ଚିନ୍ତାରେ କେନ୍ଦୁପତ୍ର ତୋଳାଳି, ବନ୍ଧେଇ ଶ୍ରମିକ

ବଲାଙ୍ଗୀର ଅଫିସ, ୧୦ା୪ – କରୋନା ସଂକ୍ରମଣ ଭୟ ଚାଷବାସ, କ୍ଷୁଧା, ରୋଜଗାର ଉଜାଡିବା ଆରମ୍ଭ କରିଦେଲାଣି। ଦୀର୍ଘ ୨୧ଦିନର ଲକ୍‌ଡାଉନ୍‌ ପରେ ରାଜ୍ୟ କ୍ୟାବିନେଟ୍‌ରେ ଆହୁରି ୧୫ଦିନ ବୃଦ୍ଧି ପାଇଁ ସୁପାରିଶ ପରେ ଅନେକଙ୍କ ଚିନ୍ତା ବଢ଼ିଯାଇଛି। ରୋଗ ସଂକ୍ରମଣ ଠୁ ଅନେକଙ୍କ ଭବିଷ୍ୟତ ଚିନ୍ତା ଭୟଙ୍କର ରୂପ ନେବାରେ ଲାଗିଛି। ବଲାଙ୍ଗୀର ଜିଲାର ଲକ୍ଷାଧିକ କେନ୍ଦୁପତ୍ର ତୋଳାଳି ଓ ବନ୍ଧେଇ ଶ୍ରମିକ ଏଭଳି ମହାଚିନ୍ତାରେ ପଡିଛନ୍ତି।
ବଲାଙ୍ଗୀର ଜିଲାରେ ୩ଟି କେନ୍ଦୁପତ୍ର ବନଖଣ୍ଡ ରହିଛି। ଏଥିରେ ପ୍ରାୟ ୧୧ଶହରୁ ଉର୍ଦ୍ଧ୍ୱ ଗ୍ରାମରେ କେନ୍ଦୁପତ୍ର ସଂଗ୍ରହ ପାଇଁ ଫଡିଘର ରହିଛି। ବିଭାଗୀୟ ପରିଚୟପତ୍ର ବଳରେ ତିନି ବନଖଣ୍ଡର ପ୍ରାୟ ୧ ଲକ୍ଷ ୩୦ ହଜାରରୁ ଊର୍ଦ୍ଧ୍ୱ ଲୋକେ କେନ୍ଦୁପତ୍ର ସଂଗ୍ରହ କରିଥାନ୍ତି। ଚଳିତବର୍ଷ ଅନିୟମିତ ବର୍ଷା ଯୋଗୁଁ ବହୁ ବିଳମ୍ବରେ ଗୋଛାକଟା ଆରମ୍ଭ ହୋଇଥିଲା। ଫେବୃୟାରୀ ତୃତୀୟ ସପ୍ତାହ ପରିବର୍ତ୍ତେ ମାର୍ଚ୍ଚ ୧୨ରୁ ଆରମ୍ଭ ହୋଇଥିତ୍ବା ଗୋଚ୍ଛାକଟାକୁ ୨୪ତାରିଖ ଦିନ ବନ୍ଦ କରିଦିଆଯାଇଥିଲା। କରୋନା ସଂକ୍ରମଣ ରୋକିବା ପାଇଁ ଲକ୍‌ଡାଉନ୍‌ ଘୋଷଣା ପରେ କେନ୍ଦୁପତ୍ର ସଂଗ୍ରହ ମଧ୍ୟ ପ୍ରଭାବିତ ହେବା ଆଶଙ୍କା ସୃଷ୍ଟି ହୋଇଛି। ମିଳିଥିବା ସୂଚନା ମୁତାବକ ଜିଲାରେ ପ୍ରାୟ ୬୦ପ୍ରତିଶତ ଗୋଚ୍ଛାକଟା ହୋଇଛି। ଗୋଛାକଟା ସମୟରୁ ୪୫ଦିନ ବ୍ୟବଧାନରେ କେନ୍ଦୁପତ୍ର ତୋଳିବା ଆରମ୍ଭ ହୋଇଥାଏ। ଏବେ ରାଜ୍ୟ ସରକାର ଲକ୍‌ଡାଉନ୍‌ ଅବଧିକୁ ବୃଦ୍ଧି କରିବାକୁ ସୁପାରିଶ କରିବା ପରେ କେନ୍ଦୁପତ୍ର ତୋଳାଳି ଓ ଶ୍ରମିକଙ୍କ ଚିନ୍ତା ବଢ଼ିଛି। ପ୍ରତିବର୍ଷ କେନ୍ଦୁପତ୍ର ତୋଳାଳିମାନେ ପରିବାର ପିଛା ୧୫ରୁ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିଥାନ୍ତି। ତେବେ ଅନିୟମିତ ବର୍ଷା ଓ କରୋନା ଚଳିତବର୍ଷ କେନ୍ଦୁପତ୍ର ତୋଳାଳିଙ୍କ ରୋଜଗାରରେ ପାଣି ପକାଇ ଦେଲାଣି। କରୋନା ପାଇଁ ସାମାଜିକ ଦୂରତା ବଜାୟ ରହିବା ସହ ଲୋକଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଉଛି। ଏଭଳି ସ୍ଥିତିରେ ଏହି ଗରିବ ଶ୍ରେଣୀର ଲୋକଙ୍କ ନିଶ୍ଚିତ ରୋଜଗାର ଏବେ ଅନିଶ୍ଚିତତାକୁ ଚାଲିଯାଇଛି। କେନ୍ଦୁପତ୍ର ତୋଳାଳି ଓ ବନ୍ଧେଇ ଶ୍ରମିକମାନେ ରାଜ୍ୟ ସରକାରଙ୍କ ଜନଶ୍ରୀ ବୀମା ଯୋଜନା, କେନ୍ଦୁପତ୍ର କର୍ମଚାରୀ କଲ୍ୟାଣ ପାଣ୍ଠି ବାବଦରେ ମିଳୁଥିବା ଝିଅ ବାହାଘର ସହାୟତା, ଯୁକ୍ତଦୁଇ ଉଚ୍ଚଶିକ୍ଷା ପାଇଁ ଶିକ୍ଷାବୃତ୍ତି, ସ୍ବାସ୍ଥ୍ୟ କଲ୍ୟାଣ ସହାୟତା ଓ ଅନ୍ୟ ସୁବିଧା ପାଇପାରିବେ କି ନାହିଁ ସେହି ଚିନ୍ତାରେ ପଡିଛନ୍ତି। ନିହାତି ଗରିବ ଶ୍ରେଣୀର ଲୋକଙ୍କ ନିର୍ଭରଶୀଳ ରୋଜଗାର କେନ୍ଦୁପତ୍ର ସଂଗ୍ରହ ଏବେ ଘୋର ଅନିଶ୍ଚିତତାକୁ ଠେଲି ହୋଇଯାଇଛି। ଏଭଳି ସ୍ଥିତିିକୁ ଗୁରୁତ୍ୱର ସହ ବିଚାର କରି ସରକାର ବିଧିବଦ୍ଧ ପଦକ୍ଷେପ ଗ୍ରହଣ କଲେ କେନ୍ଦୁପତ୍ର ତୋଳାଳିମାନେ ଉପକୃତ ହେବେ ବୋଲି ଜିଲା ଜଙ୍ଗଲ ସୁରକ୍ଷା ଓ ପରିଚାଳନା ଫୋରମ୍‌ ଆବାହକ କୁଳମଣି ସାହୁ କହିଛନ୍ତି। ଏନେଇ ଜିଲା କେନ୍ଦୁପତ୍ର ଡିଏଫ୍‌ଓ ରଞ୍ଜିତ ମଲ୍ଲିକଙ୍କୁ ପଚରାଯିବାରୁ ଚଳିତବର୍ଷ ପ୍ରାୟ ୮୦ ପ୍ରତିଶତ ଗୋଚ୍ଛାକଟା ହୋଇଛି। ଆଗକୁ ରାଜ୍ୟ ସରକାର କ’ଣ ନିଷ୍ପତ୍ତି ନେବେ ସେନେଇ କିଛି ବି ସୂଚନା ମିଳିନାହିଁ। ସାମାଜିକ ଦୂରତ୍ୱ ରଖି କେନ୍ଦୁପତ୍ର ତେଳା ଯାଇପାରିବ। ତେବେ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ହିଁ ଆଗକୁ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଗଛ, ଉଡ଼ିଲା ଆଜ୍‌ବେଷ୍ଟସ୍‌

କୋରାପୁଟ,୩।୪(ଅମିତାଭ ବେହେରା): କୋରାପୁଟ ସହରରେ ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ପ୍ରଭାବରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ହୋଇଛି। ଝଡ଼ତୋଫାନରେ କୋରାପୁଟ-ରାୟଗଡ଼ା ସଂଯୋଗ କରୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri