ଛୁଟିରେ ଡାକ୍ତର, ରୋଗୀ ଛଟପଟ

ଭଞ୍ଜନଗର,୨।୧(ଡି.ଏନ୍‌.ଏ.)- ଭଞ୍ଜନଗର ଉପଖଣ୍ଡ ହସ୍‌ପିଟାଲ ରାଜ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ହସ୍‌ପିଟାଲ। ଉକ୍ତ ହସପିଟାଲକୁ ଜିଲା ହସପିଟାଲ ଠାରୁ ଅଧିକ ରୋଗୀ ଦୈନନ୍ଦିନ ଆସନ୍ତି। ଚାହିଦାକୁ ଦେଖି ଭିତ୍ତିଭୂମି ସୁଦୃଢ଼ କରାଯାଇଛି। କିନ୍ତୁ ଖାଲିଥିବା ଡାକ୍ତର ପଦବୀ ପୂରଣ କରାଯାଉନାହିଁ। ଯେଉଁଥିପାଇଁ ଅଧିକାଂଶ ସମୟ ରୋଗୀସେବା ବାଧାପ୍ରାପ୍ତ ହେଉଛି। ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଖାଲିଥିବା ଡ଼ାକ୍ତର ପଦବୀ ପୂରଣ କରିବା ପାଇଁ ଦାବି ହୋଇଛି। ଏହି ହସପିଟାଲ ଉପରେ ଭଞ୍ଜନଗର ଉପଖଣ୍ଡ, କନ୍ଧମାଳ ଓ ନୟାଗଡ଼ ଜିଲା ସୀମାବର୍ତ୍ତୀ ଅଞ୍ଚଳର ଲୋକେ ସ୍ବାସ୍ଥ୍ୟସେବା ପାଇଁ ନିର୍ଭରଶୀଳ। ଭଞ୍ଜନଗର ଉପଖଣ୍ଡ ହସ୍‌ପିଟାଲରେ ୨୩ ଡ଼ାକ୍ତର ପଦବୀ ଅନୁମୋଦନ ହୋଇଥିବାବେଳେ ବତ୍ତର୍ର୍ମାନ ୧୧ ଜଣ କାର୍ଯ୍ୟରତ। ବ୍ୟକ୍ତିଗତ କାରଣରୁ ମେଡ଼ିସିନି ଭଳି କିଛି ଗୁରୁତ୍ୱପୂର୍ଣ୍ଣ ବିଭାଗର ଡ଼ାକ୍ତର ସପ୍ତାହେ ହେବ ଛୁଟିରେ ଅଛନ୍ତି। ଛୁଟିରେ ଥିବା କେତେଜଣ ଡ଼ାକ୍ତର ଗୁରୁବାର କାର୍ଯ୍ୟରେ ଯୋଗ ଦେବାର ସମ୍ଭାବନା ରହିଛି। ଆଉ ୨ଜଣ ଡ଼ାକ୍ତର ଲମ୍ବା ଛୁଟିରେ ଅଛନ୍ତି। ତେଣୁ ସରକାର ଅନୁମୋଦନ ହୋଇଥିବା ଡ଼ାକ୍ତର ପଦବୀ ଗୁଡ଼ିକ ତୁରନ୍ତ ପୂରଣ ପାଇଁ ଦାବି ହୋଇଛି। ସର୍ଜରି, ଅସ୍ଥିଶଲ୍ୟ ବିଶେଷଜ୍ଞ ପଦବୀ ୨ବର୍ଷରୁ ଊର୍ଦ୍ଧ୍ୱ ହେବ ଖାଲିପଡ଼ିଛି। ଏଥିସହ ଅନ୍ୟାନ୍ୟ ବିଭାଗର ଡ଼ାକ୍ତର ପଦବୀ ଖାଲିପଡ଼ିଛି। ଲୋକେ ସାମାନ୍ୟ ଆହତ ହୋଇ ଭଞ୍ଜନଗର ମେଡ଼ିକାଲକୁ ଆସିଲେ ମଧ୍ୟ ବ୍ରହ୍ମପୁର ଅଧିକ ଚିକିତ୍ସା ପାଇଁ ଯିବାକୁ ପଡ଼ୁଛି। କିଛିଦିନତଳେ ଜିଲୁଣ୍ଡିର ଜଣେ ବ୍ୟକ୍ତି ସିକଲସେଲ୍‌ ରକ୍ତ ପରୀକ୍ଷା ଭଞ୍ଜନଗର ମେଡ଼ିକାଲରେ କରିଥିଲେ। ଏଠାରେ ସିକଲସେଲ ନ ଥିବା ରିପୋର୍ଟ ଆସିଥିଲା। ଏହାର ୨ଦିନ ପରେ ସେ ବ୍ରହ୍ମପୁର ବଡ଼ ମେଡ଼ିକାଲରେ ଯାଇ ରକ୍ତ ପରୀକ୍ଷା କରିବାରୁ ପଜେଟିଭ୍‌ ଥିବା ଜଣାପଡିଥିଲା। ବର୍ତ୍ତମାନ କେଉଁ ରିପୋର୍ଟ ଠିକ୍‌ ତାହାକୁ ନେଇ ରୋଗୀ ଦ୍ୱନ୍ଦ୍ୱରେ। ଦୁଇଟି ସରକାରୀ ପରୀକ୍ଷା କେନ୍ଦ୍ରରେ ଅଲଗା ଅଲଗା ରିପୋର୍ଟ କଥା ଲୋକ ଲୋଚନକୁ ଆସିବା ପରେ ରୋଗୀମାନେ ମଧ୍ୟ ମେଡ଼ିକାଲରେ ପରୀକ୍ଷା କରିବାକୁ ନେଇ ଭୟଭୀତ ହୋଇପଡ଼ିଛନ୍ତି। ଏନେଇ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି। ଏନେଇ ଭଞ୍ଜନଗର ମେଡ଼ିକାଲ ଅଧୀକ୍ଷକ ଡ. ପ୍ରଫୁଲ କୁମାର ଗୌଡଙ୍କ ସହ ଯୋଗାଯୋଗ କରିବାରୁ ସେ ଏଠାରେ କହିଛନ୍ତି ଯେ, ଖାଲିଥିବା ଡାକ୍ତରୀ ପଦବୀ ପୂରଣ ପାଇଁ ପଦକ୍ଷେପ ନିଆଯାଇଛି। ନୂତନ ନିଯୁକ୍ତି ସମୟରେ ଏହି ସମସ୍ୟା ପ୍ରାୟ ଦୂରହେବ।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଓଡ଼ିଶା ପୋଲିସ ପ୍ରଗତି ଡ୍ୟାସବୋର୍ଡ ରାଙ୍କିଙ୍ଗ୍‌: ପୁରୁଷୋତ୍ତମପୁର ଏସ୍‌ଡିପିଓ, ଗଞ୍ଜାମ ଥାନା ପ୍ରଥମ

ଗଞ୍ଜାମ/ଛତ୍ରପୁର, ୧ା୧ (ଅନାଥ ତରାଇ/ଦିଲୀପ ସାମଲ)- ଓଡ଼ିଶା ପୋଲିସର କ୍ରାଇମ ଆଣ୍ଡ କ୍ରିମିନାଲ ଟ୍ରାକିଙ୍ଗ୍‌ ନେଟ୍‌ୱର୍କ ଆଣ୍ଡ ସିଷ୍ଟମ (ସିସିଟିଏନ୍‌ଏସ୍‌) ଅଧୀନରେ ପ୍ରଗତି ଡ୍ୟାସବୋର୍ଡର ର଼୍ୟାକିଙ୍ଗ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri