Posted inରାଜ୍ୟ

ଛଦେଶ ଅଞ୍ଚଳରେ ବିଏସ୍‌ଏନ୍‌ଏଲ୍‌ ଫେଲ୍‌: କାମରେ ଆସୁନି ପୁରୁଣା ଯନ୍ତ୍ରପାତି

ଭାପୁର, ୩।୭(ଡି.ଏନ୍‌.ଏ.)-ଢେଙ୍କାନାଳ ସଦର ବ୍ଲକ ଛଦେଶ ଅଞ୍ଚଳରେ ବିଏସ୍‌ଏନ୍‌ଏଲ୍‌ ସେବା ବିଭ୍ରାଟରେ ସୁଧାର ଆସୁନାହିଁ। କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ଏହି ଟେଲିକମ୍‌ କମ୍ପାନୀ ନିଜକୁ ଆବଶ୍ୟକତା ଅନୁଯାୟୀ ଅତ୍ୟାଧୁନିକ କରିପାରିନାହିଁ। ଏକ୍ସଚେଞ୍ଜରେ ଲାଗିଥିବା ଯନ୍ତ୍ରପାତି ବଦଳାଯାଉନାହିଁ। ଜେନେରେଟର ମଧ୍ୟ ଅଚଳ ହୋଇପଡ଼ିଛି। ଏସବୁ ସମସ୍ୟାର ସମାଧାନ କରାଯାଉ ନ ଥିବାରୁ ଗ୍ରାହକମାନେ ଏବେ ବିଏସ୍‌ଏନ୍‌ଏଲ୍‌ ନେଟ୍‌ଓ୍ବାର୍କରୁ ମୁହଁ ଫେରାଇବା ଆରମ୍ଭ କଲେଣି।
ଅଞ୍ଚଳର ଗ୍ରାହକଙ୍କୁ ଲ୍ୟାଣ୍ଡଲାଇନ୍‌ ଏବଂ ମୋବାଇଲ ସେବା ଯୋଗାଇଦେବାକୁ ଭାପୁର ମେଡିକାଲ ଛକରେ ବିଏସ୍‌ଏନ୍‌ଏଲ୍‌ ପକ୍ଷରୁ ଏକ୍ସଚେଞ୍ଜ ରହିଛି। ମୋବାଇଲ ଯୁଗରେ ଯଦିଓ ଲ୍ୟାଣ୍ଡଲାଇନର ଆବଶ୍ୟକତା ହ୍ରାସ ପାଇଛି, ତଥାପି ବ୍ରଡ୍‌ବ୍ୟାଣ୍ଡ ଇଣ୍ଟରନେଟ୍‌ ପାଇଁ ଏବେ ବି ଜନସାଧାରଣ ବିଏସ୍‌ଏନ୍‌ଏଲ୍‌ ନେଟ୍‌ଓ୍ବାର୍କ ଉପରେ ନିର୍ଭର କରୁଛନ୍ତି। ବିଶେଷ କରି ବ୍ୟବସାୟିକ ପ୍ରତିଷ୍ଠାନ, ସରକାରୀ ଅନୁଷ୍ଠାନ, ବ୍ୟାଙ୍କ, ପୋଷ୍ଟ ଅଫିସ ଆଦି ସ୍ଥାନରେ ଇଣ୍ଟରନେଟର ଆବଶ୍ୟକତା ଅନେକ। ହେଲେ ପୁରୁଣାକାଳିଆ ଯନ୍ତ୍ରପାତି ଯୋଗୁ ନେଟ୍‌ଓ୍ବାର୍କରେ ବିଭ୍ରାଟ ଦେଖାଦେଉଛି। ଅଧିକାଂଶ ସମୟ ବ୍ରଡ୍‌ବ୍ୟାଣ୍ଡ ସେବା ଉପଲବ୍ଧ ହେଉ ନ ଥିବାରୁ କାର୍ଯ୍ୟରେ ବିଳମ୍ବ ହେଉଛି। ସେହିପରି ଏକ୍ସଚେଞ୍ଜ, ଟାଓ୍ବାରକୁ ବିଦ୍ୟୁତ୍‌ ଯୋଗାଣ ପାଇଁ ରହିଥିବା ଜେନେରେଟର ଯାନ୍ତ୍ରିକ ତ୍ରୁଟି ଯୋଗୁ ଦୀର୍ଘଦିନ ହେଲା ଅଚଳ ହୋଇପଡ଼ିଛି। ଅନ୍ୟ ବିକଳ୍ପ ନ ଥିବାରୁ ସାମାନ୍ୟ ବର୍ଷାପବନରେ ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ ହୋଇଗଲେ ବିଏସ୍‌ଏନ୍‌ଏଲ୍‌ ସେବାରେ ବ୍ୟାଘାତ ହେଉଛି। ଏକ୍ସଚେଞ୍ଜରେ ପରିଚାଳନାଗତ ସମସ୍ୟା ଲାଗିରହିଛି। ଏହାକୁ ସୁଧାରିବା ଦିଗରେ ବିଭାଗୀୟ କର୍ତ୍ତୃପକ୍ଷ ଧ୍ୟାନ ଦେଉନାହାନ୍ତି। ଏହାକୁ ନେଇ ଗ୍ରାହକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି।
ଏ ନେଇ କନିଷ୍ଠ ଯନ୍ତ୍ରୀ ଦେବାଶିଷ ପୃଷ୍ଟି କୁହନ୍ତି, ପୁରୁଣା ଯନ୍ତ୍ରପାତି ବଦଳରେ ଅତ୍ୟାଧୁନିକ ଅପ୍‌ଟିକ୍‌ ଫାଇବର ବିଛାଯିବା କାମ ଚାଲିଛି। ଜାତୀୟ ରାଜପଥ କାର୍ଯ୍ୟ ଚାଲିଥିବାରୁ କେବୁଲ କ୍ଷତିଗ୍ରସ୍ତ ହେଉଛି। ଏହି କାରଣରୁ ସେବା ଯୋଗାଇଦେବାରେ ସମସ୍ୟା ସୃଷ୍ଟି ହେଉଛି। ଖୁବ୍‌ଶୀଘ୍ର ଏହାର ହେବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦାଦନ ସାଜିଲା କାଳ: କେରଳରୁ ଫେରିବା ବେଳେ ଯୁବକ ନିଖୋଜ, ମୁକ୍ତି ପାଇଁ ମଗାଯାଉଛି ଟଙ୍କା,ଶୁଖୁ ନାହିଁ…

ଥୁଆମୂଳ ରାମପୁର, ୩୧।୧ (ଦୁର୍ଗା କୀର୍ତ୍ତି): ପେଟର ଭୋକ ଆଉ ପରିବାର ପ୍ରତିପୋଷଣର ଚିନ୍ତା ଜଣେ ଗରିବ ଯୁବକଙ୍କୁ ସୁଦୂର କେରଳକୁ ଟାଣି ନେଇଥିଲା। କିନ୍ତୁ ସେହି…

କାଉନ୍‌ସିଲରଙ୍କ ଘରୁ ଲୁଟ୍‌: ବର୍ଷକର ଝିଅ ବେକରେ ଛୁରୀ ଲଗାଇ ସୁନାଗହଣା ଲୁଟିନେଲେ ଦୁର୍ବୃତ୍ତ, ଭୟରେ…

ରାୟଗଡ଼ା,୩୧।୧(ଆଶିଷ ରଞ୍ଜନ ପଣ୍ଡା): ବର୍ଷକର ଝିଅ ବେକରେ ଛୁରୀ ଲଗାଇଲେ। ପରେ ମା’ଙ୍କୁ କାବୁ କରି ଘରୁ ସୁନା ଲୁଟିନେଲେ ଦୁଇ ଦୁର୍ବୃତ୍ତ। ଏଭଳି ଘଟଣା ଘଟିଛି…

ଦିଗପହଣ୍ଡିରେ ଅତିରିକ୍ତ ଜିଲା ଜଜ୍‌ କୋର୍ଟ ପ୍ରତିଷ୍ଠା ଦାବି: ହାଇକୋର୍ଟ ଜଷ୍ଟିସଙ୍କ ସହ ଆଲୋଚନା

ଦିଗପହଣ୍ଡି, ୩୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିରେ ଅତିରିକ୍ତ ଜିଲା ଜଜ କୋର୍ଟ ପ୍ରତିଷ୍ଠା ପାଇଁସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ ପକ୍ଷରୁ ଦାବି କରାଯାଇଛି। ଶନିବାର…

୧୧୨କୁ ଫୋନ କରନ୍ତୁ: ଅଗ୍ନିଶମ ଡିଜି

ଭୁବନେଶ୍ୱର,୩୧।୧: ଓଡ଼ିଶା ଅଗ୍ନିଶମ ବିଭାଗ ପକ୍ଷରୁ ଜନସାଧାରଣଙ୍କୁ ସଚେତନତା କରିବା ପାଇ ଶନିବାର ଏକ ନିଆରା ପ୍ରୟାସ ଆରମ୍ଭ କରାଯାଇଛି। ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀଙ୍କ ଉପସ୍ଥିତିରେ…

ହୁକ ପକାଇ ଅବାଧରେ ବିଦ୍ୟୁତ୍‌ ଚୋରି, ବିଭାଗ ଜାଣି ଅଜଣା

ଗଞ୍ଜାମ,୩୧ା୧(ବିଦ୍ୟାଧର ସାହୁ): ଗଞ୍ଜାମ ସହର ଓ ଆଖପାଖ ଅଞ୍ଚଳରେ ଅବାଧରେ ବିଦ୍ୟୁତ୍‌ ଚୋରି ହେଉଥିଲେ ମଧ୍ୟ ଜାଣି ଅଜଣା ରହୁଛି ବିଦ୍ୟୁତ୍‌ ବିଭାଗ। ଗଞ୍ଜାମ ସହର ସାନ…

ହାତୀ ମତ୍ୟୁପରେ ଖଣ୍ଡଖଣ୍ଡ କରି କାଟି ମାଟି ତଳେ ପୋତିବା ଘଟଣା: ACF ନିଲମ୍ବିତ

ବାଲିଗୁଡା,୩୧।୧:(ସଞ୍ଜୟ କୁମାର ପାଣିଗ୍ରାହୀ): ବହୁ ଚର୍ଚ୍ଚିତ କନ୍ଧମାଳ ଜିଲା ବାଲିଗୁଡ଼ା ବନଖଣ୍ଡ ଅଧୀନ ବେଲଘର ବନାଞ୍ଚଳରେ ହାତୀ ମତ୍ୟୁପରେ ଖଣ୍ଡଖଣ୍ଡ କରି କାଟି ମାଟି ତଳେ ପୋତିବା…

ସ୍କୁଲରେ ହଣାକଟା: ୯ମ ଶ୍ରେଣୀ ଛାତ୍ରଙ୍କୁ ହାଣିଲେ ୧୦ମ ଛାତ୍ର

ବାଲେଶ୍ୱର,୩୧ା୧(ବାଞ୍ଛାନିଧି ଦେ): ବିଦ୍ୟାଳୟ ପରିସର ଏବେ ଅସୁରକ୍ଷିତ ହୋଇପଡ଼ିଛି। କେଉଁଠି ଛାତ୍ର ବ୍ୟାଗରେ ବନ୍ଧୁକ ଆଣୁଛନ୍ତି ତ ଆଉ କେଉଁଠି ଛାତ୍ରଙ୍କ ହାତରେ ରହୁଛି ମାରଣାସ୍ତ୍ର। ଜଣେ…

ବ୍ରହ୍ମପୁର ଦୁର୍ଘଟଣା: ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ପ୍ରତି ମୃତକଙ୍କ ପରିବାରକୁ ମିଳିବ…

ଭୁବନେଶ୍ୱର,୩୧ା୧: ବ୍ରହ୍ମପୁର ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପ୍ରତ୍ୟେକ ପରିବାରକୁ ୪ ଲକ୍ଷ ଲେଖାଏ ଟଙ୍କା ସହାୟତା ଘୋଷଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri