ଚୋରି ଉଦ୍ୟମ ପଣ୍ଡ: ୪ ଚୋରଙ୍କୁ ନିସ୍ତୁକ ମାଡ଼ ମାରି ପୋଲିସକୁ ହସ୍ତାନ୍ତର କଲେ ଗ୍ରାମବାସୀ

ଚିତ୍ରଡ଼ା,୨୦।୬: ମୟୂରଭଞ୍ଜ ଜିଲା ମୋରଡ଼ା ଥାନା ଭୋଳାଗଡ଼ିଆ ଆଶ୍ରମ ସ୍କୁଲକୁ ଚୋରି କରିବାକୁ ଯାଇ ନିସ୍ତୁକ ମାଡ଼ ଖାଇଛନ୍ତି ୪ ଯୁବକ। ପରେ ସେମାନଙ୍କୁ ପୋଲିସକୁ ହସ୍ତାନ୍ତର କରାଯାଇଛି। ସେମାନଙ୍କ ମଧ୍ୟରୁ ଜଣେ ନାବାଳକ ରହିଥିବା ବେଳେ ୩ ଜଣ ହେଲେ ସାକିଲା ମଲ୍ଲିକ (୩୧), ସପନ ନାଏକ (୩୦),ରାଜା ମଲ୍ଲିକ (୨୫)। ସୂଚନାନୁଯାୟୀ, ଗୁରୁବାର ବିଳମ୍ବିତ ରାତ୍ରିରେ ମୋରଡ଼ା ଥାନା ଟିଆଁସୀ ଗ୍ରାମର ୪ ଯୁବକ ଚୋରି କରିବାକୁ ଆଶ୍ରମ ସ୍କୁଲ ଭିତରକୁ ପଶିଥିବା ବେଳେ ଗ୍ରାମବାସୀ ଜାଣିପାରିଥିଲେ। ପରେ ଚୋରକୁ ଧରିବାରେ ସଫଳ ହୋଇଥିଲେ। ତେବେ ଗ୍ରାମବାସୀ ଓ ଚୋର ମଧ୍ୟରେ କିଛି ସମୟଧରି ଲଢେଇ ଚାଲିଥିଲା। ପରେ ସେମାନଙ୍କୁ ଉତ୍ତମ ମଧ୍ୟମ ଦେବା ପରେ ପୋଲିସକୁ ହସ୍ତାନ୍ତର କରାଯାଇଛି। ମୋରଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ୪ ଜଣଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିବା ସହିତ ୮୭/୨୦ରେ ଏକ ମାମଲା ରୁଜୁ କରିଥିବା ଜଣାପଡ଼ିଛି। ଏମାନଙ୍କ ମଧ୍ୟରୁ ସାକିଲା ଏବଂ ରାଜା ନାମରେ ଆଗରୁ ଏକାଧିକ ମାମଲା ରହିଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି। ୪ ଜଣଙ୍କ ମଧ୍ୟରୁ ଗ୍ରାମବାସୀଙ୍କ ମାଡ଼ରେ ରାଜା ଗୁରୁତର ହୋଇଥିବା ବେଳେ ପୋଲିସ ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରିଛି। ତେବେ ସାକିଲା ଓ ସପନକୁ ଶନିବାର କୋର୍ଟ ଚାଲାଣ କରାଯାଇଥିବା ନାବାଳକଙ୍କୁ ବାଳସୁଧାର ଗୃହକୁ ପଠାଯିବ ବୋଲି ଆଇଆଇସି କୁନି ବେଶ୍ରା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

କୋଭିଡ୍‌ ମହାମାରୀ ସମୟରେ ଅନ୍‌ଲାଇନ ପଢ଼ାରେ ପିଲାମାନେ ଅଭ୍ୟସ୍ତ ହୋଇଯାଇଥିଲେ। ଘରେ ରହିଲେ ମଧ୍ୟ ପିଲାମାନେ ମୋବାଇଲ ଆସକ୍ତି ଛାଡ଼ି ପାରୁନାହାନ୍ତି। ପିଲାଙ୍କ ମାନସିକ ସ୍ଥିତି...

ପରିବେଶତନ୍ତ୍ରୀ

”ଆଜି ଯେଉଁଠି ପହଞ୍ଚଛି ସେଥିପାଇଁ ପ୍ରେରଣା ସ୍ଥାନୀୟ ଗ୍ରାମରୁ ପାଇଛି, ଯେଉଁଠି ଲୋକମାନେ ମୋ ସହ ଠିଆ ହୋଇଥିଲେ। ହେନ୍ତାଳବଣକୁ ନିଜର ଭାବି ପରିଷ୍କାର କରିବାରେ...

ପୂର୍ବତନ ଆଇଏଏସ ଅଧିକାରୀ ରାଜକୁମାର ଗୋଏଲ ହେବେ ମୁଖ୍ୟ ସୂଚନା କମିଶନର, ସୋମବାର ନେବେ ଶପଥ

ନୂଆଦିଲ୍ଲୀ,୧୪।୧୨: ଅବସରପ୍ରାପ୍ତ IAS ଅଧିକାରୀ ରାଜ କୁମାର ଗୋଏଲ ଦେଶର ପରବର୍ତ୍ତୀ ମୁଖ୍ୟ ସୂଚନା କମିଶନର (CIC) ହେବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ତାଙ୍କୁ...

ଜାପାନରେ ରିଲିଜ ହେବ ‘ପୁଷ୍ପା ୨’

ହାଇଦ୍ରାବାଦ୍‌: ବ୍ଲକ୍‌ବଷ୍ଟର ଫିଲ୍ମ ‘ପୁଷ୍ପା ୨: ଦି ରୁଲ୍‌’ ଏବେ ଜାପାନରେ ରିଲିଜ ପାଇଁ ପ୍ରସ୍ତୁତ ହେଉଛି। ଆଉ ଏହି ରିଲିଜ ପୂର୍ବରୁ ଅଭିନେତା ଅଲ୍ଲୁ...

ଭାରତ ମାତାର ଦୁଃଖ

ଏଇ କେଇଦିନ ତଳେ ସଂସଦ ଭବନରେ ପ୍ରଧାନମନ୍ତ୍ରୀ ମୋଦି ‘ବନ୍ଦେ ମାତରଂ’କୁ ନେଇ ଏକ ଦୀର୍ଘକାଳୀନ ବିଚାର ବିଶ୍ଳେଷଣ ରଖିଥିଲେ। ‘ବନ୍ଦେ ମାତରଂ’କୁ ନେଇ ପାର୍ଲାମେଣ୍ଟ...

ସୁଶାସନରେ ସମସ୍ୟା

ଅନେକ ସମୟରେ ଶାସନରେ ସୁଫଳ ପାଇବା କଷ୍ଟକର ହେଲେ ବିଫଳତାକୁ ସ୍ବୀକାରକରିବା ପରିବର୍ତ୍ତେ ରାଜନୈତିକ କୌଶଳ ବା ଦୃଷ୍ଟିକୋଣ ଉପରେ ନିର୍ଭର କରାଯାଇପାରେ, ଯାହା ଏକ...

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

ମାଓବାଦୀ ବିରୋଧୀ ଅଭିଯାନ: ୯୨ କୋଟିର ସମ୍ପତ୍ତି ଜବତ

ନୂଆଦଲ୍ଲୀ,୧୩ା୧୨: ଦେଶରେ ମାଓବାଦୀ ବିରୋଧୀ ଅଭିଯାନ ବେଳେ ୯୨ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି। ବିଭିନ୍ନ ସୁରକ୍ଷା ଏଜେନ୍ସି ମିଳିତ ଚଢ଼ାଉ ଫଳରେ ମାଓବାଦୀମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri