ଜାଗର ଦୀପରୁ ଲେଡିଜ୍‌ ହଷ୍ଟେଲରେ ଅଗ୍ନିକାଣ୍ଡ

ଭୁବନେଶ୍ୱର,୨୨।୨(ବ୍ୟୁରୋ): ନୟାପଲ୍ଲୀ ଥାନା ଅନ୍ତର୍ଗତ ସିଆର୍‌ପି ଛକ ନିକଟ ନୀଳକଣ୍ଠ ନଗରରେ ଥିବା ଶ୍ରୀଜଗନ୍ନାଥ ରେସିଡେନି୍ସ ନାମକ ଏକ ଲେଡିଜ ହଷ୍ଟେଲର ତୃତୀୟ ମହଲାରେ ଶୁକ୍ରବାର ସନ୍ଧ୍ୟାରେ ଅଗ୍ନିକାଣ୍ଡ ଘଟିଛି। ଠିକଣା ସମୟରେ ସ୍ଥାନୀୟ ଫାୟାର ଷ୍ଟେଶନ ଅଗ୍ନିଶମ ବାହିନୀର ୩ ଟିମ୍‌ ପହଞ୍ଚି ୩୦ ମିିନିଟର ପରିଶ୍ରମ କରିବା ପରେ ନିଆଁ ସମ୍ପୂର୍ଣ୍ଣ ରୂପେ ଆୟତ୍ତ ହୋଇଥିଲା। ଫଳରେ ଏକ ବଡ ବିପଦ ଟଳିଯାଇଥିଲା। ତେବେ ଅଗ୍ନିକାଣ୍ଡରେ ଅନ୍ତେବାସୀଙ୍କର ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର, ସାର୍ଟିଫିକେଟ, ବହି, ଆସବାବପତ୍ର ସମେତ ଅନ୍ୟାନ୍ୟ ସାମଗ୍ରୀ ଜଳିଯାଇଛି। ନିଆଁ ଲାଗିବା ଶୁଣି ଅନ୍ତେବାସୀମାନେ ଜୀବନବିକଳରେ ତୃତୀୟ ମହଲାରୁ ତଳକୁ ଦୌଡ଼ି ଆସିବାବେଳେ ୨ଜଣ ଆହତ ହୋଇଛନ୍ତି। ନୂଆପଲ୍ଲୀ ଥାନା ଅଧିକାରୀ ଅରୁଣ କୁମାର ସ୍ବାଇଁ ଘଟଣାସ୍ଥଳରେ ପହଞ୍ଚି ଘର ମାଲିକ ଶଚୀକାନ୍ତ ଜେନାଙ୍କୁ ପଚରାଉଚରା କରିଛନ୍ତି। ତୃତୀୟ ମହଲାର ଉକ୍ତ ରୁମରେ କେହି ଜାଗର ଦୀପ ଜାଳୁଥିବାବେଳେ ଅଗ୍ନିକାଣ୍ଡ ଘଟିଥିବା ଅଗ୍ନିଶମ କର୍ମଚାରୀ ସୂଚନା ଦେଇଛନ୍ତି।
ନୀଳକଣ୍ଠ ନଗରରେ ଶଚୀକାନ୍ତଙ୍କର ଶ୍ରୀଜଗନ୍ନାଥ ରେସିଡେନ୍ସି ନାମକ ଏକ ୪ ମହଲା ବିଶିଷ୍ଟ କୋଠା ରହିଛି। ଏଠାରେ ୧୦୦ରୁ ଊର୍ଦ୍ଧ୍ୱ ଛାତ୍ରୀ ଭଡ଼ାରେ ରହିଛନ୍ତି। ଛାତ୍ରୀମାନେ ବିଭିନ୍ନ କମ୍ପିଟିଟିଭ ପରୀକ୍ଷା ପାଇଁ କୋଚିଂ ନେଉଥିଲେ। ଶୁକ୍ରବାର ଜାଗର ପାଳିବା ପାଇଁ କେହି ରୁମ୍‌ର ତୃତୀୟ ମହଲାରେ ଦୀପ ଲଗାଇଥିଲେ। ସନ୍ଧ୍ୟା ପ୍ରାୟ ୬ଟା ୪୫ ବେଳକୁ ଉକ୍ତ ଦୀପରୁ ନିଆଁ ବ୍ୟାପି ଛାତ୍ରୀମାନଙ୍କ ପୋଷାକ, ବହି ଏବଂ ଆସବାବପତ୍ର ଜଳିବାକୁ ଆରମ୍ଭ କରିଥିଲା। ଛାତ୍ରୀମାନେ ଜୀବନ ବିକଳରେ ଚିତ୍କାର କରିବା ସହ ତଳକୁ ଦୌଡ଼ି ଥିଲେ। ତୃତୀୟ ମହଲରେ ନିଆଁ ଲାଗିବା ଶୁଣି ଅନ୍ୟମାନେ ମଧ୍ୟ ତଳକୁ ଦାୈଡିଥିଲେ। ସ୍ଥାନୀୟ ଯୁବକମାନେ ଏ ନେଇ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ୭ଟା ବେଳକୁ ଅଗ୍ନିଶମ ବାହିନୀ ଓ ପୋଲିସ ପହଞ୍ଚିଥିଲେ। ଅକ୍ଲାନ୍ତ ପରିଶ୍ରମ କରି ସେମାନେ ନିଆଁକୁ ସମ୍ପୂର୍ଣ୍ଣ ଭାବେ ଆୟତ୍ତ କରିଥିଲେ। ତେବେ ରୁମ୍‌ରେ ଥିବା ବିଭିନ୍ନ ସାର୍ଟିଫିକେଟ୍‌, ବହି, ପୋଷାକ ଏବଂ ଆସବାବପତ୍ର ଆଦି ଜଳି ନଷ୍ଟ ହୋଇଯାଇଥିବାରୁ ଛାତ୍ରୀମାନେ କାନ୍ଦୁଥିବା ଦେଖିବାକୁ ମିଳିଥିଲା। ଖବର ପାଇ କେତେଜଣ ଅଭିଭାବକ ପହଞ୍ଚି ନିଜ ପିଲାଙ୍କୁ ବୁଝାଶୁୁଝା କରିବା ସହ ସାଙ୍ଗରେ ଘରକୁ ନେଇଯାଇଥିଲେ। ହଷ୍ଟେଲରେ ଅଗ୍ନିନିର୍ବାପକ ଯନ୍ତ୍ର ନ ଥିବା ଅନ୍ତେବାସୀମାନେ ଅଭିଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯାତ୍ରାରେ ସୁଯୋଗ ପ୍ରତିଶ୍ରୁତି ଦେଇ ଯୁବତୀଙ୍କୁ ଗଣବଳାତ୍କାର, ବନ୍ଧା ହେଲେ ଯାତ୍ରାପାର୍ଟିର ୨ ମ୍ୟାନେଜର

ପଟ୍ଟାମୁଣ୍ଡାଇ,୩୦।୫ କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଅଞ୍ଚଳରୁ ଏକ ଲଜ୍ଜା ଜନକ ଘଟଣା ସାମ୍ନାକୁ ଆସିଛି। ଯାତ୍ରାପାର୍ଟିରେ ସୁଯୋଗ ଦେବାର ପ୍ରତିଶ୍ରୁତି ଦେଇ ଚଉଦକୁଲାଟ ଅଞ୍ଚଳର ଜଣେ ଯୁବତୀଙ୍କୁ ମୃଦୁପାନୀୟରେ…

୩ରୁ କୋରାପୁଟରେ ରବିଧାନ କିଣା ଆରମ୍ଭ

ଜୟପୁର,୩୦।୫(ପବନ ପାଣିଗ୍ରାହୀ): କୋରାପୁଟ ଜିଲାରେ ଆସନ୍ତା ଜୁନ ୩ରୁ ଚାଷୀଙ୍କ ଅମଳ ରବିଧାନ କ୍ରୟ ନେଇ ମଣ୍ଡି ଶୁଭାରମ୍ଭ ହେବ। ଏହା ପୂର୍ବରୁ ଶନିବାର ଜୟପୁର ଉପଖଣ୍ଡର…

ସିସିଟିଭିରେ ସେଲୋଟେପ୍ ଲଗାଇ ମୁଖ୍ୟ ଡାକ୍ତରଖାନାରୁ ଟିଭି ଚୋରି, ଆମ୍ବୁଲାନ୍ସ ଡ୍ରାଇଭର ଗିରଫ

ବରଗଡ଼,୩୦।୫(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସହର ଉପକଣ୍ଠ ଖେଦାପାଲି(ଟୁକୁର୍ଲା)ସ୍ଥିତ ଜିଲା ମୁଖ୍ୟ ଡାକ୍ତରଖାନାରୁ ଏଲ୍‌ଇଡି ଟିଭି ଚୋରି ଘଟଣାର ପର୍ଦ୍ଦାଫାଶ ହୋଇଛି। ଶନିବାର ଭଟଲି ଥାନା ପୋଲିସ ଏହି…

ଆକ୍ସନ ମୁଡ୍‌ରେ ଦାରିଙ୍ଗବାଡି ପୋଲିସ୍: ସପ୍ତାହରେ ଏକାଧିକ ଗାଡ଼ି ଜବତ, ନିୟମ ଖିଲାପକାରୀଙ୍କ ନିଦ ହଜାଇଲେ…

ଦାରିଙ୍ଗବାଡି, ୩୦।୫ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ପୋଲିସ ଏବେ ଆକ୍ସନ ମୁଡ୍‌ରେ। ଟ୍ରାଫିକ୍ ନିୟମ ଉଲ୍ଲଂଘନକାରୀ ଏବଂ ବେପରୁଆ ଗାଡ଼ି ଚାଳକଙ୍କ ବିରୋଧରେ ପୋଲିସ…

ଆଫଗାନ ଶରଣାର୍ଥୀଙ୍କୁ ନେଇଯାଉଥିବା ଟ୍ରକ୍‌ ଦୁର୍ଘଟଣା, ଆଉ ତା’ପରେ…

କାବୁଲ,୩୦ା୫: ପାକିସ୍ତାନରୁ ଆଫଗାନ୍‌ ଶରଶାର୍ଥୀମାନଙ୍କୁ ନେଇ ଯାଉଥିବା ଏକ ଟ୍ରକ୍‌ ଶନିବାର ପୂର୍ବ ଆଫଗାନିସ୍ତାନର ଜାତୀୟ ରାଜପଥରେ ଓଲଟିପଡ଼ି ଦୁର୍ଘଟଣଗ୍ରସ୍ତ ହୋଇଛି। ଫଳରେ ୨୨ଜଣଙ୍କ ମୃତ୍ୟୁ ଘଟିବା…

୩ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଶିବକୁମାର

ବେଙ୍ଗାଲୁରୁ,୩୦ା୫: କର୍ନାଟକ ପ୍ରଦେଶ କଂଗ୍ରେସ ସଭାପତି ଡି.କେ. ଶିବକୁମାର ଶନିବାର ବିଧାୟକ ଦଳ ନେତା ନିର୍ବାଚିତ ହୋଇଛନ୍ତି। ଜୁନ୍‌ ୩ରେ ସେ କର୍ନାଟକର ନୂଆ ମୁଖ୍ୟମନ୍ତ୍ରୀ ଭାବେ…

ତୁମୁଡିବନ୍ଧରେ କାଳବୈଶାଖୀର ଭୟଙ୍କର ତାଣ୍ଡବ: ପତ୍ର ଭଳି ଉଡ଼ିଲା ଆଜବେଷ୍ଟସ, ଭାଙ୍ଗିଲା ବିଦ୍ୟୁତ ଖୁଣ୍ଟ

ତୁମୁଡିବନ୍ଧ, ୩୦।୫ (ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ଅଞ୍ଚଳରେ କାଳବୈଶାଖୀର କରାଳ କୋପ ଦେଖିବାକୁ ମିଳିଛି। ଶନିବାର ସନ୍ଧ୍ୟା ପ୍ରାୟ ୫ଟା ୩୦…

ବରଗଡ଼ ଧନୁଯାତ୍ରା ତୋରଣ ଭାଙ୍ଗିବା ଘଟଣା: ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀଙ୍କ ବିରୋଧରେ ମାମଲା ରୁଜୁ

ବରଗଡ଼,୩୦।୫(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସହର ଥାନାଛକରେ ରହିଥିବା ଧନୁଯାତ୍ରାର ସ୍ଥାୟୀ ତୋରଣ ଭାଙ୍ଗିବା ଘଟଣାରେ ସ୍ଥାନୀୟ ଟାଉନ ଥାନା ପୋଲିସ୍‌ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ବରଗଡ଼ ପୌରାଧ୍ୟକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri