ଜଳକ୍ରୀଡ଼ା ବିକାଶରେ ଓଡ଼ିଶାକୁ ସାହାଯ୍ୟ କରିବ କେରଳ

ଭୁବନେଶ୍ୱର,୧୪।୨(ବ୍ୟୁରୋ): ଓ୍ବାଟର ସ୍ପୋର୍ଟସ ଟୁରିଜମ୍‌ ତଥା ଜଳ ପର୍ଯ୍ୟଟନ କ୍ଷେତ୍ରରେ ଓଡ଼ିଶାକୁ ଆଗକୁ ନେବା ଲକ୍ଷ୍ୟରେ କେରଳ ଜାହାଜ ଚଳାଚଳ ଏବଂ ଆଭ୍ୟନ୍ତରୀଣ ଜଳ ଯୋଗାଯୋଗ ନିଗମ ସହ ଏକ ବୁଝାମଣା ପତ୍ର(ଏମ୍‌ଓୟୁ) ସ୍ବାକ୍ଷର କରିଛି ଓଡ଼ିଶା ପର୍ଯ୍ୟଟନ। ଜଳକ୍ରୀଡ଼ା କ୍ଷେତ୍ରରେ ବୈଷୟିକ ସହଯୋଗ ପାଇଁ ଉଭୟ ରାଜ୍ୟ ମଧ୍ୟରେ ଏହି ଏମ୍‌ଓୟୁ ସ୍ବାକ୍ଷର ହୋଇଛି। ତଦନୁଯାୟୀ, ରାଜ୍ୟରେ ଜଳକ୍ରୀଡ଼ା ସହ ଆମୋଦପୂର୍ଣ୍ଣ ଜଳ ପର୍ଯ୍ୟଟନର ବିକାଶ କରାଯିବ। ଏସିଆର ସର୍ବବୃହତ୍‌ ଲୁଣା ହ୍ରଦ ଚିଲିକା, ରାଜ୍ୟର ୪୮୨ କିମି ସୁଦୀର୍ଘ ଉପକୂଳ, ୮ ବୃହତ୍‌ ଜଳଭଣ୍ଡାର ସହ ସୌନ୍ଦର୍ଯ୍ୟପୂର୍ଣ୍ଣ ଜଳାଶୟଗୁଡ଼ିକରେ ଜଳକ୍ରୀଡ଼ା, ଆମୋଦପୂର୍ଣ୍ଣ କ୍ରୀଡ଼ା ସହ ହାଉସ୍‌-ବୋଟ ଭଳି ପର୍ଯ୍ୟଟନଧର୍ମୀ କାର୍ଯ୍ୟକ୍ରମ କରାଯିବ। କେରଳ ଶିପିଂ ଏବଂ ଆଭ୍ୟନ୍ତରୀଣ ଜଳ ଯୋଗାଯୋଗ ନିଗମ ତରଫରୁ ଏହାର ପରିଚାଳନା ନିର୍ଦ୍ଦେଶକ ପ୍ରଶାନ୍ତ ନାୟାର ଓ ଓଡ଼ିଶା ସରକାରଙ୍କ ପକ୍ଷରୁ ପର୍ଯ୍ୟଟନ ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବ ଏମ୍‌ଓୟୁ ସ୍ବାକ୍ଷର କରିଥିଲେ। ଏହି ଉଦ୍ୟମ ଓଡ଼ିଶାରେ ଜଳକ୍ରୀଡ଼ାର ବିକାଶ କରିବାରେ ଯଥେଷ୍ଟ ସହାୟକ ହେବ ବୋଲି ନାୟାର କହିଛନ୍ତି।
ଏହି ଅବସରରେ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଉପସ୍ଥିତ ରହି ପର୍ଯ୍ୟଟନ କ୍ଷେତ୍ରରେ ଥିବା ଭିତ୍ତିଭୂମିର ଉନ୍ନତି ଲାଗି ରାଜ୍ୟ ସରକାରଙ୍କ ‘୫-ଟି’ କାର୍ଯ୍ୟକ୍ରମର ଏହା ଏକ ଅଂଶବିଶେଷ ବୋଲି କହିଛନ୍ତି। ଗତବର୍ଷ ଜୁଲାଇରେ ପର୍ଯ୍ୟଟନ ବିଭାଗ ଦ୍ୱାରା ଜଳକ୍ରୀଡ଼ା ସଞ୍ଚାଳକ ଓ ନିବେଶକମାନଙ୍କୁ ନେଇ ଚିଲିକା, ଟାମ୍ପରା ହ୍ରଦ, ଭିତରକନିକା, ଗୋପାଳପୁର ବେଳାଭୂମିରେ ଆୟୋଜନ ହୋଇଥିବା ଫ୍ୟାମ୍‌ ଟ୍ରିପ୍‌ ପରେ ରାଜ୍ୟ ସରକାର ଜଳକ୍ରୀଡ଼ା କ୍ଷେତ୍ରରେ ଅନେକ ସିଙ୍ଗଲ ୱିଣ୍ଡୋ ପ୍ରସ୍ତାବ ପାଇଛନ୍ତି। ସେଥିରୁ ଟାମ୍ପରା, ଗୋପାଳପୁର, ବରକୂଳ, ଚନ୍ଦ୍ରଭାଗା ଓ କଟକ ନରାଜ ଭଳି ୫ ଜଳକ୍ରୀଡ଼ା ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇଛି। ବିଭାଗ ପକ୍ଷରୁ ଚିଲିକାର କେତେକ ନିର୍ଦ୍ଧାରିତ ସ୍ଥାନରେ ରେସ୍ତୋରାଁ ଚଳାଇବା ନିମନ୍ତେ ଟେଣ୍ଡର ଆହ୍ବାନ କରାଯାଇଛି। ଜଳକ୍ରୀଡ଼ା ବ୍ୟତୀତ ଚିଲିକା, ଭିତରକନିକା ଓ ହୀରାକୁଦ ଜଳଭଣ୍ଡାରରେ ହାଉସ୍‌ବୋଟ ପ୍ରଚଳନ କରିବା ପାଇଁ ସ୍ଥିର ହୋଇଛି। ଜଳକ୍ରୀଡ଼ା କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା କେରଳ ରାଜ୍ୟ ଏ କ୍ଷେତ୍ରରେ ଏକ ଅଭିଜ୍ଞ ସହଯୋଗୀ ହୋଇପାରିବ ବୋଲି ବିଭାଗୀୟ ଶାସନ ସଚିବ ବିଶାଲ ଦେବ କହିଛନ୍ତି। ରାଜ୍ୟ ପର୍ଯ୍ୟଟନ ବିଭାଗ ଜାତୀୟ ଜଳପଥ ଅଞ୍ଚଳର କେତେକ ଉପଯୁକ୍ତ ସ୍ଥାନରେ ନଦୀ ଜଳଯାତ୍ରା କରିବା ପାଇଁ ପଦକ୍ଷେପ ନେଇଥିବାବେଳେ ଭାରତ ଆଭ୍ୟନ୍ତରୀଣ ଜଳପଥ ପ୍ରାଧିକରଣ ଏବଂ ଓଡ଼ିଶା ଆଭ୍ୟନ୍ତରୀଣ ଜଳ-ପରିବହନ ବିଭାଗ ଏ ଦିଗରେ ସମ୍ଭାବ୍ୟ ଅନୁଧ୍ୟାନ କରିବାକୁ ଲକ୍ଷ୍ୟ ରଖିଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏମ୍‌ଓୟୁ ସ୍ବାକ୍ଷର ବେଳେ କେରଳ ଶିପିଂ ଏବଂ ଆଭ୍ୟନ୍ତରୀଣ ଜଳ ଯୋଗାଯୋଗ ନିଗମ ବୈଷୟିକ ଟିମ୍‌ର ସଦସ୍ୟମାନେ ଉପସ୍ଥିତ ଥିଲେ। ଏମାନେ ଆଗାମୀ ଦିନରେ ରାଜ୍ୟର ବିଭିନ୍ନ ସ୍ଥାନ ବୁଲି ବ୍ୟାପକ ଅନୁଧ୍ୟାନ କରିବା ସହ ସରକାରଙ୍କୁ ତାଙ୍କର ପ୍ରାଥମିକ ରିପୋର୍ଟ ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୋଖରୀରେ ବୁଡ଼ି ୩ ନାବାଳିକା ମୃତ, ସ୍କୁଲରୁ ଫେରି ଗାଧୋଇବାକୁ ଯାଇଥିଲେ

ଉମରକୋଟ,୯।୪(ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ଉମରକୋଟ ଥାନା କୁର୍ସୀ ଗ୍ରାମର ଉପରପାରାରେ ଦୁଃଖଦ ଘଟଣା ଦେଖିବାକୁ ମିଳିଛି । ଗୋଟିଏ ଗ୍ରାମର ଦୁଇ ପରିବାରର ତିନି ଜଣଙ୍କ…

୧୦ରେ ରାଜ୍ୟ କ୍ୟାବିନେଟ୍‌: ଆସିବ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ

ଭୁବନେଶ୍ୱର,୯ା୪ (ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ପକ୍ଷରୁ ଏପ୍ରିଲ ୧୦ରେ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବ। ଲୋକସେବା ଭବନର ତୃତୀୟ ମହଲାରେ ପୂର୍ବାହ୍ନ ୧୧ଟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ…

ଶିକ୍ଷାବିଭାଗର ବିକଳ ଚିତ୍ର; ଗୋଟିଏ ଶ୍ରେଣୀ ଗୃହରେ ଚାଲିଛି ୬କ୍ଲାସ, ଫାଟକରେ ତାଲା ପକାଇ ଖରାରେ ଆନ୍ଦୋଳନ…

ଦିଗପହଣ୍ଡି,୯।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତରେ ଶିକ୍ଷା ବିଭାଗର ବିକଳ ଚିତ୍ର ଦେଖିବାକୁ ମିଳିଛି । ପଞ୍ଚାୟତ ଅଧିନ ଶ୍ୟାମସୁନ୍ଦର ପଲ୍ଲୀ…

ପିଏମ୍‌ କିଷାନ ଯୋଜନା ଟଙ୍କା ପାଉଥିଲେ ମିଳିବ ନାହିଁ ଏସବୁ ସୁବିଧା, ସରକାର ଅଯୋଗ୍ୟା ଘୋଷଣା କରି…

ନୂଆଦିଲ୍ଲୀ,୯ା୪: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଆଜି ଲକ୍ଷଲକ୍ଷ ଚାଷୀଙ୍କ ପାଇଁ ଜୀବନରେଖା ପାଲଟିଛି। ବାର୍ଷିକ ମିଳୁଥିବା ୬୦୦୦ ଟଙ୍କା ଚାଷୀଙ୍କ ପାଇଁ ଏକ ବଡ଼…

ଷ୍ଟେଶନରୁ ଶିଶୁପୁତ୍ର ଚୋରି ଘଟଣାର ପର୍ଦ୍ଦାଫାଶ: ବାପା ରଚିଥିଲେ ନାଟକ, ଶାଳୀଙ୍କଠାରୁ ଛୁଆ ଆଣି…

ନିରାକାରପୁର, ୯।୪(ମାନସ ଚନ୍ଦ୍ର ପଟ୍ଟନାୟକ): ନିରାକାରପୁର ରେଳବାଇ ଷ୍ଟେଶନରୁ ୪ ମାସର ଶିଶୁପୁତ୍ର ଚୋରି ଘଟଣାରେ ପର୍ଦ୍ଦାଫାଶ କରିଛି ନିରାକାରପୁର ରେଳବାଇ ଫାଣ୍ଡି ପୋଲିସ। ଯେଉଁ ବାପା…

ପଲିଥିନ୍‌ ବାଣ୍ଟିବାକୁ ନେଉଥିଲେ ଘଟଗାଁ ଅତିରିକ୍ତ ତହସିଲଦାର, ଅଟକାଇଲେ ଲୋକେ

ପାଟଣା,୯ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୂଷାଖରି ପଞ୍ଚାୟତ ମୂଷାଖରି-ମଲ୍ଲୀପୋଷି ରାସ୍ତାର ଆହାର ବନ୍ଧ ନିକଟରେ ପଲିଥିନ୍‌ ବୋଝେଇ ଗାଡ଼ି ଅଟକ ରଖିଛନ୍ତି ଉତ୍ତ୍ୟକ୍ତ ଲୋକେ।…

କୋଟିଏ ଟଙ୍କାର ଗଞ୍ଜେଇ ଜବତ କଲା ପାଡୁଆ ପୋଲିସ, ଜଙ୍ଗଲରେ ଲୁଚାଇ ରଖିଥିଲେ ମାଫିଆ

ନନ୍ଦପୁର/ପାଡୁଆ, ୯।୪(ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ): କୋରାପୁଟ ଜିଲା ନନ୍ଦପୁର ପୋଲିସ ଉପଖଣ୍ଡ ଅଧିନ ପାଡୁଆ ପୋଲିସକୁ ଗଞ୍ଜେଇ ଧରପଗଡ ମାମଲାରେ ଏକ ବଡ ସଫଳତା ମିଳିଛି…

ଲକ୍ଷ୍ୟଠାରୁ ଦୂରରେ ଏଜୁକେଶନ କମ୍ପ୍ଲେକ୍ସ, ଧରିତ୍ରୀରେ ଖବର ପ୍ରକାଶ ପରେ ପ୍ରଶାସନ ତତ୍ପର

ଗୁଣପୁର,୯।୪(ସଂକେତ ପାତ୍ର): ଦୁର୍ଗମ ଆଦିବାସୀ ଅଞ୍ଚଳରେ ଶିକ୍ଷାର ଉନ୍ନତି ଲକ୍ଷ୍ୟରେ ପ୍ରାୟ ୫ କୋଟି ଟଙ୍କା ବ୍ୟୟରେ ଗୁଣପୁର ବ୍ଲକ୍‌ ଅନ୍ତର୍ଗତ ଲାଞ୍ଜିଆ ସୌରା ଅଞ୍ଚଳର ଆବଡ଼ାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri