ଛାତ୍ରୀଙ୍କୁ ଅପହରଣ ଅଭିଯୋଗ

ତାଳଚେର, ୨୪ା୬(ନି.ପ୍ର.)- ସମଲ ଥାନା ଅଞ୍ଚଳର ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ କରି ନିଆଯାଇଥିବା ଅଭିଯୋଗ ହୋଇଛି। ପୋଲିସ ନଂ. ୮୯/୧୯ରେ ଏକ ମାମଲା ରୁଜୁ କରିଛି। ଅଭିଯୋଗ ମୁତାବକ, ଗତ ୧୩ ତାରିଖରେ ଛାତ୍ରୀ ଜଣକ କେଉଁଆଡେ ନିଖୋଜ ହୋଇଯାଇଥିଲେ। ଘର ଲୋକେ ଖୋଜାଖୋଜି ପରେ କୌଣସି ସନ୍ଧାନ ପାଇ ନ ଥିଲେ। ୧୮ ତାରିଖ ସକାଳେ ଛାତ୍ରୀଙ୍କ ମା’ଙ୍କ ପାଖକୁ ୯୪୩୮୮୩୨୩୩୪ ଓ ୯୩୮୧୧୮୩୯୨୦ ନମ୍ବରରୁ କେହି ଫୋନ କଲ କରି ତାଙ୍କ ଝିଅଙ୍କୁ ଅପହରଣ କରିଥିବା କହିଥିଲେ। ଏଥିସହ ୨୦ ଲକ୍ଷ ଟଙ୍କା ନ ଦେଲେ ହତ୍ୟା କରିବାକୁ ଧମକ ମିଳିଥିବା ଅଭିଯୋଗରେ ଦର୍ଶାଯାଇଛି। ଏହା ପରେ ରବିବାର ଛାତ୍ରୀଙ୍କ ମା’ ସମଲ ଥାନାରେ ଅଭିଯୋଗ କରିଛନ୍ତି। ତେବେ ପୋଲିସ ଏଥିରେ ତତ୍ପରତା ଦେଖାଉ ନ ଥିବା ଅଭିଯୋଗ କରି ସୋମବାର ପୋଲିସ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଝିଅକୁ ଉଦ୍ଧାର କରିବାକୁ ନିବେଦନ କରିଛନ୍ତି। ଏ ସମ୍ପର୍କରେ ଆଇଆଇସି ସୁନୀଲ କର କହିଛନ୍ତି, ମାମଲା ରୁଜୁ କରାଯାଇ ତଦନ୍ତ ଚାଲଇଛି। ତଦନ୍ତ ପରେ ସତ୍ୟାସତ୍ୟ ଜଣାପଡିବ।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ସାମାଜିକ କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ: ସୁନା ଚେନ ଓ ଟଙ୍କା ଲୁଟିନେଲେ, ଗାଁରେ ଚାପା ଉତ୍ତେଜନା

ଦିଗପହଣ୍ଡି,୧୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବଟିକରପଡ଼ା ଗ୍ରାମରେ ଜଣେ ସାମାଜିକ କର୍ମୀଙ୍କୁ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି।…

କର୍ମୀଙ୍କ ବିଶ୍ୱାସରେ ବିଷ ଦେଲେ ବିଧାୟକ, କ୍ରସ ଭୋଟିଂକୁ ନିନ୍ଦା, ରମେଶଙ୍କ ସହ ୩ଜଣଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି

ଭଞ୍ଜନଗର,୧୭।୩ (ବାବୁଲା ପ୍ରଧାନ): ରାଜ୍ୟ ସଭା ନିର୍ବାଚନରେ କ୍ରସ ଭୋଟିଂକୁ ନେଇ ଓଡ଼ିଶା ରାଜନୀତିରେ ବଡ଼ ଧରଣର ଚର୍ଚ୍ଚା ଲାଗି ରହିଛି। କଂଗ୍ରେସ ଓ ବିଜେଡିର ୧୧…

ହରମୁଜରେ ଫସିଲା ପାକିସ୍ତାନର ତେଲ ଜାହାଜ, ଇରାନ କଲା ବଡ଼ ଘୋଷଣା

ତେହରାନ,୧୭।୩: ଇରାନ ପାକିସ୍ତାନର ବାଣିଜି୍ୟକ ତୈଳ ଟ୍ୟାଙ୍କରକୁ ହରମୁଜ ମଧ୍ୟରେ ଏହାର କ୍ଷେତ୍ରୀୟ ଜଳସୀମା ଦେଇ ଯିବା ପାଇଁ ଅନୁମତି ପ୍ରଦାନ କରିଛି। ପାକିସ୍ତାନ ନ୍ୟାସନାଲ ସିପିଂ…

ଯୁଦ୍ଧ ଭିତରେ ଟ୍ରମ୍ପଙ୍କୁ ଜୋରଦାର ଝଟ୍‌କା, ବଡ଼ ଘୋଷଣା କରି ବିଶ୍ୱରେ ପକାଇଲେ ଚହଳ

ଓ଼୍ବାଶିଂଟନ,୧୭।୩: ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ, ଡୋନାଲ୍ଡ ଟ୍ରମ୍ପ ପ୍ରଶାସନକୁ ଏକ ବଡ଼ ଝଟକା ଲାଗିଛି। ଆମେରିକାର ଜାତୀୟ ଆତଙ୍କବାଦ ବିରୋଧୀ କେନ୍ଦ୍ରର ନିର୍ଦ୍ଦେଶକ ଜୋ…

PSL 2026: ହାଇଦ୍ରାବାଦ ଅଧିନାୟକ ହେଲେ ମାର୍ନସ ଲାବୁସେନ, ଚମକାଇଲା ନିଷ୍ପତ୍ତି

କରାଚୀ,୧୭।୩: ଅଷ୍ଟ୍ରେଲିଆର ଷ୍ଟାର୍‌ ବ୍ୟାଟର ମାର୍ନସ ଲାବୁସେନ ପ୍ରଥମ ଥର ପାଇଁ ପାକିସ୍ତାନ ସୁପର ଲିଗ (PSL) ଖେଳିବାକୁ ଯାଉଛନ୍ତି। ତେବେ ଆଶ୍ଚର୍ଯ୍ୟର କଥା ହେଉଛି, ପଦାର୍ପଣ…

ଗଙ୍ଗାରେ ଇଫତାର୍‌ ପାର୍ଟିକୁ ନେଇ ତେଜିଲା ବିବାଦ, ଡ଼ଙ୍ଗାରେ ବସି ଚିକେନ ବିରିୟାନୀ ଖାଇବା ଅଭିଯୋଗ ପରେ…

ବାରାଣସୀ,୧୭।୩: ପବିତ୍ର ଗଙ୍ଗା ନଦୀରେ ଡ଼ଙ୍ଗା ଉପରେ ଇଫତାର୍‌ ପାର୍ଟି ଏବଂ ଆମିଷ ସେବନକୁ ନେଇ ଉତ୍ତର ପ୍ରଦେଶର ବାରାଣସୀରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ସୋସିଆଲ…

ରୋହିତଙ୍କ ପାଇଁ ମୁମ୍ବାଇ ଇଣ୍ଡିଆନ୍ସର ସ୍ବତନ୍ତ୍ର ପ୍ଲାନ! କେମିତି ଖେଳିବେ ସେ ନେଇ ସ୍ପଷ୍ଟ କଲେ ହେଡ୍‌ କୋଚ୍‌

ମୁମ୍ବାଇ,୧୭।୩: ଇଣ୍ଡିଆନ ପ୍ରିମିୟର ଲିଗ (IPL) ୨୦୨୬ ପାଇଁ ପ୍ରସ୍ତୁତି ଏବେ ଜୋରଦାର ଚାଲିଛି। ମୁମ୍ବାଇ ଇଣ୍ଡିଆନ୍ସର ପୂର୍ବତନ ଅଧିନାୟକ ତଥା ଷ୍ଟାର୍‌ ବ୍ୟାଟର ରୋହିତ ଶର୍ମା…

ଏପ୍ରିଲ ୧୫ରୁ ଏସବୁ ବ୍ୟାଙ୍କ ଆକାଉଣ୍ଟ ବନ୍ଦ, ଖାତାରେ ଟଙ୍କା ଥିଲେ…

ନୂଆଦିଲ୍‌ଲୀ,୧୭।୩: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (PNB) ଯେଉଁ ଆକାଉଣ୍ଟଗୁଡ଼ିକ ଦୀର୍ଘ ସମୟ ଧରି ନିଷ୍କ୍ରିୟ ଅଛନ୍ତି ବିଶେଷକରି, ସେହି ଆକାଉଣ୍ଟଗୁଡ଼ିକୁ ‘ଇନ ଆକ୍ଟିଭ’ ଭାବରେ ବର୍ଗୀକୃତ କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri