ଜାତୀୟ ମହିଳା ଆୟୋଗ ସଦସ୍ୟଙ୍କ କନ୍ଧମାଳ ଗସ୍ତ

ଫୁଲବାଣୀ ଅଫିସ,୧୫ା୯-ଜାତୀୟ ମହିଳା ଆୟୋଗ ସଦସ୍ୟ ଚନ୍ଦ୍ରମୁଖୀ ଦେବୀ କନ୍ଧମାଳ ଗସ୍ତରେ ଆସି ମହିଳାମାନଙ୍କ ବିଭିନ୍ନ ସମସ୍ୟା ଉପରେ ଅବଗତ ହେବା ସହ ସମୀକ୍ଷା କରିଛନ୍ତି। ଶନିବାର ଜିଲାପାଳଙ୍କ ସଦ୍‌ଭାବନା ସଭାଗୃହରେ ଅନୁଷ୍ଠିତ ବୈଠକରେ ସମାଜରେ ଲିଙ୍ଗଗତ ଭେଦଭାବ ଦୂର କରିବା, ବାଳିକା ଶିକ୍ଷା ବ୍ୟବସ୍ଥା ସୁଦୃଢ଼ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ସେହିପରି ମହିଳାମାନଙ୍କ ଉନ୍ନତି ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ଉପରେ ଅବଗତ କରାଇଥିଲେ। ୨୦୧୩ ରୁ ୧୯ ଅଗଷ୍ଟ ଶେଷ ସୁଦ୍ଧା ବିଭିନ୍ନ ପ୍ରକାର ଯୌନ ଶୋଷଣର ଶିକାର ହୋଇଥିବା ୨୦୬ ମହିଳାଙ୍କୁ ୮୫ ଲକ୍ଷ ୫୨ ହଜାର ଟଙ୍କାର କ୍ଷତିପୂରଣ ଦିଆଯାଇଛି। ବାଲିଗୁଡ଼ାସ୍ଥିତ ଆଦିମ ଜାତି ଦେବ ସଂଘ ଏବଂ ଜି.ଉଦୟଗିରି ସ୍ଥିତ ସୁଭଦ୍ରା ମହତାବ ସେବା ସଦନରେ କାର୍ଯ୍ୟକାରୀ ହେଉଥିବା ସ୍ବଧାର ଗୃହରେ ଯଥାକ୍ରମେ ୩୦ ଓ ୨୩ ଜଣ ଅନ୍ତେବାସିନୀ ରହୁଛନ୍ତି। ସେମାନଙ୍କ ମଧ୍ୟରୁ ବାଲିଗୁଡ଼ାରେ ୧୧ ଜଣ ଓ ଜି.ଉଦୟଗିରିରେ ୫ ଜଣ ୧୮ ବର୍ଷରୁ କମ୍‌ ବୟସ୍କ ଅଛନ୍ତି। ଏମାନଙ୍କ ଜୀବନଯାପନ, ସୁରକ୍ଷା ସମେତ ବୃତିଗତ ଦକ୍ଷତା ବିକାଶ ପାଇଁ ଜିଲା ପ୍ରଶାସନ ଦ୍ୱାରା ଗ୍ରହଣ କରାଯାଇଥିବା ବହୁବିଧ ପଦକ୍ଷେପ ସମ୍ପର୍କରେ ସଦସ୍ୟାଙ୍କୁ ଅବଗତ କରାଯାଇଥିଲା। ଦୀନଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଲ ଯୋଜନା, ଓର୍‌ମାସ୍‌ ଏବଂ ସମନ୍ବିତ ଜରିଆରେ ବାଲିଗୁଡ଼ା, ଜି.ଉଦୟଗିରି ସ୍ଥିତ ସ୍ବଧାର ଗୃହରୁ ଚଳିତ ବର୍ଷ ଯଥାକ୍ରମେ ୧୧ ଓ ୨୫ ଜଣ କର୍ମସଂସ୍ଥାନ ପାଇଥିବାରୁ ସଦସ୍ୟା ସନ୍ତୋଷ ବ୍ୟକ୍ତ କରିଥିଲେ। ଯୌନ ଉପତ୍ୀଡ଼ନର ଶୀକାର ହେଉଥିବା ମହିଳାମାନଙ୍କୁ ସୁରକ୍ଷା ଓ ସେବା ଯୋଗାଇ ଦେବା ପାଇଁ ଏସ୍‌ପିଙ୍କ କାର୍ଯ୍ୟାଳୟରେ କାର୍ଯ୍ୟକାରୀ ହେଉଥିବା ମହିଳା ଓ ଶିଶୁ ଡେସ୍କ, ଜିଲା ମୁଖ୍ୟ ଚିକିତ୍ସାଳୟରେ ଖୋଲାଯାଇଥିବା ସଖୀ କେନ୍ଦ୍ରର ସମସ୍ତ ଦିଗ ଓ ଆନୁସଙ୍ଗିକ ବ୍ୟବସ୍ଥା ସମ୍ପର୍କରେ ମଧ୍ୟ ସଦସ୍ୟା ଦେବୀ ପଚାରି ବୁଝିଥିଲେ। ଜିଲାରେ ବତ୍ତର୍ର୍ମାନ ସୁଦ୍ଧା ୧୪ ହଜାର ୭୨୧ ଟି ମହିଳା ସ୍ବୟଂ ସହାୟିକା ଗୋଷ୍ଠୀରେ ୧ ଲକ୍ଷ ୬୬ ହଜାର ୧୫୫ ଜଣ ସଦସ୍ୟା ରହିଛନ୍ତ। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମରେ ସେମାନଙ୍କୁ ଅଂଶୀଦାର କରାଯାଇଛି। ଏତଦ୍‌ବ୍ୟତୀତ ଜୀବନ ଜୀବିକାର ଉନ୍ନତି ଲାଗି ଛତୁଚାଷ, ମତ୍ସ୍ୟଚାଷ, ଛେଳି ଓ କୁକୁଡ଼ା ପାଳନ, ଖାଦ୍ୟ ପ୍ରକ୍ରୀୟାକରଣ ଆଦି ଉପରେ ବୈଷୟିକ ଜ୍ଞାନ କୌଶଳ ପ୍ରଦାନ କରାଯାଉଛି। ସେମାନଙ୍କ ଦ୍ୱାରା ଉପତ୍ାଦିତ ସାମଗ୍ରୀର ବଜାର ବ୍ୟବସ୍ଥା ଉପଲବ୍ଧ କରାଯାଇଛି ବୋଲି ବୈଠକରେ କୁହା ଯାଇଥିଲା। ସେହିପରି ବାଳିକା ବିଦ୍ୟାଳୟ, କନ୍ୟାଶ୍ରମ, ଛାତ୍ରୀନିବାସ ଏବଂ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ସମ୍ପର୍କୀତ ସବିଶେଷ ତଥ୍ୟ ସଦସ୍ୟା ଦେବୀଙ୍କୁ ଦିଆଯାଇଥିଲା।
ଅକ୍ଟୋବର ୨ରେ ଅନୁଷ୍ଠିତ ହେବାକୁ ଥିବା ସ୍ବତନ୍ତ୍ର ଗ୍ରାମ ସଭାରେ ସ୍ଥାନୀୟ ଅଞ୍ଚଳର ଦକ୍ଷତା ଥିବା ମହିଳାମାନଙ୍କୁ ନିମନ୍ତ୍ରଣ କରି ସେମାନଙ୍କୁ ରୋଲ୍‌ ମଡ଼େଲ୍‌ ଭାବେ ଉପସ୍ଥାପିତ କରିବା, ବାଲ୍ୟ ବିବାହକୁ ବନ୍ଦ କରିବା ଦିଗରେ ପଞ୍ଚାୟତ ସମିତି ବୈଠକରେ ପଦକ୍ଷେପ ନେବା, ପଞ୍ଚାୟତ କାର୍ଯ୍ୟଳୟର ବାହାର କାନ୍ଥରେ ଏବଂ ବିଦ୍ୟାଳୟରେ ମହିଳାଙ୍କ ଅଧିକାର ଓ ସେମାନଙ୍କ ପାଇଁ ଆବଶ୍ୟକୀୟ ତଥ୍ୟ ସମ୍ବଳିତ ୱାଲ୍‌ ପେଣ୍ଟିଂ କରିବା, ହୋର୍ଡ଼ିଂ ପ୍ରଦର୍ଶନ କରିବାକୁ ସେ ପରାମର୍ଶ ଦେଇଥିଲେ। ବୈଠକରେ ଜିଲାପାଳ ଡା. ବୃନ୍ଦା ଡି., ଏସ୍‌ପି ପ୍ରତୀକ ଗୀତା ସିଂ, ରାଜ୍ୟ ମହିଳା ଆୟୋଗର ବରିଷ୍ଠ କ୍ଷେତ୍ର ଅଧିକାରିଣୀ ବିଜୟା ବେରୁଆଙ୍କ ସମେତ ବିଭିନ୍ନ ବିଭାଗର ଜିଲାସ୍ତରୀୟ ପଦାଧିକାରୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

‘ଆମ ଆଙ୍ଗୁଠି ଏବେବି ଟ୍ରିଗର ଉପରେ ଅଛି…’, ପାକିସ୍ତାନରେ ଆମେରିକା ସହିତ ବୈଠକ ପୂର୍ବରୁ ଇସ୍ରାଏଲକୁ ଖୋଲା ଧମକ ଦେଇଛି ଇରାନ

ତେହରାନ,୯।୪: ଶୁକ୍ରବାର (୧୦ ଏପ୍ରିଲ) ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ହେବାକୁ ଯାଉଛି। ଏହା ପୂର୍ବରୁ, ଇରାନ ଇସ୍ରାଏଲକୁ ଏକ ଧମକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri