ଛୁଟିରେ ଥାଇ ଦରମା ଆସୁଛି

ନବରଙ୍ଗପୁର,୭।୧୧(ବି.ପ୍ର.):ନିୟମ ଏଠି ବାଟବଣା। ବିନା ଦରଖାସ୍ତରେ ୬ ମାସ ଛୁଟିରେ ରହିଲେ ମଧ୍ୟ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ ନବରଙ୍ଗପୁର ଜିଲାରେ ଦରମା ମିଳିଯାଉଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀଙ୍କଠାରୁ ଆରମ୍ଭ କରି ଜିଲା ଶିକ୍ଷା ବିଭାଗର କେତେଜଣ କର୍ମଚାରୀ ଏଥିରେ ସାମିଲ ଥିବା ଅଭିଯୋଗ ହେଉଛି। ଅଭିଯୋଗ ହେଲେ ମଧ୍ୟ ତଦନ୍ତ ହେଉନାହିଁ। ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ ଦରମା ବାବଦକୁ ସରକାର ଅନୁଦାନ ଯୋଗାଉଛନ୍ତି। ସରକାରଙ୍କ ଅନୁଦାନ ଅବାଟରେ ଚାଲିଗଲେ ଅଧିକାରୀଙ୍କର କ’ଣ ବା ଯାଏଆସେ। ସେହି ନୀତିରେ ଦରମା ସହ ଶିକ୍ଷକଙ୍କ ଡିଏ ଆଦି ପ୍ରଦାନ କରାଯାଉଛି। ପୂର୍ବରୁ ଏଭଳି ଘଟଣା ଘଟିସାରିଛି। ଅନୁପସ୍ଥିତ ସତ୍ତ୍ୱେ ମେଣ୍ଟ୍ରି ବିଦ୍ୟାଳୟର ଜଣେ ଶିକ୍ଷୟିତ୍ରୀଙ୍କୁ ୩ ମାସର ଓ ବଡକୁମୁଲି ସ୍କୁଲର ଜଣେ ଶିକ୍ଷକଙ୍କୁ ୮ ମାସର ଦରମା ମିଳିଥିଲା। ଏବେ ଝରିଗାଁ ବ୍ଲକ ଚଚ୍ଚା ସରକାରୀ ୟୁଜି ହାଇସ୍କୁଲରୁ ସମାନ ଅଭିଯୋଗ ଆସିଛି।
ଚଚ୍ଚା ଗାଁରେ ୫-ଟି ଅଧୀନରେ ରହିଛି ସରକାରୀ ୟୁଜି ହାଇସ୍କୁଲ। ବିଦ୍ୟାଳୟର କ୍ଲାସିକାଲ ଶିକ୍ଷୟିତ୍ରୀ ମଧୁସ୍ମିତା ଦାଶ ଚଳିତ ବର୍ଷ ମେ’ ୬ରୁ ଅକ୍ଟୋବର ୩୧ ପର୍ଯ୍ୟନ୍ତ ବିଦ୍ୟାଳୟରେ ଅନୁପସ୍ଥିତ ଅଛନ୍ତି। ପ୍ରଧାନ ଶିକ୍ଷୟିତ୍ରୀ ବିପ୍ଲବିନୀ ମଲ୍ଲିକ ଅନୁପସ୍ଥିତ ରିପୋର୍ଟ ଜିଲା ଶିକ୍ଷା ବିଭାଗକୁ ନ ଦେଇ ମଧୁସ୍ମିତା ଉପସ୍ଥିତ ଥିବା ଜଣାଇଛନ୍ତି। ଫଳରେ ଶିକ୍ଷୟିତ୍ରୀ ମଧୁସ୍ମିତାଙ୍କୁ ନିୟମିତ ଭାବେ ଦରମା ମିଳୁଛି ବୋଲି ଏସ୍‌ଏମ୍‌ସି କମିଟି ସଭାପତି ଭଗବାନ ମାଝି ନିଜ ମୋବାଇଲ ନମ୍ବର ସହ ଗତ ବୁଧବାର ଜିଲା ଶିକ୍ଷା ଅଧିକାରୀଙ୍କୁ ମେଲ୍‌ କରି ଜଣାଇଛନ୍ତି। ବିଦ୍ୟାଳୟର ଉପସ୍ଥାନ ଖାତାରେ ମଧୁସ୍ମିତାଙ୍କ ଦସ୍ତଖତ ମେ’ ୬ ତାରିଖ ପର୍ଯ୍ୟନ୍ତ ରହିଛି। ସେଠାରୁ ଅକ୍ଟୋବର ଶେଷ ପର୍ଯ୍ୟନ୍ତ ମଧୁସ୍ମିତାଙ୍କ ଦସ୍ତଖତ ସ୍ଥାନ ଫାଙ୍କା ରହିଛି। ସମସ୍ତ ତଥ୍ୟ ସହ ଜିଲା ଶିକ୍ଷା ଅଧିକାରୀଙ୍କ ନିକଟରେ ଅଭିଯୋଗ ପହଞ୍ଚତ୍ ଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନାହିଁ। ଏନେଇ ଡିଇଓ ପ୍ରଦୀପ କୁମାର ନାଗଙ୍କୁ ଜଣାଇବାରୁ ସେ କାର୍ଯ୍ୟାଳୟର କିରାଣି ପଙ୍କଜ ମହାପାତ୍ରଙ୍କୁ ଡାକି ପଚାରିଥିଲେ। ଶିକ୍ଷୟିତ୍ରୀ ମଧୁସ୍ମିତା ନିୟମିତ ସ୍କୁଲ ଆସିଥିବା ପ୍ରଧାନଶିକ୍ଷୟିତ୍ରୀ ରିପୋର୍ଟ ଦେଇଛନ୍ତି। ସେହି ଅନୁଯାୟୀ ଦରମା ମିଳିଛି ବୋଲି କିରାଣି ମହାପାତ୍ର କହିଛନ୍ତି। ଏନେଇ ଶିକ୍ଷୟିତ୍ରୀ ମଧୁସ୍ମିତାଙ୍କୁ ପଚାରିବାରୁ ମୋର ମୋବାଇଲ ଖରାପ। ଦରମା ଖାତାରେ ଚଢୁଛି କି ନାହିଁ ଜାଣି ନାହିଁ। ମଁୁ ଛୁଟିରେ ରହିଛି ା ଦରଖାସ୍ତ ପଠାଇଥିଲି କିନ୍ତୁ ବିଦ୍ୟାଳୟରେ ପହଞ୍ଚତ୍ ପାରିନାହିଁ। ମେଡିକାଲ ରିପୋର୍ଟ ଓ ଛୁଟି ଦରଖାସ୍ତର ସମସ୍ତ ତଥ୍ୟ ମୋ ପାଖରେ ରହିଛି। କେତେ ଦିନ ଛୁଟିିରେ ଅଛନ୍ତି ବୋଲି ପଚାରିବାରୁ ତାହାର ସଠିକ ଉତ୍ତର ସେ ଦେଇ ନ ଥିଲେ। ଏନେଇ ପ୍ରଧାନ ଶିକ୍ଷୟିତ୍ରୀ ବିପ୍ଲବିନୀଙ୍କୁ ପଚାରିବାରୁ ସାଥୀରେ ରହୁଥିବାରୁ ମଧୁସ୍ମିତା ମେ’ ୬ରୁ ୧୫ ତାରିଖ ପର୍ଯ୍ୟନ୍ତ ଉପସ୍ଥିତ ଥିବା ରିପୋର୍ଟ ପ୍ରଦାନ କରିଛି। ତାହା ପରଠାରୁ ସେ ବିଦ୍ୟାଳୟ ଆସି ନାହାନ୍ତି। ଜୁନ୍‌ ମାସରୁ ମଧୁସ୍ମିତା ଛୁଟିରେ ଅଛନ୍ତି ବୋଲି ପ୍ରଧାନଶିକ୍ଷୟିତ୍ରୀ କହିଛନ୍ତି। ଜିଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ମେ ମାସରୁ ଅକ୍ଟୋବର ପର୍ଯ୍ୟନ୍ତ ଶିକ୍ଷୟିତ୍ରୀଙ୍କ ଉପସ୍ଥାନ ନିୟମିତ ରହିଥିବା ସମ୍ପର୍କରେ ପଚାରିବାରୁ ମଧୁସ୍ମିତା ଅନୁପସ୍ଥିତ ଥିବା ଜିଲା ଶିକ୍ଷା ଅଧିକାରୀଙ୍କୁ ରିପୋର୍ଟ ଦେଇ ଆସୁଛି। ଉପସ୍ଥିତ ରିପୋର୍ଟ ସେଠାରେ କିଭଳି ଅଛି ତାହା ଆଶ୍ଚର୍ଯ୍ୟ ଲାଗୁଛି ବୋଲି ସେ କହିଥିଲେ। ଅନ୍ୟ ପକ୍ଷେ ଜିଲା ଶିକ୍ଷା ଅଧିକାରୀଙ୍କୁ ଛୁଟି ଦରଖାସ୍ତ କାର୍ଯ୍ୟାଳୟକୁ ଆସିଛି କି ବୋଲି ପଚାରିବାରୁ ମଧୁସ୍ମିତା ଛୁଟି ଦରଖାସ୍ତ କାର୍ଯ୍ୟାଳୟରେ ନାହିଁ ବୋଲି ଜଣାଇଛନ୍ତି।
ସରକାରୀ ନିୟମାନୁଯାୟୀ, ଡିଇଓ, ଏଡିଇଓ, ବିଇଓ ଏବଂ ଏବିଇଓମାନେ ବିଦ୍ୟାଳୟଗୁଡିକ ପରିଦର୍ଶନ କରି ଗୁଣାତ୍ମକ ଶିକ୍ଷା ବ୍ୟବସ୍ଥା, ଶୈକ୍ଷିକ ଉପକରଣ, ଲାଇବ୍ରେରୀ, ପାଠ୍ୟ ଖସଡା କିଭଳି ଚାଲିଛି, ଶିକ୍ଷୟତ୍ରୀ ଶିକ୍ଷକଙ୍କ ଉପସ୍ଥାନ ଆଦି ନିରୀକ୍ଷଣ କରିବା କଥା। କିନ୍ତୁ ଚଚ୍ଚା ୟୁଜି ହାଇସ୍କୁଲରେ ଶିକ୍ଷୟିତ୍ରୀ ଜଣକ ୬ମାସ ଅନୁପସ୍ଥିତ ରହିବା କଥା କୌଣସି ଅଧିକାରୀ କିଭଳି ଜଣିପାରିଲେ ନାହିଁ ତାହା ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏଭଳି ବିଦ୍ୟାଳୟରେ ଅନୁପସ୍ଥିତ ଶିକ୍ଷକ ନିୟମିତ ଦରମା ପାଉଥିବା ସଂଖ୍ୟା ଖୋଜିଲେ ଜିଲାରେ ଅନେକ ଅସିଯିବେ। ତଥାପି ଜିଲା ଶିକ୍ଷା ବିଭାଗରେ ଅଭିଯୋଗ ହେଲେ କାର୍ଯ୍ୟାନୁଷ୍ଠାନ ହେଉ ନ ଥିବା ବିଡମ୍ବନାର ବିଷୟ।


Enter your email to get our daily news in your inbox.

All Right Reserved By Dharitri.Com

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଚାଉଳ ନପାଇ ଫେରି ଯାଉଛନ୍ତି ଲୋକେ: ସାନଖେମୁଣ୍ଡିରେ ଖାଉଟିଙ୍କୁ ଚାଉଳ ଯୋଗାଣରେ ଅବ୍ୟବସ୍ଥା ..

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗ୍ରାମାଞ୍ଚଳମାନଙ୍କରେ ଖାଦ୍ୟ ଯୋଗାଣ ବିଭାଗ ପକ୍ଷରୁ ଖାଉଟିଙ୍କୁ ଚାଉଳ ଯୋଗାଣରେ ଅବ୍ୟବସ୍ଥା ନେଇ ସିଙ୍ଗପୁର ପଞ୍ଚାୟତ ସରପଞ୍ଚ…

୧୬ ନମ୍ବର ଜାତୀୟ ରାଜପଥ ବଡ଼ ଘାଟି ଉପରେ ଓଲଟିଲା ଏସିଡି ଟ୍ୟାଙ୍କର

ଖଲ୍ଲିକୋଟ,୩୧।୩(ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ୧୬ ନଂ. ଜାତୀୟ ରାଜପଥ ବଡ଼ଘାଟି ଉପରେ ମଙ୍ଗଳବାର ଅପରାହ୍ନରେ ଏକ ଏସିଡି ବୋଝେଇ ଟ୍ୟାଙ୍କର ଓଲଟି ପଡିଛି।…

ରବି ଧାନ ବିକ୍ରି ପଞ୍ଜିକରଣ ଅବଧି ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

କୋକସରା,୩୧।୩(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଇନ୍ଦ୍ରାବତୀ ଉଠା ଜଳସେଚନ ଅଞ୍ଚଳର ଚାଷୀମାନେ ଚଳିତ ବର୍ଷ ରବି ଚାଷ ଧାନ ବିକ୍ରି ପଞ୍ଜିକରଣରୁ ବାଦ ପଡ଼ିଛନ୍ତି। ଫଳରେ କୋକସରା ବ୍ଳକ…

ଉତ୍କଳ ପ୍ରଦେଶ ଗଠନରେ ବଡ଼ଖେମୁଣ୍ଡିର ଅବଦାନ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ବଡ଼ଖେମୁଣ୍ଡି ହାଇସ୍କୁଲ ପରିସରରେ ମଙ୍ଗଳବାର ଉତ୍କଳ ସମ୍ମିଳନୀ ଗଞ୍ଜାମ ଜିଲା ଶାଖା ଆନୁକୂଲ୍ୟରେ ପବିତ୍ର ଉତ୍କଳ ଦିବସ ଅବ୍ୟବହିତ…

ଲୁଚାଇ ରଖିଥିଲେ: ମିଳିଲା ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, ମାଓବାଦୀ ସାମଗ୍ରୀ

ଫୁଲବାଣୀ,୩୧।୩(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ଦାରିଙ୍ଗିବାଡି ଥାନା ଅଞ୍ଚଳରେ କୋମ୍ବିଂ ଅପରେଶନ ବେଳେ ସୁରକ୍ଷାକର୍ମୀ ବିପୁଳ ପରିମାଣର ମାଓବାଦୀ ସାମଗ୍ରୀ ଜଙ୍ଗଲରୁ ଜବତ କରିଛନ୍ତି। ଜବତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri