ଜବାହରଚୌକ ପ୍ଲାଟିନମ୍‌ ଜୁବିଲି ସମାରୋହ ଉଦ୍‌ଯାପିତ: ‘ଲକ୍ଷ୍ମୀପୂଜା ଢେଙ୍କାନାଳର ପରିଚୟ’

ଢେଙ୍କାନାଳ ଅଫିସ, ୨୩।୧୦- ଲକ୍ଷ୍ମୀପୂଜା ଢେଙ୍କାନାଳର ପରିଚୟ। ପୂଜା ପ୍ରତିଷ୍ଠାନଗୁଡ଼ିକର ନିଷ୍ଠାପର ଉଦ୍ୟମ ଲାଗି ଏହାର ଉତ୍କର୍ଷ ବଢ଼ିବାରେ ଲାଗିଛି। ଏହି ମାଟିରୁ ସୃଷ୍ଟି ହୋଇଥିଲା ଗଡ଼ଯାତ ଆନ୍ଦୋଳନ। ବିଶ୍ୱ ପ୍ରସିଦ୍ଧ ମହିମା ଧର୍ମ ଏହାର ଆଉ ଏକ ଅବଦାନ। ଜିଲାର ବିକାଶ ଲାଗି ରାଜ୍ୟ ସରକାର ବଦ୍ଧପରିକର। ଖୁବ୍‌ଶୀଘ୍ର ହିନ୍ଦୋଳ, ଓଡ଼ାପଡ଼ା, ଗଁଦିଆ, ଭୁବନ, ସଦର ଏବଂ କାମାକ୍ଷନଗର ବ୍ଲକରେ ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକାରୀ ହେବ। ଜମିକୁ ପର୍ଯ୍ୟାପ୍ତ ଜଳସେଚନ ସୁବିଧା କରାଯିବ। ଜିଲାରେ ୪୦୦ କିମି ପୂର୍ତ୍ତ ବିଭାଗ ରାସ୍ତା ଥିଲା। ଏହା ଏବେ ୯୦୦ କିମିକୁ ଛୁଇଁଲାଣି। ସେହିପରି ଯୋରନ୍ଦା ନିକଟରେ ୨୫୩ କୋଟି ଏବଂ ମେରାମଣ୍ଡଳୀ ନିକଟରେ ୧୬୦ କୋଟି ଟଙ୍କା ବ୍ୟୟରେ ବ୍ରାହ୍ମଣୀ ନଦୀ ଉପରେ ୨ଟି ବ୍ରିଜ୍‌ ନିର୍ମାଣ ହେବ। ଶୃଙ୍ଖଳା ବଜାୟ ରଖିବା ଦିଗରେ ସମସ୍ତେ ଯତ୍ନବାନ ହେଲେ ପୂଜା ଉତ୍ସବ ଆହୁରି ଆକର୍ଷଣୀୟ ହେବ ବୋଲି କହିଛନ୍ତି ଖଣିମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ। ଜବାହରଚୌକ ପୂଜା ପ୍ରତିଷ୍ଠାନର ପ୍ଲାଟିନମ୍‌ ଜୁବିଲିର ଉଦ୍‌ଯାପନୀ ସମାରୋହରେ ମୁଖ୍ୟଅତିଥି ଭାବେ ଯୋଗଦେଇ ସେ ଏହା କହିଛନ୍ତି। ଅନ୍ୟତମ ଅତିଥି ଭାବେ ଏମ୍‌ପି ମହେଶ ସାହୁ, ବିଧାୟକ ସୁଧୀର କୁମାର ସାମଲ, ରାଜ୍ୟ ଯୁବ କଲ୍ୟାଣ ପରିଷଦ ଅଧ୍ୟକ୍ଷ ବିଜୟ କୁମାର ନାୟକ ଉପସ୍ଥିତ ଥିଲେ। ଲକ୍ଷ୍ମୀପୂଜା ଗଣ ଅନ୍ଦୋଳନରେ ପରିଣତ ହୋଇଛି। ବିନା ପୋଲିସ ସହାୟତାରେ ଏହାକୁ ଆୟୋଜନ କରାଯାଇପାରିଲେ ଏହାର ମହତ୍ତ୍ୱ ଆହୁରି ବଢ଼ିବ। ପରିଣତ ବୟସରେ ଜନ୍ମକଲା ମା’ଙ୍କୁ ସୁଖଶାନ୍ତିରେ ରଖିପାରିଲେ ଲକ୍ଷ୍ମୀପୂଜା ସଫଳ ହୋଇପାରିଛି ବୋଲି କୁହାଯିବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ।
ଏହି ଅବସରରେ ବ୍ରଜକିଶୋର ପଟ୍ଟନାୟକଙ୍କୁ ମରଣୋତ୍ତର ସମ୍ମାନରେ ସମ୍ମାନିତ କରାଯାଇଥିଲା। ସେହିପରି କଳିଙ୍ଗନଗରର ଅତିରିକ୍ତ ଏସ୍‌ପି ରାଜକିଶୋର ଦୋରା, ଶିଳ୍ପପତି ମନୋରଞ୍ଜନ ମହାନ୍ତି, ଚିତ୍ତରଞ୍ଜନ ମହାନ୍ତି, ଶିକ୍ଷୟିତ୍ରୀ ପ୍ରତିମା ଦେବୀ, କ୍ରୀଡ଼ାବିତ୍‌ ଶ୍ରେୟାସ ଶକ୍ତିସ୍ମିଥ, ସରପଞ୍ଚ ଶୁଭଦର୍ଶିନୀ ପରିଡ଼ା ମଧ୍ୟ ସମ୍ବର୍ଦ୍ଧିତ ହୋଇଥିଲେ। ଅନୁଷ୍ଠାନ ପକ୍ଷରୁ ସ୍ମରଣିକା ଉନ୍ମୋଚିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ୨ଦିନ କଲବଲ କରିବ କୁହୁଡ଼ି

ଭୁବନେଶ୍ୱର,୧୭।୨: ପାଣିପାଗ କେନ୍ଦ୍ର ପକ୍ଷରୁ ମଙ୍ଗଳବାର ଏକ ବଡ଼ ସୂଚନା ଜାରି କରାଯାଇଛି। ରାଜ୍ୟର ବିଭିନ୍ନ ଜିଲାରେ ଆଉ ୨ ଦିନ ପର୍ଯ୍ୟନ୍ତ ଘନ କୁହୁଡ଼ି ରହିବ…

ଦଶମ ଶ୍ରେଣୀ ଦିବ୍ୟାଙ୍ଗ ଛାତ୍ରଙ୍କ ବୋର୍ଡ ପରୀକ୍ଷାକୁ ନେଇ ଅନିଶ୍ଚିତତା, କର୍ତ୍ତୃପକ୍ଷଙ୍କୁ ଦୃଷ୍ଟି ଦେବାକୁ ଦାବୀ           

ଦିଗପହଣ୍ଡି,୧୭।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ଗ୍ରାମ ସରକାରୀ ହାଇସ୍କୁଲର ୧୦ମ ଶ୍ରେଣୀ ଛାତ୍ର ଗୌତମ ମହାନ୍ତିଙ୍କ ମାଟ୍ରିକ ପରୀକ୍ଷାକୁ ନେଇ ଅନିଶ୍ଚିତତା…

ରକ୍ତରେ ଭିଜିଲା ସପ୍ତାମାତୃକା ଶୈବପୀଠ, ଶହ ଶହ ପଶୁପକ୍ଷୀଙ୍କୁ ଦିଆଗଲା ବଳି

ତୁଣ୍ଡଲା,୧୭।୨(ଫିରୋଜ କୁମାର ଦାଶ): କଳାହାଣ୍ଡି ଜିଲାର କେସିଙ୍ଗା ବ୍ଲକ ବେଲଖଣ୍ଡି ସ୍ଥିତ ତେଲ ଓ ଉତେଇ ନଦୀର ସଙ୍ଗମରେ ଥିବା ସର୍ବପୁରାତନ ତଥା ଐତିହାସିକ ସପ୍ତମାତୃକା ଶୈବପୀଠ…

ଥୁଆମୂଳ ରାମପୁର: DMF ପାଣ୍ଠି ପାଇଁ ବିଡିଓଙ୍କୁ ସ୍ମାରକପତ୍ର

ଥୁଆମୂଳ ରାମପୁର,୧୭।୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକକୁ ସମ୍ପୂର୍ଣ୍ଣ ଭାବେ ଜିଲା ଖଣିଜ ପ୍ରତିଷ୍ଠାନ (DMF) ପାଣ୍ଠିରେ ଅନ୍ତର୍ଭୁକ୍ତ କରିବା ସହ ସରପଞ୍ଚମାନଙ୍କୁ କ୍ଷମତା…

ପୂର୍ବତନ ବିଧାୟକଙ୍କ ବିବାଦୀୟ ଫାର୍ମ ହାଉସରେ ମାପଚୁପ ଆରମ୍ଭ, ଜବରଦଖଲ ଅଭିଯୋଗରେ ହୋଇଥିଲା ନୋଟିସ

ଧର୍ମଶାଳା,୧୭।୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ମଧୁପୁରଗଡ଼ ଗ୍ରାମପଞ୍ଚାୟତସ୍ଥିତ ପନ୍ତୁରୀ ଠାରେ ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତ ରାୟଙ୍କ ଫାର୍ମହାଉସରେ ଆରମ୍ଭ ହୋଇଛି…

ଅଧାରେ ରହିଗଲା ବାହାଘର, ନିମନ୍ତ୍ରଣ କାର୍ଡ ଦେଇ ଫେରିବା ବେଳେ ଦୁର୍ଘଟଣାରେ ଚାଲିଗଲା ଜୀବନ

ଝାରସୁଗୁଡା/ବ୍ରଜରାଜନଗର,୧୭।୨(ଆଶିଷ ରଞ୍ଜନ ଦାଶ /ବିଜୟ ବରାଡ଼ ): ଘରକୁ ଫେରୁଥିବା ବେଳେ ଅଧ ରାସ୍ତାରେ ପିଟି ହେଲା ବାଇକ୍ । ଫଳରେ ବିବାହ କରିବାକୁ ଥିବା ଯୁବତୀଙ୍କ…

ଦଶମ ବୋର୍ଡ ପରୀକ୍ଷା ଦେବାକୁ ଯିବା ବେଳେ କାର୍ ଦୁର୍ଘଟଣା, ଦୁଇ ପରୀକ୍ଷାର୍ଥୀ ସମେତ ୬ ଆହତ

କେନ୍ଦୁଝର,୧୭।୨ (ନରେଶ ଚନ୍ଦ୍ର ପଟ୍ଟନାୟକ): ମଙ୍ଗଳବାର ବା ଆଜିଠାରୁ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ଆରମ୍ଭ ହେଉଛି । ତେବେ ସକାଳ ପ୍ରାୟ ୮ଟା୩୦…

କବିତା ପାଠୋତ୍ସବ, ବରିଷ୍ଠ ନାଗରିକଙ୍କ ସମ୍ମାନ-ସୁରକ୍ଷା ସୁନିଶ୍ଚିତ ଲକ୍ଷ୍ୟ

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ପ୍ରଶାସନ ବରିଷ୍ଠ ନାଗରିକଙ୍କ ସମ୍ମାନ, ସୁରକ୍ଷା ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ଏକ ଅଭିନବ ପ୍ରୟାସ ଇତିମଧ୍ୟରେ ଆରମ୍ଭ କରିଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri