ଛେଣ୍ଡିପଦାରେ ଏକ ଏକର ଜାଗାରେ ଲାଗିଥିଲା ଗଞ୍ଜେଇ, ୩୪ଶହରୁ ଅଧିକ ଗଛ ନଷ୍ଟ କଲା ବିଭାଗ

ଛେଣ୍ଡିପଦା,୧୨।୧୨(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ଥାନା କଣଲୋଇ ପଞ୍ଚାୟତ ନୂଆତଇଲା ଗ୍ରାମ ନିକଟରେ ଗୁରୁବାର ଅବକାରୀ ବିଭାଗ ଓ ବନ ବିଭାଗ ପକ୍ଷରୁ ମିଳିତ ଚଢ଼ାଉ କରାଯାଇଛି। ଏଥିରେ ନୁହୁରାଣୀ ନାଳର ଅବବାହିକାରେ ଚାଷ ହୋଇଥିବା ବିପୁଳ ପରିମାଣର ଗଞ୍ଜେଇ ଗଛ ନଷ୍ଟ କରାଯାଇଛି। ବିଶ୍ୱସ୍ଥ ସୂତ୍ରରୁ ଖବରପାଇ ଅବକାରୀ ଏସ୍‌ପି ସୁରେଶ ଚନ୍ଦ୍ର ନାୟକଙ୍କ ନିର୍ଦ୍ଦେଶକ୍ରମେ ଅନୁଗୋଳ ଅବକାରୀ ଡିଏସ୍‌ପି କ୍ରିଷ୍ଣା ନାୟକଙ୍କ ନେତୃତ୍ୱରେ ଅନୁଗୋଳ ଅବକାରୀ ବିଭାଗର ମୋବାଇଲ ଇନ୍ସପେକ୍ଟର ଦିଲୀପ କୁମାର ବେହେରା, ଏସ୍‌ଆଇ ପ୍ରଭାସ ଚୌଧୁରୀ, ଏଏସ୍‌ଆଇ ଜାକିର ହୁସେନ, ବିଜୟ ସାମଲ ପ୍ରମୁଖଙ୍କ ସହ ଛେଣ୍ଡିପଦା ବନାଞ୍ଚଳ ଅଧିକାରୀ ଏବଂ ଅନ୍ୟ କର୍ମଚାରୀମାନେ ସାମିଲ ଥିଲେ। ଚଢ଼ାଉରେ ଏକ ଏକର ସ୍ଥାନରେ ଲାଗିଥିବା ୩୪ଶହରୁ ଅଧିକ ଗଞ୍ଜେଇ ଗଛଗୁଡ଼ିକୁ ପୋଡ଼ି ଦିଆଯାଇଥିଲା। ଏଥିସହ ଗଞ୍ଜେଇ ଲାଗିଥିବା ସ୍ଥାନଗୁଡ଼ିକ ରାଜସ୍ବ ନିରୀକ୍ଷକଙ୍କ ଦ୍ୱାରା ଚିହ୍ନଟ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅବକାରୀ ଡିଏସ୍‌ପି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଦି ହଟିଲେ, ଏବେ ‘ଧାମ’ ହଟିବାକୁ ନେଇ ଚର୍ଚ୍ଚା

ପୁରୀ, ୭ା୫(ମନୋଜ କୁମାର ଦଳାଇ):ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ସରକାରର ପତନ ଘଟିଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ନେଇ ରାଜନୀତି କରିବା ତାଙ୍କୁ ମହଙ୍ଗା ପଡ଼ିଛି ବୋଲି ଚର୍ଚ୍ଚା ହେଉଛି।…

ଏ-୧ ଗ୍ରେଡ୍‌ରେ ପାସ୍‌ କରିଥିବା ଛାତ୍ରଙ୍କୁ ଭେଟି ଆଶୀର୍ବାଦ ଦେଲେ ପ୍ରଧାନଶିକ୍ଷକ, କହିଲେ ଜଣେ ଦକ୍ଷ ଛାତ୍ର ଭାବେ…

କେସିଙ୍ଗା,୭ା୫(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ଜବାହରଉଚ୍ଚ ବିଦ୍ୟପୀଠ, ବାଲସି (କ)ର ଛାତ୍ର ଚଳିତ ଶିକ୍ଷାବର୍ଷର ବୋର୍ଡ ପରୀକ୍ଷାରେ ଏ-୧ ଗ୍ରେଡ୍‌ରେ ଉତ୍ତୀର୍ଣ୍ଣ ହୋଇ ଥିବାରୁ…

ବଲାଙ୍ଗୀର ପାଟଣାଗଡ଼ ବ୍ଲକ୍ ଅଫିସରେ ଅଭାବନୀୟ ଘଟଣା, ଝାମ୍ପିନେଇ ଫାଇଲ୍ ଚିରିଦେଲେ ଚେୟାରମ୍ୟାନ୍

ବଲାଙ୍ଗୀର,୭।୫(ସୁନିଲ କୁମାର ମହାନ୍ତି): ବ୍ଲକ ଅଫିସ ଭିତରେ ଫାଇଲ ଚିରିଦେଲେ ଚେୟାରମ୍ୟାନ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବୁଧବାର ବଲାଙ୍ଗୀର ଜିଲା ପାଟଣାଗଡ ବ୍ଲକ…

ପଶ୍ଚିମବଙ୍ଗ ନିର୍ବାଚନ ଫଳ ପ୍ରକାଶ ପରେ ଅନୁପ୍ରବେଶକାରୀଙ୍କ ଠିକଣା ପାଲଟୁଛି ମହାକାଳପଡ଼ା, ଜଳପଥରେ ଆସି…

କେନ୍ଦ୍ରାପଡ଼ା,୭ା୫ (ଜଗନ୍ନାଥ ଧଳ): ପଶ୍ଚିମବଙ୍ଗ ନିର୍ବାଚନ ଫଳ ପ୍ରକାଶ ପାଇଛି। ସେହି ରାଜ୍ୟରେ ଭାଜପା ସରକାର ଗଠନ କରିବାକୁ ଯାଉଛି। ଏହା ପୂର୍ବରୁ ସେଠାରେ ଅନୁପ୍ରବେଶ କରିଥିବା…

ସିସିଟିଭିରେ ରଙ୍ଗ ମାରି ଏଟିଏମ ଲୁଟିନେଲେ ଦୁର୍ବୃତ୍ତ, ସାଇରନ ବାଜିବା ଡରରେ ଭାଙ୍ଗିଦେଲେ…

ଉଦଳା,୭।୫(ସନ୍ତୋଷ କୁମାର ବାଚ୍ଛିନୀ): ଏଟିଏମ ଲୁଟିନେଲେ ଦୁର୍ବୃତ୍ତ । ଏକ ନୂଆ ଫଣ୍ଡାରେ ଲୁଟ୍ କରିଛନ୍ତି । ନିଜ ଚେହେରାକୁ ସିସିଟିଭିରୁ ବଞ୍ଚାଇବା ପାଇଁ ସିସିଟିଭିରେ ଲାଲ…

ମହାନଦୀରେ ଉଚ୍ଚ ଜୁଆର, ବିପଦରେ ମତ୍ସ୍ୟଜୀବୀଙ୍କ ହୁଲିଡଙ୍ଗା, ଆଶଙ୍କାରେ…

ମହାକାଳପଡ଼ା, ୭ା୫(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳର ମତ୍ସ୍ୟଜୀବୀମାନେ ନିଜ ନିଜ ଗୁଜୁରାଣ ମେଣ୍ଟାଇବା ପାଇଁ ମହାନଦୀରୁ ମାଛ ମାରି ଜୀବିକା ନିର୍ବାହ…

ଭୟରେ ଜୀବନ ହାରିଲେ ନିଟ ପରୀକ୍ଷାର୍ଥୀ: ମା’ ଖୋଲିଦେଲେ ସବୁ ଗୁମର

ଭଦ୍ରକ,୭।୫(ସନାତନ ରାଉତ): ପ୍ରଥମ ନିଟ ପରୀକ୍ଷାରେ ବିଫଳ ହୋଇଥିଲେ। ଦ୍ୱିତୀୟ ଥର ପରୀକ୍ଷା ପରେ ନିଜେ ମାର୍କିଙ୍ଗ କରିଥିଲେ। ପରୀକ୍ଷା ଫଳ ଖରାପ ହେବ ବୋଲି ଭାବି…

ବରଗଛରେ ଝୁଲିପଡ଼ିଲେ ପ୍ରେମୀଯୁଗଳ: ଗଛମୂଳରେ ପଡ଼ିଛି ଚପଲ-ବ୍ୟାଗ୍‌, ବଢୁଛି ସନ୍ଦେହ

ସୋନପୁର,୭l୫(ମୃତ୍ୟୁଞ୍ଜୟ ଶତପଥୀ):ସୁବର୍ଣ୍ଣପୁର ଜିଲା ବିନିକା ଥାନା ଅନ୍ତର୍ଗତ ଗୁଲୁଣ୍ଡା-ସିଲାଟି ରାସ୍ତାରେ ଏକ ବରଗଛ ଡାଳରେ ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଛି। ତେବେ ଏହା ଆତ୍ମହତ୍ୟା ନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri