ଜମି ଅଧିଗ୍ରହଣରେ ଅଟକିଛି ଆପ୍ରୋଚ ରୋଡ

ଛେଣ୍ଡିପଦା,୨୧।୬(ଡି.ଏନ.ଏ.)-ପୋଲ ନିର୍ମାଣର ୩ ବର୍ଷ ପରେ ବି ତିଆରି ହୋଇପାରୁନି ଦାମୋଦର ସେତୁକୁ ଆପ୍ରୋଚ ରୋଡ଼। ବ୍ୟକ୍ତିଗତ ଜମି ମାଲିକାନାକୁ ନେଇ ଆଗେଇ ପାରୁନି ଏହି ରାସ୍ତାକାମ। ବିଭାଗ ପକ୍ଷରୁ ଏ ଦିଗରେ କୌଣସି ପଦକ୍ଷେପ ନିଆଯାଉ ନ ଥିବାବେଳେ ବିପଦସଙ୍କୁଳ ଅବସ୍ଥାରେ ଯାତାୟାତ କରୁଛନ୍ତି ଛେଣ୍ଡିପଦା ଅଞ୍ଚଳବାସୀ।
ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଅନୁଗୋଳ ଗ୍ରାମ୍ୟ ନିର୍ମାଣ ବିଭାଗ ପକ୍ଷରୁ ବିଜୁ ସେତୁ ଯୋଜନା ମାଧ୍ୟମରେ ପ୍ରାୟ ୩ ବର୍ଷ ତଳେ ଦାମୋଦର ସେତୁ ନିର୍ମାଣ ହୋଇଥିଲା। ଏଥିପାଇଁ ୩ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଥିଲା। ଛେଣ୍ଡିପଦା ବ୍ଲକ କୋଶଳା-କୋରଡା ପୂର୍ତ୍ତ ବିଭାଗ ରାସ୍ତା କୋଶଳା ଗ୍ରାମ ନିକଟରେ ଥିବା ସିଙ୍ଗଡା ନାଳ ଉପରେ ଏହି ସେତୁ ନିର୍ମାଣ ହୋଇଥିଲେ ହେଁ ଏହାକୁ ଲାଗି ଉଭୟ ପାର୍ଶ୍ୱରେ ଆପ୍ରୋଚ ରୋଡ ତିଆରି ହୋଇପାରୁନାହିଁ। ଏହି ରାସ୍ତା ନିର୍ମାଣ ହେବାକୁ ଥିବା ଜାଗା କେତେକ ଲୋକଙ୍କ ବ୍ୟକ୍ତିଗତ ମାଲିକାନାରେ ରହିଥିବାରୁ ସେମାନେ ଏହାର ବିରୋଧ କରୁଛନ୍ତି। ଏଥିଯୋଗୁ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଫଳରେ ଶୋଚନୀୟ ଅବସ୍ଥାରେ ଥିବା ଉକ୍ତ ରାସ୍ତାରେ ଗମନାଗମନରେ ଅସୁବିଧା ହେଉଛି। ଏବେ ବର୍ଷା ଦିନ ଆସିଯାଇଥିବାରୁ ଏଠାରେ ଯାତାୟାତ କରିବା କଷ୍ଟକର ହୋଇପଡିବ। ଅନ୍ୟପକ୍ଷରେ ଏହି ଗ୍ରାମ୍ୟ ବିଭାଗ ରାସ୍ତା ୨ ବର୍ଷରୁ ଊର୍ଦ୍ଧ୍ୱ ହେବ ଅନୁଗୋଳ ପୂର୍ତ୍ତ ବିଭାଗକୁ ହସ୍ତାନ୍ତର କରାଯାଇଛି। ତଦନୁଯାୟୀ ଏହି ରାସ୍ତା ନିର୍ମାଣ ଏବଂ ସମ୍ପ୍ରସାରଣ କାର୍ଯ୍ୟକୁ ତ୍ୱରାନ୍ବିତ କରିବାକୁ ଅଞ୍ଚଳବାସୀ ଦୃଢ ଦାବି କରିଛନ୍ତି।
ଏ ନେଇ ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ପ୍ରତାପ ଚନ୍ଦ୍ର ବିଶ୍ୱାଳ କହିଛନ୍ତି, ବ୍ୟକ୍ତିଗତ ମାଲିକାନାରେ ଥିବା ଘରୋଇ ଜାଗାକୁ ସରକାରୀ ଜମି ଅଧିଗ୍ରହଣ ନିୟମ ଅନୁଯାୟୀ ଅଧିଗ୍ରହଣ କରାଯିବ ଏ ନେଇ କାର୍ଯ୍ୟ ଆରମ୍ଭ ହୋଇଛି। କ୍ଷତିଗ୍ରସ୍ତଙ୍କୁ ସରକାରୀ ନିୟମାନୁଯାୟୀ ଆବଶ୍ୟକ କ୍ଷତି ପୂରଣ ରାଶି ପ୍ରଦାନ କରାଯିବ। ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରା କହିଛନ୍ତି, ଅଞ୍ଚଳବାସୀଙ୍କ ଗମନାଗମନ ସୁବିଧା ଦୃଷ୍ଟିରୁ ଏହି ରାସ୍ତାକୁ ପୂର୍ତ୍ତ ବିଭାଗ ପକ୍ଷରୁ ସମ୍ପ୍ରସାରଣ କରାଯାଇଛି। ଦାମୋଦର ସେତୁର ଉଭୟ ପାର୍ଶ୍ୱରେ ଥିବା ଆପ୍ରୋଚ ରୋଡ ଜାଗା ଅଧିଗ୍ରହଣ କାର୍ଯ୍ୟ କରିବା ପାଇଁ ସମସ୍ତ ପଦକ୍ଷେପ ନିଆଯାଇଛି। ସବୁ ପ୍ରକ୍ରିୟା କରାଯାଇ ସମ୍ପୃକ୍ତ ପ୍ରଜାମାନଙ୍କୁ କ୍ଷତିପୂରଣ ରାଶି ପ୍ରଦାନ କରାଯିବା ପରେ ଅବଶିଷ୍ଟ ନିର୍ମାଣ କାର୍ଯ୍ୟ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

କର୍ମୀଙ୍କ ବିଶ୍ୱାସରେ ବିଷ ଦେଲେ ବିଧାୟକ, କ୍ରସ ଭୋଟିଂକୁ ନିନ୍ଦା, ରମେଶଙ୍କ ସହ ୩ଜଣଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି

ଭଞ୍ଜନଗର,୧୭।୩ (ବାବୁଲା ପ୍ରଧାନ): ରାଜ୍ୟ ସଭା ନିର୍ବାଚନରେ କ୍ରସ ଭୋଟିଂକୁ ନେଇ ଓଡ଼ିଶା ରାଜନୀତିରେ ବଡ଼ ଧରଣର ଚର୍ଚ୍ଚା ଲାଗି ରହିଛି। କଂଗ୍ରେସ ଓ ବିଜେଡିର ୧୧…

ହରମୁଜରେ ଫସିଲା ପାକିସ୍ତାନର ତେଲ ଜାହାଜ, ଇରାନ କଲା ବଡ଼ ଘୋଷଣା

ତେହରାନ,୧୭।୩: ଇରାନ ପାକିସ୍ତାନର ବାଣିଜି୍ୟକ ତୈଳ ଟ୍ୟାଙ୍କରକୁ ହରମୁଜ ମଧ୍ୟରେ ଏହାର କ୍ଷେତ୍ରୀୟ ଜଳସୀମା ଦେଇ ଯିବା ପାଇଁ ଅନୁମତି ପ୍ରଦାନ କରିଛି। ପାକିସ୍ତାନ ନ୍ୟାସନାଲ ସିପିଂ…

ଯୁଦ୍ଧ ଭିତରେ ଟ୍ରମ୍ପଙ୍କୁ ଜୋରଦାର ଝଟ୍‌କା, ବଡ଼ ଘୋଷଣା କରି ବିଶ୍ୱରେ ପକାଇଲେ ଚହଳ

ଓ଼୍ବାଶିଂଟନ,୧୭।୩: ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ, ଡୋନାଲ୍ଡ ଟ୍ରମ୍ପ ପ୍ରଶାସନକୁ ଏକ ବଡ଼ ଝଟକା ଲାଗିଛି। ଆମେରିକାର ଜାତୀୟ ଆତଙ୍କବାଦ ବିରୋଧୀ କେନ୍ଦ୍ରର ନିର୍ଦ୍ଦେଶକ ଜୋ…

PSL 2026: ହାଇଦ୍ରାବାଦ ଅଧିନାୟକ ହେଲେ ମାର୍ନସ ଲାବୁସେନ, ଚମକାଇଲା ନିଷ୍ପତ୍ତି

କରାଚୀ,୧୭।୩: ଅଷ୍ଟ୍ରେଲିଆର ଷ୍ଟାର୍‌ ବ୍ୟାଟର ମାର୍ନସ ଲାବୁସେନ ପ୍ରଥମ ଥର ପାଇଁ ପାକିସ୍ତାନ ସୁପର ଲିଗ (PSL) ଖେଳିବାକୁ ଯାଉଛନ୍ତି। ତେବେ ଆଶ୍ଚର୍ଯ୍ୟର କଥା ହେଉଛି, ପଦାର୍ପଣ…

ଗଙ୍ଗାରେ ଇଫତାର୍‌ ପାର୍ଟିକୁ ନେଇ ତେଜିଲା ବିବାଦ, ଡ଼ଙ୍ଗାରେ ବସି ଚିକେନ ବିରିୟାନୀ ଖାଇବା ଅଭିଯୋଗ ପରେ…

ବାରାଣସୀ,୧୭।୩: ପବିତ୍ର ଗଙ୍ଗା ନଦୀରେ ଡ଼ଙ୍ଗା ଉପରେ ଇଫତାର୍‌ ପାର୍ଟି ଏବଂ ଆମିଷ ସେବନକୁ ନେଇ ଉତ୍ତର ପ୍ରଦେଶର ବାରାଣସୀରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ସୋସିଆଲ…

ରୋହିତଙ୍କ ପାଇଁ ମୁମ୍ବାଇ ଇଣ୍ଡିଆନ୍ସର ସ୍ବତନ୍ତ୍ର ପ୍ଲାନ! କେମିତି ଖେଳିବେ ସେ ନେଇ ସ୍ପଷ୍ଟ କଲେ ହେଡ୍‌ କୋଚ୍‌

ମୁମ୍ବାଇ,୧୭।୩: ଇଣ୍ଡିଆନ ପ୍ରିମିୟର ଲିଗ (IPL) ୨୦୨୬ ପାଇଁ ପ୍ରସ୍ତୁତି ଏବେ ଜୋରଦାର ଚାଲିଛି। ମୁମ୍ବାଇ ଇଣ୍ଡିଆନ୍ସର ପୂର୍ବତନ ଅଧିନାୟକ ତଥା ଷ୍ଟାର୍‌ ବ୍ୟାଟର ରୋହିତ ଶର୍ମା…

ଏପ୍ରିଲ ୧୫ରୁ ଏସବୁ ବ୍ୟାଙ୍କ ଆକାଉଣ୍ଟ ବନ୍ଦ, ଖାତାରେ ଟଙ୍କା ଥିଲେ…

ନୂଆଦିଲ୍‌ଲୀ,୧୭।୩: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (PNB) ଯେଉଁ ଆକାଉଣ୍ଟଗୁଡ଼ିକ ଦୀର୍ଘ ସମୟ ଧରି ନିଷ୍କ୍ରିୟ ଅଛନ୍ତି ବିଶେଷକରି, ସେହି ଆକାଉଣ୍ଟଗୁଡ଼ିକୁ ‘ଇନ ଆକ୍ଟିଭ’ ଭାବରେ ବର୍ଗୀକୃତ କରାଯାଇଛି।…

ଦିଦିଙ୍କ ଗଡ଼ ପାଲଟିଲା ‘ହଟ୍‌-ସିଟ୍‌’: ପୁଣି ମୁହାଁମୁହିଁ ହେବେ ମମତା-ଶୁଭେନ୍ଦୁ, ଭାଜପା କାର୍ଡକୁ କିଭଳି…

କୋଲକାତା,୧୭।୩: ପଶ୍ଚିମବଙ୍ଗ ରାଜନୀତିରେ ପୁଣି ଥରେ ଦୁଇ ମହାରଥୀଙ୍କ ମଧ୍ୟରେ ମହାମୁକାବିଲା ଦେଖିବାକୁ ମିଳିବ। ତୃଣମୂଳ କଂଗ୍ରେସ (TMC) ସୁପ୍ରିମୋ ମମତା ବାନାର୍ଜୀ ଏବଂ ଭାଜପା ନେତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri