ଛାତ୍ରଙ୍କୁ ଭୁଜାଲିରେ ଆକ୍ରମଣ ଘଟଣା: ଜଣେ ଗିରଫ ସମେତ ୨ ନାବାଳକଙ୍କୁ ଖୋଜୁଛି ପୋଲିସ

ଭୁବନେଶ୍ୱର,୯।୩(ବ୍ୟୁରୋ): ସାମାନ୍ୟ ବଚସାକୁ କେନ୍ଦ୍ରକରି ନୟାପଲ୍ଲୀ ଥାନା ଆଇଆରସି ଭିଲେଜ ସାଇମନ୍ଦିର ନିକଟରେ ଜଣେ ଛାତ୍ରଙ୍କୁ ଭୁଜାଲିରେ ମରଣାନ୍ତକ ଆକ୍ରମଣ କରିବା ଘଟଣାରେ ପୋଲିସ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେ ହେଲେ ଜଗତ୍‌ସିଂପୁର ତିରତୋଲ ଅଞ୍ଚଳର ସଞ୍ଜୟ କୁମାର ନାୟକ(୨୦)। ଏହି ଘଟଣାରେ ସଞ୍ଜୟଙ୍କ ସହଯୋଗୀ ଓ ଅନ୍ୟ ୨ ଜଣ ନାବାଳକଙ୍କୁ ଧରିବା ନେଇ ପୋଲିସ ତଦନ୍ତ ଜାରି ରଖିଛି। ସୂଚନା ମୁତାବକ, ଏହି ଥାନା ଅନ୍ତର୍ଗତ ବାଜପେୟୀ ନଗର ଅଞ୍ଚଳରେ ଆକ୍ରମଣର ଶିକାର ଛାତ୍ର ଅନନ୍ତ ମହାନ୍ତି ରୁହନ୍ତି। ଗତ ଶୁକ୍ରବାର ସନ୍ଧ୍ୟା ୮ଟାରେ ସେ ଟିଉସନ୍‌ ସାରି ଘରକୁ ଫେରୁଥିବାବେଳେ ସାଇ ମନ୍ଦିର ଦେଇ ବାଇକରେ ଯାଉଥିବା ୨ଜଣ ନାବାଳକ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରି ଯାଉଥିଲେ। ଏହାକୁ ଅନନ୍ତ ବିରୋଧ କରିବାରୁ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇ ହାତାହାତି ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ଦୁଇ ନାବଳକ ଫୋନ୍‌ କରି ଅଭିଯୁକ୍ତ ସଞ୍ଜୟଙ୍କୁ ଡକାଇଥିଲେ। ସଞ୍ଜୟ ସହଯୋଗୀଙ୍କ ସହ ଭୁଜାଲି ଧରି ଘଟଣାସ୍ଥଳରେ ପହଞ୍ଚତ୍ ଅନନ୍ତଙ୍କୁ ଭୁଜାଲିରେ ହାଣି ଫେରାର ହୋଇଯାଇଥିଲେ। ଏ ନେଇ ଅନନ୍ତଙ୍କ ପରିବାର ଲୋକ ଅଭିଯୋଗ କରିବା ପରେ ପୋଲିସ ନଂ.୧୨୬/୨୦ରେ ମାମଲା ରୁଜୁ କରି ସଞ୍ଜୟଙ୍କୁ ଗିରଫ କରିଥିଲା। ରବିବାର କୋର୍ଟ ଚାଲାଣ ପରେ ଜାମିନ ଖାରଜ ହେବାରୁ ସଞ୍ଜୟଙ୍କୁ ଜେଲ ଯିବାକୁ ପଡିଛି। ପ୍ରକାଶ ଥାଉକି ଅଭିଯୁକ୍ତ ସଞ୍ଜୟଙ୍କ ପିତା କୃଷ୍ଣ ନାୟକଙ୍କ ନୟାପଲ୍ଲୀ ଅଞ୍ଚଳରେ ରହୁଥିବା ଜଣେ ଭେଟେରାନ କ୍ରିମିନାଲ ତାରିଣୀଙ୍କ ସହ ପୂର୍ବରୁ ଶତ୍ରୁତା ରହିଥିଲା। ୨୦୧୩ରେ ଅଭିଯୁକ୍ତ ସଞ୍ଜୟଙ୍କ ଉପର ଦୁଇ ଭାଇ ତାରିଣୀ ଗ୍ୟାଙ୍ଗର ଜଣେ ଯୁବକଙ୍କୁ ହତ୍ୟା କରିବା ମାମଲାରେ ସମ୍ପୃକ୍ତି ନେଇ ପୂର୍ବରୁ ଜେଲ ଯାଇଥିଲେ। ପରେ ପୂର୍ବ ଶତ୍ରୁତାରୁ କେନ୍ଦ୍ର କରି ତାରିଣୀ ଅଭିଯୁକ୍ତ ସଞ୍ଜୟଙ୍କ ପିତା କୃଷ୍ଣ ନାୟକଙ୍କୁ ହତ୍ୟା କରିବା ମାମଲାରେ ସଂପୃକ୍ତି ନେଇ ଜେଲ ଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

IPLରେ ଇତିହାସ ରଚିଲେ ମହମ୍ମଦ ଶାମି, ୪ ଓଭରରେ…

ନୂଆଦିଲ୍ଲୀ,୫।୪: ମହମ୍ମଦ ଶାମି ୨୦୨୬ IPL ସିଜିନରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ପାଇଁ ଖେଳୁଛନ୍ତି। ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟର ୧୦ମ ଲିଗ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ…

ମଧ୍ୟପ୍ରାଚ୍ୟ ଉତ୍ତେଜନା ଉପରେ ପାକିସ୍ତାନର ‘ମଧ୍ୟସ୍ଥତା’: ଇରାନ ସ୍ପଷ୍ଟ କଲା ମତ, ଇସ୍ରାଏଲ କହିଲା – ପାକିସ୍ତାନ ଉପରେ ଭରସା ନାହିଁ

ତେହରାନ,୫।୪: ଇରାନ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବାବେଳେ, କୂଟନୈତିକ କାର୍ଯ୍ୟକଳାପ ତୀବ୍ର ହୋଇଛି। ଏହି ସମୟରେ, ଇରାନର ଉପ-ବୈଦେଶିକ ମନ୍ତ୍ରୀ ସେୟଦ ଆବାସ ଆରାକଚି…

ଲିଙ୍ଗରାଜଙ୍କୁ ଉଠାଇ ନେଲା ପୋଲିସ, ବିରୋଧ କରି ଏକାଠି ହେଲେ ଡଙ୍ଗରିଆ

କଲ୍ୟାଣସିଂହପୁର,୫ା୪(ଦୀପକ କୁମାର ପରିଡ଼ା): ଲିଙ୍ଗରାଜ ଆଜାଦଙ୍କୁ ପୋଲିସ ଉଠାଇ ନେଇ ଥିବାରୁ ଏହାକୁ ବିରୋଧ କରି ପୁଣି ଏକାଠି ହୋଇଛନ୍ତି ନିୟମଗିରିରେ ବସବାସ କରୁଥିବା ଦଙ୍ଗରିଆ। ରାୟଗଡ଼ା…

ଭିଡ଼ିଓ ଶେୟାର କରି ଆମେରିକାକୁ ବଡ଼ ଝଟକା ଦେଲା ଇରାନ, ପାଇଲଟଙ୍କୁ ଉଦ୍ଧାର କରିବାକୁ ଆସିଥିବା ଏୟାରକ୍ରାପ୍ଟ ଧ୍ୱଂସ!

ତେହରାନ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ସେନା ୪୮ ଘଣ୍ଟା ଧରି ଲୁଚି ରହିବା ପରେ ଏକ ଉଦ୍ଧାର କାର୍ଯ୍ୟ ପରେ ଏହାର ଜଣେ ବାୟୁସେନା…

ଟୋଲ ଗେଟରେ ଆଉ ଲାଗିବ ନାହିଁ ଲମ୍ବା ଲାଇନ, ସରକାର ବଦଳାଇବେ ପେମେଣ୍ଟ ସିଷ୍ଟମ

ନୂଆଦିଲ୍ଲୀ,୫।୪: ଯଦି ଆପଣ ପ୍ରାୟତଃ ରାଜପଥରେ ଯାତ୍ରା କରନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ଟୋଲ ପ୍ଲାଜାରେ ନଗଦ ଦେୟକୁ ସମ୍ପୂର୍ଣ୍ଣ…

ଭାଜପାରେ ଯୋଗଦେବେ ରାଘବ ଚଢା? ମୋଦିଙ୍କ ସମାଲୋଚନା କରିଥିବା ପୋଷ୍ଟ କଲେ ଡିଲିଟ୍‌, ବଢିଲା ହଲଚଲ  

ନୂଆଦିଲ୍ଲୀ,୫।୪: ଦେଶର ରାଜନୈତିକ ମହଲରେ ଏବେ ଏକ ବଡ଼ ଧରଣର ଚର୍ଚ୍ଚା ଜୋର ଧରିଛି। ଆମ ଆଦମୀ ପାର୍ଟିର ବରିଷ୍ଠ ନେତା ତଥା ଏମ୍‌ପି ରାଘବ ଚଢା…

ତାରାତାରିଣୀଙ୍କ ଦର୍ଶନ କଲେ ପ୍ରଧାନମନ୍ତ୍ରଙ୍କ ସଚିବ: ପୂଜାର୍ଚ୍ଚନା କରି ନେଲେ ଆଶୀର୍ବାଦ

ପୁରୁଷୋତ୍ତମପୁର,୫ା୪(ସବିତା ମିଶ୍ର): ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦିତୀୟ ପ୍ରମୁଖ ସଚିବ ତଥା ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ଓ ତାଙ୍କ ସ୍ତ୍ରୀ ରବିବାର ଗଞ୍ଜାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri