ଗାନ୍ଧିନଗର,୧୭।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ନିଜର ୬୯ତମ ଜନ୍ମଦିନ ପାଳନ ଅବସରରେ ଗାନ୍ଧିନଗରରେ ବାସ କରୁଥିବା ମା’ ହୀରାବେନ୍ ମୋଦିଙ୍କୁ ଭେଟିଛନ୍ତି। ମା’ଙ୍କ ପାଦ ଛୁଇଁ ପ୍ରଣାମ କରିବା ସହିତ ମୋଦି କିଛି ସମୟ ମା’ଙ୍କ ସହିତ କଥାବାର୍ତ୍ତା ହୋଇଥିଲେ। ଏହାପରେ ଦୁହେଁ ମିଶି ଭୋଜନ କରିଥିଲେ। ଏବେ ଏହାର ଫଟୋ ସୋସିଆଲ୍ ମିଡ଼ିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି।


