ଉଦୀତା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟି-୨୦ ବିଶ୍ୱକପ ମ୍ୟାଚରେ ଭାରତ-ପାକିସ୍ତାନ ମ୍ୟାଚକୁ ନେଇ ସ୍ଥାପନ ହେଲା ନୂଆ ‘ବିଶ୍ୱ ରେକର୍ଡ’, ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ନୂଆଦିଲ୍ଲୀ,୨୦।୨: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଟି-୨୦ ବିଶ୍ୱକପ ୨୦୨୬ ମ୍ୟାଚ ୧୫ ଫେବୃଆରୀରେ ଖେଳାଯାଇଥିଲା। ଟିମ ଇଣ୍ଡିଆ ଏହି ମ୍ୟାଚକୁ ୬୧ ରନରେ ଏକ ବଡ଼…

ସୁପର ୮ରେ ଟିମ ଇଣ୍ଡିଆର ପ୍ଲେଇଂ ଇଲେଭେନରୁ ବାଦ ପଡିପାରନ୍ତି ଅଭିଷେକ ଶର୍ମାଙ୍କ ସମେତ ଏହି ୩ ଖେଳାଳି, ନାମ ଜାଣିଲେ ବିଶ୍ୱାସ ହେବନି

ନୂଆଦିଲ୍ଲୀ,୨୦।୨: ୨୦୨୬ ଟି୨୦ ବିଶ୍ୱକପର ସୁପର ୮ ପର୍ଯ୍ୟାୟ ଫେବୃଆରୀ ୨୧ରେ ଆରମ୍ଭ ହେଉଛି। ପରବର୍ତ୍ତୀ ପର୍ଯ୍ୟାୟକୁ ଯାଉଥିବା ସମସ୍ତ ଆଠଟି ଦଳକୁ ଚାରିଟି ଦଳରେ ବିଭକ୍ତ…

ଟି-୨୦ ବିଶ୍ୱକପ୍‌ରେ ପୁଣି ହେବ କି ଭାରତ-ପାକିସ୍ତାନ ମ୍ୟାଚ୍‌: ଜାଣନ୍ତୁ କ’ଣ ରହିଛି ସମୀକରଣ

ନୂଆଦିଲ୍ଲୀ,୨୦।୨: ଟି୨୦ ବିଶ୍ୱକପର ୨୭ତମ ଲିଗ ମ୍ୟାଚ ଭାରତ ଏବଂ ପାକିସ୍ତାନ ମଧ୍ୟରେ କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିଲା। ଟିମ ଇଣ୍ଡିଆ ଏହି ମ୍ୟାଚକୁ ୬୧…

ନିଜ ନିଜ ଭିତରେ ଲଢିଲେଣି ପାକିସ୍ତାନ ଖେଳାଳି, ଏବେ ଶାହିଦ ଆଫ୍ରିଦି ଶାଦାବଙ୍କୁ ଗାଳି ଦେଇ କହିଲେ, ‘ପୁଅ, ତୁମେ…’

ନୂଆଦିଲ୍ଲୀ,୨୦।୨: ୨୦୨୬ ଟି୨୦ ବିଶ୍ୱକପର ସୁପର ୮ ପାଇଁ ଯୋଗ୍ୟତା ଅର୍ଜନ କରିବା ପରେ, ପାକିସ୍ତାନୀ କ୍ରିକେଟର ଶାଦାବ ଖାନ ବ୍ୟଙ୍ଗାତ୍ମକ ମନ୍ତବ୍ୟ ଦେଇଥିଲେ ଏବଂ ନିଜ…

୩ ଥର ଶୂନ୍ୟରେ ଆଉଟ ହେବାରୁ ଅଭିଷେକଙ୍କୁ ଏମିତି କହିଲେ ପାକିସ୍ତାନର ପୂର୍ବତନ କ୍ରିକେଟର

ନୂଆଦିଲ୍ଲୀ,୨୦।୨: ପୂର୍ବତନ ପାକିସ୍ତାନ ଖେଳାଳି ମହମ୍ମଦ ଆମିର ଅଭିଷେକ ଶର୍ମାଙ୍କ ବିଷୟରେ କହିଥିଲେ ଯେ ସେ କେବଳ ଜଣେ ଚଳ ଚଞ୍ଚଳ ଖେଳାଳି। ଏହି ବକ୍ତବ୍ୟକୁ ବହୁଳ…

ସେମିଫାଇନାଲରୁ ବାଦ୍‌ ପଡ଼ିବ ଟିମ୍‌ ଇଣ୍ଡିଆ: ଏହି କ୍ରିକେଟର୍‌ କଲେ ବଡ଼ ଭବିଷ୍ୟବାଣୀ

ନୂଆଦିଲ୍ଲୀ,୨୦।୨: ICC ଟି୨୦ ବିଶ୍ୱକପ ୨୦୨୬ର ସୁପର ୮ ରାଉଣ୍ଡ ଫେବୃଆରୀ ୨୧ରେ ଆରମ୍ଭ ହେବାକୁ ଯାଉଛି। ଏଥିରେ ୮ଟି ଦଳ ସେମିଫାଇନାଲରେ ସ୍ଥାନ ପାଇବା ପାଇଁ…

୩୯ ବର୍ଷୀୟ କ୍ରିକେଟର୍‌ କଲେ ବଡ଼ କାରନାମା: ଭାଙ୍ଗିଲା ରୋହିତ ଶର୍ମାଙ୍କ ରେକର୍ଡ

ନୂଆଦିଲ୍ଲୀ,୨୦।୨: ଜିମ୍ବାୱେ ୨୦୨୬ ଟି୨୦ ବିଶ୍ୱକପରେ ଆଉ ଏକ ବଡ଼ ବିପର୍ଯ୍ୟୟ ଘଟାଇବାରେ ସଫଳ ହୋଇଛି। ଜିମ୍ବାୱେ ତା’ର ଶେଷ ଗ୍ରୁପ ପର୍ଯ୍ୟାୟ ମ୍ୟାଚ୍‌ରେ ଶ୍ରୀଲଙ୍କାକୁ ୬…

ମଟନ-ଚିକେନ ଖାଇବା ଛାଡ଼ିଦେଲେ ବୈଭବ ସୂର୍ଯ୍ୟବଂଶୀ: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨୦।୨: ଆଇସିସି ୧୯ ବର୍ଷରୁ କମ ବିଶ୍ୱକପ ୨୦୨୬ରେ ଟିମ ଇଣ୍ଡିଆକୁ ଟାଇଟଲ ଦେବା ପରେ ଜିମ୍ବାୱେ ଏବଂ ନାମ୍ବିଆରୁ ଫେରିଥିବା ବୈଭବ ସୂର୍ଯ୍ୟବଂଶୀ ବର୍ତ୍ତମାନ ରାଜସ୍ଥାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri