ଛାତ୍ରୀଙ୍କୁ ଟ୍ୟୁଶନ ଶିକ୍ଷକଙ୍କ ଅସଦାଚରଣ

ଭୁବନେଶ୍ୱର,୫ା୧୦(ବ୍ୟୁରୋ): ଗୁରୁ-ଶିଷ୍ୟ ଭଳି ପବିତ୍ର ସମ୍ପର୍କରେ ପୁଣି ଲାଗିଛି କଳଙ୍କର ଛିଟା। ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ଜଣେ ଟ୍ୟୁଶନ ଶିକ୍ଷକ ତାଙ୍କ ଛାତ୍ରୀଙ୍କୁ ଅସଦାଚରଣ କରିଛନ୍ତି। ଛାତ୍ରୀଙ୍କ ନିକଟରୁ ଏ ସମ୍ପର୍କରେ ପରିବାର ଲୋକେ ଜାଣି ଶୁକ୍ରବାର ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ଏକ କେସ୍‌ (ନଂ.୩୮୩/୧୯) ରୁଜୁ କରିବା ସହ ଅଭିଯୁକ୍ତ ଶିକ୍ଷକଙ୍କୁ ଥାନାକୁ ଆଣି ଅଟକ ରଖିଛି। ଥାନା ଅଧିକାରୀ ବିଶ୍ୱରଞ୍ଜନ ନାୟକ କହିଛନ୍ତି, ଅଭିଯୁକ୍ତ ହେଲେ ଜୟକୃଷ୍ଣ ନାୟକ(୫୫)। ତାଙ୍କୁ ପଚରାଉଚରା କରାଯାଉଛି, ଏହାପରେ ଗିରଫ କରାଯାଇ ଶନିବାର କୋର୍ଟ ଚାଲାଣ କରାଯିବ। ଜୟକୃଷ୍ଣଙ୍କ ନିକଟକୁ ଗୁରୁବାର ସନ୍ଧ୍ୟାରେ ସମ୍ପୃକ୍ତା ଛାତ୍ରୀ ଟିଉସନ୍‌ ଆସିଥିଲେ। ଜୟକୃଷ୍ଣ ଟ୍ୟୁଶନ ଶେଷ କରିବା ପରେ ସମସ୍ତଙ୍କୁ ବିଦା କରି ଦେଇ ଉକ୍ତ ଛାତ୍ରୀଙ୍କୁ ଅଟକାଇ ଜୋର ଜବରଦସ୍ତ ଅସଦାଚରଣ କରିଥିଲେ। ଛାତ୍ରୀ ଜଣକ ସେଠାରୁ ଖସି ଆସି ପରିବାର ଲୋକଙ୍କୁ ସବୁ କଥା ଜଣାଇଥିଲେ। ଏହା ପରେ ପରିବାର ଲୋକେ ଏ ନେଇ ଥାନାରେ ଏତଲା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପ-ମେଲୋନିଙ୍କ ଫଟୋ ଦେଖି ରାଗିଗଲା ଇଟାଲୀ!’ଲୋକ ଆସନ୍ତି ଆଉ …’

ରୋମ,୭।୭: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଇଟାଲୀ ପ୍ରଧାନମନ୍ତ୍ରୀ ଜିଓର୍ଜିଆ ମେଲୋନିଙ୍କ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଇଟାଲୀ ଟ୍ରମ୍ପଙ୍କ ଏକ ନୂତନ ଆକ୍ରମଣର ଜବାବ…

ରୋନାଲ୍ଡୋଙ୍କ ବିଶ୍ୱକପ୍‌ ସ୍ବପ୍ନ ଶେଷ: ବିଶ୍ୱକପ୍‌ରୁ ବିଦା ହେଲା ପର୍ତ୍ତୁଗାଲ

ଆର୍ଲିଂଟନ,୭ା୭:ଇଞ୍ଜୁରି ଟାଇମ୍‌ରେ ମିକେଲ ମେରିନୋଙ୍କ ଗୋଲ ବଳରେ ସୋମବାର ରାତିରେ ଅନୁଷ୍ଠିତ ଚଳିତ ବିଶ୍ୱକପ୍‌ର ଏକ ପ୍ରି-କ୍ୱାର୍ଟର ଫାଇନାଲରେ ସ୍ପେନ ୧-୦ ଗୋଲରେ ପର୍ତ୍ତୁଗାଲକୁ ପରାସ୍ତ କରି…

‘ଏଲ୍‌ ନିନୋ’ ପ୍ରଭାବ: ଭାରତରେ ସୃଷ୍ଟି ହୋଇପାରେ ବଡ଼ ବିଦ୍ୟୁତ୍‌ ସଙ୍କଟ

ନୂଆଦିଲ୍ଲୀ,୭ା୭(ପି.ଟି.):ଚଳିତ ବର୍ଷ ବିଶ୍ୱ ପାଣିପାଗରେ ଦେଖାଦେଇଥିବା ‘ଏଲ୍‌ ନିନୋ’ର ସବୁଠାରୁ ମାରାତ୍ମକ ପ୍ରଭାବ ଭାରତର ଶକ୍ତି ବ୍ୟବସ୍ଥା ଉପରେ ପଡ଼ିବାକୁ ଯାଉଛି। ଅନ୍ତର୍ଜାତୀୟ ଗବେଷଣା ସଂସ୍ଥା ‘ସେଣ୍ଟର…

ପ୍ରବଳ ବର୍ଷାରେ ମୁମ୍ବାଇ ବେହାଲ;ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ, ୧୩ ମୃତ

ମୁମ୍ବାଇ,୭।୭: ମୁମ୍ବାଇ ଓ ଆଖପାଖ ଜିଲାରେ ୩/୪ ଦିନ ହେଲା ପ୍ରବଳ ବର୍ଷା ଲାଗିରହିଥିବାବେଳେ ଦେଶର ଆର୍ଥିକ ରାଜଧାନୀ ଏକପ୍ରକାର ଅଚଳ ହୋଇଯାଇଛି। ବର୍ଷାଜନିତ ଘଟଣାରେ ୧୩ଜଣଙ୍କ…

ଝାଡ଼ଖଣ୍ଡ ଉପରେ ଅବପାତ ସକ୍ରିୟ: ଆଜିଠୁ କମିବ ବର୍ଷା

ଭୁବନେଶ୍ୱର,୭।୭(ବନ୍ଦନା ସେଠୀ):ଦକ୍ଷିଣ ଝାଡ଼ଖଣ୍ଡ ଏବଂ ସଂଲଗ୍ନ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ଉପରେ ସୃଷ୍ଟି ହୋଇଥିବା ଅବପାତ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଘଣ୍ଟାପ୍ରତି ପ୍ରାୟ ୨୫କି.ମି. ବେଗରେ ଗତି କରି…

ମସ୍ତିଷ୍କର ଭିନ୍ନ ଅଂଶରୁ ସୃଷ୍ଟି ହୁଏ ସ୍ବତଃସ୍ଫୂର୍ତ୍ତ, ଇଚ୍ଛାକୃତ ହସ

ନୂଆଦିଲ୍ଲୀ,୭।୭(ପି.ଟି.): ମଣିଷର ହସ ପଛରେ ଥିବା ରହସ୍ୟକୁ ନେଇ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି। ଆମର ସ୍ବତଃସ୍ଫୂର୍ତ୍ତ (ଆବେଗିକ) ଏବଂ ଇଚ୍ଛାକୃତ ହସ ପାଇଁ ମସ୍ତିଷ୍କର…

ଜେଲରେ ୨ ବିରୋଧୀ ଗୋଷ୍ଠୀ ମଧ୍ୟରେ ସଂଘର୍ଷ: ୨୫ ମୃତ

କଲମ୍ବୋ,୬ା୭(ପି.ଟି.):ଶ୍ରୀଲଙ୍କାର ପଶ୍ଚିମ ଉପକୂଳ ସହର ନେଗୋମ୍ବୋରସ୍ଥିତ ଏକ ଜେଲରେ ସଂଘର୍ଷ ଘଟି ୨୫ ଜଣଙ୍କ ମୃତ୍ୟୁ ଘଟିଥିବା କର୍ତ୍ତୃପକ୍ଷ ସୋମବାର କହିଛନ୍ତି। ସାମର୍ଥ୍ୟଠାରୁ ଅଧିକ ବନ୍ଦୀ ରହିଥିବା…

ଇନ୍ଦ୍ରାବତୀ ଜଳ ଭଣ୍ଡାରରୁ ମିଳିଲା ୨୭ କେଜିର ଭାକୁର

ଭବାନୀପାଟଣା,୬।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ଇନ୍ଦ୍ରାବତୀ ବତୀ ଜଳ ଭଣ୍ଡାର କେବଳ ଜଳସେଚନ କି ବିଦ୍ୟୁତ ଉତ୍ପାଦନ ପାଇଁ ନୁହେଁ ବରଂ ମାଛ ଉତ୍ପାଦନ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri