ଜନବସତିରେ ଦନ୍ତା ଦୌରାତ୍ମ୍ୟ

ପରଜଙ୍ଗ, ୧୮।୮(ଡି.ଏନ୍‌.ଏ.)  ଢେଙ୍କାନାଳ ବନଖଣ୍ଡ ମହାବିରୋଡ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନରେ ଦାନ୍ତ କଟାଯାଇଥିବା ଦନ୍ତା ହିଂସ୍ର ହୋଇଉଠିଛି। ଜନବସତିରେ ପଶି ହାତୀ ଦୌରାତ୍ମ୍ୟ ସୃଷ୍ଟି କରୁଛି। ସମ୍ମୁଖରେ ପଡୁଥିବା ଘରଦ୍ୱାର, ପାଚେରି କିଛି ବି ହାତୀ ମୁହଁରୁ ବାଦ୍‌ ପଡୁନାହିଁ। କନ୍ଦରସିଂହା ପଞ୍ଚାୟତ ମଝିକା ଗ୍ରାମରେ ଶୁକ୍ରବାର ରାତି ସାରା ହାତୀ ଉପଦ୍ରବ ସୃଷ୍ଟି କରିଛି। ଏଥିରେ ୯ ପରିବାର ବାସ ହରାଇଛନ୍ତି। ସେହିପରି ହାତୀ ଆକ୍ରମଣରେ ଏକ ଗାଈ ପ୍ରାଣ ହରାଇଥିବାବେଳେ ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ଏହାକୁ ନେଇ ଅଞ୍ଚଳରେ ଭୟ ଆତଙ୍କର ବାତାବରଣ ଲାଗିରହିଛି।
ଡିହଡୋଳ ଫରେଷ୍ଟ ସେକ୍ସନରେ ୨୫ଟି ହାତୀ ବିଭିନ୍ନ ଦଳରେ ବିଭକ୍ତ ହୋଇ ଫସଲ ନଷ୍ଟ କରୁଛନ୍ତି। ହେଲେ ଦାନ୍ତ କଟାଯାଇଥିବା ନରହନ୍ତା ଦନ୍ତା ସବୁଠୁ ବେଶି ଉତ୍ପାତ କରୁଛି। ଦନ୍ତା ଉପଦ୍ରବରେ ଦୁଷ୍ମନ୍ତ ବିଶ୍ୱାଳ, ଭୀମ ବିଶ୍ୱାଳ, ମନୋଜ ବିଶ୍ୱାଳ, ବିନୋଦ ପ୍ରଧାନ, ଶଙ୍କର ପ୍ରଧାନ, ଚରଣ ପ୍ରଧାନ, ଗଣେଶ୍ୱର ପ୍ରଧାନଙ୍କ ଘର ଭାଙ୍ଗିଯାଇଛି। ନୃସିଂହ ପ୍ରଧାନଙ୍କ ଘର ଭାଙ୍ଗିଦେବା ସହ ଗୋଟିଏ ଗାଈକୁ ଆକ୍ରମଣ କରି କ୍ଷତାକ୍ତ କରିଦେଇଛି। ବାବାଜୀ ପ୍ରଧାନଙ୍କ ଘର ଭାଙ୍ଗିଦେବା ସହ ଗୋଟିଏ ଗାଈକୁ ଦଳି ମାରିଦେଇଛି। ହାତୀ ଆକ୍ରମଣରେ ଅକ୍ଷୟ ନାୟକ ଆହତ ହୋଇଛନ୍ତି।
ପରଜଙ୍ଗ ଅଞ୍ଚଳର ବିଭିନ୍ନ ସ୍ଥାନରେ ହାତୀ ଉପଦ୍ରବ ନିତିଦିନିଆ ଘଟଣାରେ ପରିଣତ ହୋଇଛି। ହାତୀ ଭୟରେ ସନ୍ଧ୍ୟା ହେଲେ ଲୋକମାନେ ଘରୁ ପଦାକୁ ବାହାରି ପାରୁନାହାନ୍ତି। ବନ କର୍ମଚାରୀଙ୍କ ଉଦ୍ୟମ ସତ୍ତ୍ୱେ ହାତୀପଲ ଅଞ୍ଚଳ ଛାଡ଼ି ଯାଉନାହାନ୍ତି। ଏହା ଚାଷୀଙ୍କ ଚିନ୍ତା ବଢ଼ାଇଛି।
ଏ ନେଇ ରେଞ୍ଜର ହରମୋହନ ନାୟକ କୁହନ୍ତି, ଦନ୍ତା ଉପଦ୍ରବ ଚିନ୍ତା ବଢ଼ାଇଛି। ମୃତ ଗାଈର ବ୍ୟବଚ୍ଛେଦ କରାଯାଇଛି। କ୍ଷୟକ୍ଷତି ଆକଳନ କରି କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ ଦିଆଯିବ ବୋଲି ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ନେଉଥିଲେ ୩୦୦୦ ଟଙ୍କା, ଯୋଗାଣ ବିଭାଗର ଚଢ଼ାଉ, ଜବତ ହେଲା ୪୧…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲାରେ ରନ୍ଧନ ଗ୍ୟାସର କୃତ୍ରିମ ଅଭାବ ସୃଷ୍ଟି କରି ଚଢ଼ା ଦରରେ ବିକ୍ରି କରୁଥିବା ଅଭିଯୋଗରେ ଯୋଗାଣ ବିଭାଗ…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri