Posted inଫୁରସତ

ବିଶ୍ୱକୁ ଭୟ ‘ସାର୍ସ’ ସଂକ୍ରମଣ

ଫୁସ୍‌ଫୁସରେ  ଗୁରୁତର ପ୍ରଦାହକୁ ‘ସାର୍ସ’ (ସିଭିୟର ଆକ୍ୟୁଟ ରେସିପିରେଟୋରି ସିଣ୍ଡ୍ରୋମ୍‌ )କୁହାଯାଏ। ଭୂତାଣୁ ସଂକ୍ରମଣରୁ ଏହା ହୋଇଥାଏ। ଅଧିକ ଜ୍ୱର, କାଶ ଓ ମୁଣ୍ଡବିନ୍ଧା ହୁଏ। ବାନ୍ତି ଲାଗେ। ପ୍ରତିବର୍ଷ ଶୀତଦିନେ ଚାଇନା, କୋରିଆ ଓ ମଧ୍ୟପ୍ରାଚ୍ୟ ଦେଶରେ ଏହା ମହାମାରୀ ରୂପ ନିଏ। ମଧ୍ୟ ଚାଇନାରେ ଗତ ଦୁଇସପ୍ତାହ ମଧ୍ୟରେ ୫୯ ଜଣ ଆକ୍ରାନ୍ତ ହୋଇଛନ୍ତି। ୧୫ ଜଣଙ୍କ କଫରେ ଏହି ଭୂତାଣୁ ଚିହ୍ନଟ ହୋଇଛି। ୨୦୦୦ ମସିହାରେ ଠିକ୍‌ ସେହି ସ୍ଥାନରେ ‘ସାର୍ସ ’ ମହାମାରୀ ଦେଖାଦେଇଥିଲା। ଏହା ସମୟକ୍ରମେ ଦକ୍ଷିଣ-ପୂର୍ବ ଏସିଆ ଓ ୟୁରୋପ ମହାଦେଶକୁ ପରିବ୍ୟାପ୍ତ ହୋଇ ଅନେକ ରୋଗୀଙ୍କ ମୃତ୍ୟୁ ହେଲା। ଏହା ଭୂତାଣୁଜନିତ ନିମୋନିଆ ରୋଗ। ଜୀବାଣୁ ଦ୍ୱାରା ହେଉଥିବା ନିମୋନିଆ ଆଣ୍ଟିବାୟୋଟିକ ସେବନ ଦ୍ୱାରା ଆରୋଗ୍ୟ ହୁଏ, କିନ୍ତୁ ଭୂତାଣୁ ନିମୋନିଆର ଠିକ୍‌ ଚିକିତ୍ସା ଏଯାବତ ଉପଲବ୍ଧ ହୋଇପାରିନାହିଁ।
‘ସାର୍ସ’ ରୋଗର ଲକ୍ଷଣ ଇନ୍‌ଫ୍ଲୁଏଞ୍ଜା କିମ୍ବା ଶର୍ଦ୍ଦି ରୋଗ ସହିତ ସମାନ। ସାମାନ୍ୟ ଜ୍ୱର, କାଶ, ମୁଣ୍ଡବିନ୍ଧା ଓ ଥଣ୍ଡାରୁ ଏହା ଆରମ୍ଭ ହୁଏ। ଚାରି ପାଞ୍ଚଦିନ ମଧ୍ୟରେ ଜ୍ୱର ପ୍ରକୋପ ବଢ଼ି ନିମୋନିଆ ଲକ୍ଷଣ ପ୍ରକାଶ ପାଏ। ନିଃଶ୍ୱାସ ନେବାରେ କଷ୍ଟ ହୁଏ। ଭୂତାଣୁ ଶରୀରରେ ପ୍ରବେଶ କରିବାର ୭ରୁ ୧୦ ଦିନ ମଧ୍ୟରେ ରୋଗର ଲକ୍ଷଣ ପ୍ରକାଶ ପାଏ। ‘ସାର୍ସ’ ଭୂତାଣୁ କାଶ, ଛିଙ୍କ, ନିଃଶ୍ୱାସ ଓ କଫର ବିନ୍ଦୁ ସଂକ୍ରମଣ ଦ୍ୱାରା ପ୍ରସାରିତ ହୁଏ। ରୋଗୀର ପରିବାର ସଦସ୍ୟ, ଡାକ୍ତର, ନର୍ସ ଓ ପରିଚାରକମାନେ ସହଜରେ ଆକ୍ରାନ୍ତ ହୁଅନ୍ତି। ସଫଳ ଚିକିତ୍ସା କଲେ ଦୁଇ ସପ୍ତାହ ବେଳକୁ ରୋଗୀ ଭଲ ହୋଇଯାଏ। କିନ୍ତୁ ପୀଡିତଙ୍କ ମଧ୍ୟରୁ ତିନି ପ୍ରତିଶତ ରୋଗୀଙ୍କର ମୃତ୍ୟୁହୁଏ। ସଂକ୍ରମଣ ଅଞ୍ଚଳକୁ ନ ଯାଇ ରୋଗୀ ସାନ୍ନିଧ୍ୟରୁ ନିବୃତ୍ତ ରହିଲେ ସଂକ୍ରମଣ ସମ୍ଭାବନା ହ୍ରାସ ପାଏ। ଲକ୍ଷଣକୁ ଦେଖି ଚିକିତ୍ସା କରିବା ଏକମାତ୍ର ଉପାୟ। ଏହି ରୋଗରେ ନିଃଶ୍ୱାସ ଅବରୁଦ୍ଧ ହେଲେ ଅମ୍ଳଜାନ ଦିଆଯାଏ। କମ୍‌ ସମୟ ବ୍ୟବଧାନରେ ଏହି ରୋଗ ବହୁଳ ପ୍ରସାରିତ ହୁଏ।
୧୯୬୦ ମସିହାରେ ‘ସାର୍ସ’ ଭୂତାଣୁ ପ୍ରଥମେ ନାକର ପାଣିରୁ ଚିହ୍ନଟ ହେଲା। ଶୀତଋତୁରେ ଏହାର ପ୍ରାଦୁର୍ଭାବ ବେଶି। ଏହା ଏକ ପ୍ରକାର ‘କରୋନା’ ଭୂତାଣୁ। ୨୦୦୩ ମସିହାରେ ପୋଷା ଜୀବ ଓ ପକ୍ଷୀମାନଙ୍କ ଦେହରେ ଏହା ଦେଖିବାକୁ ମିଳିଥିଲା। ବିଶ୍ୱ ସ୍ବାସ୍ଥ୍ୟ ସଂସ୍ଥା ତଥ୍ୟ ଅନୁଯାୟୀ ଏଥିରେ ୮୦୦୦ ବ୍ୟକ୍ତି ସଂକ୍ରମିତ ହୋଇଥିଲେ ଓ ୧୦ ଶତାଂଶଙ୍କର ମୃତ୍ୟୁ ଘଟିଥିଲା। ପରେ ପ୍ରାଣୀମାନଙ୍କ ଦ୍ୱାରା ମଣିଷମାନେ ବି ରୋଗଗ୍ରସ୍ତ ହେଲେ। ‘କରୋନା’ ଭୂତାଣୁ ବାଦୁଡ଼ିଠାରୁ ମଣିଷକୁ ସଂକ୍ରମିତ କରେ। ୨୦୧୯ ଡ଼ିସେମ୍ବରରେ ଏହା କେନ୍ଦ୍ରୀୟ ଚାଇନାରେ ମହାମାରୀ ଆକାର ଧାରଣ କରିବା ପରେ ଏବେ ଦକ୍ଷିଣ-ପୂର୍ବ ଏସିଆ ଦେଶଗୁଡ଼ିକୁ ଏହା ପ୍ରସାରିତ ହେବାର ଆଶଙ୍କା ରହିଛି। ବିଭିନ୍ନ ଦେଶ ମଧ୍ୟରେ ଯୋଗାଯୋଗ ବ୍ୟବସ୍ଥା ଉନ୍ନତ ହେବା ଦ୍ୱାରା ପ୍ରତିଦିନ ହଜାର ହଜାର ଲୋକ ବିଭିନ୍ନ ଦେଶକୁ ଯିବାଆସିବା କରୁଛନ୍ତି। ତେଣୁ ମହାମାରୀ ବିଶ୍ୱବ୍ୟାପି ଦେଖାଦେବାର ଆଶଙ୍କା ରହିଛି। ସରକାର ଗଣମାଧ୍ୟମ ଦ୍ୱାରା ଜନସଚେନତା ସୃଷ୍ଟି କରି ଏହାର ପ୍ରତିରୋଧ କରିବା ଆବଶ୍ୟକ।


Enter your email to get our daily news in your inbox.

All Right Reserved By Dharitri.Com

ଯୁବପିଢ଼ିଙ୍କ ମଧ୍ୟରେ କ୍ରୀଡ଼ା ପ୍ରତି ଆଗ୍ରହ: ବିଜୟୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର

କର୍ଲାମୁଣ୍ଡା, ୨୯।୮ (ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଯୋରାଡବରାସ୍ଥିତ ରାଧାମାଧବ ଯୁବକ ସଂଘ ପକ୍ଷରୁ ଶନିବାର ଜାତୀୟ କ୍ରୀଡ଼ା ଦିବସ ପାଳିତ ହୋଇଯାଇଛି।…

ରାଜସ୍ବ ଆଦାୟରେ ଆଗୁଆ, ସୁରକ୍ଷା ଦିଗରେ ପଛୁଆ: ଆରଟିଓଙ୍କ ପାଖରେ ସୂଚନା ମିଳୁନି, କିରାଣି ସର୍ବେସବା, ବୈଠକରେ ସୀମିତ

ଭବାନୀପାଟଣା,୨୯।୮(ଉତ୍ତମ କୁମାର ଦାଶ): ଜିଲା ସ୍ତରରେ ସଡ଼କ ଦୁର୍ଘଟଣା ରୋକିବା ଏବଂ ଯାତାୟତ ବ୍ୟବସ୍ଥାର ସୁଧାର ପାଇଁ ଜିଲା ସ୍ତରରେ ଏକ ସଡ଼କ ସୁରକ୍ଷା ସମିତି କମିଟି…

ଗାଧୋଇବା ବେଳେ ନଦୀରେ ବୁଡ଼ି ନାବାଳିକାଙ୍କ ମୃତ୍ୟୁ

ପଟ୍ଟାମୁଣ୍ଡାଇ, ୨୯/୮ (କଳ୍ପତରୁ ନାୟକ): ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଅନ୍ତର୍ଗତ ତନୂପୁର ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବ୍ରାହ୍ମଣୀ ନଦୀର ଶାଖା ନାଳରେ ଗାଧୋଇବା ସମୟରେ…

ରୋଷେଇ ଘରେ ବିଷ? ଏଭରେଷ୍ଟ ହିଙ୍ଗୁ ଉପରେ FSSAIର ବ୍ୟାନ୍, ୩ ମସଲା ନେଇ ସାମ୍ନାକୁ ଆସିଲା ବଡ଼ ଜାଲିଆତି!

ନୂଆଦିଲ୍ଲୀ,୨୯।୮: ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ (FSSAI) ଗ୍ରାହକଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ଦୃଷ୍ଟିରେ ରଖି ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ପ୍ରସିଦ୍ଧ ମସଲା…

ବହୁ ଚର୍ଚ୍ଚିତ ସୁଧୀର ପାତ୍ର ଅପହରଣ, ହତ୍ୟା ମାମଲା: ଅଭିଯୁକ୍ତ ତୁଷାରଙ୍କ ଜାମିନ ଖାରଜ

ବ୍ରହ୍ମପୁର,୨୯୮(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ଗୋପାଳପୁର ଥାନା ଅନ୍ତର୍ଗତ ସତ୍ୟ ନାରାୟଣପୁର ମୁଖ୍ୟ ରାସ୍ତାରେ ପ୍ଲଟ ବ୍ୟବସାୟୀ ସୁଧୀର କୁମାର୍‌ ପାତ୍ରଙ୍କୁ ଗତ ଏପ୍ରିଲ ୧୫…

NDAରେ ବଡ଼ ଫାଟ: କେନ୍ଦ୍ରମନ୍ତ୍ରୀଙ୍କ ଇସ୍ତଫା ମାଗିଲେ ଚିରାଗ ପାଶୱାନ, ଦିଲ୍ଲୀରେ ପଡିଲା ଚହଳ…

ନୂଆଦିଲ୍ଲୀ,୨୯।୮: NDAରେ ଦଳିତ ସଂରକ୍ଷଣକୁ ନେଇ ଫାଟ ସ୍ପଷ୍ଟ ଦେଖାଯାଉଛି। ଲୋକ ଜନଶକ୍ତି ପାର୍ଟି (ରାମବିଲାସ) ର ମୁଖ୍ୟ କେନ୍ଦ୍ରମନ୍ତ୍ରୀ ଚିରାଗ ପାଶୱାନ, ମୋଦି କ୍ୟାବିନେଟରେ ଥିବା…

ରାକ୍ଷୀ ପୂର୍ଣ୍ଣିମା ପାଇଁ ବାପଘରକୁ ଆସିଥିଲେ: ମାଟି କାନ୍ଥ ଭୁଶୁଡ଼ି ଶିଶୁ ସମେତ ୩ ଗୁରୁତର

ବାରିପଦା, ୨୯।୮ (ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ ଅନ୍ତର୍ଗତ ପଟିସାରି ଗ୍ରାମପଞ୍ଚାୟତର ଜଡ଼ିପଦା ଗାଁରେ ମାଟି କାନ୍ଥ ଭୁଶୁଡ଼ି ଶିଶୁ ସମେତ ୩…

ଗଣତନ୍ତ୍ରକୁ ସଶକ୍ତ କରିବା ପାଇଁ ଯୁବପିଢ଼ିଙ୍କୁ ଆହ୍ବାନ: ସଚେତନ ନାଗରିକ ହେବାକୁ ଛାତ୍ରୀଛାତ୍ରଙ୍କ ଶପଥ

ଭଞ୍ଜନଗର,୨୯ା୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଅନ୍ତର୍ଗତ ପିଏମ ସରକାରୀ ଉଚ୍ଚ ବିଦ୍ୟାଳୟ, ମୁଜାଗଡ଼ ଏବଂ କବିସମ୍ରାଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, କୁଲାଡ଼ରେ ନିର୍ବାଚନ ସାକ୍ଷରତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri