ଜବତ ମାଙ୍କଡ଼ା ବୋଝେଇ ୩ ଟ୍ରକ ଛଡାଇନେଲେ: ତହସିଲଦାରଙ୍କ ପାଖରେ ନାହିଁ ଖବର

ରଣପୁର,୨ା୧୧(ସ୍ବ.ପ୍ର.): ନୟାଗଡ଼ ଜିଲା ରଣପୁର ତହସିଲ ପଟିଆ ଗଁ।ରେ ଗୁରୁବାର ରାତିରେ ଫୋର୍ସଙ୍କ ଉପସ୍ଥିତିରେ ଜବତ ହୋଇଥିବା ୪ ମାଙ୍କଡା ପଥର ବୋଝେଇ ଟ୍ରକ ମଧ୍ୟରୁ ୩ଟିକୁ ପଥର ଚୋର ଛଡାଇ ନେଇଛନ୍ତି। ପରେ ଚାନ୍ଦପୁର ଥାନା ପୋଲିସ ସହାୟତାରେ ରାଜସ୍ବ କର୍ମଚାରୀମାନେ ଗୋଟିଏ ଟ୍ରକକୁ ନିଜ ହେପାଜତକୁ ଆଣିଥିଲେ। ହେଲେ ପଥର ଚୋରଙ୍କ ଏହି କାରନାମା ବିଷୟରେ ରଣପୁର ତହସିଲଦାରଙ୍କ ପାଖରେ କୌଣସି ଖବର ନାହିଁ। ଏ ସମ୍ପର୍କରେ ତହସିଲଦାର ସୁଶାନ୍ତ ପତିଙ୍କୁ ଯୋଗାଯୋଗ କରିବାରୁ ସେ ଗୋଟିଏ ୪୦୭ ଟ୍ରକ ଜବତ ହୋଇଥିବା କହିଥିଲେ। ଗଣମାଧ୍ୟମରୁ ଖବର ଜାଣିବା ପରେ ଘଟଣା ସମ୍ପର୍କରେ ବୁଝିବେ ବୋଲି କହିଥିଲେ। ସୂଚନାଯୋଗ୍ୟ ଗୁରୁବାର ରାତିରେ ରାଜସ୍ବ କର୍ମଚାରୀ ୪ଟି ମାଙ୍କଡା ବୋଝେଇ ୪୦୭ ଟ୍ରକ ଜବତ କରିଥିଲେ। ପଥର ଚୋର ମେଳିବାନ୍ଧି ୩ଟି ଟ୍ରକ ଛଡାଇ ନେଇଥିଲେ।
୧୪୪ ଧାରା ଜାରି ସତ୍ତ୍ୱେ ଚାଲିଛି ବେଆଇନ ଖଣି ଖନନ
ଚାନ୍ଦପୁର ଥାନା ଅଞ୍ଚଳରେ ବେଆଇନ ମାଙ୍କଡା ପଥର ଓ ମୋରମ ଖଣି ଉପରେ ରଣପୁର ତହସିଲ ପକ୍ଷରୁ ଲଗାମ ଲଗାଯାଇଛି । ସବୁ ଖଣି ଉପରେ ୧୪୪ ଧାରା ଜାରି ହୋଇଥିବାରୁ ଖଣି ଖନନ ଓ ମୋରମ ଚାଲାଣ ବନ୍ଦ ହେବା କଥା। କିନ୍ତୁ ଅବାଧରେ ଚାଲିଛି ବେଆଇନ ଖଣି ଖନନ। ରାଜସ୍ବ ବିଭାଗ ପକ୍ଷରୁ ପୋତାଯାଇଥିବା ନାଲି ପତାକାକୁ ଖଣି ଚୋରମାନେ ଉପାଡି ଫୋପାଡି ଦେଇଛନ୍ତି। ଆଉ କିଛି ଯୁବକଙ୍କୁ ଗୁପ୍ତଚର ଭାବେ ନିୟୋଜିତ କରି ବେଆଇନ ଖଣି ଖନନ ଚାଲୁ ରଖିଛନ୍ତି। ଜଣେ ଖଣି ମାଫିଆଙ୍କ ସୂଚନା ଅନୁସାରେ କିଛି ସରକାରୀ କର୍ମଚାରୀ, ଅଧିକାରୀ, ରାଜନେତାଙ୍କୁ ମାସିକିଆ ଟଙ୍କା ଦିଆଯାଉଥିବାରୁ ୧୪୪ ଧାରା ଶୀତଳଭଣ୍ଡାରରେ ପଡିରହିଛି । ଯାହା ଚଢ଼ାଉ ହେବ ତାହା ଲୋକ ଦେଖାଣିଆ ବୋଲି ସେ କହିଛନ୍ତି। ୧୪୪ ଧାରା ଜାରି ପରେ ବେଆଇନ ଖଣି ଖନନ ବନ୍ଦହେଉ ନ ଥିବାରୁ ଚାନ୍ଦପୁରରେ ଜିଲା ପ୍ରଶାସନ ପକ୍ଷରୁ ୪ ଏପିଆର ଓ ଜଣେ ହାବିଲଦାର ନିୟୋଜିତ କରାଯାଇଛି। ଫୋର୍ସଙ୍କ ସହ ତହସିଲ କର୍ମଚାରୀ ଚଢ଼ାଉରେ ସାମିଲ ହେବେ। ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହୋଇ ସାରିଲାଣି । ତେବେ ଫୋର୍ସଙ୍କ ହାତରେ ଆତ୍ମରକ୍ଷା ଓ ଭୟ ସୃଷ୍ଟି କରିବା ପାଇଁ ଅସ୍ତ୍ରଶସ୍ତ୍ର ନ ଥିବାରୁ ଖଣି ମାଫିଆ ଏଥିରେ ସାବାଡ ହେବା ପରି ଲାଗୁନି ବୋଲି ସାଧାରଣରେ ମତପ୍ରକାଶ ପାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଲଗାଣ ବର୍ଷା: ଏହି ଜିଲାରେ ୨ ଦିନ ସ୍କୁଲ ଛୁଟି ଘୋଷଣା

ଫୁଲବାଣୀ,୨।୭(ରାକେଶ କୁମାର ରାଉତ): ସାରା ରାଜ୍ୟରେ ଗତ ୨ ଦିନ ହେବ ବର୍ଷା ଲାଗି ରହିଛି। ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି କନ୍ଧମାଳ ଜିଲାରେ ୨ ଦିନ…

ବରଗଡ଼ ଏମପିଙ୍କ ବଡ଼ ସୂଚନା, ଅମିତ ଶାହାଙ୍କ ଓଡ଼ିଶା ଗସ୍ତ ବାତିଲ

ବରଗଡ଼,୨ା୭:(ପ୍ରେମାନନ୍ଦ ଖମାରୀ):ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଓଡ଼ିଶା ଗସ୍ତ ବାତିଲ ହୋଇଛି । ଆସନ୍ତା ୪ ତାରିଖରେ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଥିବା ବେଳେ ଏହା ବାତିଲ…

ବିକାଶ ବାଟବଣା: ବସଷ୍ଟାଣ୍ଡରେ ଲହଡ଼ି ମାରୁଛି ବର୍ଷାଜଳ

ବରଗଡ଼,୨।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ବିକାଶ ବାଟବଣା ହୋଇ ପଡ଼ିଛି। ଏଠାରେ ଡ୍ରେନେଜ ବ୍ୟବସ୍ଥା ଭୁଷୁଡି ପଡିଛି। ସାମାନ୍ୟ ବର୍ଷାରେ ବରଗଡ ସହର କେନ୍ଦ୍ରସ୍ଥଳୀରେ ରହିଥିବା ସରକାରୀ…

ଇନଷ୍ଟାଗ୍ରାମ ପ୍ରେମର ଭୟଙ୍କର ଅନ୍ତ; ପ୍ରେମିକାଙ୍କୁ ହତ୍ୟା ପରେ କବର ଦେଲେ ପ୍ରେମିକ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଲକ୍ଷ୍ନୌ,୨ା୭: ଉତ୍ତର ପ୍ରଦେଶର ପ୍ରୟାଗରାଜରୁ ଏକ ଅଜବ ଏବଂ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଇନଷ୍ଟାଗ୍ରାମରୁ ହୋଇଥିବା ପ୍ରେମ ମୃତ୍ୟୁର କାରଣ ସାଜିଛି । ଘଟଣାଟି ପ୍ରୟାଗରାଜର…

ଓଡ଼ିଶା ପାଇଁ ଗୌରବ ଆଣିଲେ ଓମପ୍ରକାଶ: ଅନ୍ତର୍ଜାତୀୟ ବାଳୁକା କଳା ପ୍ରଦର୍ଶନୀରେ…

କର୍ଲାମୁଣ୍ଡା,୨।୭(ପ୍ରଦୀପ କୁମାର ସାହୁ):ଆସନ୍ତା ୪ରୁ ୧୦ ଜୁଲାଇ ପର୍ଯ୍ୟନ୍ତ ତାଇୱାନରେ ଅନୁଷ୍ଠିତ ହେବାକୁ ଥିବା ଟଙ୍ଗସାଇଓ ବାଲୁକା ଭାସ୍କର୍ଯ୍ୟ କଳା ପ୍ରଦର୍ଶନରେ ଭାଗନେବା ପାଇଁ ପୁଣିଥରେ ନିମନ୍ତ୍ରିତ…

୫୦ହଜାର ଖସିଲାଣି ସୁନାଦର! ଏକ୍ସପର୍ଟ କହିଲେ ଆଗକୁ ଲକ୍ଷେ ତଳକୁ…

ନୂଆଦିଲ୍ଲୀ, ୨ା୭: ସୁନା ବଜାରରେ ଜାରି ରହିଥିବା ଦ୍ରୁତ ଅଭିବୃଦ୍ଧି ଏବେ ଓଲଟା ମୋଡ଼ ନେଇଛି। ଚଳିତ ବର୍ଷ ପ୍ରାରମ୍ଭରେ ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX)ରେ ପ୍ରତି…

ହ୍ବାଟ୍ସଆପ୍‌ ‘ୟୁଜରନେମ’କୁ ନେଇ ମେଟାର ସ୍ପଷ୍ଟୀକରଣ, ନମ୍ବର ଓ ବ୍ୟକ୍ତିଗତ ତଥ୍ୟକୁ…

ନୂଆଦିଲ୍ଲୀ, ୨ା୭: ହ୍ୱାଟସଆପର ନୂତନ ୟୁଜରନେମ୍ ଫିଚରକୁ ନେଇ ବିବାଦ ଦେଖାଯାଇଥିବା ବେଳେ ମେଟା ସ୍ପଷ୍ଟୀକରଣ ଦେଇଛି । କମ୍ପାନୀ କହିଛି ଯେ ସରକାରଙ୍କ ଦ୍ୱାରା ଉଠାଯାଇଥିବା…

ଡାକ୍ତରଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଜାରି: ରୋଗୀସେବା ବ୍ୟାହତ

ରାଇକିଆ,୨।୭(ପ୍ରଦୀପ ବେହେରା): ଓମସାର ଆହ୍ବାନ କ୍ରମେ ଡାକ୍ତରମାନେ ରାଜ୍ୟବ୍ୟାପୀ ଅନିର୍ଦ୍ଦିଷ୍ଟ କାଳ ପାର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ ଦ୍ୱିତୀୟ ଦିନରେ ପହଞ୍ଚିଛି। ୧୦ ଦଫା ଦାବି ପୂରଣ ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri