ଜାତୀୟ ରାଜପଥରେ ଲାଗିବ ସିସି କ୍ୟାମେରା; ଛତ୍ରପୁର, ହଳଦିଆପଦରରେ କଣ୍ଟ୍ରୋଲ ରୁମ୍‌

ଛତ୍ରପୁର,୩୦ା୯(ଡି.ଏନ.ଏ.)- ଗଞ୍ଜାମ ଜିଲା ଦେଇ ଯାଇଥିବା ଜାତୀୟ ରାଜପଥର ବିଭିନ୍ନ ଛକରେ ସିସି କ୍ୟାମେରା ଲାଗିବ। ଏହାର ମନିଟରିଂ ପାଇଁ ଛତ୍ରପୁର ଓ ହଳଦିଆପଦରଠାରେ କଣ୍ଟୋ୍ରଲ ରୁମ୍‌ ରହିବ। ରବିବାର ଛତ୍ରପୁରସ୍ଥିତ ଜିଲାପାଳଙ୍କ ସମ୍ମିଳନୀ ଗୃହରେ ଅନୁଷ୍ଠିତ ଜିଲା ସଡ଼କ ପରିବହନ କମିଟି ବୈଠକରେ ଏହି ନିଷ୍ପତ୍ତିି ହୋଇଛି। ପରିବହନ ଓ ସ୍ଥାନୀୟ ପୋଲିସର ପରାମର୍ଶ ନେଇ ଏହି କାର୍ଯ୍ୟ ତ୍ୱରାନ୍ବିତ କରିବାକୁ ଏନ୍‌ଏଚଏଆଇ ପିଡିଙ୍କୁ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ନିର୍ଦ୍ଦେଶ ଦେଇଛନ୍ତି। ସିସି କ୍ୟାମେରା ଫୁଟେଜରୁ ବେପାରୁଆ ଗାଡି ଚାଳନା ଓ ଟ୍ରାଫିକ୍‌ ନିୟମ ଉଲ୍ଲଂଘନକାରୀଙ୍କ ସମ୍ପର୍କରେ ଜାଣିହେବ ଏବଂ ପରେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଜାତୀୟ ରାଜପଥରେ ବୁଲୁଥିବା ଗୋରୁଙ୍କୁ ପ୍ରଶାସନ ପକ୍ଷରୁ ଧରାଯିବ ବୋଲି ସୂଚନା ମିଳିଛି। ସେହିପରି ଖଲ୍ଲିକୋଟ ଘାଟିରେ ବଟି ଆଦାୟ ହେଉଥିବା ଅଭିଯୋଗ ହେଉଛି। ସେଠାରେ ନିୟମିତ ପୋଲିସ ପାଟ୍ରୋଲିଂ କରିବ। ଉକ୍ତ ଘାଟିର ଅନ୍ଧାର ସ୍ଥାନରେ ସୌରଚାଳିତ ଷ୍ଟ୍ରିଟ୍‌ ଲାଇଟ୍‌ ଲଗାଯିବ। ହଳଦିଆପଦରଠାରେ ପୂର୍ବ ନିଷ୍ପତ୍ତିି ଅନୁସାରେ ଏନଏଚ୍‌ଏଆଇ ନିର୍ମାଣ କାର୍ଯ୍ୟ କରି ନ ଥିବାରୁ ଜିଲାପାଳ ତାଗିଦ୍‌ କରିଥିଲେ। ଜାତୀୟ ରାଜପଥ ପାର୍ଶ୍ୱରେ ଘରୋଇ ଜମି ଚିହ୍ନଟ କରି ସେଠାରେ ପାର୍କିଂ କରିବାକୁ ଟ୍ରକ୍‌ ଆସୋସିଏଶନକୁ ଜିଲାପାଳ କହିଥିଲେ। ବ୍ରହ୍ମପୁର ସହରରେ ପୂର୍ବ ନିଷ୍ପତ୍ତି ପ୍ରକାରେ ଷ୍ଟପେଜରେ ବସ ନ ରଖିଲେ ଜରିମାନା ଆଦାୟ କରାଯିବ। ଜିଲାର ସମସ୍ତ କଲେଜରେ ଡ୍ରାଇଭିଂ ଲାଇସେନ୍ସ ପାଇଁ କ୍ୟାମ୍ପ କରାଯିବ ବୋଲି ସ୍ଥିର ହୋଇଛି। ହେଲମେଟ୍‌ ନ ପିନ୍ଧି ଛାତ୍ରୀଛାତ୍ର କଲେଜକୁ ଗଲେ ପ୍ରିନ୍ସପାଲ ଦାୟୀ ରହିବେ ା ୨ ଚକିଆ ଗାଡି ଚଳାଉଥିବା ସମସ୍ତ ସରକାରୀ କର୍ମଚାରୀ ହେଲମେଟ୍‌ ପିନ୍ଧି ଆସିବେ ା ଏଥିରେ ଖିଲାପ କଲେ ଆଇନ୍‌ ଅନୁଯାୟୀ ଜରିମାନା ଆଦାୟ ହେବ ା ଅଗଷ୍ଟ ମାସରେ ଦୁର୍ଘଟଣାରେ ୪୯ ଜଣଙ୍କର ମୃତ୍ୟୁ ହୋଇଛି ା ଗତ ୮ ମାସ ମଧ୍ୟରେ ବିଭିନ୍ନ ସ୍ଥାନରେ ୫୧୮ ଦୁର୍ଘଟଣା ଘଟିଥିଲା। ଏଥିରେ ୨୮୦ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ଦିଆଯାଇଥିଲା। ବୈଠକରେ ଗଞ୍ଜାମ ଏସପି ବ୍ରିଜେଶ କୁମାର ରଏ, ବ୍ରହ୍ମପୁର ମହାନଗର ନିଗମ କମିଶନର ଚକ୍ରବର୍ତ୍ତୀ ସିଂ ରାଠୋର, ବ୍ରହ୍ମପୁର ଉପଜିଲାପାଳ ସିନ୍ଧେ ଦତାତ୍ରେୟ ଭାଉସାହେବ, ଛତ୍ରପୁର ଉପଜିଲପାଳ ପ୍ରିୟ ରଞ୍ଜନ ପୃଷ୍ଟି, ଆରଟିଓ ସଞ୍ଜୟ ବିଶ୍ୱାଳ, ଜିଲା ମୁଖ୍ୟ ଚିକିସତ୍ାଧିକାରୀ ଡା. ବିଜୟ ପାଣିଗ୍ରାହୀ, ଜିଲା ଶିକ୍ଷା ଅଧିକାରୀ ସନାତନ ପଣ୍ଡା, ଛତ୍ରପୁର ଏସଡିପିଓ ଉକତ୍ତ୍ଳ କେଶରୀ ଦାସ, ବ୍ରହ୍ମପୁର ଟ୍ରାଫିକ୍‌ ଡିଏସ୍‌ପି ରାମକୃଷ୍ଣ ପତି, କମିଟିର ସଦସ୍ୟ ଅନୀଲ ପାଢୀ ଓ ବସନ୍ତ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri