ଜଗତ୍‌ସିଂହପୁରରେ ପ୍ରବଳ ବର୍ଷା ସମ୍ଭାବନା

ଜଗତ୍‌ସିଂହପୁର ଅଫିସ,୮ା୧୧: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଗୁରୁବାର ବାତ୍ୟା ବୁଲ୍‌ବୁଲ୍‌ରେ ପରିଣତ ହୋଇଛି। ଏହାର ପ୍ରଭାବରେ ଜଗତ୍‌ସିଂହପୁର ଜିଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ତେଣୁ ଜିଲାର ସମସ୍ତ ବିଦ୍ୟାଳୟ ଓ ଅଙ୍ଗନୱାଡି କେନ୍ଦ୍ର ୨ ଦିନ ଅର୍ଥାତ୍‌ ଶୁକ୍ରବାର ଓ ଶନିବାର ଛୁଟି ରହିବ। କିନ୍ତୁ ଶିକ୍ଷୟିତ୍ରୀ, ଶିକ୍ଷକ ଓ ଅଙ୍ଗନୱାଡି କର୍ମୀମାନେ ବିଦ୍ୟାଳୟରେ ଉପସ୍ଥିତ ରହିବେ। ୯ ତାରିଖ ଦ୍ୱିତୀୟ ଶନିବାର ସରକାରୀ ଛୁଟି ଥିଲେ ସୁଦ୍ଧା ଏହା ବାତିଲ କରି ଦିଆଯାଇଛି। ଏହିଦିନ ସମସ୍ତ ସରକାରୀ କାର୍ଯ୍ୟାଳୟ ଖୋଲା ରହିବ। ଗୁରୁବାର ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଏହି ଘୋଷଣା କରିଥିବା ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ (ଡିଆଇପିଆର୍‌ଓ)ଙ୍କ ପକ୍ଷରୁ କୁହାଯାଇଛି।
ଡିଆଇପିଆର୍‌ଓଙ୍କ ସୂଚନା ଅନୁସାରେ, ବିଡିଓମାନେ ଆସନ୍ତା ୯ ତାରିଖରେ ନିଜ ଅଞ୍ଚଳର ତହସିଲଦାର ଓ ଲାଇନ ବିଭାଗ ଅଧିକାରୀଙ୍କ ସହିତ ବୈଠକ କରି ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା ପାଇଁ ଯୋଜନା ପ୍ରସ୍ତୁତ କରିବେ। ବ୍ଲକର ତଳିଆ ତଥା ସମ୍ବେଦନଶୀଳ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର ପାଇଁ ପଦକ୍ଷେପ ନେବେ। ବିଶେଷକରି ଗର୍ଭବତୀ, ଛୋଟ ପିଲା ଓ ଭିନ୍ନକ୍ଷମଙ୍କୁ ଶୁକ୍ରବାର ସୁଦ୍ଧା ଚିହ୍ନଟ କରାଯିବା ଦରକାର। ଜିଲା ମତ୍ସ୍ୟ ବିଭାଗ ସମେତ ଜଗତ୍‌ସିଂହପୁର ଓ ପାରାଦୀପ ପୌର ପରିଷଦ ନିର୍ବାହୀ ଅଧିକାରୀମାନେ ସତର୍କ ରହିବା ଆବଶ୍ୟକ। ଗୁରୁବାରଠାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନ ଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏ ସମ୍ପର୍କରେ ଡାକବାଜି ଦ୍ୱାରା ବ୍ୟାପକ ପ୍ରଚାର ଓ ପ୍ରସାର କରାଯିବ। ଅତିପ୍ରବଳ ବର୍ଷା ଯୋଗୁ କେତେକ ଅଞ୍ଚଳରେ ଜଳକଷ୍ଟ ଚିନ୍ତା ଥିବାରୁ ଡଙ୍ଗା ମହଜୁଦ ରଖିବାକୁ ବିଡିଓ ଏବଂ ତହସିଲଦାରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସମସ୍ତ ପଞ୍ଚାୟତର ସରପଞ୍ଚ ଓ ବାତ୍ୟା ଆଶ୍ରୟସ୍ଥଳର ସମ୍ପାଦକମାନେ ଆଶ୍ରୟସ୍ଥଳର କୋଠରୀ, ପରିଶ୍ରାଗାର ଓ ସୁରକ୍ଷା ଉପକରଣ ଆଦି ପ୍ରସ୍ତୁତ କରି ରଖିବାକୁ ବିଡିଓମାନଙ୍କୁ ଜିଲାପାଳ କହିଛନ୍ତି। ଅନେକ ବାତ୍ୟା ଆଶ୍ରୟସ୍ଥଳରେ ବିଦ୍ୟୁତ ସଂଯୋଗ ବ୍ୟବସ୍ଥା ନାହିଁ। ଏଗୁଡିକ ସମେତ ଜିଲାର ସମସ୍ତ ସ୍ଥାୟୀ ଓ ଅସ୍ଥାୟୀ ବାତ୍ୟା ଆଶ୍ର୍ରୟୟସ୍ଥଳରେ ଯେପରି ତୁରନ୍ତ ବିଦ୍ୟୁତ ସଂଯୋଗ ଓ ପାନୀୟ ଜଳ ଯୋଗାଣ ହୋଇପାରିବ ସେନେଇ ପଦକ୍ଷେପ ନେବାକୁ ସେସୁ ନିର୍ବାହୀ ଯନ୍ତ୍ରୀ, ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ନିର୍ବାହୀ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଯଦି ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଏ ତେବେ ରିଲିଫ କୋର୍ଡ ଅନୁଯାୟୀ ସେମାନଙ୍କ ରହିବା, ଖାଇବା ସଙ୍ଗେସଙ୍ଗେ ଗୋ ଖାଦ୍ୟ ଆଦି ମହଜୁଦ କରି ରଖିବା ଜରୁରୀ। ମାସକର ଗୋଖାଦ୍ୟ ମହଜୁଦ କରିବାକୁ ପଡିବ। ଏନେଇ ବିଡିଓ ଓ ପୌର ପରିଷଦ ନିର୍ବାହୀ ଅଧିକାରୀମାନେ ବିଶେଷ ଭାବରେ ଦାୟିତ୍ୱବାନ ହେବାକୁ ପଡିବ। ବିଡିଓ ଏବଂ ନିର୍ବାହୀ ଅତ୍କାରୀମାନେ ଯେଉଁ ବିଦ୍ୟାଳୟାକୁ ଆଶ୍ରୟସ୍ଥଳୀ ଭାବେ ଚିହ୍ନଟ କରିବେ ସେହିସବୁ ଶିକ୍ଷାନୁଷ୍ଠାନର ଚାବି ଜିଲା ଶିକ୍ଷା ଅଧିକାରୀ ଓ ଡିପିସି ହସ୍ତାନ୍ତର କରିବେ। ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ସାପକାମୁଡ଼ା ଓ ଚିକିତ୍ସା ଉପରେ ଗୁରୁତ୍ୱ ଦେବେ। ଜିଲାର ସମସ୍ତ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର (ସିଏଚ୍‌ସି) ଓ ଜନ ସ୍ବାସ୍ଥ୍ୟ କେନ୍ଦ୍ରରେ ସାପକାମୁଡ଼ା ଔଷଧ ଓ ହାଲୋଜେନ୍‌ ବଟିକା ଆଦି ମହଜୁଦ କରି ରଖିବା ବ୍ୟବସ୍ଥା କରିବେ। ଏଥିସହ ଆମ୍ବୁଲାନ୍ସ ଓ ମୋବାଇଲ ୟୁନିଟ୍‌ ପ୍ରସ୍ତୁତ କରି ରଖିବେ। ଗ୍ରାମ୍ୟ ଉନ୍ନୟନ, ରାସ୍ତା ଓ କୋଠାବାଡି, ଜଳସମ୍ପଦ ନିର୍ବାହୀ ଯନ୍ତ୍ରୀ ଏବଂ ଅଗ୍ନିଶମ ଅଧିକାରୀ ସେମାନଙ୍କ ଯନ୍ତ୍ରପାତି ପ୍ରସ୍ତୁତ କରି ରଖିବେ। ଜିଲା ଯୋଗାଣ ଅଧିକାରୀ ଚୁଡା ଓ ଗୁଡ ମହଜୁତ କରି ରଖିବେ। ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଅଧିକ ସଂଖ୍ୟାରେ ଗୋଖାଦ୍ୟ ପ୍ରସ୍ତୁତ କରି ରଖିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଥିବା ଡିଆଇପିଆର୍‌ଓ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

ମାଓବାଦୀ ବିରୋଧୀ ଅଭିଯାନ: ୯୨ କୋଟିର ସମ୍ପତ୍ତି ଜବତ

ନୂଆଦଲ୍ଲୀ,୧୩ା୧୨: ଦେଶରେ ମାଓବାଦୀ ବିରୋଧୀ ଅଭିଯାନ ବେଳେ ୯୨ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି। ବିଭିନ୍ନ ସୁରକ୍ଷା ଏଜେନ୍ସି ମିଳିତ ଚଢ଼ାଉ ଫଳରେ ମାଓବାଦୀମାନଙ୍କ...

ମହାନଦୀ ସଙ୍କଟ: ସ୍ପଷ୍ଟୀକରଣ ମାଗିଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼,୧୩ା୧୨(ପ୍ରେମାନନ୍ଦ ଖମାରୀ): ମହାନଦୀ ଜଳ ବିବାଦ ତଥା ମହାନଦୀ ସଙ୍କଟକୁ ନେଇ ବିଜେଡ଼ି ପୁଣି ରାଜ୍ୟ, କେନ୍ଦ୍ର ସରକାରକୁ ଘେରିବା ଆରମ୍ଭ କରିଛି। ଓଡ଼ିଶା ଏବଂ...

ପୂର୍ବତନ ବାୟୁସେନା ଅଧିକାରୀ ଗିରଫ

ଗୁଆହାଟୀ,୧୩ା୧୨: ପାକିସ୍ତାନ ଗୁପ୍ତଚରଗିରି ନେଟ୍‌ଓ୍ବର୍କ ସହ ସମ୍ପୃକ୍ତି ଅଭିଯୋଗରେ ଭାରତୀୟ ବାୟୁସେନାର ଜଣେ ଅବସରପ୍ରାପ୍ତ ଅଫିସରଙ୍କୁ ଆସାମ ପୋଲିସ ଗିରଫ କରିଛି। ଅଭିଯୁକ୍ତ କୁଳେନ୍ଦ୍ର ଶର୍ମାଙ୍କ...

ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍‌ ଗଲେ ମହିଳା ଅଭିଯୁକ୍ତ

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...

ରିକି କେଜ୍‌ଙ୍କ ଘରୁ ଚୋରି: ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ ସହାୟତା କରିବାକୁ ନିବେଦନ

ବେଙ୍ଗାଲୁରୁ,୧୩ା୧୨: ଗ୍ରାମୀ ପୁରସ୍କାର ବିଜେତା ତଥା ବିଶିଷ୍ଟ ସଙ୍ଗୀତଜ୍ଞ ରିକି କେଜ୍‌ଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଘରୁ ଏକ ସମ୍ପ୍‌ କଭର ଚୋରି...

ହାଡ଼ଭଙ୍ଗା ଶୀତରେ ଥରୁଛି ଥୁଆମୂଳ ରାମପୁର: ନିଆଁ ଭରସାରେ ଦୁର୍ଗମବାସୀ

ଥୁଆମୂଳ ରାମପୁର,୧୩ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାରେ କିଛିଦିନ ଧରି ପାରଦ ଖସିବାରେ ଲାଗିଛି। ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ମଧ୍ୟ ପାରଦ ୫ରୁ...

ମଣ୍ଡିରୁ ଉଠୁନି ଧାନ: ବଢୁଛି ଚାଷୀ ଅସନ୍ତୋଷ

ନୂଆପଡ଼ା,୧୨ା୧୨(ମକାରୁ ବେମାଲ): ନୂଆପଡ଼ା ଜିଲାରେ ମଣ୍ଡି ଆରମ୍ଭର ୧୦ ଦିନ ବିତିଯାଇଥିଲେ ମଧ୍ୟ କୌଣସି ମଣ୍ଡିରେ ଧାନ ଉଠା ନ ଯିବା ନେଇ ଶୁକ୍ରବାର ନୂଆପଡା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri