ବ୍ରହ୍ମପୁର ଅଫିସ,୨୩ା୯-ଜମି କରାଇଦେବାକୁ କହି ଟଙ୍କା ଠକେଇ ହୋଇଥିବା ନେଇ ଏସ୍ଡ଼ିଜେଏମ କୋର୍ଟରେ ଖଲି ଦାସ ଆବେଦନ କରିଥିଲେ। କୋର୍ଟ ପକ୍ଷରୁ ନଂ.୨୨୭/୧୯ରେ ଏକ ୱାନ ସିସି ମାମଲା ରୁଜୁ ହୋଇଥିଲା। ଏହାର ଶୁଣାଣି କରି ଏସ୍ଡ଼ିଜେଏମ୍ ସରୋଜିନୀ ସାହୁ ୬ ଜଣଙ୍କୁ ଆସନ୍ତା ୪ ତାରିଖରେ କୋର୍ଟରେ ହାଜର ପାଇଁ ନୋଟିସ ଜାରି କରିଛନ୍ତି। ସେମାନେ ହେଲେ ହଳଦିଆପଦରର ଶାନ୍ତିଲତା ମହାରଣା, ନର୍ମଦା ମହାରଣା, ସୁକାନ୍ତି ମହାରଣା, ଗୋଷାଣୀନୂଆଗଁାର ପୁଷ୍ପାଞ୍ଜଳି ମହାରଣା, ମନମୋହନ ମହାରଣା ଓ ଲଳିତ ମୋହନ ମଙ୍ଗରାଜ ବୋଲି କୋର୍ଟ ସୂତ୍ରରୁ ଜଣାପଡ଼ିିଛି।
ପ୍ରକାଶ ଯେ, ୨୦୧୩ ରେ ହଳଦିଆପଦର ମୌଜାରେ ଶାନ୍ତିଲତା ପାଣିଗ୍ରାହୀ, ନର୍ମଦା ମହାରଣା ଓ ସୁକାନ୍ତି ମହାରଣାଙ୍କ ନାମରେ ଥିବା ୩୯.୬ ଡେସିମିଲ ଜାଗା ପାଇଁ ସେମାନେ ଖଲିଙ୍କଠାରୁ ଟଙ୍କା ନେଇଥିଲେ। ଏପରିକି ରେଜିଷ୍ଟ୍ରିର ସେଲ ଡ଼ିଡ଼ ନମ୍ବର ୧୦୬୧୧୩୦୫୪୧୯୧ ରେ ଉକ୍ତ ଜମିକୁ ଖଲି କିଣିଥିଲେ। ହେଲେ ଉକ୍ତ ଜମିର ପଟ୍ଟା ପାଇଁ ଖଲି ଦାସ କନିଷି ତହସିଲରେ ଆବେଦନ କରିଥିଲେ ମଧ୍ୟ ତାଙ୍କୁ ପଟ୍ଟା ମିଳି ନ ଥିଲା। ଉକ୍ତ ଜମିର ପଟ୍ଟା କରାଇଦେବା ସହ ଉକ୍ତ ଜମି ନିକଟରେ ଥିବା ଅନ୍ୟ ଏକ ଜମି କରାଇଦେବି ବୋଲି ଲଳିତ ମୋହନ ମଙ୍ଗରାଜ କହି ଖଲିଙ୍କଠାରୁ ୨୦ ଲକ୍ଷ ଟଙ୍କା ନେଇଥିଲେ। ହେଲେ ସେ କିଣିଥିବା ଜମିର ପଟ୍ଟା ନ ହେବାରୁ ଖଲି ଲଳିତ ମଙ୍ଗରାଜଙ୍କୁ ଦେଇଥିବା ଟଙ୍କା ଫେରାଇ ଦେବାକୁ କହିଥିଲେ। ଲଳିତ ୧୨ ଲକ୍ଷ ଟଙ୍କା ଖଲିଙ୍କୁ ଫେରାଇଥିବା ବେଳେ ବଳକା ୮ ଲକ୍ଷ ଟଙ୍କା ଫେରାଇ ନ ଥିଲେ। ଅନ୍ୟପଟେ ଖଲି କ୍ରୟ କରିଥିବା ୩୯.୬ ଡେସିମିଲ ଜାଗାର ନକଲି କାଗଜପତ୍ର କରି ହଡପ କରିଥିବା ଖଲି ଜାଣିବାକୁ ପାଇଥିଲେ। ଶେଷରେ ସେ ଏସ୍ଡ଼ିଜେଏମ କୋର୍ଟରେ ନ୍ୟାୟ ପାଇବା ପାଇଁ ଆଶ୍ରୟ ନେଇଛନ୍ତି।
Posted inଆମ ଜିଲା ଖବର, ଗଞ୍ଜାମ View All
‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’
ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…
ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ
ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…
ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…
ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…
ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…
ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…
ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’
ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…
ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ନେଉଥିଲେ ୩୦୦୦ ଟଙ୍କା, ଯୋଗାଣ ବିଭାଗର ଚଢ଼ାଉ, ଜବତ ହେଲା ୪୧…
ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାରେ ରନ୍ଧନ ଗ୍ୟାସର କୃତ୍ରିମ ଅଭାବ ସୃଷ୍ଟି କରି ଚଢ଼ା ଦରରେ ବିକ୍ରି କରୁଥିବା ଅଭିଯୋଗରେ ଯୋଗାଣ ବିଭାଗ…
ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ
ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…
ବିଚ୍ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର
ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…
Archives

