ଜମି ଚିହ୍ନଟ ଦାବିରେ ଆର୍‌ଆଇ ଅଫିସ୍‌ ଘେରିଲେ ଭୂମିହୀନ

ବାଲେଶ୍ୱର ଅଫିସ, ୧୫।୨-ବାଲେଶ୍ୱର ଜିଲା ସଦର ତହସିଲ ଅଧୀନ ହିଡ଼ିଗାଁ ପଞ୍ଚାୟତରେ ଥିବା ଭୂମିହୀନମାନେ ୫ବର୍ଷ ପୂର୍ବରୁ ଚିହ୍ନଟ ହୋଇ ଚାନ୍ଦିପୁର ଆର୍‌ଆଇ ଅଫିସରୁ ପଟ୍ଟା ପାଇଥିଲେ। ପଟ୍ଟା ପାଇଥିବା ଭୂମିହୀନମାନେ ନିଜର ଜମି ଚିହ୍ନଟ ଦାବିରେ ଶୁକ୍ରବାର ଘେରାଉ କରିଥିଲେ। ସରକାରଙ୍କ ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ବିତ ପାଇଁ କରାଯାଇଥିବା ଉଚ୍ଛେଦ ନୋଟିସ୍‌କୁ ବିରୋଧ କରି ପ୍ରଥମେ ମିଳିଥିବା ଜମିର ଚିହ୍ନଟ ଓ ପରେ ଉଚ୍ଛେଦ ଦାବି କରିଛନ୍ତି।
ହିଡ଼ିଗାଁ ପଞ୍ଚାୟତର ୩୧ଜଣ ଗରିବ ଆଦିବାସୀ ଲୋକ ଭୂମିହୀନ ଭାବେ ଚିହ୍ନଟ ହୋଇ ଗତ ୫ବର୍ଷ ପୂର୍ବରୁ ସରକାରଙ୍କଠାରୁ ୪ ଡିସିମିଲ କରି ଜମିର ପଟ୍ଟା ପାଇ ଖଜଣା ମଧ୍ୟ ଦେଉଛନ୍ତି। କିନ୍ତୁ ସରକାରଙ୍କ ପକ୍ଷରୁ ସେମାନଙ୍କୁ ସ୍ଥାନ ଚିହ୍ନଟ ନ କରିବାରୁ କେତେକ ଲୋକ ଉକ୍ତ ଜମି ଉପରେ ଇନ୍ଦିରା ଆବାସ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବିଜୁ ଜ୍ୟୋତି ଯୋଜନାରେ ବିଦ୍ୟୁତ୍‌ ସଂଯୋଗ ସହ ସ୍ବଚ୍ଛ ଭାରତ ମିଶନରେ ଶୌଚାଳୟ ପାଇ ସାରିଛନ୍ତି। ଗତ କିଛିଦିନ ପୂର୍ବରୁ ସେମାନଙ୍କୁ ଉଚ୍ଛେଦ ପାଇଁ ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ନିର୍ଦ୍ଦେଶରେ ସଦର ତହସିଲଦାର ପଞ୍ଚାନନ ପାତ୍ର ଆର୍‌ଆଇଙ୍କ ମାଧ୍ୟମରେ ୧୫ ତାରିଖରେ ଉଚ୍ଛେଦ କରାଯିବା ପାଇଁ ନୋଟିସ୍‌ କରିଥିଲେ। ସ୍ଥାନୀୟ ଜିଲାପରିଷଦ କମଳା ସାହୁଙ୍କ ନେତୃତ୍ୱରେ ୩୧ପରିବାରର ଲୋକମାନେ ଶୁକ୍ରବାର ପୂର୍ବାହ୍ନରେ ଚାନ୍ଦିପୁର ଆର୍‌ଆଇ ଅଫିସ୍‌ ଘେରାଉ କରି ସରକାରଙ୍କ ଦ୍ୱାରା ପାଇଥିବା ଅନୁଦାନ ଜମିର ସ୍ଥିତି କେଉଁଠି ବୋଲି ପଚାରିଥିଲେ। ଜିଲାପରିଷଦ ସାହୁଙ୍କ କହିବାନୁସାରେ, ୫ବର୍ଷ ପୂର୍ବରୁ ଉକ୍ତ ଆଦିବାସୀ ଲୋକମାନେ ପାଇଥିବା ପଟ୍ଟାର ପ୍ରଶାସନ ଚିହ୍ନଟ ନ କରିବା ଫଳରେ ଲୋକେ ଉକ୍ତ ସ୍ଥାନରେ ରହି ଘରଦ୍ୱାର କରିସାରିଛନ୍ତି। ପ୍ରଶାସନ ଥଇଥାନ ବ୍ୟବସ୍ଥା ନ କରି ଏପରି ଭାବେ ସେମାନଙ୍କୁ ଉଚ୍ଛେଦ କଲେ ସେମାନେ କେଉଁଠି ରହିବେ ଏବଂ ହଠାତ୍‌ କେଉଁ ଜାଗାରେ ଘର କରିବେ ତାହା ପ୍ରଶ୍ନ ଉଠୁଛି। ଏଥିପାଇଁ ପ୍ରଥମେ ଥଇଥାନ ଓ ପରେ ଉଚ୍ଛେଦ ପାଇଁ ଦାବି କରିଛନ୍ତି।
ସଦର ତହସିଲଦାର ପଞ୍ଚାନନ ପାତ୍ରଙ୍କ କହିବାନୁସାରେ, ଲୋକମାନେ ରହୁଥିବା ଜମିରେ କେନ୍ଦ୍ର ସରକାରଙ୍କ ଦ୍ୱାରା ୪କୋଟି ଟଙ୍କାର ରାଡ଼ାର୍‌ ସେଣ୍ଟର ନିର୍ମାଣ କରାଯାଉଛି। ରାସ୍ତା ପାଇଁ ଉକ୍ତ ସ୍ଥାନରେ ରହୁଥିବା ୪/୫ଟି ଘରର ଉଚ୍ଛେଦ ପାଇଁ ନୋଟିସ୍‌ ହୋଇଛି। ଏଥିପାଇଁ ସେମାନଙ୍କ ସହ ଆଲୋଚନା କରାଯାଇଛି। ସ୍ଥାନୀୟ ସରପଞ୍ଚ ଓ ଜିଲାପରିଷଦ ସଦସ୍ୟଙ୍କ ଉପସ୍ଥିତିରେ ସେମାନଙ୍କୁ କିଛିଦିନ ସମୟ ମଧ୍ୟ ପ୍ରଦାନ କରାଯାଇଛି। ସେମାନେ ଉକ୍ତ ସମୟ ମଧ୍ୟରେ ନିଜସ୍ବ ଉଠି ପଳାଇଯିବାର ପ୍ରତିଶ୍ରୁତି ଦେଇଥିବାରୁ ଉଚ୍ଛେଦ କାର୍ଯ୍ୟ ସ୍ଥଗିତ ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମେସିଙ୍କ କ୍ରିକେଟ୍‌ କ୍ରେଜ୍‌: ବଡ଼ ଉପହାର ଦେଲେ ଜୟ ଶାହା

ନୂଆଦିଲ୍ଲୀ, ୧୫।୧୨: ଆର୍ଜେଣ୍ଟିନାର ଷ୍ଟାର ଫୁଟବଲ ଖେଳାଳି ଲିଓନେଲ ମେସି ତାଙ୍କ ଗୋଟ ଇଣ୍ଡିଆ ଟୁର୍‌ର ତୃତୀୟ ଦିନରେ ଦିଲ୍ଲୀରେ ପହଞ୍ଚିଛନ୍ତି। ଏହି କାର୍ଯ୍ୟକ୍ରମ ଦିଲ୍ଲୀର...

ରାଜ୍ୟ ସରକାରଙ୍କ ବଡ଼ ଭେଟି: ପିଜି ଛାତ୍ରଛାତ୍ରୀଙ୍କ ଷ୍ଟାଇପେଣ୍ଡ ୬୭% ପର୍ଯ୍ୟନ୍ତ ବୃଦ୍ଧି

ଭୁବନେଶ୍ୱର,୧୫।୧୨: ଓଡ଼ିଶାର ଆୟୁଷ ଶିକ୍ଷା କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ସ୍ୱରୂପ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ସରକାରୀ ଆୟୁର୍ବେଦିକ ଓ ହୋମିଓପାଥିକ ମେଡିକାଲ...

ବଏ ଫ୍ରେଣ୍ଡ ରୁମରୁ ମିଳିଲା ମହିଳାଙ୍କ ମୃତଦେହ! ପରିବାର ପକ୍ଷରୁ ହତ୍ୟା ଅଭିଯୋଗ

କେନ୍ଦ୍ରାପଡ଼ା,୧୫।୧୨: କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଗରାପୁରସ୍ଥିତ ଏକ ଭଡ଼ା ଘରୁ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର ହେବା ଘଟଣା ଏକ ନୂଆ ମୋଡ଼ ନେଇଛି।...

ଭଲିବଲ ପ୍ରତିଯୋଗିତା: ରିଷିଡ଼ା ଚାମ୍ପିୟନ

ରିଷିଡ଼ା, ୧୫ା୧୧(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡା ବାପୁଜୀ ମିନି ଷ୍ଟାଡିୟମରେ ରବିବାର ଦିନିକିଆ ରିଷିଡ଼ା କପ ଭଲିବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।...

ଟି-୨୦ରେ ବଡ଼ କାରନାମା କଲେ ତିଲକ ବର୍ମା: କୋହଲିଙ୍କ ପଛରେ ପକାଇଲେ

ନୂଆଦିଲ୍ଲୀ,୧୫।୧୨: ଟିମ ଇଣ୍ଡିଆର ଯୁବ ବ୍ୟାଟ୍ସମ୍ୟାନ ତିଲକ ବର୍ମା ଟି-୨୦ କ୍ରିକେଟରେ ଏକ ବଡ଼ ସଫଳତା ହାସଲ କରିଛନ୍ତି। ସେ ତାଙ୍କ ଟି-୨୦ କ୍ୟାରିୟରରେ ୪୦୦୦...

ନଭେମ୍ବରରେ ଦ୍ୱିତୀୟ ମାସ ପାଇଁ ପାଇକାରୀ ମୁଦ୍ରାସ୍ଫୀତି ନକାରାତ୍ମକ

ନୂଆଦିଲ୍ଲୀ,୧୫।୧୨: ସରକାରୀ ତଥ୍ୟ ଅନୁଯାୟୀ, ନଭେମ୍ବର ୨୦୨୫ରେ ପାଇକାରୀ ମୂଲ୍ୟ ସୂଚକାଙ୍କ (WPI) ଭିତ୍ତିକ ମୁଦ୍ରାସ୍ଫୀତି ହାର କ୍ରମାଗତ ଦ୍ୱିତୀୟ ମାସ ପାଇଁ (-) ୦.୩୨...

ଏପରି ଗାଁ, ଯେଉଁଠି କାହା ଘରେ ନାହିଁ ରୋଷେଇ ଘର: ଖାଇବା ଶୈଳୀ ଜାଣିଲେ ଉଡ଼ିଯିବ ହୋଶ୍‌

ଶତାବ୍ଦୀ ଧରି ଭାରତୀୟ ଗ୍ରାମଗୁଡ଼ିକ ସେମାନଙ୍କର ସରଳତା ଏବଂ ପରମ୍ପରା ପାଇଁ ଜଣାଶୁଣା। ସମୟ ବଦଳିଛି ଏବଂ ସୁବିଧାସୁଯୋଗ ବୃଦ୍ଧି ପାଇଛି। କିନ୍ତୁ ଆଜି ମଧ୍ୟ...

ମହିଳାଙ୍କଠାରେ ଏହି ୭ ଲକ୍ଷଣ ଦେଖାଯାଉଥିଲେ ସାବଧାନ! ହୃଦଘାତ…

ନୂଆଦିଲ୍ଲୀ,୧୫।୧୨: ହୃଦଘାତର ସବୁଠାରୁ ସାଧାରଣ ଲକ୍ଷଣ ହେଉଛି ଛାତିରେ ଯନ୍ତ୍ରଣା। କିନ୍ତୁ ଅନେକ କ୍ଷେତ୍ରରେ, ହୃଦଘାତର ଲକ୍ଷଣ ସମ୍ପୂର୍ଣ୍ଣ ଭିନ୍ନ ହୋଇପାରେ, ବିଶେଷକରି ମହିଳାଙ୍କ କ୍ଷେତ୍ରରେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri