ଛତିଶା ନିଯୋଗ ବୈଠକ: ଅଙ୍ଗାରକୁ ନେଇ ତୁମ୍ବିତୋଫାନ

ପୁରୀ ଅଫିସ,୧୯।୧୨: ଶ୍ରୀମନ୍ଦିର ଭିତରକୁ ଆସୁଛି ବାହାର ଅଙ୍ଗାର। ତାହା ପୁଣି ରୋଷଘରେ ବ୍ୟବହାର ହେଉଛି। ପ୍ରସ୍ତୁତ କରାଯାଉଛି ଆନନ୍ଦ ବଜାରରେ ବିକ୍ରି କରାଯାଉଥିବା ଭୋଗ (କୋଠଭୋଗ ନୁହେଁ)। ଅଳ୍ପ କେତେଜଣ ସୁଆର ସେବକ ଏଭଳି ଲାଭଖୋର ମନୋବୃତ୍ତି ରଖି ହିତାହିତ ଭୁଲିଯାଉଛନ୍ତି। ଭକ୍ତଙ୍କ ଭାବନା ସହିତ ଖେଳ ଖେଳୁଛନ୍ତି। ଜଣେ ସେବକ ଏଭଳି ଅଭିଯୋଗ କରିବା ପରେ ଏହାକୁ ନେଇ ବୁଧବାର ଅନୁଷ୍ଠିତ ଛତିଶା ନିଯୋଗ ବୈଠକରେ ବେଶ୍‌ ତୁମ୍ବିତୋଫାନ ହୋଇଥିଲା। ଏହା ଉପରେ ତୁରନ୍ତ ଅଙ୍କୁଶ ଲଗାଇବା ପାଇଁ ସମ୍ପୃକ୍ତ ସେବକ ଦାବି କରିଥିଲେ।
ଶ୍ରୀମନ୍ଦିର ରୋଷଘରେ ସୁଆର ସେବକମାନେ ଭୋଗ ପ୍ରସ୍ତୁତ କରିଥାନ୍ତି। ଏହି ଭୋଗ ଆନନ୍ଦ ବଜାରରେ ବିକ୍ରି କରାଯାଉଥିବାବେଳେ ଲୋକେ ମଧ୍ୟ ବରାଦି ଦେଇ ନେଇଥାନ୍ତି। ଶୁଦ୍ଧପୂତ ଭାବେ ଏହି ଭୋଗ ପ୍ରସ୍ତୁତ କରାଯିବାର ନିୟମ ରହିଛି। ଏଥିପାଇଁ ଆବଶ୍ୟକ ଡାଲି, ଚାଉଳ, ପନିପରିବା ଆଦିରେ ଶୁଦ୍ଧତା ରହିବା ବି ଅପରିହାର୍ଯ୍ୟ। ଏହିସବୁ ସାମଗ୍ରୀ ଯାଞ୍ଚ ପାଇଁ ମଧ୍ୟ ସ୍ବତନ୍ତ୍ର ସେବକ ରହିଛନ୍ତି। ଏହି ଭୋଗ କେବଳ କାଠଚୁଲାରେ ପ୍ରସ୍ତୁତ କରାଯାଏ, ତାହା ପୁଣି ସବୁ କାଠରେ ନୁହେଁ। କିନ୍ତୁ କିଛି ସୁଆର ସେବକ ଏ ସବୁକୁ ମାନୁନାହାନ୍ତି। ଅଧିକ ଲାଭ ଆଶାରେ ବେନିୟମ କାମ କରୁଛନ୍ତି। ମହାପ୍ରଭୁଙ୍କ ମହାପ୍ରସାଦ ପ୍ରତି ଭକ୍ତଙ୍କ ଯେଉଁ ଭାବନା ଓ ବିଶ୍ୱାସ ରହିଛି, ତାହାକୁ ସେମାନେ ସମ୍ପୂର୍ଣ୍ଣ ପାଶୋରି ଦେଉଛନ୍ତି। ପୂର୍ବରୁ ଚାଉଳର ମାନ ଓ ଡାଲ୍‌ଡା ବ୍ୟବହାର କରାଯାଉଥିବାରୁ ଏହାକୁ ନେଇ ଏକାଧିକ ଥର ଅଭିଯୋଗ ଉଠିଛି। କିନ୍ତୁ ସମ୍ପୂର୍ଣ୍ଣ ସୁଧାର ଆସିପାରି ନ ଥିବାବେଳେ ଏବେ ଭୋଗର ଜାଳେଣିକୁ ନେଇ ଉଠିଛି ପ୍ରଶ୍ନ। ବୁଧବାର ଛତିଶା ନିଯୋଗ ବୈଠକରେ ଜଣେ ସେବକ ଏହି ପ୍ରସଙ୍ଗ ଉଠାଇଥିଲେ। ବାହାର ଅପବିତ୍ର ସ୍ଥାନରୁ ଅଙ୍ଗାର ଆଣି ରୋଷଘରେ ପୂରାଯାଉଛି ବୋଲି ସେ କହିଥିଲେ। ଏହା ବେଆଇନ କାମ ବୋଲି ସେବକଙ୍କୁ କୁହାଗଲେ ମଧ୍ୟ ସେମାନେ କିଛି ଶୁଣୁନାହାନ୍ତି। ବାହାରୁ ବସ୍ତା ବସ୍ତା ଅଙ୍ଗାର ଭିତରକୁ ଯାଉଥିବାବେଳେ ସୁରକ୍ଷା କର୍ମୀମାନେ ଜାଣିପାରୁ ନାହାନ୍ତି କେମିତି ବୋଲି ସେ ପ୍ରଶ୍ନ କରିଥିଲେ। ଏହାକୁ ନେଇ ସମ୍ପୃକ୍ତ ସେବକଙ୍କୁ କେତେଜଣ ଘେରିଥିଲେ। ଫଳରେ କିଛି ସମୟ ଧରି ହୋହଲ୍ଲା ହୋଇଥିଲା। ଏ ଦିଗରେ ଖୁବ୍‌ଶୀଘ୍ର ପଦକ୍ଷେପ ନିଆଯିବ ବୋଲି ପ୍ରଶାସନିକ ଅଧିକାରୀ କହିବା ପରେ ସ୍ଥିତି ଶାନ୍ତ ପଡ଼ିଥିଲା। ଏ ନେଇ ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁଙ୍କୁ ପଚାରିବାରେ କହିଛନ୍ତି, ବୈଠକରେ ଆଲୋଚନା ହୋଇଥିବା ପ୍ରସଙ୍ଗ ଉପରେ ପ୍ରୋସିଡିଂ ବାହାରିବା ପରେ ଯାହା କିଛି ଜଣାପଡ଼ିବ।
ଶାସ୍ତ୍ରରେ ଉଲ୍ଲେଖ ରହିଛି, ଅବଢ଼ା କଣିକାଏ ପାଇଲେ ଜୀବ ମୁକ୍ତି ଲାଭ କରେ। ସେଥିପାଇଁ ମହାପ୍ରଭୁଙ୍କ ନିକଟରେ ମହାପ୍ରସାଦ ଲାଗି ହେବା ପରେ ଭକ୍ତମାନେ ଏହାକୁ ପାଇବା ସକାଶେ ଚାହିଁ ରହିଥାନ୍ତି। ତେଣୁ ଏହି ଭୋଗ ପ୍ରସ୍ତୁତିରେ କୌଣସି ପ୍ରକାର ଅଶୁଦ୍ଧତା ରହିବା ଉଚିତ ନୁହେଁ। ମହାପ୍ରସାଦ ପ୍ରତି ଶ୍ରଦ୍ଧାଳୁଙ୍କ ଭକ୍ତିଭାବ ରହିଛି। ମହାପ୍ରସାଦକୁ ଅନ୍ନବ୍ରହ୍ମ ବୋଲି କୁହାଯାଇଥାଏ। କୁହାଯାଇଛି ଭଗବାନଙ୍କୁ ନିନ୍ଦିଲେ ଚଳିବ, କିନ୍ତୁ ତାଙ୍କ କୈବଲ୍ୟକୁ ନିନ୍ଦା କରିବା ଉଚିତ ନୁହେଁ। ଶାସ୍ତ୍ରରେ ଏହା ମଧ୍ୟ କୁହାଯାଇଛି- ଶ୍ୱାନ ମୁହଁରୁ ଯଦି ମହାପ୍ରସାଦ ପଡ଼ିଯାଇଛି ତାକୁ ସ୍ବୟଂ ବ୍ରାହ୍ମଣ ମଧ୍ୟ ଗ୍ରହଣ କରିପାରିବେ। ତେଣୁ ମହାପ୍ରସାଦ ପ୍ରସ୍ତୁତି ଅତ୍ୟନ୍ତ ଶୁଦ୍ଧପୂତ ଭାବେ କରାଯିବା ଉଚିତ ବୋଲି ଶ୍ରଦ୍ଧାଳୁ ମତ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀଙ୍କ ବଦଳରେ ଏହି ଖେଳାଳିଙ୍କୁ ସୁଯୋଗ; ରାଜସ୍ଥାନ ନିଷ୍ପତ୍ତିରେ ଅସନ୍ତୁଷ୍ଟ ଯୁବ ଓପନର!

ନୂଆଦିଲ୍ଲୀ,୧୪।୪: ଆଇପିଏଲ୍‌ ୨୦୨୬ରେ ନିଜର ବିସ୍ଫୋରକ ବ୍ୟାଟିଂ ଜରିଆରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିବା ୧୫ ବର୍ଷୀୟ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ ଟିମ୍‌ ମ୍ୟାନେଜମେଣ୍ଟ…

ଏଲପିଜିକୁ ନେଇ ରାଜ୍ୟ ସରକାରଙ୍କୁ ମୋଦିଙ୍କ ବଡ଼ ନିର୍ଦ୍ଦେଶ, ଏପ୍ରିଲ ୧୩…

ନୂଆଦିଲ୍ଲୀ,୧୪।୪: ମଧ୍ୟପ୍ରାଚ୍ୟର ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି, ଭାରତ ସରକାର ସ୍ପଷ୍ଟ କରିଛନ୍ତି ଯେ ଦେଶରେ ପେଟ୍ରୋଲ, ଡିଜେଲ କିମ୍ୱା ଅନ୍ୟାନ୍ୟ ପେଟ୍ରୋଲିୟମ ଉତ୍ପାଦର କୌଣସି ଅଭାବ…

ଦିଗପହଣ୍ଡିରେ ଆମ୍ବେଦକର ଜୟନ୍ତୀ: ସ୍ଵାଧୀନତା ପରବର୍ତ୍ତୀ ସମୟରେ…

ଦିଗପହଣ୍ଡି,୧୪|୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁରୁଣା ବସଷ୍ଟାଣ୍ଡ ସ୍ଥିତ ଭାରତୀୟ କମ୍ୟୁନିଷ୍ଟ ପାର୍ଟି(ସିପିଆଇ) କାର୍ଯ୍ୟାଳୟରେ ମଙ୍ଗଳବାର ସମ୍ବିଧାନ ପ୍ରଣେତା ଡ଼. ଭୀମରାଓ ଆମ୍ବେଦକରଙ୍କ ଜୟନ୍ତୀ…

ନୂଆ ପାଞ୍ଜିରେ ବଡ ଭବିଷ୍ୟବାଣୀ, ୨୦୨୬ରେ ସବୁ ହୋଇଯିବ ଛାରଖାର୍!

ପଣା ସଂକ୍ରାନ୍ତିରୁ ପ୍ରଚଳିତ ହେଲା ନୂଆ ପଂଜିକା । ମୀନ ରାଶିରେ ଚର୍ତୁଗ୍ରହୀ ଯୋଗ ଥିବାରୁ ବର୍ଷ ଆରମ୍ଭରେ ଶୁଭ ଯୋଗ ନାହିଁ । ଅତି ବୃଷ୍ଟି,…

‘ଧରିତ୍ରୀ’ ପ୍ରଭାବ: ପୁଣି ଆଲୋକମୟ ହେଲା ଛତ୍ରପୁର ଶିଶୁ ଉଦ୍ୟାନ

ଛତ୍ରପୁର, ୧୪।୪ (ଦିଲୀପ ସାମଲ): ପଡ଼ିଛି ‘ଧରିତ୍ରୀ’ ପ୍ରଭାବ। ସୋମବାର ଖବର ପ୍ରକାଶ ପାଇବା ପରେ ପ୍ରଶାସନ ପକ୍ଷରୁ ତତ୍ପରତା ଦେଖାଯାଇଛି। ଗଞ୍ଜାମ ଜିଲ୍ଲାର ସଦର ମହକୁମା…

ବାଇକ୍‌ରେ ଆସୁଥିବା ବେଳେ ଧକ୍କା ଦେଲା ପିକ୍‌ଅପ୍‌: ଚାଲିଗଲା ମା’-ବାପା,ଦେଢ଼ ବର୍ଷର ପୁଅର ଜୀବନ; ଉତ୍ତ୍ୟକ୍ତ ଲୋକେ…

ବଲାଙ୍ଗୀର,୧୪।୪(ସୁନିଲ କୁମାର ମହାନ୍ତି):  ପିକ୍‌ଅପ୍‌ ଧକ୍କାରେ ବାପା ପୁଅ ମୃତ। ମା’ ଗୁରୁତର। ଏପରି ଏକ ଦୁଖଦ ଘଟଣା ଘଟିଛି ବଲାଙ୍ଗୀର-ସୋନପୁର ଏନ୍‌.ଏଚ୍‌ ୫୭ ର ଟୋଲଗେଟ…

ଥୁଆମୂଳ ରାମପୁରରେ ବାବାସାହେବଙ୍କ ଜୟନ୍ତୀ: ମାନବବାଦୀ ବିଚାରଧାରା…

ଥୁଆମୂଳ ରାମପୁର, ୧୪।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ସମ୍ବିଧାନ ପ୍ରଣେତା  ଡଃ. ବାବାସାହେବ ଭୀମରାଓ ଆମ୍ବେଦକରଙ୍କ ୧୩୫ତମ ଜନ୍ମ ଜୟନ୍ତୀ ଅତି…

କାମ ସାରି ବାଇକ୍‌ରେ ଫେରୁଥିଲେ, ମାମୁ-ଭଣଜାଙ୍କୁ ପଛରୁ ଧକ୍କା ଦେଲା କାର୍‌, କଚାଡ଼ି ହୋଇ…

ଦିଗପହଣ୍ଡି,୧୪।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମୁଖ୍ୟରାସ୍ତା ପୁଞ୍ଜିକଂୟା ଛକ ନିକଟରେ ମଙ୍ଗଳବାର ଅପରାହ୍ନରେ ଏକ କାର (ନଂ. ଓଡ଼ି୦୭ବିସି -୧୬୯୦) ଧକ୍କାରେ ସାନଖେମୁଣ୍ଡି ବ୍ଲକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri