Posted inଫୁରସତ

ଚୋରି ହୋଇଥିବା ପୋଷାକୁକୁରକୁ ଖୋଜିବା ପାଇଁ ବିମାନ ବୁକ୍‌ କଲେ ମହିଳା

ଓ୍ବାଶିଂଟନ୍‌: ମଣିଷ ଏବଂ ପଶୁପକ୍ଷୀଙ୍କ ମଧ୍ୟରେ ସମ୍ପର୍କ ଅତ୍ୟନ୍ତ ନିବିଡ଼। ଏହାର ଅନେକ ଉଦାହରଣ ମଧ୍ୟ ରହିଛି। ସେଥିମଧ୍ୟରୁ ଏକ ଉଦାହରଣ ଆମେରିକାରେ ଦେଖିବାକୁ ମିଳିଛି। ଏଠାକାର ଜଣେ ମହିଳା ଚୋରି ହୋଇଯାଇଥିବା ନିଜର ପୋଷା କୁକୁରକୁ ଖୋଜିବା ପାଇଁ ବିମାନରେ ଟିକେଟ୍‌ ବୁକ୍‌ କରିଛନ୍ତି। ମାତ୍ର ଏ ପର୍ଯ୍ୟନ୍ତ କୁକୁରର କୌଣସି ସନ୍ଧାନ ପାଇପାରିନାହାନ୍ତି। ତଥାପି ଖୋଜିବା ଜାରି ରଖିଛନ୍ତି। ଖାଲି ଏତିକି ନୁହେଁ, କୁକୁରକୁ କେହି ଖୋଜି ଆଣିଦେଲେ ୫ ଲକ୍ଷ ଟଙ୍କା ପୁରସ୍କାର ଦେବେ ବୋଲି ଘୋଷଣା ମଧ୍ୟ କରିସାରିଛନ୍ତି।

ଏମିଲି ଟେଲେର୍ମୋ ନାମକ ଜଣେ ମହିଳାଙ୍କର ପୋଷାକୁକୁରକୁ କେହି ଚୋରି କରି ନେଇଯାଇଛି। ଏହାକୁ ଖୋଜିବା ପାଇଁ ସେ ସବୁକିଛି କରିବାକୁ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି। କାରଣ ସେ ତାଙ୍କ କୁକୁରକୁ ନିଜ ଜୀବନଠାରୁ ମଧ୍ୟ ବହୁତ ଭଲ ପାଆନ୍ତି। ଏମିଲିଙ୍କ ଅଷ୍ଟ୍ରେଲିଆନ୍‌ ଶେଫର୍ଡ ଜ୍ୟାକ୍‌ସନ୍‌ ୧୫ ଡିସେମ୍ବରରେ ଚୋରି ହୋଇଯାଇଛି। ସେ କହିଛନ୍ତି, ଯଦି କେହି ଖୋଜି ଆଣି ଦେବ ତେବେ ତାଙ୍କୁ ୭ ହଜାର ଡଲାର ଅର୍ଥାତ ଭାରତୀୟ ମୁଦ୍ରାରେ ୪.୯୭ ଲକ୍ଷ ଟଙ୍କା ପୁରସ୍କାର ମିଳିବ। କୁକୁରକୁ ଖୋଜିବା ପାଇଁ ଏକ ବିମାନରେ ୮୫ ହଜାର ଟଙ୍କାର ସେ ଟିକେଟ୍‌ ବୁକ୍‌ କରିଛନ୍ତି। ବିମାନରୁ ଫ୍ରାନ୍‌ସିସ୍କୋ ଏବଂ ଓକ୍‌ଲ୍ୟାଣ୍ଡ୍‌ର ପ୍ରତି ଗଳିକନ୍ଦି ନଜର କରୁଛନ୍ତି। ବିମାନରେ କୁକୁରଙ୍କୁ ଖୋଜିବା ପାଇଁ ଏକ ବ୍ୟାନର ବି ଲଗାଇଛନ୍ତି। ଯେଉଁଥିରେ ଓ୍ବେବ୍‌ସାଇଟ୍‌ www.bringjacksonhome.comରେ ସୂଚନା ଦେବାକୁ କୁହାଯାଇଛି। ଏମିଲି କହିଛନ୍ତି, ସିସିଟିଭି ଫୁଟେଜରୁ ଦେଖିବାକୁ ମିଳିଛି ଜଣେ ବ୍ୟକ୍ତି କୁକୁର ନିକଟକୁ ଯାଉଛନ୍ତି। ବ୍ୟକ୍ତିଜଣକ ମୁଖା ପିନ୍ଧିଥିବାରୁ ଚିହ୍ନି ହେଉନାହାନ୍ତି। ଏମିଲିି ତାଙ୍କର କୁକୁର ଖୋଜିବା ପାଇଁ ସବୁଆଡୁ ପ୍ରୟାସ ଜାରି ରଖିଛନ୍ତି ମାତ୍ର ଏ ପର୍ଯ୍ୟନ୍ତ କୌଣସି ସନ୍ଧାନ ପାଇପାରିନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସତରେ ଆମେ କ’ଣ ମଣିଷ

ତପଡ଼ାରୁ ପୁରୀ ଫେରିବା ବାଟରେ ଏକ ଅଜବ ତଥା ଭାରାକ୍ରାନ୍ତ ଅନୁଭୂତି ନେଇ ଘରକୁ ଫେରିଲି। ବିଶେଷକରି ସାତପଡ଼ାରୁ ବ୍ରହ୍ମଗିରି ମୁଖ୍ୟ ରାସ୍ତାରେ ପଲପଲ ଗାଈ,...

ଭାରତର ସାଗରକେନ୍ଦ୍ର

ସାମଗ୍ରିକ ଭାବେ ମହାକାଶ ଏବଂ ବିଶେଷକରି ଚନ୍ଦ୍ର ଓ ମଙ୍ଗଳ ଉପରେ ବିଗତ ବର୍ଷ ବର୍ଷ ଧରି ଚାଲିଛି ବିବିଧ ଗବେଷଣା। ଏବେ ସେଠାରେ ନିୟମିତ...

ପାରାଦୀପରେ ରାସାୟନିକ ଗ୍ୟାସ୍‌ର ପ୍ରଭାବ: ଅନେକ ଅସୁସ୍ଥ

ପାରାଦୀପ,୨୯ା୧୨(ଶରତ ରାଉତ):ପାରାଦୀପର ଅଧିକାଂଶ ଅଞ୍ଚଳରେ ରବିବାର ସାରେ ରାସାୟନିକ ଗ୍ୟାସ ଦୁର୍ଗନ୍ଧ ହୋଇଛି। ଫଳରେ ସ୍ଥାନୀୟ ଲୋକେ ଅଣନିଃଶ୍ୱାସୀ ହେବା ସହ ମୁହଁରେ ମାସ୍କ କିମ୍ବା...

ବାମଣ୍ଡା କପ୍‌ କ୍ରିକେଟ୍‌: ୟୁନିୟନ ସ୍ପୋର୍ଟିଂ ଚାମ୍ପିୟନ

ଦେବଗଡ଼,୨୮ା୧୨(ଶଶାଙ୍କ ଶେଖର ଝାଙ୍କର): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୩୫ତମ ବାମଣ୍ଡା କପ୍‌ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲରେ କଟକର ୟୁନିୟନ...

ଇତିହାସ ରଚିଲେ ସ୍ମୃତି ମନ୍ଧାନା: ମିତାଲି ରାଜଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ କଲେ ବଡ ରେକର୍ଡ

ଥିରୁବନନ୍ତପୁରମ,୨୮ା୧୨: ଭାରତୀୟ ମହିଳା କ୍ରିକେଟ୍‌ର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ରବିବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟର...

ଭଲିବଲ ଟୁର୍ନାମେଣ୍ଟ ଆରମ୍ଭ: ପ୍ରଥମ ମ୍ୟାଚ୍‌ରେ ବ୍ରହ୍ମପୁର ବିଜୟୀ

ଦିଗପହଣ୍ଡି,୨୮।୧୨: ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ରବିବାର ଉଦ୍‌ଘାଟିତ ହୋଇଯାଇଛି। ଖେମୁଣ୍ଡି ସ୍ପୋର୍ଟି କ୍ଲବ ଆନୁକୂଲ୍ୟରେ...

ଭୁବନେଶ୍ବର ପରେ କଟକରେ ବିଜେଡି ମେଳି, ନାଁ ଧରି ଅସନ୍ତୋଷ ଝାଡ଼ିଲେ ଦେବାଶିଷ ସାମନ୍ତରାୟ

କଟକ,୨୮ା୧୨: ବିଜେଡି ନେତାଙ୍କର ମେଳି ପରେ ମେଳିର ଫଟୋ ସାମ୍ନାକୁ ଆସୁଛି । ବିଜେଡି ନେତାଙ୍କ ଘନ ଘନ ମେଳିକୁ ନେଇ ରାଜନୈତିକ ଚର୍ଚ୍ଚା ବଢ଼ିବାରେ...

ୟୁକ୍ରେନ୍‌କୁ ବଡ଼ ଚେତାବନୀ ଦେଲେ ପୁଟିନ୍‌

ମସ୍କୋ,୨୮ା୧୨: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ୪ ବର୍ଷ ପୂରିବାକୁ ଯାଉଛି। ଏହାର ପରିସମାପ୍ତି ପାଇଁ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଫ୍ଲୋରିଡ଼ାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri