ଚିନ୍ତା ବଢ଼ାଇଛି ପରବ ନାଁରେ ପଶୁ ଶିକାର:ଚଳିତ ବର୍ଷ ୧ ହଜାର ପଶୁ ହତ୍ୟା ସାଙ୍ଗକୁ ପୋଡ଼ାଯାଇଛି ଜଙ୍ଗଲ

ଜୟପୁର,୨୬।୪(ନି.ପ୍ର.)- ଚଇତି ପର୍ବ ପାଳନ ବେଳେ କୋରାପୁଟ ଜିଲାର ବିଭିନ୍ନ ଜଙ୍ଗଲରେ ଅବାଧ ପଶୁ ଶିକାର କରାଯାଉଛ। ଏହାଦ୍ୱାରା ବିଭିନ୍ନ ବିରଳ ବନ୍ୟଜନ୍ତୁଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ଆଦିବାସୀଙ୍କ ମୁଖ୍ୟ ପରବ ହେଉଛି ଚଇତି। ପରମ୍ପରା ଅନୁଯାୟୀ, ଏହି ପର୍ବ ପାଳନ ସମୟରେ ଆଦିବାସୀମାନେ ବିଭିନ୍ନ ବଣ ଜଙ୍ଗଲରୁ ପଶୁ ଶିକାର କରିଥାନ୍ତି। ଏହାକୁ ଆଦିବାସୀ ଭାଷାରେ ବେଣ୍ଟ ବୋଲି କୁହାଯାଏ। ଚଇତି ପରବର ଶେଷ ୧୫ ଦିନ ଆଦିବାସୀମାନେ ଖଣ୍ଡା, ବର୍ଛା, ଟାଙ୍ଗିଆ, ଛୁରି, ଧନୁତୀର ଧରି ଶିକାର ପାଇଁ ଜଙ୍ଗଲକୁ ଯାଇଥାନ୍ତି ଓ କୌଣସି ପଶୁ ନ ମାରିବା ଯାଏଁ ସେମାନେ ଘରକୁ ଫେରନ୍ତି ନାହିଁ।
ବୁଧବାର ଏକ ଜଙ୍ଗଲି  କୁଟ୍‌ରା ମାରି ଜୟପୁର ଅଞ୍ଚଳର କେତେକ ଯୁବକ କାନ୍ଧରେ ଭାର କରି ନେଉଥିବା ଦେଖିବାକୁ ମିଳିଥିଲା। ସୂତ୍ର ଅନୁଯାୟୀ, ଗତ ବର୍ଷ ଚଇତି ପାଳନ ସମୟରେ ଜିଲାର ବିଭିନ୍ନ ଜଙ୍ଗଲରୁ ପ୍ରାୟ ୫ ଶହ ବାର୍‌ହା, ୩୦ ଝିଙ୍କ, ବଜ୍ରକାପ୍ତା, ୪୦ ସମ୍ବର, ୨୦୦ କୁଟ୍‌ରା ସହ ଅନ୍ୟ ବହୁ ବିରଳ ପଶୁ ଶିକାର କରାଯାଇଥିଲା। ଚଳିତ ବର୍ଷ ମଧ୍ୟ ଏହି ପଶୁ ଶିକାର ଜାରି ରହିଛି। ଶିକାର ପାଇଁ ପ୍ରଥମେ ସେମାନେ ଜଙ୍ଗଲକୁ ଚାରିପଟେ ନିଆଁ ଲଗାଇ ପଶୁକୁ ବାହାରକୁ ଯିବାକୁ ଦିଅନ୍ତି ନାହିଁ। ଏହାପରେ ସେମାନଙ୍କୁ ଶିକାର କରାଯାଏ। ଏଭଳି ଜଙ୍ଗଲ ପୋଡ଼ି ଓ ଅବାଧ ପଶୁ ଶିକାର ଜାରି ରହିଲେ ଆଉ କେଇ ବର୍ଷ ମଧ୍ୟରେ କୋରାପୁଟ ଜିଲାର ଜଙ୍ଗଲରୁ ବିରଳ ପଶୁମାନେ ଲୋପ ପାଇଯିବାର ଆଶଙ୍କା ପ୍ରକାଶ ପାଇଛି। ଆଦିବାସୀଙ୍କ ମଧ୍ୟରେ ସଚେତନତାର ଅଭାବ ଯୋଗୁ ପରମ୍ପରା ଭିତରେ ଏଭଳି ଜାରି ରହିଛି। ସେମାନଙ୍କୁ ଏଥିରୁ ବିରତ କରାଯିବା ପାଇଁ ପ୍ରଶାସନ ପଦକ୍ଷେପ ନେଉନାହିଁ। ଏ ନେଇ ପରିବେଶବିତ୍‌ ତଥା ପଶୁପ୍ରେମୀଙ୍କ ମଧ୍ୟରେ ଘୋର ଅସନ୍ତୋଷ ଦେଖା ଦେଇଛି। ଅନ୍ୟପକ୍ଷରେ ଆଦିବାସୀ ଶୀକାର କରୁଥିବା ପଶୁଙ୍କ ଚମଡ଼ା, ଶିଙ୍ଗ ଓ ନଖକୁ ସରକାରୀ ଅଧିକାରୀ ଓ କର୍ମଚାରୀ କମ୍‌ ମୂଲ୍ୟ ଦେଇ କିଣୁଥିବା ଅଭିଯୋଗ ହୋଇଛି। ୧୯୭୨ ବନ୍ୟପ୍ରାଣୀ ଶିକାର ନିଷେଧ ଆଇନ ଅନୁଯାୟୀ ବନ୍ୟଜନ୍ତୁ ଶିକାର କରିବା ଏକ ଦଣ୍ଡନୀୟ ଅପରାଧ ହୋଇଥିଲେ  ମଧ୍ୟ ଏ ସମ୍ପର୍କରେ ଆଦିବାସୀମାନେ ଅବଗତ ନୁହନ୍ତି। ଏ ସମ୍ପର୍କରେ ଜୟପୁର ଡିଏଫ୍‌ଓ ଅଶ୍ୱିନୀ କୁମାର କରଙ୍କୁ ପଚାରିବାରୁ ସେ କହିଥିଲେ, ଆଦିବାସୀଙ୍କ ପରମ୍ପରା ବୋଲି ସେମାନେ ପଶୁ ହତ୍ୟା କରୁଛନ୍ତି ା କିନ୍ତୁ ଏହା ଦଣ୍ଡନୀୟ ଅପରାଧ। ତେବେ ସେମାନେ ଏପରି ନ କରିବା ପାଇଁ ସଚେତନ କରାଯାଉଛି ା ଜଙ୍ଗଲରେ ନିଆଁ ଲାଗିବା କ୍ଷଣି ବିଭାଗ ପଦକ୍ଷେପ ନେଉଛି। ଜଙ୍ଗଲର ପଶୁପଷୀଙ୍କୁ ସୁରକ୍ଷା ଦେବା ପାଇଁ ସବୁ ବ୍ୟବସ୍ଥା କରାଯାଉଛି ା


Enter your email to get our daily news in your inbox.

All Right Reserved By Dharitri.Com

ବାଘୁଆମନ୍ଦିରରୁ ଚୋରି, ଦେଉଳରୁ ସୁନା, ରୁପା…

ଗୁଣୁପୁର, ୫।୯ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣୁପୁର ସହରର ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଥିବା ପୁରାତନ ଶୈବପୀଠ ବାଘୁଆ ମନ୍ଦିର ତଥା ଉମା ରାମଲିଙ୍ଗେଶ୍ୱର ମନ୍ଦିରରୁ…

ବଂଶଧାରା ନଦୀରେ ନିଖୋଜ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

ଗୁଣପୁର ୩।୯( ସୁଜାତା ପାଢ଼ୀ): ରାୟଗଡା ଜିଲା ଗୁଣପୁର ବଂଶଧାରା ନଦୀ ବିକ୍ରମପୁର ତୁଠରେ ଗାଧୋଇବାକୁ ଯାଇ ନିଖୋଜ ବ୍ୟକ୍ତିକୁ ମାଛଖୁଣ୍ଟି ଠାରେ ଗୁରୁବାର ସkରେ ଉଦ୍ଧାର…

କେବଳ ଚାକିରି ନୁହେଁ, ରୋଜଗାରଦାତା ହୁଅନ୍ତୁ: ସ୍ବଦେଶୀ ଜାଗରଣ ମଞ୍ଚର ଆହ୍ବାନ

କଲ୍ୟାଣସିଂହପୁର/ରାୟଗଡ଼ା, ୩।୯(ଦୀପକ କୁମାର ପରିଡା): ସ୍ବଦେଶୀ ଜାଗରଣ ମଞ୍ଚ ରାୟଗଡ଼ା ଜିଲା ପକ୍ଷରୁ ଚାଲିଥିବା ‘ସ୍ବାବଲମ୍ବୀ ଭାରତ ଅଭିଯାନ’ (୨୧ ଅଗଷ୍ଟରୁ ୨ ଅକ୍ଟୋବର) ପରିପ୍ରେକ୍ଷୀରେ ସ୍ଥାନୀୟ…

କଲ୍ୟାଣସିଂହପୁରରେ ଆମ୍ବେଦକର ଯୁବମଞ୍ଚର ନୂତନ କମିଟି, ବାବାସାହେବ…..

କଲ୍ୟାଣସିଂହପୁର,୩ା୯(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ସ୍ଥିତ ଗୁଣ୍ଡିଚା ମନ୍ଦିର ପ୍ରାଙ୍ଗଣରେ ‘ଆମ୍ବେଦକର ଯୁବମଞ୍ଚ’ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇ ନୂତନ କମିଟି ଗଠନ…

ଜଙ୍ଗଲରୁ ରକ୍ତାକ୍ତ ମୃତଦେହ ଉଦ୍ଧାର, ବୁଧବାର ସନ୍ଧ୍ୟାରୁ ଥିଲେ ନିଖୋଜ

ଗୁଣପୁର,୩ା୯(ସୁଜାତା ପାଢ଼ୀ): ଜଙ୍ଗଲରୁ ମିଳିଲା ଯୁବକଙ୍କ ରକ୍ତାକ୍ତ ମୃତଦେହ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲା ଗୁଣପୁର ବ୍ଲକ୍ ଗଠଳପଦର ପଞ୍ଚାୟତ କାକିତାରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri