ଚେତି ଶୁଇଛେ ପରଶାସନ:ଗଁ। ବାସୀକୁ ଘାରୁଛେ କିଡ଼୍‌ନୀ ରୋଗ୍‌ ଭଏ

ଗଣ୍ଡତୁରୁମ, ୨୯।୬ (ଡି.ଏନ୍‌.ଏ): ଭେଡ଼େନ ବ୍ଲକ ମହୁଲପାଲି ପଁଚେତ୍‌ ଟିହିକିପାଲି ଗଁ। ରେ କିଡ଼୍‌ନୀ ରୁଗୀକଁର ସଂଖ୍ୟା ଦିନୁଦିନ୍‌କେ ବଢ଼ବାରେ ଲାଗିଛେ। ଗଲା ୩ ବଛର ଭିତରେ କିଡ଼୍‌ନୀ ରୋଗ୍‌ରେ ଗଁ। ର ୫ ଝନ୍‌ ମରିଥିଲାବେଲେ ଗଲା ବୁଧୁବାର ରାତି ଆର ଝନେ ରୁଗୀ ପୀତାମ୍ବର ମେହେର(୫୫)କଁର ମୁର୍‌ତୁ ଘଟିଛେ। ଝନେ ଉତାରୁ ଝନେ କିଡ଼୍‌ନୀ ରୋଗ୍‌ରେ ମରବାର ଘଟନାକେ ନେଇ ଗଁ। ରେ ଗୁଟେ ଭଏର ବାତାବରନ୍‌ ସୁରୁଷ୍‌ଟି ହେଇଛେ। ପିଇଲା ପାଏନ୍‌ ଲାଗି ଏନ୍‌ତା ସମସିଆ ହେଉଥିବାର ଗଁ। ବାସୀ ଅଭିଯୋଗ କରି ପରଶାସନର ଦୁରୁଷ୍‌ଟି ଆକରଷନ୍‌ କରି ନିରାଶ ହେଇଛନ୍‌। ଏନ୍‌ତାଥି ଆଏବାର ଦିନେ ଗଁ। ବାସୀ ଗୁଟେ ବଡ଼ଭାରି ଉଲ୍‌ଗୁଲାନ ଲାଗି ସଜ୍‌ବାଜ ହେଉଥିବାର ଜନାପଡ଼ିଛେ।
ସୂଚନା ଅନ୍‌ସାରେ ଟିହିକିପାଲି ଗଁ। ୩ଟା ଓ୍ବାର୍ଡକେ ନେଇ ଗଠିତ୍‌ ହେଇଥିଲାବେଲେ ପାଖାପାଖି ୧୫ ଶହ ଲୋକ୍‌ ବାସ୍‌ କରୁଛନ୍‌। ଗଁାବାସୀକର ପିଇଲା ପାଏନ୍‌ ଲାଗି ୧ କି.ମି. ଦୂରେ ଥିବାର ଗୁଟେ ନଲ୍‌ଚୁଅଁା ନ ସାହାଭରସା। କାରନ୍‌ ଗଁାରେ ଥିବାର ବାକି ନଲ୍‌ଚୁଅଁ। ରୁ ଖର ପାଏନ୍‌ ବାହାରୁଛେ, ଯେନ୍‌ଥିରଲାଗି ସେ ପାଏନ୍‌ ରଁଧାବଢ଼ା, ଖାଇପିଇ ନାଇଁହେବାର। ଗଁାବାସୀକର ପିଇଲା ପାଏନ୍‌ ସୁବିଧା ଲାଗି ଥାନୀୟ ଗିରିଗୋବର୍ଦ୍ଧନ ପାହାଡ଼ ପାସେ ୩ ବଛର ତଲେ ଗୁଟେ ଗଭୀର ନଲ୍‌ଚୁଅଁା କୁଡ଼ାଯାଇଛେ। ହେଲେ ଆଏଜ୍‌ତକ ସେଟା କାଯ୍‌କ୍ଷମ ନାଇଁ ହେଇପାରି। ଏନ୍‌ତାଥି ଗଁାବାସୀ ଉପେ ଶୂଇନ୍‌ ହେଇ ଆସର ପାସର ବଁଧ୍‌କଟା, ଖୁଲାଚୁଅଁାର ଦୂଷିତ ପାଏନ୍‌ ବେଭାର କରୁଛନ୍‌। ଦୂଷିତ୍‌ ପାଏନ୍‌ ବେଭାର ଲାଗି ଗଁାରେ କିଡ଼୍‌ନୀ ରୋଗ୍‌ ବହପୁଥିବାର ଗଁାବାସୀ ଅଭିଯୋଗ କରିଛନ୍‌। ଗଲା ୩ ବଛର ଭିତରେ ଗଁାର ଗରୁଡ଼ ବାରିକ(୫୦), ଦାମିନୀ ମେହେର(୬୫), ଲଲିତ ମେହେର(୫୦), ସୁଶାନ୍ତ ଅଦାବର(୪୦), ଟଙ୍କଧର ପଧାନ(୪୦) ପରମୁଖ କିଡ଼୍‌ନୀ ରୋଗ୍‌ରେ ପୀଡ଼ିତ ହେଇ ଆରପାରକେ ଚାଲିଯାଇଛନ୍‌। ସେନ୍‌ତା ଗଁାରେ ଆହୁରି ୩୦ରୁ ୩୫ ଝନ୍‌ ରୋଗ୍‌ରେ ଆକ୍‌ରଁାତ ହେଇ ଚିକିସତ୍ିତ ହେଉଛନ୍‌। ଇ ଘଟନାକେ ନେଇ ଗଁାବାସୀକର ଭିତରେ ଛନ୍‌କା ପସିଯାଇଥିଲାବେଲେ ଆରକେତେ କୁଟୁମବସିଆ ଉନିଆ ଆଡ଼େ ପଲାବାର ଲାଗି ସଜବାଜ ହେଉଥିବାର ଜନାଯାଇଛେ। ଇ ସମସିଆ ବାବ୍‌ଦେ ଗଁାର ଝନେ ମହିଲା ରାଜକୁମାରୀ ଛୁରିଆକୁଁ ପଚରାଲାରୁ ଆମେ ଗଁାବାସୀ ପିଇଲା ପାଏନ୍‌ ଲାଗି ବଡ଼ା ଗୁଲ୍‌ଗୁଲା ହେଉଛୁଁ। ଗଁାରେ ପିଇଲା ପାଏନ୍‌ର ବଡ଼ଭାରି ଅଭାବ ରହିଛେ, ସେଥିରଲାଗି ବଁଧର ପାଏନ୍‌ରେ ରଁଧାବଢ଼ା କରୁଛୁଁ। ସେନ୍‌ତା ହରିଜନ ପଡ଼ାର ରୋହିତ ପେରାକୁଁ ପଚରାଲରୁ ଆମର ପଡ଼ାବାସୀକର କଥା କେହି ନାଇଁ ଶୁନବାର। ଗଁାରୁ ପଡ଼ାବାସୀ ଦୂଷିତ ପାଏନ୍‌ ଆନି ବେଭାର କରୁଛନ୍‌ ଆର ରୁଗ୍‌ଦୁଖ୍‌ରେ ପଡ଼ି ମରୁଛନ୍‌। ହେଲେ ବି ଥାନୀୟ ପରଶାସନର ଚେତା ନାଇଁ ପସବାର ବଲି ସେ କହିଥିଲେ। ଇ ବାବ୍‌ଦେ ଗଁାର ନରେନ୍ଦ୍ର ପୁରୋହିତ କହିଛନ୍‌ ଯେ, ଦୂଷିତ ପାଏନ୍‌ ଲାଗି ଗଁାଥି କିଡ଼୍‌ନୀ ରୋଗ୍‌ ଚାପି ଗଲାନ। ଗୁଟେ ପରେ ଗୁଟେ ମରତେଲ ଯାଉଛନ୍‌। ୩ ବଛର ଭିତରେ ୬ ଝନ୍‌ ମଲେନ। ଗଁାରେ ଖୁଜଲେ ଆହୁରି ୩୦ରୁ ୪୦ ରୁଗୀ ବାହାରବେ ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭିସୁଟ୍‌ରେ ତେଜୁଛି ଛାତ୍ର ଆନ୍ଦୋଳନ: ହଷ୍ଟେଲ ସମସ୍ୟା-ନିମ୍ନମାନର ଖାଦ୍ୟକୁ ନେଇ ଛାତ୍ରୀଛାତ୍ରଙ୍କ ବିକ୍ଷୋଭ

ସମ୍ବଲପୁର,୨୧।୭(ପ୍ରମୋଦ ବହିଦାର): ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ପ୍ରଯୁକ୍ତିବିଦ୍ୟା ବିଶ୍ୱବିଦ୍ୟାଳୟ(ଭିସୁଟ)ରେ ଦ୍ୱିତୀୟ ବର୍ଷର ଛାତ୍ରୀଛାତ୍ର ବ୍ୟାପକ ଆନ୍ଦୋଳନ ଆରମ୍ଭ କରିଛନ୍ତି। ବିଶ୍ୱବିଦ୍ୟାଳୟ ଓ ଛାତ୍ରାବାସରେ ଦେଖାଦେଇଥିବା ବିଭିନ୍ନ…

ହୀରାକୁଦରେ ବଢୁଛି ଜଳସ୍ତର, ପୁଣି ଖୋଲିଲା ଆଉ ୪ ଗେଟ୍‌

ସମ୍ବଲପୁର, ୨୧।୭(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ହୀରାକୁଦ ଜଳଭଣ୍ଡାରକୁ ବିପୁଳ ପରିମାଣର ବନ୍ୟା ଜଳ ପ୍ରବେଶ କରିବାରେ ଲାଗିଛି। ଫଳରେ…

ଫିସେରୀ ବନ୍ଧରୁ ମିଳିଲା ଯୁବକଙ୍କ ମୃତଦେହ: ଖେଳିଗଲା ଶୋକର ଲହରୀ

ସମ୍ବଲପୁର,୨୧।୭(ପ୍ରମୋଦ ବହିଦାର): କ୍ଷେତରାଜପୁର ଥାନା ଅନ୍ତର୍ଗତ ଫାର୍ମଗୁଡିକ ସମଲେଇ ପ୍ରକଳ୍ପ-୨ର ଫିସେରୀ ବନ୍ଧ(ପୋଖରୀ)ରୁ ମଙ୍ଗଳବାର ସକାଳେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତଦେହଟି ସ୍ଥାନୀୟ ଅଞ୍ଚଳର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri