Posted inଫୁରସତ

ଜାତୀୟ ଶିଶୁକନ୍ୟା ଦିବସ: ସୁନିଶ୍ଚିତ କରାଯାଉ ବାଳିକାଙ୍କ ଅଧିକାର

ଭାରତରେ ମହିଳା ଓ ଝିଅମାନଙ୍କୁ ଦେବୀ ଓ ଲକ୍ଷ୍ମୀ ଭାବେ ବିବେଚନା କରାଯାଉଥିବା ବେଳେ ସେମାନେ ସମାଜରେ ଅସମାନତାର ଶିକାର ହେଉଛନ୍ତି। ଏହାକୁ ଦୂର କରି ଶିଶୁକନ୍ୟାମାନେ କିଭଳି ଏକ ସଶକ୍ତ,ସୁରକ୍ଷିତ ପରିବେଶ ପାଇପାରିବେ ସେଥିଲାଗି ପ୍ରତିବର୍ଷ ୨୪ ଜାନୁୟାରୀରେ ଜାତୀୟ ଶିଶୁକନ୍ୟା ଦିବସ ପାଳନ କରାଯାଏ। ମହିଳା ଏବଂ ଶିଶୁବିକାଶ ମନ୍ତ୍ରଣାଳୟ ଦ୍ୱାରା ୨୦୦୮ରେ ପ୍ରଥମେ ଏହି ଦିବସ ପାଳନ କରାଯାଇଥିଲା। ସମାଜରେ ବାଳିକାମାନେ ସାମ୍‌ନା କରୁଥିବା ଅସମାନତା ବିରୋଧରେ ସଚେତନତା ସୃଷ୍ଟି କରିବା ଏହି ଦିବସର ଉଦ୍ଦେଶ୍ୟ। ବାଳିକାମାନଙ୍କ ଶିକ୍ଷା, ସ୍ବାସ୍ଥ୍ୟ, ପୋଷଣ ସମେତ ସମ୍ମାନ ଓ ଅଧିକାର ଉପରେ ଉକ୍ତ ଦିବସ ଗୁରୁତ୍ୱ ପ୍ରଦାନ କରେ। ଜାତୀୟ ଶିଶୁକନ୍ୟା ଦିବସରେ ବାଳିକାମାନଙ୍କ ଅଧିକାର ଓ ସମସ୍ତ ସାମାଜିକ ସମସ୍ୟାକୁ ସାମ୍‌ନା କରିବା ଲାଗି ରହିଥିବା ବିଭିନ୍ନ ଆଇନ ଓ ଘରୋଇ ହିଂସା ଅଧିନିୟମ ୨୦୦୯, ଶିଶୁବିବାହ ନିରୋଧୀ ଆଇନ ୨୦୦୯, ଯୌତୁକ ନିରୋଧୀ ଆଇନ ୨୦୦୬ ସମ୍ପର୍କରେ ଅବଗତ କରାଯାଏ। ଭାରତରେ ମହିଳା ସାକ୍ଷରତା ହାର ଏବେ ୫୩.୮୭ ପ୍ରତିଶତ ଓ ମୋଟ ବାଳିକାଙ୍କ ମଧ୍ୟରୁ ଏକ ତୃତୀୟାଂଶ ପୁଷ୍ଟିହୀନତାର ଶିକାର ହେଉଛନ୍ତି। ଏହି କାରଣରୁ ସେମାନେ ପ୍ରାପ୍ତ ବୟସ୍କ ବେଳକୁ ବିଭିନ୍ନ ରୋଗରେ ପଡୁଛନ୍ତି। ବିଭିନ୍ନ ଯୋଜନା ଦ୍ୱାରା ବାଳିକାମାନଙ୍କ ସ୍ଥିତି ସୁଧାରିବା ଲାଗି ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ଦ୍ୱାରା ଜାତୀୟ ଏବଂ ରାଜ୍ୟ ସ୍ତରରେ ପଦକ୍ଷେପ ନିଆଯାଉଛି। ଶିକ୍ଷା ଅଧିତ୍କାର ଆଇନରେ ବାଳିକାମାନଙ୍କୁ ମାଗଣା ଓ ଜରୁରୀ ଶିକ୍ଷା ଉପଲବ୍ଧ କରାଯିବାର ବ୍ୟବସ୍ଥା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜୈନ ଗ୍ରନ୍ଥ ଓ କର୍ମ ସିଦ୍ଧାନ୍ତ

ଜୈନ ଗ୍ରନ୍ଥ ଅନୁଯାୟୀ, ପରମସତ୍ତାଙ୍କ ହିସାବ ଖାତାରେ ପ୍ରତ୍ୟେକ କର୍ମର ଭଲ ମନ୍ଦ ଫଳ ରହିଛି। ନିଜର ଲୋଭ ଓ ମୋହ (ଖାଇବାଠାରୁ ଆରମ୍ଭକରି ବିଭିନ୍ନ...

ଦକ୍ଷ ଅଫିସର ପାଇବେ ବଡ଼ ବିଭାଗ, ଆହୁଜାଙ୍କୁ ନୂଆ ଦାୟିତ୍ୱ ମିଳିବ ନା ନାହିଁ ଚର୍ଚ୍ଚାରେ

ଭୁବନେଶ୍ୱର, ୨୫।୧୨(ସୁନିତ୍‌ ମିଶ୍ର): ରାଜ୍ୟ ସରକାର ଉନ୍ନୟନ କମିଶନର ତଥା ୧୯୯୧ ବ୍ୟାଚ୍‌ ଆଇଏଏସ୍‌ ଅଫିସର୍‌ ଅନୁ ଗର୍ଗଙ୍କୁ ବୁଧବାର ଓଡ଼ିଶାର  ନୂଆ ମୁଖ୍ୟ ଶାସନ...

ବିବାଦରେ କରନ୍‌ଙ୍କ ଫିଲ୍ମ

ମୁମ୍ବାଇ: ବଲିଉଡର ଖ୍ୟାତନାମା ଫିଲ୍ମ ନିର୍ମାତା ଭାବେ ପରିଚିତ କରନ୍‌ ଜୋହର। ତାଙ୍କ କମ୍ପାନୀ ଧର୍ମା ପ୍ରଡକ୍ସନ ବ୍ୟାନରରେ ନିର୍ମିତ ଅନେକ ଫିଲ୍ମ ରେକର୍ଡ କରିଛି। ଏପରିକି...

ଆଜିଠୁ ବଢ଼ିବ ଶୀତ, ଘନ କୁହୁଡ଼ି

ଭୁବନେଶ୍ୱର, ୨୫ା୧୨(ବନ୍ଦନା ସେଠୀ): ରାଜ୍ୟରେ ସର୍ୱନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି ଜନଜୀବନକୁ...

ଓ୍ବେଷ୍ଟ କାର୍ବି ଆଙ୍ଗ୍‌ଲଙ୍ଗରେ ଦଙ୍ଗା

ଗୁଆହାଟୀ,୨୫ା୧୨: ଆସାମର ଓ୍ବେଷ୍ଟ କାର୍ବି ଆଙ୍ଗ୍‌ଲଙ୍ଗ ଜିଲାରେ ମଙ୍ଗଳବାର କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଉତ୍ତେଜନା ଜାରି ରହିଛି। ବିକ୍ଷୋଭକାରୀମାନେ ଦଙ୍ଗା ସୃଷ୍ଟି କରିବା ସହ ବହୁ...

ଆମେରିକାରେ ବେଆଇନ ଅନୁପ୍ରବେଶ: ୩୦ ଭାରତୀୟ ଗିରଫ

ନ୍ୟୁୟର୍କ,୨୫ା୧୨: ଆମେରିକାରେ ବେଆଇନ ଭାବେ ଅନୁପ୍ରବେଶ କରିବା ଅଭିଯୋଗରେ ସେଠାକାର ସୀମା ପାଟ୍ରୋଲ ଏଜେଣ୍ଟମାନେ ୩୦ ଭାରତୀୟ ନାଗରିକଙ୍କୁ ଗିରଫ କରିଛନ୍ତି। ଗିରଫ ଭାରତୀୟମାନେ କମର୍ସିଆଲ...

‘ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା’କୁ ଅନୁମୋଦନ

ଭୁବନେଶ୍ୱର,୨୫।୧୨(ରବିନାରାୟଣ ଜେନା): ରାଜ୍ୟର ବରପୁତ୍ରମାନଙ୍କୁ କିଭଳି ସବୁବେଳେ ସମ୍ମାନ ମିଳିବ ସେନେଇ ରାଜ୍ୟ ସରକାର ପ୍ରାଥମିକତା ଦେଇଛନ୍ତି। ଏହାକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁଷ୍ଠିତ...

ଜାନୁଆରୀ ୧୦ ସୁଦ୍ଧା ସବୁ ଜିଲାରେ ଧାନକିଣା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୫ା୧୧ (ରବିନାରାୟଣ ଜେନା): ଜାନୁଆରୀ ୧୦ ତାରିଖ ସୁଦ୍ଧା ସବୁ ଜିଲାରେ ଧାନ ସଂଗ୍ରହ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ଧାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri