ଚିକିଟି,୨୦।୫(ଡି.ଏନ.ଏ.)-ଗଞ୍ଜାମ ଜିଲା ଚିକିଟିପେଣ୍ଠ ମୁଖ୍ୟ ବଜାରରେ ଦିନକୁ ଦିନ ଟ୍ରାଫିକ୍ ସମସ୍ୟା ଗୁରୁତର ହେବାରେ ଲାଗିଛି ।ବଜାରର ଅଣଓସାରିଆ ରାସ୍ତା ଏହାର ମୁଖ୍ୟ କାରଣ । ୧୯୭୩ରେ ଚିକିଟି ଏନ୍ଏସି ଗଠିତ ହୋଇଥିଲା । କ୍ରମବଦ୍ଧିଷ୍ଣୁ ଏହି ସହରର ମୁଖ୍ୟ ବଜାରରେ ସୁଚିନ୍ତିତ ରାସ୍ତା ନିର୍ମାଣ କରାଯାଇ ନ ଥିବାରୁ ଏହାର ପରିଣାମ ସ୍ଥାନୀୟ ଓ ଆଖପାଖ ଅଞ୍ଚଳରୁ ଆସୁଥିବା ଲୋକଙ୍କୁ ଭୋଗିବାକୁ ପଢୁଛି ।
ଚିକିଟି ଏନଏସି ୧୨ ୱାର୍ଡକୁ ନେଇ ଗଠିତ । ପ୍ରତି ୱାର୍ଡରେ ରାସ୍ତା ପାଇଁ ଅତିକମ୍ରେ ୧୨ଫୁଟ ଓ ଡ୍ରେନ୍ ପାଇଁ ରାସ୍ତାର ଉଭୟ ପାର୍ଶ୍ୱରେ ୩ ଫୁଟ ଜାଗା ରହିବା ଆବଶ୍ୟକ। ମାତ୍ର ଚିକିଟି ମୁଖ୍ୟ ବଜାର ଏବଂ ପ୍ରତି ୱାର୍ଡର ରାସ୍ତା ଏତେ ସଂକୀର୍ଣ୍ଣ ଯେ ରାସ୍ତାରେ ଦୁଇଟି ଗାଡି ଯାତାୟାତ ସମ୍ଭବ ହେଉନାହିଁ। ଅନ୍ୟପକ୍ଷରେ ପ୍ରତ୍ୟେକ ଗଳିକନ୍ଦିରେ ଉଠାଦୋକାନୀ ତଥା ବ୍ୟବସାୟୀମାନେ ଜବରଦଖଲ କରିଥିବାରୁ ରାସ୍ତା ଅଧିକ ସଂକୁଚିତ ହେଉଛି। ଏଥିପାଇଁ ଛୋଟବଡ ଦୁର୍ଘଟଣା ଘଟିବାରେ ଲାଗିଛି । କେତେଜଣ ବୟୋଜ୍ୟେଷ୍ଠ ଲୋକଙ୍କ କହିବା ଅନୁଯାୟୀ ବଜାରର ମୁଖ୍ୟ ରାସ୍ତା ୨୦ ଫୁଟରୁ ଅଧିକ ଥିଲା । ଦିନକୁ ଦିନ ଏହା ସଂକୁଚିତ ହେଉଥିବାରୁ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି। ଏଥିସହ ସରକାରୀ ଓ ବେସରକାରୀ ଉଚ୍ଚବିଦ୍ୟାଳୟ ସାଙ୍ଗକୁ ଅନ୍ୟାନ୍ୟ ସରକାରୀ କାର୍ଯ୍ୟାଳୟ ଥିବାରୁ ବଜାର ମୁଖ୍ୟ ରାସ୍ତାରେ ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଗହଳି ଲାଗି ରହେ। ତେଣୁ ଏନଏସି କର୍ତ୍ତୃପକ୍ଷ, ଜିଲା ପ୍ରଶାସନ ଓ ପୋଲିସ୍ ପ୍ରଶାସନ ପକ୍ଷରୁ ରାସ୍ତାରୁ ଜବରଦଖଲ ହଟାଇ ଅଧିକ ଚଉଡା କରିବା ନିମନ୍ତେ ସାଧାରଣରେ ଦାବି ହେଉଛି । ଅନ୍ୟପକ୍ଷରେ ବିନା ଡ୍ରାଇଭଂ ଲାଇସେନ୍ସରେ କମ୍ ବୟସର ୨ଚକିଆ, ତିନିଚକିଆ ଓ ଚାରିଚକିଆ ଚାଳକମାନେ ବେପରୁଆ ଗାଡି ଚଳାଉ ଥିବାରୁ ସେମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଶ କରିବାକୁ ଦାବି ହେଉଛି। ଏ ସମ୍ପର୍କରେ ଏନ୍ଏସି କାଯର୍ୟନିର୍ବାହୀ ଅଧିକାରୀ ସୁଜିତ କୁମାର ଚୌଧୁରୀଙ୍କୁ ପଚାରିବାରୁ ସେ ୪ ମାସ ହେଲା ଏଠାରେ ନିଯୁକ୍ତି ପାଇଛନ୍ତି, ପୂର୍ବରୁ କ’ଣ ହୋଇଛି ତାହା ଜାଣି ନ ଥିବା କହିଛନ୍ତି। ବର୍ତ୍ତମାନ ଟ୍ରାଫିକ୍ ସମସ୍ୟାର ସମାଧାନ ପାଇଁ ପ୍ରଶାସନ ସହଯୋଗରେ ଖୁବ୍ଶୀଘ୍ର ପଦକ୍ଷେପ ନିଆଯିବ ବୋଲି ସୂଚନା ଦେଇଛନ୍ତି।
ପୋଲିସକୁ ଖୋଲା ଚ୍ୟାଲେଞ୍ଜ: ଗୋଟିଏ ରାତିରେ ଛତ୍ରପୁରର ୪ ମନ୍ଦିରରୁ ଚୋରି
ଛତ୍ରପୁର, ୨୦ା୧୨(ଦିଲୀପ ସାମଲ)- ପୁଣି ମନ୍ଦିରଗୁଡିକ ଉପରେ ଦୁର୍ବୃତ୍ତଙ୍କ ନଜର ପଡିଛି । ପୋଲିସ କଲୋନୀ ନିକଟରେ ଥିବା ୪ଟି ମନ୍ଦିରରୁ ଚୋରି କରି ପୋଲିସକୁ...
ଧକ୍କା ଦେଇ ଚାଲିଗଲା ଡାଲା ଅଟୋ: ଚାନ୍ଦପୁର ଗ୍ରାମର ୨ ଯୁବକ…
ଦିଗପହଣ୍ଡି, ୨୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଝାଟିପିଟିଆ ଗ୍ରାମ ହରିଜନ ସାହି ନିକଟ ମୁଖ୍ୟରାସ୍ତାରେ ଶନିବାର ସନ୍ଧ୍ୟାରେ ଏକ ଗାଡ଼ି ଧକ୍କାରେ...
ରାଜ୍ୟ ପାଇଁ ଗୌରବ ଆଣିଲେ ରଞ୍ଜନା: ଥାଇଲାଣ୍ଡରୁ ରୌପ୍ୟ ପଦକ ପାଇ…
ପୁରୁଷୋତ୍ତମପୁର,୨୦।୧୨ (ସବିତା ମିଶ୍ର): ଥାଇଲାଣ୍ଡରେ ଚାଲିଥିବା ଅନ୍ତର୍ଜାତୀୟ ପାରା ଆଥ୍ଲେଟିକ ପ୍ରତିଯୋଗିତାରେ ଗଞ୍ଜାମ ଜଲା ପୁରୁଷୋତ୍ତମପୁର ବ୍ଳକ କୁଶପୁର ଗ୍ରାମର ରଞ୍ଜନା ନାୟକ ଦୁଇଗୋଟି ରୌପ୍ୟ...
ମିନି ଟ୍ରାକ୍ଟର ଚଲାଇଲେ ବିଧାୟକ: କହିଲେ କୃଷକ ଦେଶର ମେରୁଦଣ୍ଡ
ଭଞ୍ଜନଗର,୨୦।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜେଲ ପଡିଆରେ ତିନିଦିନ ଧରି ଚାଲିଥିବା ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଶନିବାର ଉଦ୍ଯାପିତ ହୋଇଯାଇଛି। ଏଥିରେ...
ମଦନମୋହନପୁରରେ ଉତ୍କଳମଣି ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ଅନାବରଣ
ଦିଗପହଣ୍ଡି,୨୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମକୋଇ ପଞ୍ଚାୟତ ସ୍ଥିତ ମଦନମୋହନପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଶନିବାର ପଣ୍ଡିତ ଗୋପବନ୍ଧୁ...
ଦିବ୍ୟ ପବ୍ଲିକ ସ୍କୁଲର ବାର୍ଷିକ କ୍ରୀଡ଼ା ଉଦଯାପିତ: ଶ୍ରେଷ୍ଠ କ୍ରୀଡ଼ାବିତଙ୍କୁ ପୁରସ୍କୃତ କଲେ ମୁଖ୍ୟ ଅତିଥି
ଦିଗପହଣ୍ଡି,୨୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଦିବ୍ୟ ପବ୍ଲିକ ସ୍କୁଲ ପରିସରରେ ତିନି ଦିନ ଧରି ଚାଲିଥିବା ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଶନିବାର...
ପଦ୍ମନାଭପୁର ଶିଶୁ ମନ୍ଦିରର ରୌପ୍ୟ ଜୟନ୍ତୀ ସମାରୋହ ଉଦଘାଟିତ
ଦିଗପହଣ୍ଡି,୨୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ‘ଶ୍ରୀଧାମ’ ଆବାସିକ ବିଦ୍ୟାଳୟର ୨୫ତମ ପ୍ରତିଷ୍ଠା ଦିବସ ଅବସରରେ...
ମିନି ଟ୍ରାକ୍ଟର ଚଲାଇଲେ ବିଧାୟକ: କହିଲେ କୃଷକ ଦେଶର ମେରୁଦଣ୍ଡ
ଭଞ୍ଜନଗର,୨୦।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜେଲ ପଡିଆରେ ତିନିଦିନ ଧରି ଚାଲିଥିବା ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଶନିବାର ଉଦ୍ଯାପିତ ହୋଇଯାଇଛି। ଏଥିରେ...
Archives


