ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରସଙ୍ଗ

ନିକଟରେ ୬୬ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷିତ ହୋଇଛି। ଏ ବର୍ଷ କୌଣସି ଓଡ଼ିଆ ଚଳଚ୍ଚିତ୍ର ଏହି ପୁରସ୍କାର ପାଇବାକୁ ସକ୍ଷମ ହୋଇନାହିଁ। ଆର୍ଥତ୍କ ସମସ୍ୟା ସତ୍ତ୍ୱେ କେତେକ ପ୍ରଯୋଜକ ଓଡ଼ିଆ ସିନେମା ନିର୍ମାଣ କରିବାକୁ ଆଗଭର ହେଉଛନ୍ତି। ସେମାନଙ୍କ ସଂଖ୍ୟା ମଧ୍ୟ ଆଙ୍ଗୁଠି ଅଗରେ ଗଣି ହୋଇଯାଉଛି। ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ ଏ ନେଇ ଚିନ୍ତା କରିବାର ସମୟ ଆସିଛି। ପୂର୍ବରୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ଗୋଟିଏ କିମ୍ବା ଦୁଇଟି ଓଡ଼ିଆ ଚଳଚ୍ଚିତ୍ର ଭାଗ ନେଉଥିଲେ। କିନ୍ତୁ ଆଞ୍ଚଳିକ ଭାଷାରେ ନିର୍ମିତ ତଥା ଜାତୀୟ ଚଳଚ୍ଚିତ୍ର ପୁରସ୍କାର ତାଲିକାଭୁକ୍ତ ଏପରି ସିନେମା ମଧ୍ୟରୁ ମାତ୍ର ଗୋଟିଏ ଚଳଚ୍ଚିତ୍ରକୁ ପୁରସ୍କାର ଦିଆଯାଉଥିଲା। ସେତେବେଳେ କ୍ୱଚିତ ନିର୍ଦ୍ଦେଶକ ଏପରି ସିନେମା ନିର୍ମାଣ ପାଇଁ କାର୍ଯ୍ୟ କରୁଥିଲେ।
ଓଡ଼ିଶାରୁ ଭଲ ସିନେମାର ନିର୍ଦ୍ଦେଶକ ଭାବରେ ନୀରଦ ମହାପାତ୍ର, ମନମୋହନ ମହାପାତ୍ର, ଗୌର ପ୍ରସାଦ ଘୋଷ, ପ୍ରଫୁଲ୍ଲ ମହାନ୍ତି, ସାଗିର ଅହମ୍ମଦ, ମୃଣାଳ ସେନ୍‌, ଅପୂର୍ବ କିଶୋର ବୀର, ସାଧୁ ମେହେର, ବିପ୍ଳବ ରାୟ ଚୌଧୁରୀ, ରାଜୁ ମିଶ୍ର, ସୁଶାନ୍ତ ମିଶ୍ର, ପ୍ରଣବ ଦାସ, ଘନଶ୍ୟାମ ମହାପାତ୍ର, ଶାନ୍ତନୁ ମିଶ୍ର, ପ୍ରଶାନ୍ତ ନନ୍ଦ, ଗୌରୀ ଶଙ୍କର ଦାସ, ସୁବାସ ଦାସ, ସବ୍ୟସାଚୀ ମହାପାତ୍ର, ହିମାଂଶୁ ଖଟୁଆ, ଦିଲ୍ଲୀପ ପଟ୍ଟନାୟକ, ଗଦାଦର ପୁଟ୍ଟି, ଚକ୍ରଧର ସାହୁ, ସମ୍ବିତ ମହାପାତ୍ର ପ୍ରମୁଖ କାମ କରିଛନ୍ତି। ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ କେବଳ ଭଲ ଭଲ ହିନ୍ଦୀ ସିନେମା ନୁହେଁ ତେଲୁଗୁ, ତାମିଲ, ବଙ୍ଗଳା ଆଦି ପ୍ରାନ୍ତୀୟ ଭାଷାରେ ନିର୍ମିତ ପୁରସ୍କାର ଜୁରୀ ସଦସ୍ୟଙ୍କୁ ପ୍ରଭାବିତ କରିଛି। ସେପରି ପରିବେଶରେ ଓଡ଼ିଆ ନିର୍ଦ୍ଦେଶକଙ୍କ ଦ୍ୱାରା ନିର୍ଦ୍ଦେଶିତ ସିନେମା ସେମାନଙ୍କ ଦ୍ୱାରା ପ୍ରଶଂସିତ ହୋଇ ପୁରସ୍କୃତ ମଧ୍ୟ ହୋଇଛି। ଭଲ ସିନେମାଟିଏ ନିର୍ମାଣ କଲେ ତାହା ପୁରସ୍କାର ପାଇଁ କେତେ ହକ୍‌ଦାର ତାହା କହିବା ବାହୁଲ୍ୟ। ଭଲ ସିନେମାଟିଏ ନିର୍ମାଣ ନ କରି ନିଷ୍ପତ୍ତିକୁ ଦାୟୀ କରିବା ଠିକ୍‌ ନୁହେଁ। ଓଡ଼ିଆ ଚଳଚ୍ଚିତ୍ର ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ଭାଗ ନେବା ପାଇଁ ଯେଉଁ ଭିତ୍ତିଭୂମି ଦରକାର ତାହା ଆମେ କରୁନାହୁଁ। କେବଳ କାମଚଳା ସିନେମାଟିଏ ନିର୍ମାଣ କଲେ ଚଳିବ ନାହିଁ, ତାହାର ନିର୍ମାଣଶୈଳୀ ଏପରି ହେବା ଦରକାର ଯାହା ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇପାରିବ। ସାମ୍ପ୍ରତିକ ଘଟଣାକୁ ନେଇ ସିନେମାଟିଏ ପ୍ରସ୍ତୁତ କଲେ କ୍ଷତି କ’ଣ ? ଏଣୁତେଣୁ କାହାଣୀ ଚୟନ କରିବା ଅପେକ୍ଷା ଏପରି କାହାଣୀର ପ୍ରଭାବ ନିଶ୍ଚୟ ଅଧିକ ରହିବ। ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରତିଯୋଗିତାରେ ଭାଗ ନେଉଥିବା ଓଡ଼ିଆ ଚଳଚ୍ଚିତ୍ରଗୁଡ଼ିକ ପ୍ରାୟ ପ୍ରେକ୍ଷାଳୟରେ ପ୍ରଦର୍ଶିତ ହୁଏନାହିଁ। ହେଲେ କେତେକ ପ୍ରଯୋଜକ ଏପରି ଚଳଚ୍ଚିତ୍ରକୁ ପ୍ରେକ୍ଷାଳୟରେ ପ୍ରଦର୍ଶିତ କରିବାର ନଜିର ରହିଛି।
ନୀରଦ ମହାପାତ୍ରଙ୍କ ‘ମାୟା ମିରିଗ’, ବିପ୍ଳବ ଚୌଧୁରୀଙ୍କ ‘ଚିଲିକା ତୀରେ’, ଇତି ସାମନ୍ତଙ୍କ ପ୍ରଯୋଜିତ ଏବଂ ହିମାଂଶୁ ଖଟୁଆଙ୍କ ନିର୍ଦ୍ଦେଶିତ ‘କଥାନ୍ତର’ ଏବଂ ‘କ୍ରାନ୍ତିଧାରା’, ଗଦାଧର ପୁଟ୍ଟିଙ୍କ ‘ପୂଜା ପାଇଁ ଫୁଲଟିଏ’, ଅକ୍ଷୟ କୁମାର ପରିଜାଙ୍କ ପ୍ରଯୋଜିତ ଏବଂ ପ୍ରଶାନ୍ତ ନନ୍ଦଙ୍କ ନିର୍ଦ୍ଦେଶିତ ‘ଜୀଅନ୍ତା ଭୂତ’ ଏବଂ ସବ୍ୟସାଚୀ ମହାପାତ୍ରଙ୍କ ନିର୍ଦ୍ଦେଶିତ ‘ଶଲାବୁଢ଼ା’ ଆଦି ଅନ୍ତର୍ଭୁକ୍ତ।
ଓଡ଼ିଆ ଚଳଚ୍ଚିତ୍ରରେ ଓଡ଼ିଆ ନିର୍ଦ୍ଦେଶକ ମାନଙ୍କ ମଧ୍ୟରେ କ୍ୱଚିତ ନିର୍ଦ୍ଦେଶକ ଭଲ ସିନେମା ପ୍ରତି ଦରଦ ଥିଲେ ମଧ୍ୟ ସେମାନେ ଅର୍ଥାଭାବରୁ ନୀରବତା ଅବଲମ୍ବନ କରୁଛନ୍ତି। ତେଣୁ ଭଲ ଓଡ଼ିଆ ସିନେମାଟିଏ ପ୍ରସ୍ତୁତ ହୋଇପାରୁନାହିଁ ତା’ ନୁହେଁ, ସେଗୁଡିକ ମଧ୍ୟ ଚଳଚ୍ଚିତ୍ର ପ୍ରତିଯୋଗିତାରେ ପ୍ରଭାବଶାଳୀ ଭୂମିକା ଗ୍ରହଣ କରିପାରୁନାହିଁ। ଅଜୟ ରାଉତଙ୍କ ‘ହ୍ୟାଲୋ ଆର୍ସି’କୁ ଦେଖିବା ପରେ ଜୁରୀ ଅଧ୍ୟକ୍ଷ ତଥା ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ସୁଖ୍ୟାତି ଅର୍ଜନ କରିଥିବା ନିର୍ଦ୍ଦେଶକ ଶେଖର କପୁର ବେଶ୍‌ ପ୍ରଶଂସା କରିଥିଲେ। ଜାତୀୟ ପୁରସ୍କାରର ମର୍ଯ୍ୟାଦା ରହିଛି। ଜାତୀୟ ସ୍ତରରେ ପାର୍ଶ୍ୱ ଅଭିନେତ୍ରୀ ଭାବରେ ମଞ୍ଜୁଳା କୁଅଁର ‘ଭଙ୍ଗା ସିଲଟ’ ଚଳଚ୍ଚିତ୍ର ପାଇଁ ପୁରସ୍କୃତ ହୋଇଥିଲେ। ସେହି ବର୍ଷ ସଂସ୍କୃତ ଭାଷାରେ ନିର୍ମିତ ଚଳଚ୍ଚିତ୍ର ତଥା ଜେ.ଭି. ଆୟାରଙ୍କ ‘ଆଦି ଶଙ୍କରାଚାର୍ଯ୍ୟ’କୁ ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ମିଳିଥିଲା। ଜୁରୀମାନଙ୍କ ନିଷ୍ପତ୍ତିକୁ ସମ୍ମାନ ଦେବା ବଡ଼ କଥା। ପାସ୍‌-ଫେଲ୍‌କୁ ହିସାବ ନ କରି ଏପରି ଓଡ଼ିଆ ସିନେମାଟିଏ ନିର୍ମାଣ କରାଯାଉ, ଯାହା ଜାତୀୟ ସ୍ତରରେ ବେଶ୍‌ ପ୍ରଶଂସିତ ହେବା ସହ ସଫଳତା ହାସଲ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri