ଚିହ୍ନଟ ହେଲେ ୪, ଜିଲାରେ ୨୬ କରୋନା ଆକ୍ରାନ୍ତ

କେନ୍ଦ୍ରାପଡ଼ା ଅଫିସ/ମାର୍ଶାଘାଇ/ମହାକାଳପଡ଼ା (ଡି.ଏନ.ଏ.), ୧୬ା୫: କେନ୍ଦ୍ରାପଡା ଜିଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗତ ୧୧ ତାରିଖ ସୁଦ୍ଧା ୯ ଜଣ ଚିହ୍ନଟ ହୋଇଥିବା ବେଳେ ଗୁରୁବାର ଏକକାଳୀନ ୧୩ ଓ ଶନିବାର ୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜିଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି। ଫଳରେ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୬ରେ ପହଞ୍ଚତ୍ଛି। ଆକ୍ରାନ୍ତମାନେ ମାର୍ଶାଘାଇ ଓ ମହାକାଳପଡ଼ା ବ୍ଲକର ଦୁଇଟି ସଙ୍ଗରୋଧ କେନ୍ଦ୍ରରେ ରହୁଥିଲେ। ସେମାନଙ୍କୁ ଚିକିତ୍ସା ପାଇଁ କଟକ କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ା ମାର୍ଶାଘାଇ ବଏଜ ହାଇସ୍କୁଲରୁ ଚିହ୍ନଟ ୩ ଆକ୍ରାନ୍ତ ବ୍ୟକ୍ତି ଗତ ୯ ତାରିଖରେ ଅହମ୍ମଦାବାଦରୁ ବସ୍‌ ଯୋଗେ ଫେରିଥିଲେ। ସେହିପରି ମହାକାଳପଡା ବଡକୂଳ ପଞ୍ଚାୟତ ଆଶ୍ରମ ବାଲିକୁଦା ଉଚ୍ଚ ବିଦ୍ୟାପୀଠରୁ ଚିହ୍ନଟ ବ୍ୟକ୍ତି ସାଇକେଲ ଯୋଗେ ସୁରଟରୁ ଫେରିଥିଲେ। ଏମାନଙ୍କ ସ୍ବାବ୍‌ ଟେଷ୍ଟିଂ ପରେ କରୋନା ପଜିଟିଭ୍‌ ଜଣାପଡିଥିଲା। ଆକ୍ରାନ୍ତଙ୍କ ସହ ରହୁଥିବା ଅବଶିଷ୍ଟ ପ୍ରବାସୀଙ୍କ ସ୍ବାବ୍‌ ଟେଷ୍ଟିଂ ପାଇଁ ପଠାଯାଇଥିବା ଜିଲାପାଳ ବର୍ମା କହିଛନ୍ତି। ସେ କହିଛନ୍ତି, ଆକ୍ରାନ୍ତମାନେ ସୁରଟ ଓ ଅହମ୍ମଦାବାଦରୁ ଫେରି ସଙ୍ଗରୋଧ କେନ୍ଦ୍ରରେ ରହିଥିବାରୁ ଗୋଷ୍ଠୀ ସଂକ୍ରମଣ ଭୟ ନାହିଁ। ଏଥିପାଇଁ କଣ୍ଟେନ୍‌ମେଣ୍ଟ ଜୋନର ଆବଶ୍ୟକତା ନାହିଁ। ଏହି କେନ୍ଦ୍ରକୁ ବିଶୋଧନ କରାଯାଉଛି। ସୂଚନାଯୋଗ୍ୟ, ଆଳି ଓ ରାଜନଗରର ଦୁଇଜଣ ଲେଖାଏ କରୋନା ଆକ୍ରାନ୍ତ ହୋଇଥିବା ବେଳେ ଦୁଇ ବ୍ଲକର ଜଣେ ଲେଖାଏ ସୁସ୍ଥ ହୋଇଛନ୍ତି। ସେହିପରି ପଟ୍ଟାମୁଣ୍ଡାଇ ବ୍ଲକର ୫ ଜଣ, ରାଜକନିକାର ଜଣେ, କେନ୍ଦ୍ରାପଡ଼ାର ୪ ଜଣ ଓ ମହାକାଳପଡ଼ା ବ୍ଲକର ୮ କରୋନା ଆକ୍ରାନ୍ତ ବ୍ୟକ୍ତି ପୂର୍ବରୁ କଟକସ୍ଥିତ କୋଭିଡ୍‌ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ା ଅପରପକ୍ଷରେ ଗତ ୪ ତାରିଖରୁ ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ବିଭିନ୍ନ ରାଜ୍ୟରୁ ୭୭୩୬ ଜଣ ପ୍ରବାସୀ ଜିଲାକୁ ଫେରିଥିବା ଜିଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ଲାଷ୍ଟିକ୍‌ ଦଉଡ଼ି ଟାଣି ଚାଲିଛି ଚଣ୍ଡିଆପଲ୍ଲୀ ଫେରିଘାଟ: ବିପଦରେ ଯାତ୍ରୀ

ମହାକାଳପଡ଼ା,୨୧ା୭(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଥାନା, ବ୍ଲକ୍‌, ତହସିଲ ଓ କଲେଜ ଏବଂ ମେଡିକାଲକୁ ଲୋକେ ବିଭିନ୍ନ ସମୟରେ ଯାତାୟାତ କରିଥାନ୍ତି। କିନ୍ତୁ ସେଠାକୁ ଯିବାକୁ…

ଏହି ସ୍ଥାନରେ ୩୦୦ ବର୍ଷ ଧରି ଟଣା ହୋଇନାହିଁ ରଥ

କେନ୍ଦ୍ରାପଡ଼ା, ୨୦ା୭(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ସହରଠାରୁ ୧୨ କି.ମି. ଦୂର ଇନ୍ଦୁପୁର ବଜାର। ଏଠାରୁ ଦେଢ଼ କି.ମି. ଦୂର ହାବେଳି (ପତିସାହି) ଠାରେ ଥିବା ପ୍ରାୟ ୩୦୦ବର୍ଷ…

ବିଦେଶରେ ଥାଇ ଗାଁର ମହକ ଭୁଲିନାହାନ୍ତି ଚିଦାନନ୍ଦ, ୨୨ ବର୍ଷ ବୟସରେ କୃଷକଙ୍କ ପାଇଁ କରୁଛନ୍ତି ଏମିତି ଚିନ୍ତା…

ମହାକାଳପଡ଼ା,୨୦ା୭(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ରାଜଗଡ଼ ପଞ୍ଚାୟତ ଅନ୍ତର୍ଗତ ନଛିପଡ଼ା ଗାଁର ୨୨ବର୍ଷୀୟ ସୋମିତ୍ରୀ ଚିଦାନନ୍ଦ ଦାସ କାନାଡାରେ ଚାକିରି କରୁଛନ୍ତି। ବିଦେଶରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri