ଜବରଦଖଲ ହାଟ ଜମି ମାପଚୁପ ଆରମ୍ଭ

ଫୁଲବାଣୀ ଅଫିସ, ୨୪ା୧-ଫୁଲବାଣୀ ହାଟପଦାସ୍ଥିତ ହାଟ ଜମି ଜବରଦଖଲରେ ଥିଲା। ଜବରଦଖଲ ଉଚ୍ଛେଦ ପାଇଁ ବହୁଦିନରୁ ଦାବି ହୋଇ ଆସୁଥିବା ବେଳେ ହାଟ ଜମିର ମାପଚୁପ କାର୍ଯ୍ୟ ଗୁରୁବାର ଆରମ୍ଭ ହୋଇଛି ା ତେବେ ପ୍ରାୟ ୩୩ ଜଣ ବ୍ୟକ୍ତି ଏହି ସ୍ଥାନକୁ ନିଜ ଅକ୍ତିଆରରେ ରଖିଥିବା ଜଣାପଡ଼ିଛି। କେବେ ଏହା ଉଚ୍ଛେଦ ହେବ ତାହା ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ ା ସେପଟେ ତୁରନ୍ତ ଜବରଦଖଲ ଉଚ୍ଛେଦ କରିବାକୁ କୁଇ ସମାଜ ସମନ୍ବୟ ସମିତି ସାଧାରଣ ସମ୍ପାଦକ ଲମ୍ବୋଦର କହଁର ଦାବି କରିଛନ୍ତି।
ଫୁଲବାଣୀ ସହର ମଧ୍ୟରେ ରହିଛି ହାଟପଦା ଅଞ୍ଚଳ ା ଆଦିବାସୀ ତଥା ଚାଷୀଙ୍କ ଉପତ୍ାଦିତ ପନିପରିବା ବିକ୍ରି ପାଇଁ ଏହି ଅଞ୍ଚଳରେ ପ୍ରାୟ ୨ ଏକର ଜମିରେ ଏକ ହାଟ ହୋଇଥିଲା ା କ୍ରମେ ଏହାକୁ ଲୋକେ ଜବରଦଖଲ କରିବା ଆରମ୍ଭ କଲେ ା ଏହାକୁ ଉଚ୍ଛେଦ କରିବା ପାଇଁ ବହୁ ଦିନ ହେବ ଦାବି ହୋଇ ଆସୁଥିଲା ା ପୂର୍ବରୁ ହାଟପଦାର ଗୋଟିଏ ଅଂଶ ମାପଚୁପ ହୋଇଥିଲା ା ସେତବେଳେ ୦.୧୭୯ ଏକର ଜମିକୁ ୩୫ ଜଣ ଜବରଦଖଲ କରି ଘର ନିର୍ମାଣ କରିଥିଲେ। ଗୁରୁବାର ହାଟର ୧.୦୪ ଏକର ଜମି ମାପଚୁପ ହୋଇ ଚିହ୍ନଟ କରାଯାଇଛି ା ଅତିରିକ୍ତ ତହସିଲଦାର ବିରଞ୍ଚି କହଁର, ସୁପରଭାଇଜର ଆଶିଷ କୁମାର ନାୟକ, କୁଇ ସମାଜ ସମନ୍ବୟ ସମିତି ସାଧାରଣ ସମ୍ପାଦକ ଲମ୍ବୋଦର କହଁର, ପାଣ ସମାଜର ବକ ଦିଗାଲ ଏବଂ ସ୍ଥାନୀୟ ଲୋକଙ୍କ ଉପସ୍ଥିତିରେ ଏହି ମାପଚୁପ କରାଯାଇଥିଲା ା ଫୁଲବାଣୀ ରାଜସ୍ବ ନିରୀକ୍ଷକ ସୁବାଶିଷ ପ୍ରଧାନ, ତୁଡିପାଜୁ ରାଜସ୍ବ ନିରୀକ୍ଷକ ବିମଲ ବେବର୍ତ୍ତା, ଫିରିଙ୍ଗିଆ ଅମିନ କମଳାକାନ୍ତ ପ୍ରଧାନ ପ୍ରମୁଖ ନକ୍ସା ଧରି ମାପଚୁପ କରିଥିଲେ ା ନିୟମ ଅନୁସାରେ ଜବରଦଖଲକାରୀଙ୍କୁ ନୋଟିସ୍‌ ଦିଆଯିବ ା ଏହାପରେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହେବ ବୋଲି ତହସିଲଦାର ଦୀନମଣି ନାୟକ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ଏହି ହାଟ ବହୁ ପୁରୁଣା ା ପ୍ରତିଦିନ ଏଠାରେ ହାଟ ବସିଥାଏ ା ବୁଧବାର ସପ୍ତାହିକ ହାଟ ପଡେ ା ଫୁଲବାଣୀ ସମେତ ଫିରିଙ୍ଗିଆ, ଖଜୁରିପଡା, ଟିକାବାଲି, ଚକାପାଦ ଏପରିକି ବୌଦ୍ଧ ଜିଲାରୁ ଚାଷୀ, ବ୍ୟବସାୟୀ ଏଠାକୁ ପନି ପରିବା ବିକ୍ରି କରିବାକୁ ଆସିଥାନ୍ତି। ପୂର୍ବରୁ ହାଟ ୨ ଏକର ପରିମିତ ସ୍ଥାନରେ ଥିଲା ା ବନ୍ଦୋବସ୍ତ ସମୟରେ ଏହାର ପରିସୀମା ୧.୨୫ ଏକର ହୋଇଥିଲା ା ଏବେ ମାତ୍ର ୦.୫ ଏକର ସ୍ଥାନ ହାଟର ରହିଛି ା ବହୁ ଜବରଦଖଲକାରୀ ହାଟ ଜମିରେ ବଡ ବିଲଡିଂ ନିର୍ମାଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀ ଶରଧାବାଲିରୁ ଇସ୍କନ ବହି ଷ୍ଟଲ ହଟିଲା

ପୁରୀ,୧୧।୭: ପୁରୀ ଶରଧାବାଲିରୁ ଇସ୍କନ ବହି ଷ୍ଟଲକୁ ଶନିବାର ହଟାଇ ଦିଆଯାଇଥିବା ସୂଚନା ମିଳିଛି। ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଇସ୍କନ ପକ୍ଷରୁ ଖୋଲାଯାଇଥିବା ବହି ଷ୍ଟଲକୁ ଲୋକେ…

ଡୁଙ୍ଗୁରିପାଲିରେ ଯୁବକଙ୍କୁ ହତ୍ୟା

ଡୁଙ୍ଗୁରିପାଲି, ୧୧ା୭ (ଦୀନବନ୍ଧୁ ସୁନା ): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ସମଲେଇଚୁଆ ପଞ୍ଚାୟତ ଅଇଲାସାରି-ପାଙ୍କେଲ ଯିବା ଧର୍ସା କଞ୍ଚା ରାସ୍ତା ପାଣ୍ଡିରୀ-ଡୁଙ୍ଗୁରୀ ରାସ୍ତାପାର୍ଶ୍ୱ ବୁଦାରେ ଶନିବାର…

ରାଜଧାନୀରେ ବଦଳିଲା ଆନ୍ଦୋଳନର ରୂପ: “ଅଟୋ ଚିହ୍ନ” ଚର୍ଚ୍ଚା ଭିତରେ ସରକାରଙ୍କୁ ଘେରିଲେ ଭାଜପା କର୍ମୀ

ହାଟଡିହୀ, ୧୧।୭ (ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା  ଆନନ୍ଦପୁରରୁ ଆରମ୍ଭ ହୋଇଥିବା “ବୈତରଣୀ ବଞ୍ଚାଅ ଆନ୍ଦୋଳନ” ରାଜଧାନୀ ଭୁବନେଶ୍ୱରରେ ପହଞ୍ଚିବା ବେଳକୁ ଏହାର ରୂପ ରଙ୍ଗ ସମ୍ପୂର୍ଣ୍ଣ…

ଗୁଣୁପୁର ସରକାରୀ ହାଇସ୍କୁଲ ପାଲଟିଛି ରଣକ୍ଷେତ୍ର: ବେଞ୍ଚ ବିବାଦ-ପ୍ରେମ ସମ୍ପର୍କକୁ ନେଇ ହଷ୍ଟେଲ ଓ ଡେ-ସ୍କଲାର ଛାତ୍ରଙ୍କ ମଧ୍ୟରେ…

ଥୁଆମୂଳ ରାମପୁର, ୧୧।୭ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ ଗୁଣୁପୁର ଗ୍ରାମପଞ୍ଚାୟତ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ଘଟିଯାଇଛି।…

ପାଉଣା ମିଳିଲାନି ବୋଲି ବିଦ୍ୟାଳୟ ରାସ୍ତା ଖୋଳି ନେଇଗଲେ ଠିକାଦାର: ପାଠପଢ଼ା ଠପ୍, ଚାପା ଉତ୍ତେଜନା

ଦିଗପହଣ୍ଡି, ୧୧।୭ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଡ଼ି ଗ୍ରାମ ନୂଆସାହି ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ ଅଭାବନୀୟ ଘଟଣା ଦେଖିବାକୁ…

ରୋଗୀ ସାଜି ଆସିଲେ, ଡାକ୍ତରଙ୍କ ହାତ-ଗୋଡ଼ ବାନ୍ଧି କଳାକନା ବୁଲାଇଲେ: ଧର୍ମଗଡ଼ରେ ସଶସ୍ତ୍ର ଡକାୟତି

ଧର୍ମଗଡ଼,୧୧।୭(ଘାସିରାମ ଜଗତ): କଳାହାଣ୍ଡି ଜିଲା ଧର୍ମଗଡ଼ ସହରର କେନ୍ଦ୍ରସ୍ଥଳରେ ଏକ ଦୁଃସାହସିକ ସଶସ୍ତ୍ର ଡକାୟତି ଘଟଣା ସାମ୍ନାକୁ ଆସିଛି। ଧର୍ମଗଡ଼ ଡାକ୍ତରଖାନାର ସ୍ତ୍ରୀ ଓ ପ୍ରସୂତି ବିଭାଗ…

ସହିଦ ପୀଠର ମର୍ଯ୍ୟାଦାକୁ ଆଘାତ? ମଙ୍ଗଳପୁର–ସହିଦ ପୀଠ ରାସ୍ତାରେ ମଦ ଦୋକାନକୁ ତୀବ୍ର ବିରୋଧ; ଅନ୍ୟତ୍ର…

ଧାମନଗର,୧୧ା୭(କାଳନ୍ଦି ବେହେରା): ଭଦ୍ରକ ଜିଲାର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ତଥା ଲୋକଙ୍କ ଭାବାବେଗର ପ୍ରତୀକ ‘ସହିଦ ପୀଠ’ ନିକଟରେ ମଦ ଦୋକାନ ଖୋଲିବାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର…

ଭୁବନେଶ୍ୱରରେ ପାଇଖାନା ଟାଙ୍କି ଭୁଶୁଡ଼ି ୨ ଶ୍ରମିକଙ୍କ ମୃତ୍ୟୁ

ଭୁବନେଶ୍ୱର, ୧୧।୭: ରାଜଧାନୀ ଭୁବନେଶ୍ୱରର ବିଜେବି ନଗର ଅଞ୍ଚଳରେ ଏକ ଅଘଟଣ ଘଟିଛି। ନିର୍ମାଣାଧୀନ ପାଇଖାନା (ସେପ୍ଟିକ୍) ଟାଙ୍କି ଭୁଶୁଡ଼ି ପଡ଼ିବାରୁ ଦୁଇ ଜଣ ଶ୍ରମିକଙ୍କ ମୃତ୍ୟୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri