ଜମ୍ମୁ-କଶ୍ମୀରରେ ଲାଗିଛି କଟକଣା;ପାର୍ବଣରେ ଆହୁରି ମହଙ୍ଗା ହୋଇପାରେ ଅଖରୋଟ୍‌

ନୂଆଦିଲ୍ଲୀ,୮-୯: ଆସନ୍ତା ପାର୍ବଣ ଋତୁ ସିଜନରେ ଅଖରୋଟ ଦର ଆହୁରି ବଢ଼ିପାରେ। ବର୍ତ୍ତମାନ ଏହାର କିଲୋ ପିଛା ଦର ୯୦୦ ଟଙ୍କା ରହିଛି। ଗତ ମାସକ ମଧ୍ୟରେ ଏହାର ଦରରେ ୩୫% ବୃଦ୍ଧି ଘଟିଛି। ମିଡିଆ ରିପୋର୍ଟ ଅନୁଯାୟୀ ଅନୁଚ୍ଛେଦ ୩୭୦ ପ୍ରତ୍ୟାହାର ପରେ ଜମ୍ମୁ-କଶ୍ମୀରରେ ଯାତାୟତ କଟକଣା ଜାରି କରାଯାଇଛି। ଫଳରେ ଅଖରୋଟ୍‌ ସମେତ ଅନ୍ୟ ଶୁଖିଲା ଫଳ,ସେଉ, କେଶର ବିକ୍ରି ମାସେ ହେବ ପ୍ରଭାବିତ ହୋଇଛି। କଶ୍ମୀର ଉପତ୍ୟକାରୁ ଏହି ସମସ୍ତ ଶୁଖିଲା ଫଳ(ଡ୍ରାଏ ଫୁଡ୍ସ) ଜମ୍ମୁର ପାଇକାରୀ ମଣ୍ଡିକୁ ଆସିଥାଏ। ସେଠାରୁ ସାରା ଦେଶରେ ଏହାକୁ ଚାଲାଣ କରାଯାଇଥାଏ। ଭାରତରେ ଚାହିଦାର ୯୧ ପ୍ରତିଶତ ଅଖରୋଟ ଉତ୍ପାଦନ କଶ୍ମୀରରେ ହୋଇଥାଏ। ସେହିପରି ଦେଶରେ ମୋଟ ଉତ୍ପାଦିତ ସେଉ ମଧ୍ୟରୁ ୭୦ ପ୍ରତିଶତ କଶ୍ମୀରରେ ହୋଇଥାଏ। ଏଥିସହିତ ୯୦ ପ୍ରତିଶତ ଆଲ୍‌ମଣ୍ଡ ବାଦାମ, ୯୦ ପ୍ରତିଶତ ଚେରି ଓ କେଶର କଶ୍ମୀରରେ ଉତ୍ପାଦିତ ହୁଏ। ଗୋଟିଏ ବର୍ଷରେ ଏଗୁଡ଼ିକର ମୂଲ୍ୟ ପ୍ରାୟ ୭ ହଜାର କୋଟି ଟଙ୍କା ହେବ। ପ୍ରତିବର୍ଷ କଶ୍ମୀରରେ ୨୩.୫୫ ମେଟ୍ରିକ ଟନ୍‌ ଫସଲ ଉତ୍ପାଦିତ ହୁଏ। ଏଥିମଧ୍ୟରୁ ୨୦.୩୫ ମେଟ୍ରିକ ଟନ ଫଳ ଚାଷ ହୋଇଥାଏ। ତନ୍ମଧ୍ୟରୁ ୨.୮୦ମେଟ୍ରିକ ଟନ୍‌ ଶୁଖିଲା ଫଳ ଉତ୍ପାଦିତ ହୁଏ। ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ, ଅଗଷ୍ଟରେ ଅଖରୋଟ ଉତ୍ପାଦନ ହୋଇଥାଏ। ଚଳିତ ବର୍ଷ ଏଥିରେ ୧୫ ଦିନ ବିଳମ୍ବ ହୋଇଛି। ବ୍ୟବସାୟୀଙ୍କ ଚାହିଦା ପୂରଣ ଲାଗି ଏବେ ଆମେରିକା ଓ ଚିଲିରୁ ଅଖରୋଟକୁ ଭାରତ ଆମଦାନୀ କରାଯାଉଛି। ଏହା ଉପରେ ୧୩୨% ଆମଦାନୀ ଶୁଳ୍କ ଆଦାୟ ହେଉଛି। କଶ୍ମୀରରେ ଅଖରୋଟ କେଜି ୭୫୦ ଟଙ୍କା ଥିଲା ବେଳେ ଏବେ ୯୦୦ ଟଙ୍କା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜିରୋ ବାଲାନ୍ସ ଆକାଉଣ୍ଟରୁ ଉଠାଇପାରିବେ ୧୦ହଜାର ଟଙ୍କା, ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨୧।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଥମ କାର୍ଯ୍ୟକାଳର ସବୁଠାରୁ ଲୋକପ୍ରିୟ ଯୋଜନାଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି ଜନ ଧନ (ପ୍ରଧାନମନ୍ତ୍ରୀ ଜନ ଧନ) ଆକାଉଣ୍ଟ। ଏହି ଯୋଜନା…

DA Hike: କର୍ମଚାରୀଙ୍କ ପାଇଁ ଖୁସି ଖବର, ହୋଲି ପୂର୍ବରୁ ଆସିବ ଅଧିକ ଦରମା!

ନୂଆଦିଲ୍ଲୀ,୨୦।୨: ଖୁବଶୀଘ୍ର ଖୁସି ଖବର ଦେବାକୁ ଯାଉଛନ୍ତି ମୋଦି ସରକାର । ୧ କୋଟିରୁ ଅଧିକ କର୍ମଚାରୀ ଓ ପେନସନଭୋଗୀଙ୍କ ପାଇଁ ଖୁସି ଖବର ରହିଛି ।…

Railways fare Alert: ରେଲେଓ଼୍ବ ଏହି ୧୦ଟି ଟ୍ରେନର ଭଡାରେ କଲା ପରିବର୍ତ୍ତନ, ଯାତ୍ରା କରିବା ପୂର୍ୱରୁ ଜାଣି ନିଅନ୍ତୁ ଜରୁରୀ ଖବର…

ନୂଆଦିଲ୍‌ଲୀ,୨୦।୨:ଭାରତରେ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଟ୍ରେନରେ ଯାତ୍ରା କରନ୍ତି। ତେଣୁ, ଏହି ଖବର ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ପ୍ରାସଙ୍ଗିକ। ରେଳବାଇ 10ଟି ଟ୍ରେନରେ ଭଡା…

ଦେଶର ଖଣିଜ ଉତ୍ପାଦନକୁ ଓଡ଼ିଶାର ଯୋଗଦାନ ୪୩.୭

ଭୁବନେଶ୍ୱର,୨୦ା୨: ଦେଶର ଅର୍ଥନୀତିର ଚକକୁ ଗତିଶୀଳ କରିବାରେ ଓଡ଼ିଶାର ଖଣି ସମ୍ପଦ ସବୁଠାରୁ ବଡ଼ ଭୂମିକା ଗ୍ରହଣ କରିଛି। ଦେଶର ମୋଟ ଖଣିଜ ଉତ୍ପାଦନରେ ଓଡ଼ିଶାର ଅବଦାନ…

୧୦ ଗ୍ରାମ ସୁନା ବନ୍ଧକ ରଖିଲେ କେଉଁ ବ୍ୟାଙ୍କ ଦେବ ଅଧିକ ଲୋନ? ଜାଣନ୍ତୁ…

ନୂଆଦିଲ୍ଲୀ,୧୯ା୨: ୨୨ କ୍ୟାରେଟ୍ ସୁନାର ବର୍ତ୍ତମାନର ମୂଲ୍ୟ ପ୍ରତି ୧୦ ଗ୍ରାମ ୧,୪୩,୩୪୦ ଟଙ୍କା। ଏହି ମୂଲ୍ୟରେ ଆପଣ ସୁନା ଜମା କରି ଋଣ ନେଇପାରିବେ। ତଥାପି,…

ବିଶେଷଜ୍ଞଙ୍କ ବଡ଼ ପୂର୍ବାନୁମାନ, ଖସିବ ସୁନା ଦର! ବିକିଲେ କେତେ ଲାଭ?

ନୂଆଦିଲ୍ଲୀ,୧୯ା୨: ଗତ କିଛି ମାସ ମଧ୍ୟରେ ସୁନା ଓ ରୂପା ମୂଲ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି ଓ ଏବେ ସାମାନ୍ୟ ହ୍ରାସ ପାଉଛି। ତେଣୁ ଏଥିରେ…

ଭାରତ ପାଇଁ ଗୁଗୁଲର ମେଗା ପ୍ଲାନ୍: ସମୁଦ୍ର ତଳେ ଆମେରିକା ଯାଏଁ ବିଛାଯିବ କେବୁଲ୍, ନିବେଶ ହେବ ୧.୩୬ ଲକ୍ଷ କୋଟି

ନୂଆଦିଲ୍ଲୀ,୧୮।୨: ଭାରତରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବା AI କ୍ଷେତ୍ରରେ ଏକ ବଡ଼ ବିପ୍ଳବ ଆସିବାକୁ ଯାଉଛି। ଟେକ୍ ଜଗତର କମ୍ପାନୀ ‘ଗୁଗୁଲ’ ଭାରତରେ ବ୍ୟାପକ ପୁଞ୍ଜି ନିବେଶ…

ଡିଜିଟାଲ୍ ଯୁଗରେ ବି କ୍ୟାଶ୍‌ର କମାଲ୍: ବଜାରରେ ୪୦ ଲକ୍ଷ କୋଟି ଅତିକ୍ରମ କଲା ନଗଦ ଟଙ୍କା

ନୂଆଦିଲ୍ଲୀ,୧୭।୨: ଦେଶରେ ଡିଜିଟାଲ୍ ପେମେଣ୍ଟ ବା UPI କାରବାରରେ ବ୍ୟାପକ ବୃଦ୍ଧି ପାଇବାରେ ଲାଗିଛି। ଏହାରି ମଧ୍ୟରେ ଭାରତୀୟ ଅର୍ଥନୀତିରେ ନଗଦ ଟଙ୍କାର ପ୍ରଚଳନ ଏକ ନୂଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri