ଚିହ୍ନଟରେ ସୀମିତ ସୁନାମି ପ୍ରବଣ ୬୪ ଗ୍ରାମ

କେନ୍ଦ୍ରାପଡ଼ା ଅଫିସ, ୫ା୯:ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକର ୪୬ ଓ ମହାକାଳପଡ଼ା ବ୍ଲକ ଅଞ୍ଚଳର ୧୮ ଗ୍ରାମକୁ ସୁନାମି ପ୍ରବଣ ବୋଲି ଚିହ୍ନଟ କରାଯାଇଛି। ଓସ୍‌ଡମା ପକ୍ଷରୁ ସମୁଦ୍ର ତଟଠାରୁ ପ୍ରାୟ ଦେଢ଼କିମି ଭୂଭାଗ ଅଞ୍ଚଳରେ ସୁନାମି ପ୍ରାକୃତିକ ବିପର୍ଯ୍ୟୟ ଆସିପାରେ ବୋଲି ତଦନ୍ତ ରିପୋର୍ଟ ୨୦୦୫ ମସିହାରେ ପ୍ରଦାନ କରାଯାଇଥିଲା। ଏହି ଚିହ୍ନଟ କାର୍ଯ୍ୟକ୍ରମକୁ ଇତିମଧ୍ୟରେ ପ୍ରାୟ ୧୭ ବର୍ଷ ବିତିଯାଇଛି। ଏ ନେଇ ବିଶେଷଜ୍ଞମାନେ ଦେଇଥିବା ପରାମର୍ଶ କାର୍ଯ୍ୟକାରୀ ହୋଇନାହିଁ। ସାମାନ୍ୟ ଉତ୍ତାଳ ଢେଉ ହେଲେ ସମୁଦ୍ରର ପାଣି ଲୁଣାବନ୍ଧ ଡେଇଁ ଭୂଭାଗ ଅଞ୍ଚଳକୁ ପଶିଯାଉଛି। ଏପରି କି ସାତଭାୟା ପଞ୍ଚାୟତର ଗ୍ରାମଗୁଡିକ ଜଳପତନ ଉଚ୍ଚତା ବୃଦ୍ଧି ପାଇଁ ସମୁଦ୍ର ଗର୍ଭରେ ଲୀନ ହୋଇଯାଇଛି। ଏଠାରେ ଥିବା ଅଧିବାସୀଙ୍କୁ ବଗପାଟିଆକୁ ସ୍ଥାନାନ୍ତର କରାଯାଇଛି। ହେନ୍ତାଳ ବଣ ସୁନାମିର କରାଳ ପ୍ରଭାବରୁ ସାମାନ୍ୟ କିଛି ବଞ୍ଚାଇବ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି। ତେବେ ମଧୁର ଜଳର ଅଭାବ, ତଟାଞ୍ଚଳରେ ଚିଙ୍ଗୁଡି ଘେରି ନିର୍ମାଣ, ହେନ୍ତାଳ ବଣ ଜବରଦଖଲକାରୀଙ୍କ କବଳକୁ ଯିବା ଏହି ସୁରକ୍ଷା ପ୍ରାଚୀର ପ୍ରତି ବିପଦ ସୃଷ୍ଟି କରିଛି। ଫଳରେ ୬୪ ଗ୍ରାମର ୨ ଲକ୍ଷରୁ ଅଧିକ ଲୋକ ସୁନାମି ବିପର୍ଯ୍ୟୟରୁ ମୁକୁଳିବା ନେଇ ଆଶଙ୍କାରେ ଅଛନ୍ତି।
୨୦୦୪ରେ ସୃଷ୍ଟି ହୋଇଥିବା ସୁନାମି ଇଣ୍ଡୋନେସିଆ ସମେତ ଭାରତର ତାମିଲନାଡୁ, ଆଣ୍ଡାମାନ ନିକୋବର, କେରଳ, ପୁଡୁଚେରୀ ଓ ଆନ୍ଧ୍ରପ୍ରଦେଶ ତଟାଞ୍ଚଳରେ ପ୍ରଭାବ ପକାଇଥିଲା। ଏଥିରେ ପ୍ରାୟ ୩୦୦ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଚାଷବାସ ନଷ୍ଟ ହୋଇଥିଲା। ଏହି ବିପର୍ଯ୍ୟୟ ପରିଚାଳନା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ରାଜ୍ୟର ୩୨୮ଟି ଗ୍ରାମକୁ ସୁନାମିପ୍ରବଣ ବୋଲି ଚିହ୍ନଟ କରାଯାଇଥିଲା। କେନ୍ଦ୍ରାପଡ଼ା ଜିଲାର ମୋଟ ୪୮ କିମି ତଟାଞ୍ଚଳ ମଧ୍ୟରୁ ୨୮ କିମି ତଟ କ୍ଷୟ ହେଉଛି। ଏହି ସ୍ଥାନରେ ଲୁଣା ମାଟି ଓ କଂକ୍ରିଟ ବନ୍ଧ ନିର୍ମାଣ ପାଇଁ ପ୍ରାଥମିକସ୍ତରରେ ଆଲୋଚନା ହୋଇଥିଲା। ଏପରି କି ସର୍ବାଧିକ ତଟକ୍ଷୟ ହେଉଥିବା ରାଜନଗର ବ୍ଲକ ପେଣ୍ଠଠାରେ ୫୦୫ ମିଟରର ଜିଓ ସିନ୍ଥେଟିକ୍‌ ଟ୍ୟୁବ୍‌ ୱାଲ ୨୦୧୮ରେ ପ୍ରାୟ ୩୪ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଛି। ଏହି ଟ୍ୟୁବ୍‌ ୱାଲ ଏବେ ଜୁଆର ମାଡ଼ରେ ନଷ୍ଟ ହେଉଛି। ୨୦୦୬ରେ ଗୋଆ ଜାତୀୟ ସାମୁଦ୍ରିକ ଗବେଷଣା କେନ୍ଦ୍ରର ବୈଜ୍ଞାନିକ ଡ. ଟି.ଜି. ଜଗତାପ, ଡ. ବି.ସି. ଇନ୍‌ଗୋଲିଓ, ଡ. କେ. ମୁସା ପ୍ରମୁଖ ଗବେଷଣା ପାଇଁ କେନ୍ଦ୍ରାପଡ଼ା ତଟାଞ୍ଚଳ ଆସିଥିବା ବେଳେ ହେନ୍ତାଳ ବଣ ସୃଷ୍ଟିକୁ ଗୁରୁତ୍ୱ ଦେଇଥିଲେ। ତଟାଞ୍ଚଳରେ ହେନ୍ତାଳ ବଣ ସୁନାମିର ପ୍ରଭାବକୁ ହ୍ରାସ କରିପାରିବ ବୋଲି ରିପୋର୍ଟରେ ପ୍ରକାଶ କରିଥିଲେ। ଏଥିସହ ଲୁଣା ତଟବନ୍ଧକୁ ଅନୂ୍ୟନ ୬ ମିଟର ଉଚ୍ଚ ରଖାଯିବାକୁ ସେମାନେ ରିପୋର୍ଟରେ ପରାମର୍ଶ ଦେଇଥିଲେ। ଜିଲାର ୭୪୪ କିମି ମଧ୍ୟରୁ ୩୧୭ କିମି ତଟବନ୍ଧ ଅସୁରକ୍ଷିତ ବୋଲି ଗତ ଏପ୍ରିଲରେ ଜିଲା ପ୍ରଶାସନ ପକ୍ଷରୁ ହୋଇଥିବା ସର୍ଭେ ରିପୋର୍ଟରେ ଦେଖାଯାଇଛି। ଏଥିମଧ୍ୟରୁ ନିକଟରେ ୩୨ କିମି ତଟବନ୍ଧ ୬ ମିଟର ଉଚ୍ଚ ହେବ ବୋଲି ରାଜ୍ୟ ସରକାର ପ୍ରକଳ୍ପକୁ ମଞ୍ଜୁରୀ ଦେଇଛନ୍ତି। ଅପରପକ୍ଷେ ତଟାଞ୍ଚଳରେ ଗଢ଼ି ଉଠୁଥିବା ଚିଙ୍ଗୁଡ଼ି ଘେରି ହେନ୍ତାଳ ବଣକୁ ଧ୍ୱଂସ କରୁଛି। ସେହିପରି ଅନୁପ୍ରବେଶକାରୀଙ୍କ ହାତକୁ ଜଙ୍ଗଲ ଜମି ଚାଲିଯାଉଛି। ହେନ୍ତାଳ ବଣ ସୃଷ୍ଟି ପାଇଁ ଲୁଣା ସହ ଆନୁପାତିକ ଭାବେ ମଧୁର ଜଳ ଆବଶ୍ୟକ। ଜିଲାରେ ପ୍ରବାହିତ ନଦୀର ସ୍ରୋତ ବିଭିନ୍ନ ପ୍ରକଳ୍ପ ପାଇଁ କମ୍‌ ରହୁଛି। ଏଥିଲାଗି ତଟାଞ୍ଚଳରେ ସମସ୍ତ ନଦୀକୁ ଯୋଡ଼ିବା ପାଇଁ ବୃହତ୍‌ କେନାଲର ଆବଶ୍ୟକତା ଅଛି। ଏହାଦ୍ୱାରା ପାନୀୟ ଜଳ, ବନ୍ୟା, ଜଳସେଚନ, ହେନ୍ତାଳ ବଣ ସୃଷ୍ଟି ଆଦିରେ ଥିବା ସମସ୍ୟାର ସମାଧାନ ହୋଇପାରିବ। ପ୍ଲା କାର୍ଡ, ମକ୍‌ଡ୍ରିଲ ଓ ସ୍ଥାନାନ୍ତର ମାଧ୍ୟମରେ ବିପତ୍ତିରୁ ସାମୟିକ ମୁକ୍ତି ମିଳିବ। ତେବେ ଏହା ସ୍ଥାୟୀ ପ୍ରତିକାର ନୁହେଁ ବୋଲି ବୁଦ୍ଧିଜୀବୀମାନେ ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri