ଛାତ୍ରୀଛାତ୍ରଙ୍କ ସୁରକ୍ଷା ପ୍ରତି ବିପଦ

ରୂପ୍‌ସା, ୧୨।୮(ଡି.ଏନ.ଏ.)-କେନ୍ଦ୍ର ଓ ରାଜ୍ୟ ସରକାର ପ୍ରାଥମିକ ବିଦ୍ୟାଳୟ ସ୍ତରରେ ଛାତ୍ରୀଛାତ୍ରଙ୍କ ସୁରକ୍ଷା ପ୍ରତି ଗୁରୁତ୍ୱ ଦେଉଥିବା ବେଳେ ବିଭିନ୍ନ ସ୍ଥାନରେ ସୁରକ୍ଷିତ ଶ୍ରେଣୀଗୃହ ଅଭାବ ଏବଂ ବିଦ୍ୟାଳୟ ହତା ସାଙ୍ଗକୁ ପାଚେରି ନ ଥିବାରୁ ସମସ୍ୟା ସୃଷ୍ଟି ହେଉଛି। ବାଲେଶ୍ୱର ଜିଲା ବସ୍ତା ବ୍ଲକ ଅଞ୍ଚଳରେ ‘ସଭିଏଁ ପଢ଼ିବା, ସଭିଏଁ ବଢ଼ିବା’ କାର୍ଯ୍ୟକ୍ରମରେ ଏଭଳି ବ୍ୟତିକ୍ରମ ଦେଖିବାକୁ ମିଳିଛି। ଏହି ବ୍ଲକରେ ଅଧିକାଂଶ ବିଦ୍ୟାଳୟରେ ପାଚେରି ନଥିବାରୁ ପିଲାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବିଦ୍ୟାଳୟ କର୍ତ୍ତୃପକ୍ଷ ବାଡ଼ ତିଆରି କରିବାକୁ ବାଧ୍ୟ ହେଉଛନ୍ତି। ଏ ପରିକି ରାସ୍ତାକଡ ବିଦ୍ୟାଳୟର ସୁରକ୍ଷା ପ୍ରତି ଧ୍ୟାନ ଦିଆଯାଉ ନାହିଁ ା
ଏହି ବ୍ଲକରେ ଥିବା ଗଡ଼ପଦା ପ୍ରାଥମିକ ବିଦ୍ୟାଳୟ ରୂପ୍‌ସା-ଗଡ଼ପଦା-ନୂଆଗାଁ ମୁଖ୍ୟରାସ୍ତାକୁ ଲାଗି ରହିଛି। ଏହି ରାସ୍ତା ୬୦ନଂ. ଜାତୀୟ ରାଜପଥକୁ ଗହୀରସିମୁଳିଆ ଠାରେ ସଂଯୋଗ କରୁଛି। ସେହିପରି ମୟୂରଭଞ୍ଜର ବଡ଼ଗୁମା ରାସ୍ତାକୁ ଏହା ସଂଯୋଗ କରୁଥିବାରୁ ଦୈନନ୍ଦିନ ଶହ ଶହ ବାଇକ୍‌, ଭ୍ୟାନ୍‌, ଟ୍ରାକ୍ଟର, ଟ୍ରକ୍‌ ପ୍ରଭୃତି ଚଳାଚଳ କରୁଛି। ଗଡ଼ପଦା ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା ହେବାର ଏହାମଧ୍ୟରେ ୭୦ବର୍ଷ ବିତିଗଲାଣି। ଏହା ସତ୍ତ୍ୱେ ଏଠାରେ ପାଚେରି ନିର୍ମାଣ କରାଯାଇ ନାହଁି ା ଏକ ବ୍ୟସ୍ତବହୁଳ ରାସ୍ତାକଡରେ ଶିକ୍ଷାନୁଷ୍ଠାନ ଥିବାରୁ ଛାତ୍ରୀଛାତ୍ରଙ୍କ ସୁରକ୍ଷା ନେଇ ବିପଦ ଦେଖା ଦେଇଛି।
ବସ୍ତା ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଅଧୀନ ଏହି ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୧୪୬ଜଣ ପିଲା ଅଧ୍ୟୟନ କରୁଛନ୍ତି। ବିଦ୍ୟାଳୟ କର୍ତ୍ତୃପକ୍ଷ ଓ ପରିଚାଳନା କମିଟି ସଦସ୍ୟ ଏହି ରାସ୍ତା ପାର୍ଶ୍ୱ ବିଦ୍ୟାଳୟର ସୁରକ୍ଷା ଲାଗି ପାଚେରି ନିର୍ମାଣ ସକାଶେ ବାରମ୍ବାର ପ୍ରଶାସନ, ସରକାରଙ୍କ ଦୃଷ୍ଟି ଆକର୍ଷଣ କରୁଥିଲେ ମଧ୍ୟ କୌଣସି ସୁଫଳ ମିଳି ନ ଥିବା ଅଭିଯୋଗ କରିଛନ୍ତି। ଅଭିଭାବକ ଦୀପିକା ଦାସ କହିଛନ୍ତି, ରାସ୍ତା ପାର୍ଶ୍ୱ ସ୍କୁଲର ସୁରକ୍ଷା ପ୍ରଶ୍ନ ନେଇ ସମସ୍ତେ ଚିନ୍ତା କରୁଥିବା ବେଳେ ବିଭାଗୀୟ କର୍ତ୍ତୃପକ୍ଷ ନିଦାବିଷ୍ଣୁ ପାଲଟିଛନ୍ତି। ବିଦ୍ୟାଳୟ ପରିଚାଳନା କମିଟି ଚେୟାରମ୍ୟାନ ଯୁଗେନ୍ଦ୍ର କୁମାର ଦାସ କହନ୍ତି, ସ୍କୁଲରେ ପାଚେରି ନ ଥିବାରୁ ପ୍ରତିବର୍ଷ ଏସ୍‌ଏମ୍‌ସି ସଭ୍ୟାସଭ୍ୟଙ୍କ ପରାମର୍ଶକ୍ରମେ ବାଡ଼ ଘେରାଯାଏ। ବାଡ଼ ଘେରାରେ ମଧ୍ୟ ବହୁ ଅର୍ଥ ବ୍ୟୟ ହୁଏ। ବିଦ୍ୟାଳୟର ସୁରକ୍ଷା ଓ ଛାତ୍ରୀଛାତ୍ରଙ୍କ ନିରାପତ୍ତା ଦୃଷ୍ଟିରୁ ପାଚେରି ନିର୍ମାଣ ଜରୁରୀ। ଭାରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ ଜୟନ୍ତୀ ବେହେରା କୁହନ୍ତି ଛାତ୍ରୀଛାତ୍ରଙ୍କ ସୁରକ୍ଷା ଦୃଷ୍ଟିରୁ ବିଦ୍ୟାଳୟରେ ପାଚେରି ନିର୍ମାଣ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏଥିପାଇଁ ବିଭାଗୀୟ ଅଧିକାରୀଙ୍କୁ ବହୁବାର ଅବଗତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ବ୍ୟବହାର ଅଭିଯୋଗରେ ତାତିଲେ ଲୋକେ, ପିଇଓ-ଆରଆଇଙ୍କୁ ତାଲା ପକାଇ…

ପାଟଣା,୯।୪(ବୀର କିଶୋର ଦାଶ): କାଳବୈଶାଖି କ୍ଷତିଗ୍ରସ୍ତ ଲୋକଙ୍କୁ ପଲିଥିନ ବଣ୍ଟନରେ ଅନିୟମିତତା ଓ ହିତାଧିକାରୀଙ୍କୁ ଆରଆଇଙ୍କ ଦୁର୍ବ୍ୟବହାର ଅଭିଯୋଗ ହୋଇଛି। ତେବେ ଗୁରୁବାର ପାଟଣା ବ୍ଲକ ବଡ…

ରାସ୍ତା କାମରେ ଅନିୟମିତତା ଅଭିଯୋଗ: ସ୍ଥାୟିତ୍ୱ ନେଇ ପ୍ରଶ୍ନବାଚୀ

ଲୋଇସିଂହା,୯।୪(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଲୋଇସିଂହା ଓ ଆଗଲପୁର ବ୍ଲକରେ ରାସ୍ତା ଓ କୋଠାବାଡି କାମ ହେଉଛି। ହେଲେ ଅଧିକାଂଶ ସମୟରେ…

କ୍ଷତିପୂରଣ ସହାୟତା ପାଇଁ ଦାବି: ଜିଲାପାଳଙ୍କୁ ଫେରାଦ ହେଲେ ଚାଷୀ

ବରଗଡ଼, ୯ା୪(ପ୍ରେମାନନ୍ଦ ଖମାରୀ):କାଳବୈଶାଖୀ ପ୍ରଭାବରେ ଗତ ସୋମବାର ଅପରାହ୍ନରେ ହୋଇଥିବା ଝଡ଼ବର୍ଷା, କରାମାଡ଼ରେ ବରଗଡ଼ ଜିଲାର ବିଭିନ୍ନ ବ୍ଲକରେ ଚାଷୀଙ୍କ ଫସଲ କ୍ଷତି ହୋଇଛି। ପ୍ରାରମ୍ଭିକ ଭାବେ…

ଦୁର୍ଘଟଣାଗ୍ରସ୍ତ ଗାଡିରୁ ଚାଉଳ ଚୋରି: ଥାନାରେ ପହଞ୍ଚିଲା ମାମଲା

ଲୋଇସିଂହା,୯।୪(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଲୋଇସିଂହା ବ୍ଲକ ଛକ ଅଞ୍ଚଳରେ ଏକ ଦୁର୍ଘଟଣାଗ୍ରସ୍ତ ବୋଲେରୋ ପିକଅପ ଗାଡିରୁ ଚାଉଳ ଚୋରି ଘଟଣା ସାମ୍ନାକୁ ଆସିଛି। ସୂଚନା…

ଭାଣିଜୀଙ୍କୁ ମାରିଦେଲେ ମାଇଁ! ପାଇଖାନାରୁ ମିଳିଲା…

ଜଗନ୍ନାଥପ୍ରସାଦ,୯।୪(ବିଭୁପ୍ରସାଦ ପଟ୍ଟନାୟକ): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଛାମୁଣ୍ଡା ଗ୍ରାମ ଲକ୍ଷ୍ମଣ ପଲ୍ଲୀ ଗ୍ରାମର ଗଣେଶ ମହାରଣାଙ୍କ ବାରିପଟେ ଥିବା ଅସ୍ଥାୟୀ ପାଇଖାନା ଭିତରୁ ତାଙ୍କ…

ବନ୍ଧାହେଲେ କୁଖ୍ୟାତ ଗଞ୍ଜେଇ ମାଫିଆ: ବିଦେଶୀ ମଦ ସହ ଗଞ୍ଜେଇ ଜବତ

ପରଜଙ୍ଗ,୯/୪(ନିଗମାନନ୍ଦ ଦଳବେହେରା)ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ବାରିହାପୁର ପଇଁନ୍ତିରିଆ ସାହିରେ ଗୁରୁବାର ଭୋର କୁଖ୍ୟାତ ଗଞ୍ଜେଇ ମାଫିଆଙ୍କୁ ଗିରଫ କରିଛି ଅବକାରୀ ଟିମ। ଗିରଫ ଅଭିଯୁକ୍ତ ହେଲେ…

ଗାଁ ଗାଁରେ ଚୋରାମଦ, ତାତିଲେ ଲୋକେ: ହାତ ବାନ୍ଧି ବସିଛନ୍ତି ଅବକାରୀ, ପୋଲିସ

ବରଗଡ଼,୯।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ନିଶା କାରବାର ବଢ଼ିଚାଲିଛି। ଗାଁଠୁ ସହର ସବୁଆଡ଼େ ଚୋରାମଦ ସହିତ ଗଞ୍ଜେଇ, କଫ ସିରପ୍‌ ଅବାଧରେ ବିକ୍ରି ହେଉଛି। ସେହିପରି କେତେକ ସ୍ଥାନରେ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri