Posted inଖେଳ

ଜାତୀୟ ଦିବାରାତ୍ର ଭଲିବଲ ୧୬ରୁ

ଭୁବନେଶ୍ୱର, ୧୨।୧୧(କ୍ରୀଡ଼ା ପ୍ରତିନିଧି)-
ଲିଙ୍ଗରାଜ ସ୍ପୋଟର୍‌ସ ଆସୋସିଏଶନ ଆନୁକୂଲ୍ୟରେ ଚଳିତମାସ ୧୬ ଓ ୧୭ ତାରିଖ ଦୁଇଦିନଧରି ଦ୍ୱାଦଶ ଜାତୀୟ ଦିବାରାତ୍ର ଭଲିବଲ ଟୁର୍ନାମେଣ୍ଟ ଲିଙ୍ଗରାଜ ବିହାର ପୋଖରୀପୁଟଠାରେ ଅନୁଷ୍ଠିତ ହେବ। ଏଥିରେ ରାଜ୍ୟର ୨ଟି ଦଳ ଭୁବନେଶ୍ୱର ସ୍ପୋଟର୍‌ସ ହଷ୍ଟେଲ ଓ ରାଉରକେଲା ରାଇଜିଂ କ୍ଲବ ବ୍ୟତୀତ ରାଜ୍ୟ ବାହାରର ଆନ୍ଧ୍ର ପ୍ରଦେଶ, ଇଷ୍ଟର୍ନ ରେଲଓ୍ବେ, ଡିଏଲଡବଲ୍ୟୁ ବାରଣାସୀ, ତାମିଲନାଡ଼ୁ ସ୍ପୋଟର୍‌ସ ହଷ୍ଟେଲ ଭାଗନେବେ। ପ୍ରତିଯୋଗିତାର ଚାମ୍ପିୟନ ଦଳକୁ ଟ୍ରଫି ସହ ୧୫,୦୦୦ ଓ ରନର୍ସଅପ୍‌ ଦଳକୁ ୧୦,୦୦୦ଟଙ୍କା ପ୍ରଦାନ କରାଯିବ। ଏହା ବ୍ୟତୀତ ସମସ୍ତ ବିଭାଗର ଶ୍ରେଷ୍ଠ ଖେଳାଳିଙ୍କୁ ପୁରସ୍କୃତ କରାଯିବ। ପ୍ରଥମ ଦିବସରେ ୪ଟି ଲିଗ୍‌ ମ୍ୟାଚ ଏବଂ ଦ୍ୱିତୀୟ ଦିବସରେ ୨ଟି ଲିଗ୍‌ ସହିତ ସେମିଫାଇନାଲ ଓ ଫାଇନାଲ ଅନୁଷ୍ଠିତ ହେବ ବୋଲି ସୋମବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଆୟୋଜକମାନେ ସୂଚନା ଦେଇଛନ୍ତି। ଏହି ଅବସରରେ ପ୍ରତିଯୋଗିତାର ଟ୍ରଫି ଉନ୍ମୋଚିତ ହୋଇଥିଲା। ଆସୋସିଏଶନ ସଭାପତି ବାବୁ ସିଂ ଓ ସମ୍ପାଦକ ରଜତ ତ୍ରିପାଠୀ ଉପସ୍ଥିତ ରହି ଟୁର୍ନାମେଣ୍ଟ ସମ୍ପର୍କରେ ସୂଚନା ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆସୋସିଏଶନର କର୍ମକର୍ତ୍ତା ସୁବାସ ମିଶ୍ର, ସଞ୍ଜୟ ଦାଶ, ନିହାର ମହାନ୍ତି, ସୀତାକାନ୍ତ ନନ୍ଦ, ମାନଭଞ୍ଜନ ସାହୁ, ଅଭିମନ୍ୟୁ ପ୍ରଧାନ, ଅଭିରାନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଗମ୍ଭୀର-ଅଗରକରଙ୍କ BOSS ହେବେ VVS ଲକ୍ଷ୍ମଣ! ପ୍ରଥମ ଥର ଭାରତୀୟ କ୍ରିକେଟରେ ବଡ଼ ପରିବର୍ତ୍ତନ…

ନୂଆଦିଲ୍ଲୀ,୧୪।୮ : ଆଗାମୀ ଦିନରେ ଭାରତୀୟ କ୍ରିକେଟ୍‌ରେ ଏକ ବଡ଼ଧରଣର ପରିବର୍ତ୍ତନ ଦେଖିବାକୁ ମିଳିବ। ଏଯାବତ୍‌ ବୋର୍ଡର କ୍ରିକେଟ୍‌ ସମ୍ବନ୍ଧୀୟ ସମସ୍ତ ବଡ଼ ନିଷ୍ପତ୍ତି ସଭାପତି ଏବଂ…

ଭିଭିଏସ ଲକ୍ଷ୍ମଣଙ୍କୁ ଗୌତମ ଗମ୍ଭୀରଙ୍କ ଠାରୁ ମଧ୍ୟ ଉଚ୍ଚ ପଦବୀ ପ୍ରଦାନ କରିବ ବିସିସିଆଇ, ଜାଣନ୍ତୁ କ’ଣ ଏହି…

ନୂଆଦିଲ୍ଲୀ,୧୪।୮: ବିସିସିଆଇ ପୂର୍ବତନ ଷ୍ଟାଇଲିସ ଭାରତୀୟ ବ୍ୟାଟ୍ସମ୍ୟାନ ଏବଂ ସେଣ୍ଟର ଅଫ ଏକ୍ସିଲେନ୍ସ (COE)ର ବର୍ତ୍ତମାନର ମୁଖ୍ୟ – ଭିଭିଏସ ଲକ୍ଷ୍ମଣଙ୍କୁ କ୍ରିକେଟ ନିର୍ଦ୍ଦେଶକ ଭାବରେ ନିଯୁକ୍ତ…

MIର ହେଡ କୋଚ ହେବେ ରୋହିତ ଶର୍ମା! ଆଉ ବିରାଟ…ହଇଚଇ ସୃଷ୍ଟି କଲା ଅଶ୍ୱିନଙ୍କ ଭବିଷ୍ୟବାଣୀ

ନୂଆଦିଲ୍ଲୀ, ୧୪।୮: ରୋହିତ ଶର୍ମା ଏବଂ ବିରାଟ କୋହଲି ନିଜ ଦିନିକିଆ କ୍ରିକେଟ କ୍ୟାରିୟରର ଶେଷ ପର୍ଯ୍ୟାୟରେ ପହଞ୍ଚିଛନ୍ତି। ୨୦୨୭ ବିଶ୍ୱକପ ଖେଳିବା ପରେ ଉଭୟ ଅବସର…

ଭାରତୀୟ ଖେଲାଳିଙ୍କୁ ଅଲ୍ଟିମେଟମ ଦେଲେ ଗମ୍ଭୀର: ଶେଷ ସୁଯୋଗ…

ଗାଲେ,୧୪।୮:୧୫ ଅଗଷ୍ଟରୁ ଆରମ୍ଭ ହେଉଥିବା ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ ପାଇଁ ପ୍ଲେଇଂ ଇଲେଭେନ ସମ୍ପର୍କରେ ଭାରତୀୟ ଦଳ ମଧ୍ୟରେ ବିଚାର ବିମର୍ଶ ଚାଲିଛି। ଅଧିନାୟକ ଶୁବମନ…

ଖେଳାଳିଙ୍କ ଝଗଡ଼ାରେ କ୍ରିକେଟ କୋଚ୍‌ଙ୍କ ମୃତ୍ୟୁ: ଖେଳିଗଲା ଶୋକର ଛାୟା

କଲମ୍ବୋ,୧୪ା୮(ପିଟି): ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ କୁଶାଲ ମେଣ୍ଡିସଙ୍କୁ ପିଲାଦିନେ ମେଣ୍ଟର କରିଥିବା ୬୨ ବର୍ଷୀୟ କୋଚ୍‌ ସୁମିତ ଫର୍ନାଣ୍ଡୋ ଏକ ସ୍କୁଲ ମ୍ୟାଚ୍‌ ବେଳେ ଖେଳାଳିଙ୍କ ଝଗଡ଼ାରେ…

ଗାଲେ ଟେଷ୍ଟ ପୂର୍ବରୁ କୋଚ୍‌ଙ୍କ ବଡ଼ ବୟାନ, ଏହି ୩ ସ୍ପିନର ଦଳରେ ହୋଇପାରନ୍ତି ସାମିଲ

ଗାଲେ,୧୩ା୮: ଶନିବାରଠାରୁ ଶ୍ରୀଲଙ୍କା ବିପକ୍ଷରେ ଖେଳାଯିବାକୁ ଥିବା ପ୍ରଥମ ଟେଷ୍ଟ କ୍ରିକେଟ ମ୍ୟାଚ୍‌ ଲାଗି ଭାରତୀୟ ଦଳରେ ୩ ବାମହାତୀ ସ୍ପିନରଙ୍କୁ ସାମିଲ କରାଯାଇପାରେ। ଏ ନେଇ…

କାହିଁକି ଭାଜପାରେ ସାମିଲ ହେଲେ ହରଭଜନ? ନିଜେ କହିଲେ ଏହା ପଛ ବଡ଼ କାରଣ

ନୂଆଦିଲ୍ଲୀ,୧୩।୮: ହରଭଜନ ସିଂହ ଅଭିଯୋଗ କରିଛନ୍ତି ଯେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ରୀଡ଼ାକୁ ପ୍ରୋତ୍ସାହନ ଦେବାରେ କୌଣସି ଆଗ୍ରହ ଦେଖାଇ ନଥିଲେ ଏବଂ ତାଙ୍କୁ କେବେ ନିଯୁକ୍ତି ମଧ୍ୟ…

ଗମ୍ଭୀରଙ୍କୁ ନେଇ ଏଭଳି କହିଦେଲେ ହରଭଜନ ସିଂ, ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ,୧୩।୮: ଗୌତମ ଗମ୍ଭୀରଙ୍କୁ ନେଇ ପୂର୍ବତନ ଭାରତୀୟ ସ୍ପିନର୍ ହରଭଜନ ସିଂ ଏକ ବଡ଼ ବୟାନ ଦେଇଛନ୍ତି । ହରଭଜନଙ୍କ କହିବାନୁଯାୟୀ, ସେ ଯେଉଁ ଗୌତମ ଗମ୍ଭୀରଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri