ଜାଗରରେ ଝଲସିବ ଶ୍ରୀଲିଙ୍ଗରାଜ କ୍ଷେତ୍ର: ରାତି ୧୦ଟାରେ ଉଠିବ ମହାଦୀପ

ପୁରୁଣା ଭୁବନେଶ୍ୱର,୧୮।୨(ଡି.ଏନ୍‌.ଏ.): ଆସନ୍ତା ୨୧ତାରିଖ ତଥା ଶୁକ୍ରବାର ମହାଶିବରାତ୍ରି। ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଜାଗରଯାତ୍ରା ତଥା ମହାଶିବରାତ୍ରି ଉପଲକ୍ଷେ ସୋମବାର ସନ୍ଧ୍ୟାରେ କମିଶନରେଟ ପୋଲିସ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଦକ୍ଷିଣେଶ୍ୱରୀ ମଣ୍ଡପଠାରେ ଥିବା ଶ୍ରୀ ଲିଙ୍ଗରାଜ ଥାନାର ନୂତନ ପ୍ରେକ୍ଷାଳୟଠାରେ ଆୟୋଜିତ ବୈଠକରେ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ଅଧ୍ୟକ୍ଷତା କରିଥିଲେ। ବୈଠକରେ ପ୍ରମୁଖ ନିଯୋଗ କର୍ମକର୍ତ୍ତା, ସାମାଜିକ କର୍ମୀ, ବୁଦ୍ଧିଜୀବୀମାନେ ଯୋଗଦେଇ ମତ ରଖିଥିଲେ। ପୁରୀ ଶ୍ରୀମନ୍ଦିର ଭଳି ଜାଗରରେ ଶ୍ରୀଲିଙ୍ଗରାଜ କ୍ଷେତ୍ର ଆଲୋକୀକରଣ କରାଯିବା ସହ ଝଲସିବ। ରାତି ୧୦ଟାରେ ମହାଦୀପ ଉଠିବ। ଏହା ସହ ୨୪ଘଣ୍ଟିଆ ପୋଲିସ ଫୋର୍ସ ମୁତୟନ ଏବଂ ପୋଲିସ ନିୟନ୍ତ୍ରଣ କକ୍ଷ ରହିବ। ମନ୍ଦିର ବାହାରେ ସମ୍ବେଦନଶୀଳ ସ୍ଥାନମାନଙ୍କରେ ସିସି କ୍ୟାମେରା ଲଗାଯିବ ବୋଲି କମିଶନର ଷଡ଼ଙ୍ଗୀ କହିଥିଲେ। ଭିଡ଼ରେ ଲୁଟେରାଙ୍କ ପ୍ରତି ଶ୍ରଦ୍ଧାଳୁମାନେ ଅନାବଶ୍ୟକ ଅଳଙ୍କାର ପରିଧାନ ନ କରିବାକୁ ଅନୁରୋଧ କରିଥିଲେ। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଲିଙ୍ଗରାଜ ଥାନା ଅଧିକାରୀ ଶରତ ଚନ୍ଦ୍ର ପାତ୍ର, ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ଦାସ, ଏ.ଡି.ଏମ. ପ୍ରଫୁଲ ସ୍ବାଇଁ, ପୂର୍ବତନ କର୍ପୋରେଟର ପ୍ରମୋଦ ମହାପାତ୍ର, ରଜେନ୍ଦ୍ର ସମର୍ଥା, ବିରଞ୍ଚି ନାରାୟଣ ମହାସୁପକାର, କମଳାକାନ୍ତ ବଡୁ, ନାରୀ ନେତ୍ରୀ ରଶ୍ମି ମହାପାତ୍ର ଏବଂ ପୋଲିସ ଅଧିକାରୀମାନେ ଉପସ୍ଥିତ ଥିଲେ।

୩ ଥାକିଆ ୧୪ ପାର୍କିଂ ସ୍ଥଳ

ଟ୍ରାଫିକ୍‌ ନୟନ୍ତ୍ରଣ ନେଇ ଟ୍ରାଫିକ୍‌ ଡିସିପି ସାଗରିକା ନାଥ କହିଛନ୍ତି ଯେ, ଜାଗରରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଆଗମନକୁ ନେଇ ଟ୍ରାଫିକ୍‌ ନକ୍ସା ପ୍ରସ୍ତୁତ କରାଯାଇଛି। ନୂତନ ଭାବେ ମନ୍ଦିର ସମ୍ମୁଖ ଉଚ୍ଛେଦ ସହ ନିର୍ମାଣ ହୋଇଥିବା ୩ ଥାକିଆ ବିଶିଷ୍ଟ ପାର୍କିଂ ସ୍ଥଳକୁ ନେଇ ପ୍ରାୟ ୧୪ଟି ପାର୍କିଂ ସ୍ଥଳ ଚିହ୍ନଟ କରାଯାଇଛି। ଏଥିରେ ୩, ୪ଚକିଆ ଯାନ ସହ ବାଇକ୍‌ଗୁଡ଼ିକ ପାର୍କିଂ ହୋଇପାରିବ। ଗ୍ୟାରେଜ ଛକ, ମାଉସୀମା’ ଛକ, ସାମନ୍ତରାପୁର, କେଦାରଗୌରୀ ଛକରୁ ନୋ ଏଣ୍ଟ୍ରିଜୋନ ହେବା ସହ ମନ୍ଦିର ରାସ୍ତାରେ ଭାରିଯାନ ନିଷେଧ କରାଯିବ। ଲୋକମାନଙ୍କୁ ସୂଚନା ଦେବାପାଇଁ ବିଭିନ୍ନ ସ୍ଥାନରେ ଟ୍ରାଫିକ୍‌ ପୋଲିସ ମୁତୟନ କରାଯିବ।

ଦର୍ଶନ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା

ଶିବରାତ୍ରିରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଆଗମନରେ ଶ୍ରୀଜୀଉଙ୍କ ଦର୍ଶନପାଇଁ ଭିଡ଼ ଉପୁଜିବା ସ୍ବଭାବିକ। ଭକ୍ତ ଏବଂ ବିଭିନ୍ନ ଅଧିକାରୀଙ୍କ ଦର୍ଶନକୁ ଶୃଙ୍ଖଳିତ କରିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି। ଉତ୍ତରଦ୍ୱାର ଦେଇ ସେବାୟତ, ସେବାୟତଙ୍କ ସମ୍ପକୀୟ, ଦକ୍ଷିଣ ଦ୍ୱାର ଦେଇ ଭି.ଆଇ.ପି ଏବଂ ଭି.ଭି.ଆଇ.ପି., ଅନ୍ୟ ଅଧିକାରୀମାନେ ଏବଂ ସିଂହଦ୍ୱାର ଦେଇ ସର୍ବସାଧାରଣ ଭକ୍ତଙ୍କପାଇଁ ଦର୍ଶନ ବ୍ୟବସ୍ଥା କରାଯାଇଛି ବୋଲି ଡିସିପି. ଅନୁପ ସାହୁ ସୂଚନା ଦେଇଛନ୍ତି। ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ବୈଠକରେ ଯୋଗଦେଇ ମତ ରଖିବା ସହ ଗହଳିରେ ଷଣ୍ଢଙ୍କ ପ୍ରବେଶ ପଥରେ ରୋକ ଲଗାଇବାପାଇଁ ବିଏମ୍‌ସି ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପବିତ୍ର ଅକ୍ଷୟ ତୃତୀୟାରେ ପାଳନ ହେବ କବିସୂର୍ଯ୍ୟଙ୍କ ଶ୍ରାଦ୍ଧୋତ୍ସବ

ଦିଗପହଣ୍ଡି,୧୨ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ଅଧ୍ୟକ୍ଷଙ୍କ ପ୍ରକୋଷ୍ଠରେ ରବିବାର ମଧ୍ୟାହ୍ନରେ ଦିଗପହଣ୍ଡିସ୍ଥିତ କବିସୂର୍ଯ୍ୟ ସ୍ମୃତି ପରିଷଦ ପକ୍ଷରୁ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି।…

୩୦୦ ୟୁନିଟ ମାଗଣା ବିଜୁଳି, ୭୮ହଜାର ଟଙ୍କାର ସବସିଡି; ଜାଣନ୍ତୁ କେମିତି ଉଠାଇବେ ଏହି ସରକାରୀ ଯୋଜନାର ଲାଭ…

ନୂଆଦିଲ୍‌ଲୀ,୧୨।୪: ମାଗଣା ବିଦ୍ୟୁତ ଯୋଜନା ଅଧୀନରେ, ସରକାର ସ୍ଥାପିତ ସୌର ପ୍ୟାନେଲର କ୍ଷମତା (kW) ଉପରେ ଆଧାର କରି ସବସିଡି ପ୍ରଦାନ କରନ୍ତି। 1 kW ସିଷ୍ଟମ…

ଚଳନ୍ତା ଟ୍ରେନରେ ଚଢ଼ିବା ପ୍ରୟାସ ପଡ଼ିଲା ମହଙ୍ଗା, ସିସିଟିଭିରେ କଏଦ ହେଲା ମୃତ୍ୟୁର Live Video

ଭୋପାଳ,୧୨।୪: ମଧ୍ୟପ୍ରଦେଶର ରତଲାମ ରେଳ ଷ୍ଟେସନରେ ଚଳନ୍ତା ଟ୍ରେନରେ ଚଢ଼ିବାକୁ ଚେଷ୍ଟା କରିବା ସମୟରେ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି । ଟ୍ରେନରେ ଫସିବା ପରେ, ସେ…

ଇରାନ-ଆମେରିକା ଆଲୋଚନା ବିଫଳ, ଆସିଲା ନେତାନ୍ୟାହୁଙ୍କ ପ୍ରଥମ ପ୍ରତିକ୍ରିୟା, ଜାଣନ୍ତୁ କ’ଣ କହିଛନ୍ତି

ତେହରାନ,୧୨।୪: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିଛନ୍ତି ଯେ ଇରାନ ବିରୁଦ୍ଧରେ ଆରମ୍ଭ ହୋଇଥିବା ଅଭିଯାନ ବହୁଳ ଭାବରେ ସଫଳ ହୋଇଛି। ସେ ଦାବି କରିଛନ୍ତି ଯେ…

ପାଳନ ହେବ ଐତିହାସିକ ଜମ୍ବୁ ଦ୍ୱୀପ ମହୋତ୍ସବ: ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୁଲୁକିବ ଅଞ୍ଚଳ

ମହାକାଳପଡ଼ା, ୧୨ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀ ପୀଠରେ ଦୁଇ ଦିନ ପରେ ପଣା ସଂକ୍ରାନ୍ତି ଝାମୁଯାତ୍ରା ଅନୁଷ୍ଠିତ…

ବଦଳିଲା Xର ମନିଟାଇଜେସନ୍ ନିୟମ, ଅଯଥା ପୋଷ୍ଟ କଲେ…..

ନୂଆଦିଲ୍ଲୀ,୧୨।୪: ସୋସିଆଲ ମିଡିଆ ପ୍ଲାଟଫର୍ମ X ଏହାର ମନିଟାଇଜେସନ ବ୍ୟବସ୍ଥାରେ ଏକ ବଡ଼ ପରିବର୍ତ୍ତନ କାର୍ଯ୍ୟକାରୀ କରିଛି । ନିମ୍ନ-ଗୁଣବତ୍ତା ଏବଂ କ୍ଲିକ୍ବେଟ୍ କଣ୍ଟେଣ୍ଟ ମାଧ୍ୟମରେ ପ୍ଲାଟଫର୍ମରେ…

ବଂଶଧାରା ଉପର ମୁଣ୍ଡରେ ଆନିକଟ ଦାବି କରି ଶପଥ ନେଲା ସୁରକ୍ଷା ସମିତି

ଗୁଣପୁର,୧୨ା୪(ସୁଜାତା ପାଢ଼ୀ): ବଂଶଧାରା ଉପର ମୁଣ୍ଡରେ ଆନିକଟ ଦାବି ନେଇ ଏକ ଅଭିନବ ଢଙ୍ଗରେ ନଦୀ ତଟବର୍ତ୍ତୀ ଗ୍ରାମ ଗଜପତି ଜିଲା ସାରା ଗ୍ରାମରେ ଜଳସଂକଳ୍ପ ଯାତ୍ରା…

ଡିଜେଲ-ATF ଉପରେ ରପ୍ତାନି ଶୁଳ୍କ ବୃଦ୍ଧି କଲେ କେନ୍ଦ୍ର ସରକାର, ବଢୁଛି ତୈଳ କମ୍ପାନୀଗୁଡ଼ିକ ଉପରେ ଚାପ

ନୂଆଦିଲ୍ଲୀ,୧୨।୪: କେନ୍ଦ୍ର ସରକାର ପେଟ୍ରୋଲ, ଡିଜେଲ ଏବଂ ବିମାନ ଇନ୍ଧନ ସମ୍ପର୍କରେ ଶନିବାର (୧୧ ଏପ୍ରିଲ, ୨୦୨୬) ଏକ ବଡ଼ ନିଷ୍ପତ୍ତି ଘୋଷଣା କରିଛନ୍ତି। ସରକାର ଡିଜେଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri