ଛତ୍ରପୁର,୧୪ା୧(ଡି.ଏନ.ଏ.)-ଗଞ୍ଜାମ ଜିଲା ସଦରମହକୁମା ଛତ୍ରପୁର ଏନ୍ଏସିକୁ ମ୍ୟୁନିସିପାଲିଟି ମାନ୍ୟତା ଦେବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଛତ୍ରପୁର ବ୍ଲକ ଅଧୀନ ଅଗସ୍ତିନୂଆଗଁ। ପଞ୍ଚାୟତ ଜିଏନ୍ପାଲମ୍ ଓ କଣାମଣା ପଞ୍ଚାୟତର ପୁରୁଣା ଛତ୍ରପୁର ରାଜସ୍ବଗଁ। ମ୍ୟୁନିସିପାଲଟିରେ ମିଶିବା ପାଇଁ ସହମତି ଦେଇଛନ୍ତି। ଅପରପକ୍ଷରେ ଚିକଲଖଣ୍ଡି ପଞ୍ଚାୟତ ପକ୍ଷରୁ ଏହାର ଅଧୀନ ବାସନାପଲ୍ଲୀ ରାଜସ୍ବ ଗଁା ଛତ୍ରପୁର ଏନ୍ଏସିରେ ମିଶିବନି ବୋଲି ଲିଖିତ ଭାବେ ଜଣାଇଛି। ପୋଡାପଦର ପଞ୍ଚାୟତରୁ ଏଯାବତ୍ କୌଣସି ଉତ୍ତର ମିଳିପାରିନାହିଁ। ଏହି ରିପୋର୍ଟ ଏନ୍ଏସି ପକ୍ଷରୁ ଜିଲାପାଳ ଓ ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯିବ ବୋଲି ସୂଚନା ଦିଆଯାଇଛି।
ପ୍ରକାଶଯେ, ଛତ୍ରପୁର ଏନ୍ଏସି ଉପକଣ୍ଠରେ ଥିବା ଚିକିଲଖଣ୍ଡି ପଞ୍ଚାୟତର ବାସନାପଲ୍ଲୀ ରାଜସ୍ବ ଗଁା, କଣମଣା ପଞ୍ଚାୟତର ପୁରୁଣା ଛତ୍ରପୁର, ଅଗସ୍ତିନୂଆଗଁାର ଜିଏନ୍ ପାଲମ୍ ଓ ପୋଡାପଦର ପଞ୍ଚାୟତର କୁମାରବେଗପଲ୍ଲୀ ରାଜସ୍ବଗଁାକୁ ଏନ୍ଏସିରେ ମିଶ୍ରଣ କରି ଏହାକୁ ମ୍ୟୁନିସିପାଲିଟି କରିବାର ଯୋଜନା ହୋଇଥିଲା। ଏନ୍ଏସିକୁ ମ୍ୟୁନିସିପାଲିଟି କରିବାକୁ ହେଲେ ସେଠାକାର ଜନସଂଖ୍ୟା ୨୫ ହଜାରରୁ ଊର୍ଦ୍ଧ୍ୱ ହେବା ଆବଶ୍ୟକତା ରହିଛି। ମିଳିଥିବା ସୂଚନା ଅନୁସାରେ, ୨୦୧୧ ଜଣଗଣନା ଅନୁସାରେ ଛତ୍ରପୁର ଏନ୍ଏସିର ଜନସଂଖ୍ୟା ୨୨ ହଜାର ୨୭ ରହିଥିଲା। ଜିଏନ ପାଲମର ଜନସଂଖ୍ୟା ୧୯୫୪ ଓ ପୁରୁଣା ଛତ୍ରପୁର ଜନସଂଖ୍ୟା ୨୮୪୫ ରହିଛି। ଏହି ୨ ରାଜସ୍ବ ଗଁା ମିଶିଲେ ଛତ୍ରପୁର ଏନ୍ଏସିକୁ ମ୍ୟୁନିସିପାଲିଟିର ମାନ୍ୟତା ମିଳିବାରେ ଅସୁବିଧା ହେବନି ବୋଲି ଜଣାପଡିଛି।
ପ୍ରକାଶଯେ, ଛତ୍ରପୁର ଏନ୍ଏସି ୧୯୫୫ରେ ଗଠନ ହୋଇଥିଲା। ଜିଲାର ଛତ୍ରପୁର, ଭଞ୍ଜନଗର ଓ ଆସିକା ଏନ୍ଏସିକୁ ମ୍ୟୁନିସିପାଲିଟିର ମାନ୍ୟତା ଘୋଷଣା କରିବା ନେଇ ପୂର୍ବରୁ ହାଇକୋର୍ଟରେ ଏକ ପିଟିଶନ ଦାଖଲ ହୋଇଥିଲା। ଏହି ପିଟିଶନକୁ ଆଧାର କରି ଗୃହ ନିର୍ମାଣ ଓ ନଗର ଉନ୍ନୟନ ସଚିବଙ୍କୁ ଏହା ତ୍ୱରାନ୍ବିତ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଜିଲାର ଆସିକା, ଭଞ୍ଜନଗର ଓ ଛତ୍ରପୁର ଏନ୍ଏସିକୁ ମ୍ୟୁନିସିପାଲିଟି ପାଇଁ ୩ମାସ ମଧ୍ୟରେ ଏହା ଉପରେ ନିଷ୍ପତ୍ତି ନେବାକୁ କୁହାଯାଇଥିଲା। ଏହି ୩ ଏନ୍ଏସିକୁ ମ୍ୟୁନିସିପାଲିଟି ଘୋଷଣା କରିବା ନେଇ ମୁଖ୍ୟ ଶାସନ ସଚିବ, ନଗର ଉନ୍ନୟନ ସଚିିବ, ଦକ୍ଷିଣାଞ୍ଚଳ ଆରଡିସି, ଗଞ୍ଜାମ ଜିଲାପାଳ, ଛତ୍ରପୁର ଓ ଭଞ୍ଜନଗର ଉପଜିଲାପାଳ, ଛତ୍ରପୁର, ଭଞ୍ଜନଗର ଓ ଆସିକା ଏନ୍ଏସି ନିର୍ବାହୀ ଅଧିକାରୀଙ୍କୁ ହାଇକୋର୍ଟରେ ଦାଖଲ ହୋଇଥିବା ପିଟିଶନରେ ପକ୍ଷଭୁକ୍ତ କରାଯାଇଥିଲା। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଗଞ୍ଜାମ ଜିଲାପାଳଙ୍କୁ ଏକ ପତ୍ର ମାଧ୍ୟମରେ ବିଭିନ୍ନ ତଥ୍ୟ ମଗାଯାଇଥିଲା। ଯେଉଁ ସବୁ ଗଁା ଏନ୍ଏସିରେ ମିଶିବ ତା’ର ପ୍ରସ୍ତାବ ସହ ଏହାର ଜନସଂଖ୍ୟା କେତେ ରହିଛି ଏବଂ ମ୍ୟୁନିସିପାଲିଟି ହେଲେ ଉକ୍ତ ଅଞ୍ଚଳଗୁଡିକୁ ସମସ୍ତ ସୁବିଧା ଯୋଗାଇ ପାରିବେ କି ନାହିଁ ସେ ସମ୍ପର୍କରେ ତଥ୍ୟ ମଗାଯାଇଥିଲା। ଜିଲାପାଳଙ୍କ ପକ୍ଷରୁ ଛତ୍ରପୁର ଏନ୍ଏସି ନିର୍ବାହୀ ଅଧିକାରୀଙ୍କୁ ବିଭିନ୍ନ ତଥ୍ୟ ମଗାଯାଇଥିଲା। ଏହି ପରିପ୍ରେକ୍ଷୀରେ ଛତ୍ରପୁର ଏନ୍ଏସି ପକ୍ଷରୁ ଉକ୍ତ ତଥ୍ୟ ସଂଗ୍ରହ କରାଯାଇଛି। ଅପରପକ୍ଷରେ ୩ ମାସ ବିତି ଯାଇଥିଲେ ମଧ୍ୟ ଏହାର କୌଣସି ଉତ୍ତର ମିଳି ନ ଥିବାରୁ ମୁଖ୍ୟ ଶାସନ ସଚିବ ଓ ନଗର ଉନ୍ନୟନ ସଚିବଙ୍କ ବିରୋଧରେ ନିକଟରେ ହାଇକୋର୍ଟରେ ଏକ ଅଦାଲତ ଅବମାନନା ମାମଲା ରୁଜୁ ହୋଇଛି।
ଛତ୍ରପୁରକୁ ମ୍ୟୁନିସିପାଲିଟି ମାନ୍ୟତା ପ୍ରକ୍ରିୟା ଆରମ୍ଭ : ଜିଏନ୍ପାଲମ୍, ପୁରୁଣା ଛତ୍ରପୁର ଗଁ। ମିଶିବାକୁ ରାଜି
ବଏ ଫ୍ରେଣ୍ଡ ରୁମରୁ ମିଳିଲା ମହିଳାଙ୍କ ମୃତଦେହ! ପରିବାର ପକ୍ଷରୁ ହତ୍ୟା ଅଭିଯୋଗ
କେନ୍ଦ୍ରାପଡ଼ା,୧୫।୧୨: କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଗରାପୁରସ୍ଥିତ ଏକ ଭଡ଼ା ଘରୁ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର ହେବା ଘଟଣା ଏକ ନୂଆ ମୋଡ଼ ନେଇଛି।...
ନଳି ଖାଇଲେ ଅରୁଣ-ସଞ୍ଜୟ: କହିଲେ ଭୋକ ଉପାସରେ…
ଭୁବନେଶ୍ୱର,୧୫।୧୨: ଅତୀତ କଥା ମନେ ପକାଇଲେ ବରିଷ୍ଠ ବିଜେଡି ନେତା ଅରୁଣ ସାହୁ ଓ ସଞ୍ଜୟ ଦାସବର୍ମା। ଅତୀତରେ କେମିତି ଲୋକଙ୍କ ପାଇଁ ଲଢ଼ୁଥିଲେ ତାହା...
ମୋକିମ୍ଙ୍କ ପାଇଁ ବାହାରି ପଡ଼ିଲେ ନିରଞ୍ଜନ: କହିଲେ କଟକରେ କେବଳ ତାଙ୍କ ପାଇଁ…
ଭୁବନେଶ୍ୱର, ୧୫।୧୨: ମହମଦ୍ ମୋକିମ୍ଙ୍କୁ ନେଇ ମୁହଁ ଖୋଲିଲେ ନିରଞ୍ଜନ ପଟ୍ଟନାୟକ। ନିରଞ୍ଜନ କହିଛନ୍ତି, ମୋକିମଙ୍କର କଂଗ୍ରେସ ପ୍ରତି ଅବଦାନ ବହୁତ। ୧୯୮୦ ପରଠୁ କଟକରେ...
ଭୁବନେଶ୍ୱରରେ ହେବ ଭିସା ସେଣ୍ଟର, ଆଉ ଯିବାକୁ ପଡିବ ନାହିଁ ଦିଲ୍ଲୀ, କୋଲକତା
ଭୁବନେଶ୍ୱର,୧୫।୧୨: ଭୁବନେଶ୍ୱରରେ ହେବ ଗ୍ଲୋବାଲ ଭିସା ଆପ୍ଲିକେଶନ ସେଣ୍ଟର। ଏନେଇ ରାଜ୍ୟ ସରକାର ୩ ହଜାର ବର୍ଗ ଫୁଟର ଜାଗା ଯୋଗାଇ ଦେବେ। ବରମୁଣ୍ଡା ବସ...
ବଞ୍ଚିବାକୁ ରାହା ଖୋଜୁଛନ୍ତି ବେସାହାରା ଭଉଣୀ-ଭାଇ
ଗଞ୍ଜାମ,୧୫।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ରାମଗଡ଼ ପଞ୍ଚାୟତ ଗଜପତି ନଗର ତିନି ନମ୍ବର ସାହିରେ ସ୍ବର୍ଗତ ଦିନେଶ୍ୱର ବେହେରାଙ୍କ ଘର l ଦିନେଶ୍ୱର ମତ୍ସ୍ୟଜୀବି ପରିବାର...
ପୋକୁଣ୍ଡା ସେକ୍ସନରେ ଦନ୍ତା ହାତୀର ମୃତ୍ୟୁ, ତଦନ୍ତ କରୁଛି ବନବିଭାଗ
ଅନୁଗୋଳ ୧୫୲୧୨(ମାନସ ବିଶ୍ୱାଳ): ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶି ଠାରେ ସୋମବାର ସକାଳୁ ଏକ ଦନ୍ତା ହାତୀର ମୃତଦେହ ମିଳିଛି...
ବ୍ଲକ ପ୍ରଶାସନର ପକ୍ଷପାତିତା: ସ୍ବାଧୀନ ବିଧାୟକଙ୍କୁ ଟାଣିଲା ବିଜେଡି
ନିଶ୍ଚିନ୍ତକୋଇଲି,୧୫।୧୨(ଅଶୋକ କୁମାର ମହାପାତ୍ର): କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ ପ୍ରଶାସନର ଅପରିଣାମଦର୍ଶିତା ପାଇଁ ବହୁ ଟଙ୍କା ଫେରିଯାଇଛି। ଉନ୍ନୟନ କାଯ୍ୟକ୍ରମ ଠପ୍ ହୋଇଯାଇଛି। ଏହାର ପ୍ରତିବାଦରେ...
ସରକାରଙ୍କ ବଡ଼ ଘୋଷଣା, ବଢ଼ିଲା ଆୟୁର୍ବେଦିକ-ହୋମିଓପାଥିକ୍ କଲେଜ ପିଜି ଛାତ୍ରୀଛାତ୍ରଙ୍କ ଷ୍ଟାଇପେଣ୍ଡ୍
ଭୁବନେଶ୍ୱର,୧୫ା୧୨: ବଢ଼ିଲା ଆୟୁର୍ବେଦିକ୍ ଓ ହୋମିଓପାଥିକ୍ କଲେଜ ପିଜି ଛାତ୍ରୀଛାତ୍ରଙ୍କ ଷ୍ଟାଇପେଣ୍ଡ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ବିଭିନ୍ନ ସରକାରୀ ଆୟୁର୍ବେଦିକ୍ ଓ ହୋମିଓପାଥିକ୍...
Archives


