ଚିନ୍ତା ବଢ଼ାଉଛି ଯାଜପୁର ଜିଲା

ଭୁବନେଶ୍ୱର, (ବ୍ୟୁରୋ)/ଯାଜପୁର ଅଫିସ୍‌, ୫ା୫: ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ାଉଛି ଯାଜପୁର ଜିଲା। ଏହି ଜିଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ତାହା ପୁଣି ପଶ୍ଚିମବଙ୍ଗ ଫେରନ୍ତାଙ୍କ ପାଇଁ ହେଉଛି। ସୋମବାର ରାଜ୍ୟରେ ୭ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ଯାଜପୁରର ୪ଜଣ ଥିବାବେଳେ ଭଦ୍ରକର ୨ଜଣ ଓ ସୁନ୍ଦରଗଡ଼ର ଜଣେ ରହିଛନ୍ତି। ଯାଜପୁର ଜିଲାରେ ରାଜ୍ୟର ସର୍ବାଧିକ କରୋନା ଆକ୍ରାନ୍ତ ଅଛନ୍ତି। ବର୍ତ୍ତମାନ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୬୯ ଥିବା ବେଳେ ଯାଜପୁର ଜିଲାରେ ୫୨ଜଣ ରହିଛନ୍ତି। ଏମାନଙ୍କ ମଧ୍ୟରୁ ଜଣେ ସୁସ୍ଥ ହୋଇଥିବାବେଳେ ୫୧ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଯାଜପୁରରେ ଚିହ୍ନଟ ୪ ନୂଆ ସଂକ୍ରମିତ କୋଲକାତା ଫେରନ୍ତା। ସେମାନେ ସମସ୍ତେ ପୁରୁଷ ଓ ସେମାନଙ୍କ ବୟସ ହେଲା ୪୮, ୫୫, ୬୦, ୬୨ବର୍ଷ। ସେମାନଙ୍କ ଘର ଯାଜପୁର ବ୍ଲକର ଏରବାଙ୍କ ପଞ୍ଚାୟତରେ। ପୂର୍ବରୁ ଯାଜପୁର ବ୍ଲକର ପଣସା, ବାସୁଦେବପୁର, ଜାହାନପୁର, ନାଥସାହି ପଞ୍ଚାୟତରୁ ସଂକ୍ରମିତ ଚିହ୍ନଟ ହୋଇଥିଲେ। ଏରବାଙ୍କରେ ପ୍ରଥମ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାର ୬ ବ୍ଲକର ୧୬ ପଞ୍ଚାୟତରେ କରୋନା ସଂକ୍ରମଣ ଦେଖିବାକୁ ମିଳିଛି। ମଙ୍ଗଳବାର ଜିଲା ପ୍ରଶାସନ ପକ୍ଷରୁ ଏରବାଙ୍କ ପଞ୍ଚାୟତର ଏରବାଙ୍କ, ଇନ୍ଦରୋଇ, ରଘୁନାଥପୁର ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି।
ଭଦ୍ରକରେ ଚିହ୍ନଟ ୨ ଆକ୍ରାନ୍ତଙ୍କ ବୟସ ହେଲା ୪୫ ଓ ୫୫ ବର୍ଷ। ଏମାନେ ମଧ୍ୟ କୋଲକାତାରୁ ଫେରିଛନ୍ତି। ବର୍ତ୍ତମାନ ସୁଦ୍ଧା ଭଦ୍ରକ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୧ ହୋଇଛି। ଏଠାରେ ୧୨ଜଣ ସୁସ୍ଥ ହୋଇଯାଇଥିବାବେଳେ ୯ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ସେହିପରି ସୁନ୍ଦରଗଡ଼ ଜିଲା ରାଉରକେଲାର ଜଣେ ୨୯ବର୍ଷୀୟା ମହିଳା କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। କଣ୍ଟେନମେଣ୍ଟ ଜୋନ୍‌ ଥିବା ନାଲା ରୋଡ୍‌ ନିବାସୀ ଏହି ମହିଳା ଜଣକ ପୂର୍ବ ଆକ୍ରାନ୍ତଙ୍କ ପଡ଼ୋଶୀ। ସେ ତାଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଛନ୍ତି। ଏହା ଫଳରେ ସୁନ୍ଦରଗଡ଼ରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧କୁ ବୃଦ୍ଧି ପାଇଯାଇଛି। ଏହି ଜିଲାରେ ୫ଜଣ ସୁସ୍ଥ ହୋଇଥିବାବେଳେ ୬ଜଣ ଚିକିତ୍ସିତ ହେଉଛନ୍ତି।
ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୪୧ହଜାରରୁ ଊର୍ଦ୍ଧ୍ୱ ନମୁନା ପରୀକ୍ଷଣ ହୋଇସାରିଲାଣି। ସେଥିମଧ୍ୟରୁ ୧୬୯ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୬୦ଜଣ ସୁସ୍ଥ ହୋଇ ହସ୍ପିଟାଲରୁ ଡିସ୍‌ଚାର୍ଜ ହୋଇସାରିଲେଣି। ଜଣେ ରୋଗୀଙ୍କ ମୃତ୍ୟୁ ଘଟିଥିବା ବେଳେ ସକ୍ରିୟ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୧୦୮ ରହିଛି। ବର୍ତ୍ତମାନ ୨୨୦ଜଣ ହସ୍ପିଟାଲର ଆଇସୋଲେଶନ୍‌ରେ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସରକାରଙ୍କ ବଡ଼ ପଦକ୍ଷେପ: ୭୦୭ ଦୁର୍ଗମ ଗାଁରେ ବସିବ ୪ଜି ଟାୱାର

ଭୁବନେଶ୍ୱର,୧୮।୬: ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଓଡ଼ିଶାର ୭୦୭ଟି ଦୁର୍ଗମ ଗାଁରେ ୪ଜି ଟାୱାର ସ୍ଥାପନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏନେଇ ଇଲେକ୍ଟ୍ରୋନିକ୍ସ ଓ ସୂଚନା…

Delhi High Court on Telegram: ‘ଆତଙ୍କବାଦୀ କାର୍ଯ୍ୟ ପାଇଁ ବ୍ୟବହାର କରାଯାଏ ଟେଲିଗ୍ରାମ’

ନୂଆଦିଲ୍ଲୀ,୧୮।୬: ଦିଲ୍ଲୀ ହାଇକୋର୍ଟ ସିଧାସଳଖ ମେସେଜିଂ ପ୍ଲାଟଫର୍ମ ଟେଲିଗ୍ରାମକୁ ପଚାରିଛନ୍ତି ଯେ ଏହାର ପ୍ଲାଟଫର୍ମର ପ୍ରକୃତ-ସମୟରେ ନଜର ରଖିବା ପାଇଁ କ’ଣ ବ୍ୟବସ୍ଥା ଅଛି। କୋର୍ଟ ଜାଣିବାକୁ…

ଫୋନ ଉଠାଇଲେ ଟଙ୍କା ମାଗୁଛନ୍ତି: ଧର୍ମଗଡ଼ ରେଞ୍ଜରଙ୍କ ବିସ୍ଫୋରକ ବୟାନକୁ ନେଇ ହଇଚଇ

ଭବାନୀପାଟଣା,୧୮।୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଧର୍ମଗଡ଼ ରେଞ୍ଜର ଭବାନୀ ଶଙ୍କର କଅଁର ଗୁରୁବାର ଏକ ବିସ୍ପୋରକ ବୟାନ ଦେଇଛନ୍ତି। ଖବରଦାତାମାନେ ତାଙ୍କୁ ଫୋନ କଲେ ସେ…

୭ ଦିନରେ କାର୍ଯ୍ୟାନୁଷ୍ଠାନ ନ ହେଲେ SP ଅଫିସ ଆଗରେ ଧାରଣା ଦେବି: DGP-IGଙ୍କୁ ଚିଠି ଲେଖି ଚେତାବନୀ ଦେଲେ ଚାମେଲି…

ମହାକାଳପଡ଼ା,୧୮।୬(ପ୍ରତାପ ଚନ୍ଦ୍ର ସ୍ବାଇଁ): ନ୍ୟାୟ ପାଇଁ ଏବେ ପୋଲିସର ବରିଷ୍ଠ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଛନ୍ତି ଚାମେଲି। ବିଡିଓଙ୍କ କାର୍ଯ୍ୟାଳୟରେ ଅସଦାଚରଣ ସହ ଧମକ ଦିଆଯାଇଥିବା ନେଇ ସେ…

ଇରାନ ଉପରେ ବଡ଼ ଆକ୍ରମଣ କରିବ ଆମେରିକା! ଶାନ୍ତି ଚୁକ୍ତି ପରେ ଟ୍ରମ୍ପ ଦେଲେ ଧମକ, ରିପୋର୍ଟରେ ସାମ୍ନାକୁ ଆସିଲା…

ଓ୍ବାଶିଂଟନ,୧୮।୬: ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଚୁକ୍ତିନାମା ପୁଣି ଥରେ ବିପଦରେ ପଡ଼ିଥିବା ପରି ମନେ ହେଉଛି। ଶାନ୍ତି ଚୁକ୍ତିନାମା ସ୍ବାକ୍ଷର ହେବାର ମାତ୍ର କିଛି…

Iran US Deal: ଇରାନ-ଆମେରିକା ଡିଲକୁ ନେଇ ବଢୁଛି ନେତାନ୍ୟାହୁଙ୍କ ସମସ୍ୟା, ସର୍ଭେରେ ଆସିଲା ଚମକାଇବା ଭଳି ତଥ୍ୟ

ଜେରୁଜେଲମ,୧୮।୬: ଆମେରିକା ଏବଂ ଇରାନ ମଧ୍ୟରେ ମାସ ମାସ ଧରି ଚାଲିଥିବା ସଂଘର୍ଷ ପରେ ଶେଷରେ ଏକ ଶାନ୍ତି ଚୁକ୍ତିନାମା ହୋଇଛି। ଡୋନାଲ୍ଡ ଟ୍ରମ୍ପ ଏବଂ ଇରାନ…

ପ୍ରଗତିଶୀଳ କୃଷି ଆଲୋଚନାରେ ଜୈବିକ କୃଷି ଉପରେ ଗୁରୁତ୍ୱ

ପାଟଣା,୧୮ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ଜିଲା ପାଟଣା ବ୍ଲକସ୍ତରୀୟ ୨ୟ ବାର୍ଷିକ କୃଷକ ସମ୍ବାଦ କାର୍ଯ୍ୟକ୍ରମ ଗୁରୁବାର ପାଟଣା ବ୍ଲକ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି ଚଳିତ…

ବୈଭବ ସୂର୍ଯ୍ୟବଂଶୀଙ୍କ ଲଢ଼େଇ ଉପରେ ବିସିସିଆଇ ଦେଲା ଏଭଳି ବୟାନ, ସମସ୍ତେ ଚକିତ

ନୂଆଦିଲ୍ଲୀ, ୧୮।୬: ଭାରତୀୟ ’ଏ’ ଦଳ ବର୍ତ୍ତମାନ ଶ୍ରୀଲଙ୍କା ଗସ୍ତରେ ଅଛନ୍ତି, ଯେଉଁଠାରେ ତ୍ରିଦେଶୀୟ ସିରିଜ (ଟ୍ରାଇ-ନେସନ ସିରିଜ) ଖେଳାଯାଉଛି। ଏହି ସିରିଜରେ ଶ୍ରୀଲଙ୍କା ‘ଏ’ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri