Posted inରାଜ୍ୟ

ଚୋରି ଧରିବା ପାଇଁ ଖଟବୁଲା ପୋଲିସ ବଦଳରେ ଖୋଜାପଡୁଛି ଗୁଣିଆ

ନୟାଗଡ଼ ଅଫିସ,୨୩ା୬- ନୟାଗଡ଼ ଜିଲାର ବିଭିନ୍ନ ସ୍ଥାନରେ ଚୋରି ଧରିବା ପାଇଁ ଖଟ ବୁଲୁଥିବା ଦେଖିବାକୁ ମିଳୁଛି। କୌଣସି ଗ୍ରାମରେ ଚୋରି ହେଲେ ଲୋକମାନେ ପୋଲିସ ବଦଳରେ ଖୋଜନ୍ତି ଗୁଣିଆ। କେଉଁ ଗୁଣିଆ କେତେ ପାରିବାର ତାହା ଜାଣିବା ପାଇଁ କରନ୍ତି ପରୀକ୍ଷା। ଗତ ୧୦ ତାରିଖରେ ନୟାଗଡ଼ ଜିଲା ରଣପୁର ଥାନା ରାଜସୁନାଖଳା ପଞ୍ଚାୟତର କୋଟଗଡ଼ ଗ୍ରାମରେ ଚୋର ଧରିବା ପାଇଁ ଖଟ ବୁଲିଥିଲା। ଏହାର କିଛିଦିନ ପରେ ଏପରି ଘଟଣାର ପୁନରାବୃତ୍ତି ହୋଇଛି। ଏହା ପୁଣି ଖୋଦ୍‌ ଏସ୍‌ପିଙ୍କ କାର୍ଯ୍ୟାଳୟଠାରୁ ମାତ୍ର ୫ କିଲୋମିଟର ଦୂର ବାଲିପାଟଣା (ଉଦୟପୁର) ଗ୍ରାମରେ। ଉକ୍ତ ଗ୍ରାମରେ ୪ଦିନରେ ୩ଥର ଖଟ ବୁଲିଥିଲେ ମଧ୍ୟ ପୋଲିସ ପାଖରେ ଖବର ନାହିଁ। ଶନିବାର ଅପରାହ୍ନରେ ଖଟ ବୁଲିବା ନେଇ ଖବର ଦିଆଯିବା ପରେ ପୋଲିସ ଗ୍ରାମରେ ପହଞ୍ଚତ୍ ଏହାକୁ ବନ୍ଦ କରିଥିଲା। ହେଲେ ପୋଲିସ ସେଠାରୁ ଖାଲି ହାତରେ ଫେରିଥିଲା। ଏହି ଘଟଣା ପୋଲିସର କାର୍ଯ୍ୟଦକ୍ଷତା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି।
୧୦ଦିନ ପୂର୍ବେ ନୟାଗଡ଼ ବ୍ଲକ ନଡ଼ିଆଳି ପଞ୍ଚାୟତ ବାଲିପାଟଣା ଗ୍ରାମରେ ଜଣେ ବ୍ୟକ୍ତିଙ୍କ ପୁଅର ଏକୋଇଶିଆ ହୋଇଥିଲା। ଏହି ଅବସରରେ ପାଲା ହୋଇଥିଲା। ପାଲାରୁ କିଛି ଚାନ୍ଦା ଓ ଏକୋଇଶିଆ ପାଇଁ କିଛି ଉପହାର ମିଳିଥିଲା। ଉକ୍ତ ଟଙ୍କା ଓ ଉପହାର ଥିବା ବାକ୍ସକୁ କେହି ଚୋରିକରି ନେଇଥିଲେ। ଏ ନେଇ ବ୍ୟକ୍ତି ଜଣକ ଗ୍ରାମରେ କହିବା ପରେ ବୈଠକ ବସି ଗୁଣିଆ ଡକାଇ ଖଟ ବୁଲାଇବାକୁ ନିଷ୍ପତ୍ତି ହୋଇଥିଲା। ଗତ ବୁଧବାର ଜଣେ ଗୁଣିଆ ଆସି ଖଟ ବୁଲାଇଥିବାବେଳେ ସେ ଚୋରକୁ ଧରିବାରେ ସକ୍ଷମ ହୋଇ ନ ଥିଲା। ପରେ ଗୁରୁବାର ଗାଁ ଲୋକେ ଅନ୍ୟ ଜଣେ ଗୁଣିଆ ଆଣିଥିଲେ ମଧ୍ୟ ସୁଫଳ ମିଳି ନ ଥିଲା। ଶନିବାର ନାଟୁଗାଁ ଅଞ୍ଚଳର ଜଣେ ଗୁଣିଆଙ୍କୁ ଗ୍ରାମବାସୀ ଡକାଇଥିଲେ। ଗୁଣିଆଙ୍କୁ ପରୀକ୍ଷା କରାଇବା ପାଇଁ ଗାଁ ଲୋକେ ଜଣେ ବ୍ୟକ୍ତିଙ୍କୁ କିଛି ଜିନିଷ ଦେଇ ଲୁଚାଇଦେବାକୁ କହିଥିଲେ। ମଧ୍ୟାହ୍ନ ୧୨ଟାରେ ଉକ୍ତ ଗୁଣିଆ ଏକ ଖଟକୁ ପୂଜା କରି ୪ଜଣ ବ୍ୟକ୍ତିଙ୍କୁ ଧରାଇଥିଲେ। ଖଟ ବୁଲି ବୁଲି ଯେଉଁ ଲୋକ ଜିନିଷ ଲୁଚାଇଥିଲେ ତାଙ୍କ ନିକଟରେ ଅଟକିଥିଲା। ଏହା ପରେ ୨ଘଣ୍ଟା ଧରି ଖଟ ବୁଲିଥିଲେ ମଧ୍ୟ ବ୍ୟକ୍ତି ଜଣକ ଯେଉଁଠି ଜିନିଷ ଲୁଚାଇଥିଲେ ତାହା ଜାଣପାରି ନ ଥିଲା। ଏଣେ ଖଟ କିପରି ବୁଲୁଛି ତାହା ଦେଖିବା ପାଇଁ ନିକଟ ଅଞ୍ଚଳର ଶତାଧିକ ଲୋକ ଗାଁରେ ରୁଣ୍ଡ ହୋଇଥିଲେ। ଏହି ସମୟରେ ଗ୍ରାମବାସୀ କାହାକୁ ଫଟୋ ଉଠାଇବାକୁ ଦେଇ ନ ଥିଲେ। ଖବର ପାଇ ସଦର ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ବା ପରେ ଖଟ ବୁଲା ବନ୍ଦ ହୋଇଥିଲା। ଖଟ ବୁଲାଉଥିବା ଗୁଣିଆ ଓ ଲୋକମାନେ ଛତ୍ରଭଙ୍ଗ ଦେଇଥିଲେ। ଶେଷରେ ପୋଲିସ ଖାଲି ହାତରେ ଫେରିଥିଲା। ବର୍ତ୍ତମାନ ସମୟରେ ଜିଲାର ବିଭିନ୍ନ ସ୍ଥାନରେ ଲୋକେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଖଟବୁଲା ପଦ୍ଧତି ଅବଲମ୍ବନ କରୁଥିବାରୁ ପୋଲିସ ଓ ପ୍ରଶାସନ ପକ୍ଷରୁ ପଦକ୍ଷେପ ନେବା ଜରୁରୀ ବୋଲି ସାଧାରଣରେ ମତପ୍ରକାଶ ପାଉଛି। ଏ ନେଇ ନୟାଗଡ଼ ଏସ୍‌ପି ଶଶିଭୂଷଣ ଶତପଥୀ କହନ୍ତି, ଖବର ପାଇ ପୋଲିସ ଟିମ୍‌ ଗ୍ରାମରେ ପହଞ୍ଚତ୍ଥିଲେ ମଧ୍ୟ ଗୁଣିଆ ଫେରାର ହୋଇଯାଇଥିଲେ। ମାନସିକତାରେ ପରିବର୍ତ୍ତନ ନ ହେବାରୁ ଏଭଳି ଘଟଣା ଘଟୁଛି। ଲୋକମାନେ ସଚେତନ ହେଲେ ଏହା ଘଟିବ ନାହିଁ ବୋଲି ସେ ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ LPG ଗ୍ୟାସ, କେତେ ଟଙ୍କା?

ଭୁବନେଶ୍ବର,୮।୪: ୫ କେଜିଆ ଗ୍ୟାସ ସିଲିଣ୍ଡର ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ଘୋଷଣା କରିଛନ୍ତି । ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍‌ପିଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri