Posted inଖେଳ

ଛକା, ଚୌକା ବର୍ଷା: କୋଲକାତା ବିଜୟୀ

କୋଲକାତା, ୨୯।୪- ଛକା, ଚୌକା ବର୍ଷା ମଧ୍ୟରେ କୋଲକାତା ନାଇଟ ରାଇଡର୍ସ ରବିବାର ଇଡେନ ଗାର୍ଡେନରେ ଅନୁଷ୍ଠିତ ଆଇପିଏଲ ମ୍ୟାଚରେ ୩୪ ରନରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। କୋଲକାତା ପକ୍ଷରୁ ଧାର୍ଯ୍ୟ ୨୩୩ ରନ ବିଜୟ ଲକ୍ଷ୍ୟର ପିଛା କରି ମୁମ୍ବାଇ ୨୦ ଓଭରରେ ୭ ଉଇକେଟ ହରାଇ ୧୯୮ ରନ କରିବାକୁ ସକ୍ଷମ ହୋଇଛି। ଟପ୍‌ ଅର୍ଡର ବ୍ୟାଟିଂ ବିପର୍ଯ୍ୟୟ ସତ୍ତ୍ୱେ ସହଜରେ ହାର ମାନି ନ ଥିଲା ମୁମ୍ବାଇ। ହାର୍ଦ୍ଦିକ ପାଣ୍ଡ୍ୟା ୩୪ ବଲ୍‌ରୁ ବିସ୍ଫୋରକ ୯୧(୬ ଚୌକା, ୯ ଛକା) ରନର ଇନିଂସ ଖେଳି କୋଲକାତା ବୋଲରଙ୍କ ନିଦ ହଜାଇ ଦେଇଥିଲେ। ତେବେ ଏହି ଅଲରାଉଣ୍ଡର ଆଉଟ ହେବା ପରେ ମୁମ୍ବାଇର ବିଜୟ ଆଶା ଶେଷ ହୋଇଯାଇଥିଲା। ମ୍ୟାଚରେ ୩୫ଟି ଚୌକା ଓ ୨୯ଟି ଛକା ଦେଖିବାକୁ ମିଳିଥିଲା। ଚଳିତ ଆଇପିଏଲରେ କ୍ରମାଗତ ୬ମ୍ୟାଚ ହାରିବା ପରେ କୋଲକାତାର ଏହାଥିଲା ପ୍ରଥମ ବିଜୟ। ଅନ୍ୟପକ୍ଷରେ ୪ ସିଜନ ପରେ ମୁମ୍ବାଇ ବିପକ୍ଷରେ ପ୍ରଥମଥର ପାଇଁ ବିଜୟୀ ହୋଇଛି କୋଲକାତା। ଏଥିସହ ଦଳ ୧୨ ମ୍ୟାଚରୁ ୫ମ ବିଜୟ ସହ ୧୦ ପଏଣ୍ଟରେ ପହଞ୍ଚତ୍ ପ୍ଲେ-ଅଫ୍‌ ଆଶା ଉଜ୍ଜୀବିତ ରଖିଛି। ଅନ୍ୟପକ୍ଷରେ ମୁମ୍ବାଇ ସମାନ ସଂଖ୍ୟାକ ମ୍ୟାଚ ଖେଳି ୧୪ ପଏଣ୍ଟରେ ସ୍ଥିର ରହିଛି।

ଟସ୍‌ ହାରି ବ୍ୟାଟିଂ ଆମନ୍ତ୍ରଣ ପାଇଥିବା କୋଲକାତା ଶୁବମନ ଗିଲ୍‌ ଓ କ୍ରିସ୍‌ ଲିନ୍‌ଙ୍କ ମାଧ୍ୟମରେ ଚମତ୍କାର ଆରମ୍ଭ କରିଥିଲା। ଦୁହେଁ ଓପନିଂ ଯୋଡ଼ିରେ ୫୭ ବଲ୍‌ରୁ ୯୬ ରନ ସଂଗ୍ରହ କରି ବୃହତ୍‌ ସ୍କୋର ପାଇଁ ପ୍ଲାଟ୍‌ଫର୍ମ ପ୍ରସ୍ତୁତ କରିଥିଲେ। ୨ ଜଣ ଯାକ ଓପନର ବିସ୍ଫୋରକ ଇନିଂସ ଖେଳିଥିଲେ। ଲିନ୍‌ ୨୯ ବଲ୍‌ରୁ ୮ ଚୌକା ଓ ୨ ଛକା ସହାୟତାରେ ୫୪ ରନ କରି ୧୦ମ ଓଭରର ତୃତୀୟ ବଲ୍‌ରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଲ୍‌ରେ ଆଉଟ ହୋଇଥିଲେ। ଶୁବମନ ୪୫ ବଲ୍‌ରୁ ୬ ଚୌକା ଓ ୪ ଛକା ସହ ୭୬ ରନ କରିଥିଲେ। ବ୍ୟାଟିଂ କ୍ରମରେ ପଦୋନ୍ନତି ପାଇ ଆନ୍ଦ୍ରେ ରସେଲ ୩ ନମ୍ବରରେ ଆସିବା କୋଲକାତା ପାଇଁ ଶୁଭଙ୍କର ହୋଇଥିଲା। ଫର୍ମରେ ଥିବା ରସେଲ ଧୂଆଁଧାର ବ୍ୟାଟିଂ କରି ୪୦ ବଲ୍‌ରୁ ୬ ଚୌକା ଓ ୮ ଛକା ସହାୟତାରେ ୮୦ ରନରେ ଅପରାଜିତ ରହିବାରୁ ନାଇଟ ରାଇଡର୍ସ ୨୦ ଓଭରରେ ୨ ଉଇକେଟ ହରାଇ ୨୩୨ ରନ ସ୍କୋର କରି ପାରିଥିଲା। ଅଧିନାୟକ ଦୀନେଶ କାର୍ତ୍ତିକ ୭ ବଲ୍‌ରୁ ୧୫(୧ ଚୌକା, ୧ ଛକା) ରନରେ ଅପରାଜିତ ରହିଥିଲେ। ୨୩୨ ରନ ଚଳିତ ସିଜନରେ ସର୍ବାଧିକ ଦଳଗତ ଇନିଂସ। ମୁମ୍ବାଇର ସମସ୍ତ ବୋଲର ମହଙ୍ଗା ସାବ୍ୟସ୍ତ ହୋଇଥିବାବେଳେ ରାହୁଲ ଚହର ଓ ହାର୍ଦ୍ଦିକ ପାଣ୍ଡ୍ୟା ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ରୋହିତ ଶର୍ମା ଅଧିନାୟକଭାବେ ଏଠାରେ ୧୦୦ତମ ମ୍ୟାଚ ଖେଳିଥିଲେ। ଅନ୍ୟପକ୍ଷରେ ନାଇଟ ରାଇଡର୍ସର ଟି୨୦ରେ ଏହାଥିଲା ୧୦୦ତମ ବିଜୟ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପାକିସ୍ତାନ ପାଇଁ BCCI ସହିବ କ୍ଷତି! ଭାରତରୁ ଛଡ଼ାଇ ନିଆଯାଇପାରେ ବଡ଼ ଟୁର୍ଣ୍ଣାମେଣ୍ଟ

ନୂଆଦିଲ୍ଲୀ,୧୭।୨: କ୍ରିକେଟ୍ ପ୍ରେମୀଙ୍କ ପାଇଁ ଏକ ଚିନ୍ତାଜନକ ଖବର। ଭାରତ ଓ ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ସୀମା ବିବାଦର ପ୍ରଭାବ ଏବେ କ୍ରିକେଟ୍ ମୈଦାନ ଉପରେ…

ଟି-୨୦ ବିଶ୍ୱକପ୍‌ରୁ ଅଷ୍ଟ୍ରେଲିଆ ଆଉଟ୍: ବର୍ଷା ସାଜିଲା ବାଧକ, ସୁପର-୮ରେ ଜିମ୍ବାୱେ

ନୂଆଦିଲ୍ଲୀ,୧୭।୨: ଟି-୨୦ ବିଶ୍ୱକପ୍‌ରେ ଏକ ବଡ଼ ବିପର୍ଯ୍ୟୟ ଦେଖିବାକୁ ମିଳିଛି। ପାଲେକେଲେରେ ଜିମ୍ବାୱେ ଏବଂ ଆୟରଲାଣ୍ଡ ମଧ୍ୟରେ ହେବାକୁ ଥିବା ମ୍ୟାଚ୍ ବର୍ଷା ଯୋଗୁ ବାତିଲ ହୋଇଯାଇଛି।…

କାନାଡ଼ାକୁ ପରାସ୍ତ କରି ସୁପର ୮ରେ ପହଞ୍ଚିଲା ନ୍ୟୁଜିଲ୍ୟାଣ୍ଡ

ଚେନ୍ନାଇ,୧୭।୨: ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମରେ ମଙ୍ଗଳବାର ଖେଳାଯାଇଥିବା ଟି୨୦ ବିଶ୍ୱକପ ଏକ ମ୍ୟାଚ୍‌ରେ ନ୍ୟୁଜିଲ୍ୟାଣ୍ଡ କାନାଡାକୁ 8 ଉଇକେଟରେ ପରାସ୍ତ କରି ସୁପର-୮ରେ ସ୍ଥାନ ପକ୍କା କରିଛି।…

ପାକିସ୍ତାନ ସହ ତିକ୍ତତା ପରେ ବି ଇମ୍ରାନଙ୍କ ପାଇଁ ଚିଠି ଲେଖିଲେ ସୁନିଲ ଗାଭାସ୍କର, କପିଳ ଦେବଙ୍କ ସହ ୧୪ କ୍ୟାପଟେନ

ନୂଆଦିଲ୍ଲୀ,୧୭।୨: ଜେଲରେ ଥିବା ପୂର୍ବତନ ପାକିସ୍ତାନ ଅଧିନାୟକ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ନେଇ ୧୪ଜଣ ପୂର୍ବତନ ଅଧିନାୟକ ପାକିସ୍ତାନ ସରକାରଙ୍କୁ…

ପାକିସ୍ତାନ କ୍ରିକେଟରଙ୍କ ଉପରେ ନିଜ ସନ୍ତାନଙ୍କୁ ହତ୍ୟା ଭଳି ଅଭିଯୋଗ ଆଣିଲେ ପୂର୍ବତନ ପତ୍ନୀ, ଦ୍ୱିତୀୟ ବିବାହ…

ଇସଲାମାବାଦ,୧୭।୨: ପାକିସ୍ତାନ କ୍ରିକେଟ ଦଳର ଅଲରାଉଣ୍ଡର ଇମାଦ ୱାସିମ ପୁଣିଥରେ ଖବରର ଶିରୋନାମାରେ ଅଛନ୍ତି, କିନ୍ତୁ ଏଥର କାରଣ ପଡ଼ିଆରେ ତାଙ୍କର ପ୍ରଦର୍ଶନ ନୁହେଁ, ବରଂ ତାଙ୍କ…

ଇତିହାସ ରଚିଲେ କାନାଡା ଯୁବରାଜ, T20 World Cupରେ କଲେ ଏମିତି ରନ ବର୍ଷା ବନିଗଲେ…

ନୂଆଦିଲ୍ଲୀ,୧୭।୨: କାନାଡାର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଯୁବରାଜ ସାମରା ୨୦୨୬ ଟି-୨୦ ବିଶ୍ୱକପରେ ଏକ ଐତିହାସିକ ଶତକ ହାସଲ କରିଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷରେ ଏକ ନିଶ୍ଚିତ ବିଜୟୀ ମ୍ୟାଚରେ…

ପ୍ରେମାନନ୍ଦ ଜୀ ମହାରାଜଙ୍କ ଶରଣ ନେଲେ ବିରୁଷ୍କା

ନୂଆଦିଲ୍ଲୀ,୧୭।୨: ଭାରତୀୟ ଷ୍ଟାର କ୍ରିକେଟର ବିରାଟ କୋହଲି ତାଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କ ସହିତ ପ୍ରେନାନନ୍ଦଜୀ ମହାରାଜଙ୍କ ଦର୍ଶନ ପାଇଁ ଆସିଛନ୍ତି। ଏହା ପ୍ରଥମ ଥର ନୁହେଁ…

ଆଜି ଏହି ୨ଟି ଦଳ T20 World Cup Super-8 ପାଇଁ ଟିକେଟ ପାଇପାରନ୍ତି, ପୂର୍ବରୁ ୫ଦଳକୁ ମିଳି ସାରିଛି ଏଣ୍ଟ୍ରି

ନୂଆଦିଲ୍ଲୀ,୧୭।୨: ୨୦୨୬ ଟି-୨୦ ବିଶ୍ୱକପ ଯାତ୍ରା ଆରମ୍ଭ ହୋଇଥିଲା ୨୦ଟି ଦଳକୁ ପାଞ୍ଚଟି ଲେଖାଏଁ ଗ୍ରୁପରେ ରଖାଯାଇ। ଏବେ ଗ୍ରୁପ ପର୍ଯ୍ୟାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି, ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri