ଜଳବାୟୁ ପରିବର୍ତ୍ତନର ପ୍ରଭାବ: ରାଜ୍ୟରେ ଶୀତ ଦୁର୍ବଳ

ଭୁବନେଶ୍ୱର, ୫ା୧୨ (ବ୍ୟୁରୋ): କ।ର୍ତ୍ତିକ ଯାଇ ମାର୍ଗଶିର ମାସ ଶେଷ ହେବାକୁ ବସିଲାଣି। ଶୀତର ଦେଖା ନାହିଁ। କେବଳ ସହର ନୁହେଁ, ଗାଁ ଗଣ୍ଡାରେ ମଧ୍ୟ ଶୀତ ଏକ ପ୍ରକାର ହଜିଗଲାଣି। ଆଉ ହାଡ଼ଭଙ୍ଗା ଶୀତ ନାହିଁ। ସହରରେ ଏସି ଓ ଫ୍ୟାନ ନ ହେଲେ ଚଳୁ ନାହିଁ। ଗ୍ରାମାଞ୍ଚଳ ଅପେକ୍ଷା ସହରାଞ୍ଚଳରେ ସର୍ବନିମ୍ନ ତାପମାତ୍ରା ୪ରୁ ୫ ଡିଗ୍ରୀ ଉପରେ ରହୁଛି। ଜଳବାୟୁ ପରିବର୍ତ୍ତନ ଯୋଗୁ ଶୀତର ପ୍ରକୋପ ବେଳକୁ ବେଳ ଦୁର୍ବଳ ହୋଇଯାଉଥିବା ପାଣିପାଗ ବିଶେଷଜ୍ଞ ମତ ଦେଉଛନ୍ତି। ଚଳିତବର୍ଷ ଅଧିକ ବାତ୍ୟା ଯୋଗୁ ଜଳବାୟୁରେ ଅଚାନକ ପରିବର୍ତ୍ତନ ଲକ୍ଷ୍ୟ କରାଯାଉଛି। ଆରବ ସାଗରରେ ଲଗାତର ୩ଟି ବାତ୍ୟା ସୃଷ୍ଟି ହେବା ପରେ ପୁଣି ଏକ ବାତ୍ୟା ଲାକ୍ଷାଦ୍ୱୀପ ନିକଟରେ ଦାନା ବାନ୍ଧୁଛି। ଏହା ଡିପ୍ରେଶନରେ ପରିଣତ ହୋଇ ସାରିଲାଣି। ଅନ୍ୟ ପକ୍ଷରେ ବଙ୍ଗୋପସାଗରରେ ମଧ୍ୟ ୨ଟି ବାତ୍ୟା ହୋଇ ସାରିଲାଣି। ବାତ୍ୟା ଯୋଗୁ ଦେଶ ଭିତରକୁ ଜଳୀୟକଣା ବହୁମାତ୍ରାରେ ପ୍ରବେଶ କରୁଛି। ଏଥିଯୋଗୁ ତାପମାତ୍ରା ତଳକୁ ଖସିପାରୁ ନାହିଁ। ଗତ କିଛିବର୍ଷ ହେବ ଏଭଳି ପରିସ୍ଥିତି ଦେଖିବାକୁ ମିଳୁଛି। ଏଥିସହିତ କଳକାରଖାନା, ଯାନବାହନ ସଂଖ୍ୟା ବୃଦ୍ଧି, ସବୁଜ ବଳୟ ଧ୍ୱଂସ, ଅତିମାତ୍ରାରେ ଶୀତତାପ ନିୟନ୍ତ୍ରିତ ମେଶିନର ବ୍ୟବହାର, ବାୟୁମଣ୍ଡଳ ପ୍ରଦୂଷଣ ତାପାମାତ୍ରା ବୃଦ୍ଧିର ଅନ୍ୟ ପ୍ରମୁଖ କାରଣ ବୋଲି କୁହାଯାଉଛି।
ମିଳିଥିବା ସୂଚନା ଅନୁଯାୟୀ ଡିସେମ୍ବର ୪ ତାରିଖକୁ ଦେଖିଲେ ଦାରିଙ୍ଗିବାଡ଼ିର ସର୍ବନିମ୍ନ ତାପମାତ୍ରା ୨୦୧୮ରେ ୮ ଡିଗ୍ରୀ ସେଲସିୟସ ଥିବାବେଳେ ୨୦୧୯ରେ ୯.୫ ଡିଗ୍ରୀ ସେଲସିୟସ ରହିଛି। ମାତ୍ର ଭୁବନେଶ୍ୱରରେ ସର୍ବନିମ୍ନ ତାପମାତ୍ରା ଭୟଙ୍କର ଭାବେ ବୃଦ୍ଧି ଘଟୁଛି। ୨୦୧୮ ଡିସେମ୍ବର ୪ରେ ଭୁବନେଶ୍ୱରର ସର୍ବନିମ୍ନ ତାପମାତ୍ରା ୧୫.୧ ଡିଗ୍ରୀ ସେଲସିୟସ ରହିଥିବାବେଳେ ବୁଧବାର ୧୮ ଡିଗ୍ରୀ ଉପରେ ରହିଛି। ଏହି ସମୟରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ହାରାହାରି ୧୪ ଡିଗ୍ରୀ ସେଲସିୟସ ରହିବା ସ୍ଥଳେ ଚଳିତ ବର୍ଷ ୧୮ରୁ ୧୯ ଡିଗ୍ରୀ ସେଲସିୟସ ରହିଛି। କହିବାକୁ ଗଲେ ଗତ କିଛିବର୍ଷ ହେବ ରାଜ୍ୟର ବିଭିନ୍ନ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ନଭେମ୍ବରରୁ ଡିସେମ୍ବର ମଧ୍ୟରେ ୩ରୁ ୪ ଡିଗ୍ରୀ ସେଲସିୟସ ପାର୍ଥକ୍ୟ ରହୁଛି। ଗତବର୍ଷ ଏହି ସମୟ ମଧ୍ୟରେ ରାଜ୍ୟକୁ ଶୀତ ପ୍ରବାହ ଆରମ୍ଭ ହୋଇଯାଇଥିବା ବେଳେ ଚଳିତବର୍ଷ ଏ ପର୍ଯ୍ୟନ୍ତ ଉତ୍ତର ଦିଗରୁ ଥଣ୍ଡା ବାୟୁ ପ୍ରବାହ ଆରମ୍ଭ ହୋଇନାହିଁ। ଏଥିସହିତ ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ସାମୁଦ୍ରିକ ଝଡ଼ ମଧ୍ୟ ଜଳବାୟୁ ଉପରେ ପ୍ରଭାବ ପକାଉଛି। ଗତ ୪୦ ବର୍ଷର ରେକର୍ଡ ଭାଙ୍ଗି ୨୦୧୯ ମେ ୩ରେ ରାଜ୍ୟ ପ୍ରଚଣ୍ଡ ତାତିରେ ଆଉଟପାଉଟ ହେଉଥିବାବେଳେ ବାତ୍ୟା ଫନୀ ଉପକୂଳ ଓଡ଼ିଶାରେ ତାଣ୍ଡବ ରଚିବା ପାଣିପାଗ ପରିବର୍ତ୍ତନର ଆଉ ଏକ ଲକ୍ଷଣ ବୋଲି ଜଳବାୟୁ ବିଶେଷଜ୍ଞ ମତ ଦେଉଛନ୍ତି। ଏଥିସହିତ ଗତ ନଭେମ୍ବର ୭ରେ ରାଜ୍ୟକୁ ଆଉ ଏକ ବାତ୍ୟା ବୁଲ୍‌ବୁଲର ସାମ୍‌ନା କରିବାକୁ ପଡିଛି। ଏଥିଯୋଗୁ ଚଳିତ ବର୍ଷ ରାଜ୍ୟରେ ଶୀତର ପ୍ରକୋପ ବୃଦ୍ଧି ହେବାର କୌଣସି ସୂଚନା ମିଳୁ ନାହିଁ। ତେବେ ଆସନ୍ତା ୭ ତାରିଖ ବେଳକୁ ଉପକୂଳ ଓଡ଼ିଶାର କେତେକ ସ୍ଥାନରେ ହାଲୁକା ବର୍ଷା କିମ୍ବା ପାଗ ମେଘୁଆ ରହିବ ବୋଲି ଅନୁମାନ କରାଯାଇଛି। ୧୧ ଓ ୧୨ ତାରିଖ ବେଳକୁ ପାଗରେ ପରିବର୍ତ୍ତନ ହେବ। ଶୀତ ସାମାନ୍ୟ ବୃଦ୍ଧି ପାଇବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି।
ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ବାଲେଶ୍ୱରରେ ସର୍ବନିମ୍ନ ତାପମାତ୍ରା ୧୬.୧ ଡିଗ୍ରୀ ସେଲସିୟସ ଥିବାବେଳେ ଚାନ୍ଦବାଲି ୧୮, ଗୋପଳପୁର ୧୮.୬, ବାରିପଦା ୧୭.୫, ଝାରସୁଗୁଡ଼ା ୧୪.୬, କେନ୍ଦୁଝର ୧୫.୩, ସମ୍ବଲପୁର ୧୬.୩ ଏବଂ ଫୁଲବାଣୀରେ ୧୦ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସରକାରଙ୍କ ବଡ଼ ଘୋଷଣା, ଅନ୍‌ଲାଇନରେ ହେବନି…

କଟକ,୨୮।୧୨(କାର୍ତ୍ତିକ ସାହୁ): ଏଣିକି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆର୍‌ଟିଓ)ରେ ମୋଟରଯାନ ନିୟମ ଉଲ୍ଲଂଘନରେ ଜାରି ହୋଇଥିବା ଇ-ଚାଲାଣ ବାବଦରେ ନଗଦ ଅର୍ଥ ଅଫ୍‌ଲାଇନରେ ଗ୍ରହଣ କରାଯିବ।...

ନୂଆ ଇତିହାସ ରଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୮ ଡିସେମ୍ବରରେ…

ନୂଆଦିଲ୍ଲୀ, ୨୭।୨୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ଡିସେମ୍ବରରେ ଭାରତୀୟ ନୌସେନାର ଏକ ପନଡୁବ୍ବୀରେ ସମୁଦ୍ର ଯାତ୍ରା କରିବେ। ଏହି ଯାତ୍ରା କର୍ନାଟକର କାରବାର...

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri