Posted inକଟକ

ଜଳିଗଲା ମେଟାଲ୍‌ ବୋଝେଇ ହାଇଓ୍ବା

ଖୁଣ୍ଟୁଣୀ,୧୮।୫(ଡି.ଏନ୍‌.ଏ.): ଖୁଣ୍ଟୁଣୀସ୍ଥିତ ରାଜା ଆଠଗଡ଼ ରେଳ ଷ୍ଟେଶନ ପାର୍ଶ୍ୱ ରେଲଓ୍ବ ସାଇଡିଂ ଉପରେ ସୋମବାର ଏକ ମେଟାଲ ବୋଝେଇ ୧୮ଚକିଆ ହାଇଓ୍ବା ବିଦ୍ୟୁତ୍‌ କରେଣ୍ଟ ଲାଗି ଜଳିଯାଇଛି। ଏହି ସମୟରେ ଡ୍ରାଇଭର ଜଣକ ଡେଇଁପଡ଼ିବାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି। ଖବରପାଇ ଆଠଗଡ଼ ଦମକଳ ବାହିନୀ ଆସି ନିଅଁାକୁ ଆୟତ୍ତ କରିଥିଲେ ମଧ୍ୟ ହାଇଓ୍ବାଟି ସମ୍ପୂର୍ଣ୍ଣ ଜଳିଯାଇଛି। ଢ଼େଙ୍କାନାଳ ଅଞ୍ଚଳରୁ ୬୦ ଟନ ମେଟାଲ ବୋଝେଇ କରି ସିଜି ୦୪ ଏମ୍‌ଜେ ୬୦୩୨ ନଂ ବିଶିଷ୍ଟ ଏହି ହାଇଓ୍ବାଟି ସୋମବାର ସକାଳେ ଖୁଣ୍ଟୁଣୀସ୍ଥିତ ରାଜ ଆଠଗଡ଼ ଷ୍ଟେଶନରେ ଥିବା ବାଲାଷ୍ଟ ସାଇଡିଂରେ ମେଟାଲ ଅନଲୋଡ କରୁଥିଲା। ଅନ୍‌ଲୋଡ ସାରି ହାଇଓ୍ବା ଚାଳକ ଡାଲା ନ ପକାଇ ନିଜ ଅସାବଧାନତାରୁ ଗାଡ଼ି ଷ୍ଟାର୍ଟ କରି ଆଗକୁ ଆଣୁଥିବାବେଳେ ଉପରେ ୨୫ହଜାର କିଲେ ଭୋଲଟ୍‌ ହାଇଟେନ୍‌ସନ ତାରରେ ଡାଲା ବାଜି ସଙ୍ଗେ ସଙ୍ଗେ ନିଅଁା ଲାଗି ଜଳିଯାଇଥିଲା। ସ୍ଥାନୀୟ ଲୋକେ ଦେଖି ଦମକଳ ବାହିନୀକୁ ଜଣାଇଥିଲେ। ହାଇଓ୍ବାଟିର ଡାଲାଟି ବିଦ୍ୟୁତ୍‌ ତାରରୁ ଗୋଟିଏ ମିଟର ବ୍ୟବଧାନରେ ଥିବାରୁ ହାଇଭୋଲଟେଜ ଥିବା କରେଣ୍ଟ ଟାଣି ନେଇଥିବା ଖୁଣ୍ଟୁଣୀ ଷ୍ଟେଶନର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inକଟକ View All

୪୮ ଘଣ୍ଟା ପାଇଁ ଧବଳେଶ୍ବର ପୀଠକୁ ଯିବା ମନା: ଲାଗିଲା ପ୍ରଶାସନିକ କଟକଣା

ଆଠଗଡ଼, ୩୦।୭: ଆଠଗଡ଼ର ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ବରଙ୍କ ପୀଠକୁ ଗୁରୁବାର ଅପରାହ୍ଣ ୪ଟାରୁ ପରବର୍ତ୍ତୀ ୪୮ ଘଣ୍ଟା ପାଇଁ ଶ୍ରଦ୍ଧାଳୁଙ୍କ ଯିବା ଆସିବା ସମ୍ପୂର୍ଣ୍ଣ ବାରଣ…

OSSTET-୨୦୨୬ ପରୀକ୍ଷା ତାରିଖ ଘୋଷଣା: ଏହିଦିନଠୁ ଆବେଦନ ପ୍ରକ୍ରିୟା ଆରମ୍ଭ!

କଟକ,୨୮।୭: ମାଧ୍ୟମିକ ଶିକ୍ଷା ବୋର୍ଡ (ବିଏସଇ), ଓଡ଼ିଶା ପକ୍ଷରୁ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଏସଏସଟିଇଟି)-୨୦୨୬ର ତାରିଖ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି। ବିଏସଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri