ଜୟପୁର,୨୬।୪(ନି.ପ୍ର.)- ଚଇତି ପର୍ବ ପାଳନ ବେଳେ କୋରାପୁଟ ଜିଲାର ବିଭିନ୍ନ ଜଙ୍ଗଲରେ ଅବାଧ ପଶୁ ଶିକାର କରାଯାଉଛ। ଏହାଦ୍ୱାରା ବିଭିନ୍ନ ବିରଳ ବନ୍ୟଜନ୍ତୁଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ଆଦିବାସୀଙ୍କ ମୁଖ୍ୟ ପରବ ହେଉଛି ଚଇତି। ପରମ୍ପରା ଅନୁଯାୟୀ, ଏହି ପର୍ବ ପାଳନ ସମୟରେ ଆଦିବାସୀମାନେ ବିଭିନ୍ନ ବଣ ଜଙ୍ଗଲରୁ ପଶୁ ଶିକାର କରିଥାନ୍ତି। ଏହାକୁ ଆଦିବାସୀ ଭାଷାରେ ବେଣ୍ଟ ବୋଲି କୁହାଯାଏ। ଚଇତି ପରବର ଶେଷ ୧୫ ଦିନ ଆଦିବାସୀମାନେ ଖଣ୍ଡା, ବର୍ଛା, ଟାଙ୍ଗିଆ, ଛୁରି, ଧନୁତୀର ଧରି ଶିକାର ପାଇଁ ଜଙ୍ଗଲକୁ ଯାଇଥାନ୍ତି ଓ କୌଣସି ପଶୁ ନ ମାରିବା ଯାଏଁ ସେମାନେ ଘରକୁ ଫେରନ୍ତି ନାହିଁ।
ବୁଧବାର ଏକ ଜଙ୍ଗଲି କୁଟ୍ରା ମାରି ଜୟପୁର ଅଞ୍ଚଳର କେତେକ ଯୁବକ କାନ୍ଧରେ ଭାର କରି ନେଉଥିବା ଦେଖିବାକୁ ମିଳିଥିଲା। ସୂତ୍ର ଅନୁଯାୟୀ, ଗତ ବର୍ଷ ଚଇତି ପାଳନ ସମୟରେ ଜିଲାର ବିଭିନ୍ନ ଜଙ୍ଗଲରୁ ପ୍ରାୟ ୫ ଶହ ବାର୍ହା, ୩୦ ଝିଙ୍କ, ବଜ୍ରକାପ୍ତା, ୪୦ ସମ୍ବର, ୨୦୦ କୁଟ୍ରା ସହ ଅନ୍ୟ ବହୁ ବିରଳ ପଶୁ ଶିକାର କରାଯାଇଥିଲା। ଚଳିତ ବର୍ଷ ମଧ୍ୟ ଏହି ପଶୁ ଶିକାର ଜାରି ରହିଛି। ଶିକାର ପାଇଁ ପ୍ରଥମେ ସେମାନେ ଜଙ୍ଗଲକୁ ଚାରିପଟେ ନିଆଁ ଲଗାଇ ପଶୁକୁ ବାହାରକୁ ଯିବାକୁ ଦିଅନ୍ତି ନାହିଁ। ଏହାପରେ ସେମାନଙ୍କୁ ଶିକାର କରାଯାଏ। ଏଭଳି ଜଙ୍ଗଲ ପୋଡ଼ି ଓ ଅବାଧ ପଶୁ ଶିକାର ଜାରି ରହିଲେ ଆଉ କେଇ ବର୍ଷ ମଧ୍ୟରେ କୋରାପୁଟ ଜିଲାର ଜଙ୍ଗଲରୁ ବିରଳ ପଶୁମାନେ ଲୋପ ପାଇଯିବାର ଆଶଙ୍କା ପ୍ରକାଶ ପାଇଛି। ଆଦିବାସୀଙ୍କ ମଧ୍ୟରେ ସଚେତନତାର ଅଭାବ ଯୋଗୁ ପରମ୍ପରା ଭିତରେ ଏଭଳି ଜାରି ରହିଛି। ସେମାନଙ୍କୁ ଏଥିରୁ ବିରତ କରାଯିବା ପାଇଁ ପ୍ରଶାସନ ପଦକ୍ଷେପ ନେଉନାହିଁ। ଏ ନେଇ ପରିବେଶବିତ୍ ତଥା ପଶୁପ୍ରେମୀଙ୍କ ମଧ୍ୟରେ ଘୋର ଅସନ୍ତୋଷ ଦେଖା ଦେଇଛି। ଅନ୍ୟପକ୍ଷରେ ଆଦିବାସୀ ଶୀକାର କରୁଥିବା ପଶୁଙ୍କ ଚମଡ଼ା, ଶିଙ୍ଗ ଓ ନଖକୁ ସରକାରୀ ଅଧିକାରୀ ଓ କର୍ମଚାରୀ କମ୍ ମୂଲ୍ୟ ଦେଇ କିଣୁଥିବା ଅଭିଯୋଗ ହୋଇଛି। ୧୯୭୨ ବନ୍ୟପ୍ରାଣୀ ଶିକାର ନିଷେଧ ଆଇନ ଅନୁଯାୟୀ ବନ୍ୟଜନ୍ତୁ ଶିକାର କରିବା ଏକ ଦଣ୍ଡନୀୟ ଅପରାଧ ହୋଇଥିଲେ ମଧ୍ୟ ଏ ସମ୍ପର୍କରେ ଆଦିବାସୀମାନେ ଅବଗତ ନୁହନ୍ତି। ଏ ସମ୍ପର୍କରେ ଜୟପୁର ଡିଏଫ୍ଓ ଅଶ୍ୱିନୀ କୁମାର କରଙ୍କୁ ପଚାରିବାରୁ ସେ କହିଥିଲେ, ଆଦିବାସୀଙ୍କ ପରମ୍ପରା ବୋଲି ସେମାନେ ପଶୁ ହତ୍ୟା କରୁଛନ୍ତି ା କିନ୍ତୁ ଏହା ଦଣ୍ଡନୀୟ ଅପରାଧ। ତେବେ ସେମାନେ ଏପରି ନ କରିବା ପାଇଁ ସଚେତନ କରାଯାଉଛି ା ଜଙ୍ଗଲରେ ନିଆଁ ଲାଗିବା କ୍ଷଣି ବିଭାଗ ପଦକ୍ଷେପ ନେଉଛି। ଜଙ୍ଗଲର ପଶୁପଷୀଙ୍କୁ ସୁରକ୍ଷା ଦେବା ପାଇଁ ସବୁ ବ୍ୟବସ୍ଥା କରାଯାଉଛି ା
ଚିନ୍ତା ବଢ଼ାଇଛି ପରବ ନାଁରେ ପଶୁ ଶିକାର:ଚଳିତ ବର୍ଷ ୧ ହଜାର ପଶୁ ହତ୍ୟା ସାଙ୍ଗକୁ ପୋଡ଼ାଯାଇଛି ଜଙ୍ଗଲ
ଲିଙ୍ଗରାଜଙ୍କୁ ଉଠାଇ ନେଲା ପୋଲିସ, ବିରୋଧ କରି ଏକାଠି ହେଲେ ଡଙ୍ଗରିଆ
କଲ୍ୟାଣସିଂହପୁର,୫ା୪(ଦୀପକ କୁମାର ପରିଡ଼ା): ଲିଙ୍ଗରାଜ ଆଜାଦଙ୍କୁ ପୋଲିସ ଉଠାଇ ନେଇ ଥିବାରୁ ଏହାକୁ ବିରୋଧ କରି ପୁଣି ଏକାଠି ହୋଇଛନ୍ତି ନିୟମଗିରିରେ ବସବାସ କରୁଥିବା ଦଙ୍ଗରିଆ। ରାୟଗଡ଼ା…
ଇସ୍ତଫା ଦେଲେ ପେଣ୍ଡିଲି ସରପଞ୍ଚ, କାରଣ କହିଲେ…
ଗୁଡାରି,୪।୪(ପ୍ରମୋଦ କୁମାର ପତି ): ଗୁଡାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ସରପଞ୍ଚ ରେଣୁକା ଶବର ନିଜ ପଦବୀରୁ ଶନିବାର ଅପରାହ୍ନରେ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫା…
୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…
ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…
ସ୍ତ୍ରୀଙ୍କ ତଣ୍ଟିଚିପି ମାରିଦେଇଥିଲେ ସ୍ବାମୀ: ମିଳିଲା ଏମିତି ଦଣ୍ଡ
ଗୁଣପୁର,୩୦।୩(ସୁଜାତା ପାଢ଼ୀ): ସ୍ତ୍ରୀ ହତ୍ୟା ମାମଲାରେ ସ୍ବାମୀଙ୍କୁ ଆଜୀବନ ସଶ୍ରମ କାରାଦଣ୍ଡ ହୋଇଛି। ରାୟଗଡ଼ା ଜିଲା ଗୁଣପୁର ବ୍ଲକ ଗାଦିଆଖଳା ପଞ୍ଚାୟତ ବାୟାଗୁଡ଼ା ଗ୍ରାମର ସୁରେନ୍ଦ୍ର ଶବର…
ସରିଲା ରାୟଗଡ଼ା ବାର ଆସୋସିଏଶନ ନିର୍ବାଚନ: ବରିଷ୍ଠ ଆଇନଜୀବୀ ବ୍ରଜସୁନ୍ଦର ସଭାପତି, ସମ୍ପାଦକ ହେଲେ…
ରାୟଗଡ଼ା,୨୮।୩(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ବାର ଆସୋସିଏଶନ ନିର୍ବାଚନ ଶନିବାର ଶାନ୍ତିପୂର୍ଣ୍ଣ ଭାବେ ସମାପ୍ତ ହୋଇଛି । ଏଥିରେ ବରିଷ୍ଠ ଆଇନଜୀବୀ ବ୍ରଜ ସୁନ୍ଦର ନାୟକ ୧୦୬ଖଣ୍ଡ…
ବ୍ରିଜ୍ ଉପରେ ହଠାତ୍ ଫାଟିଲା ପାନୀଳ ଜଳ ପାଇପ୍, ଆଉ ତା’ ପରେ…
ଗୁଣପୁର,୨୬ା୩(ସଂକେତ ପାତ୍ର): ସ୍ଥାନୀୟ ଗୁଣପୁର-ବିକ୍ରମପୁରକୁ ସଂଯୋଗ କରୁଥିବା ବ୍ରିଜ୍ ଉପରେ ଥିବା ପାନୀୟଜଳ ପାଇପ୍ ଫାଟିଯାଇ ଅଧିକ ସମୟ ଧରି ପାଣି ବହୁଥିବା ଦେଖାଯାଇଛି। ସୂଚନାନୁସାରେ, କେନ୍ଦ୍ର…
ଠିକଣା ପଚାରିବା ଆଳରେ ଅପହରଣ ଉଦ୍ୟମ: ରାୟଗଡ଼ାରେ ଅଳ୍ପକେ ବର୍ତ୍ତିଲା ୧୨ ବର୍ଷର ପିଲା, ସହରରେ ଚାଞ୍ଚଲ୍ୟ
ରାୟଗଡା, ୨୪।୩(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡା ସହର ଅଞ୍ଚଳରେ ଏକ ଚିନ୍ତାଜନକ ଘଟଣା ସାମ୍ନାକୁ ଆସିଛି। ଆଜି ରାତ୍ର ପ୍ରାୟ ସାଢେ ୮ଟା ସମୟରେ ଜଣେ ୧୨…
ଯାତ୍ରୀଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇଲେ ଆରପିଏଫ୍ କନେଷ୍ଟବଳ, ଟ୍ରେନରେ….
ରାୟଗଡ଼ା,୨୨।୩(ଆଶିଷ ରଞ୍ଜନ ପଣ୍ଡା): ଆରପିଏଫ କନଷ୍ଟେବଳଙ୍କ ସତର୍କତା କାରଣରୁ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ରେଳ ଷ୍ଟେସନରେ ।…
Archives

