Posted inଖେଳ

ଚିତ୍ରାଙ୍କୁ ସ୍ବର୍ଣ୍ଣ, ଅଜୟଙ୍କୁ ରୌପ୍ୟ

ଦୋହା, ୨୫।୪(ପି.ଟି.)- ଭାରତର ପି.ୟୁ. ଚିତ୍ରା ଏସିଆନ ଆଥଲେଟିକ୍ସ ଚାମ୍ପିୟନଶିପ୍‌ରେ ନିଜର ମହିଳା ୧୫୦୦ ମିଟର ଟାଇଟଲ ବଜାୟ ରଖିଛନ୍ତି। ସେ ୪:୧୪.୫୬ ସେକେଣ୍ଡ ସମୟ ନେଇ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ପ୍ରତିଯୋଗିତାରେ ଭାରତର ଏହାଥିଲା ତୃତୀୟ ସ୍ବର୍ଣ୍ଣ ପଦକ। ଚିତ୍ରା ଭୁବନେଶ୍ୱରରେ ଅନୁଷ୍ଠିତ ପୂର୍ବ ସଂସ୍କରଣରେ ମଧ୍ୟ ୪:୧୭.୯୨ ସେକେଣ୍ଡ ସମୟ ନେଇ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ପୁରୁଷ ୧୫୦୦ ମିଟରରେ ଅଜୟ କୁମାର ସରୋଜ ସିଜନ ଶ୍ରେଷ୍ଠ ୩:୪୩.୧୮ ସେକେଣ୍ଡ ସମୟ ନେଇ ରୌପ୍ୟ ପଦକ ହାସଲ କରିଛନ୍ତି। ଏହି ଇଭେଣ୍ଟରେ ବାହାରିନର ଆବ୍ରାହମ୍‌ କିପ୍‌ଚିର୍‌ଚିର୍‌ ରୋଟିଚ୍‌ ୩:୪୨.୮୫ ସେକେଣ୍ଡ ସମୟ ନେଇ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ମହିଳା ୪x୪୦୦ ମିଟର ରିଲେରେ ଭାରତ ରୌପ୍ୟ ପଦକ ହାସଲ କରିଛି। ପ୍ରାଚୀ, ପୁଭମ୍ମା ରାଜୁ ମଚେତିରା, ସରିତାବେନ ଲକ୍ଷ୍ମଣଭାଇ ଗାଏକ୍ୱାଡ ଓ ବିସ୍ମୟା ଭେଲୁଭାକୋର୍ଥଙ୍କୁ ନେଇ ଗଠିତ ଭାରତୀୟ ଦଳ ୩:୩୨.୨୧ ସେକେଣ୍ଡ ସମୟ ନେଇ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲା। ଏଥିରେ ବାହାରିନ(୩:୩୨.୧୦ ସେକେଣ୍ଡ) ଦଳକୁ ସ୍ବର୍ଣ୍ଣ ପଦକ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମେସି ପରେ ଫୁଟବଲରୁ ଅବସର ନେବେ ଏହି କିମ୍ବଦନ୍ତୀ, ଜାଣନ୍ତୁ…

ସରାଜେଭୋ,୩ା୯: ମେସି ପରେ ବୋସନିଆ ଓ ହର୍ଜଗୋଭିନା ଫୁଟବଲ କିମ୍ବଦନ୍ତୀ ଏଡିନ ଜେକୋ ଆସନ୍ତା ମାସରେ ଅନ୍ତର୍ଜାତୀୟ ଫୁଟବଲରୁ ଅବସର ନେବାକୁ ଯାଉଛନ୍ତି। ଏ ନେଇ ଗୁରୁବାର…

ଧୋନିଙ୍କ IPL ଭବିଷ୍ୟତକୁ ନେଇ ଆସିଲା ନୂଆ ଖବର; ‘Impact Player’ ନିୟମକୁ ନେଇ ପୂର୍ବତନ ସାଥୀ ଖେଳାଳି ଦେଲେ ବଡ଼ ବୟାନ

ନୂଆଦିଲ୍ଲୀ,୩।୯: ଏମଏସ ଧୋନି ଆଇପିଏଲ 2027 ରେ ଖେଳିବେ କି ନାହିଁ ସେ ବିଷୟରେ ଏପର୍ଯ୍ୟନ୍ତ କୌଣସି ଠୋସ ସୂଚନା ନାହିଁ। 45 ବର୍ଷୀୟ ପୂର୍ବତନ ଭାରତୀୟ…

ରୋହିତ ଶର୍ମାଙ୍କ ଉପରେ ଝୁଲୁଛି ଖଣ୍ଡା: ସବୁ ନିଷ୍ପତି ନେବ BCCI

ମୁମ୍ବାଇ,୩।୯: BCCI ବୈଠକ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହେବାକୁ ଯାଉଛି । ଏଠାରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହେବାର ସମ୍ଭାବନା ଅଛି। ଆୟରଲାଣ୍ଡ ଏବଂ…

ରୋହିତଙ୍କ ସନ୍ନ୍ୟାସକୁ ନେଇ ସାମ୍ନାକୁ ଆସିଲା ବଡ଼ ଖବର: ଚୟନକର୍ତ୍ତାମାନେ ଦେଇଥିଲେ ଏମିତି ସୂଚନା

ନୂଆଦିଲ୍ଲୀ,୩।୯: ଭାରତୀୟ କ୍ରିକେଟର ‘ହିଟ୍‌ମ୍ୟାନ’ ରୋହିତ ଶର୍ମାଙ୍କୁ ନେଇ ଏକ ବଡ଼ ଖୁଲାସା ସାମ୍ନାକୁ ଆସିଛି। ପ୍ରାୟ ଦୁଇ ମାସ ପୂର୍ବରୁ ରୋହିତଙ୍କ ସନ୍ନ୍ୟାସକୁ ନେଇ ଚର୍ଚ୍ଚା…

ବିଶ୍ୱକପ ୨୦୨୭ ପାଇଁ BCCIର ମାଷ୍ଟରପ୍ଲାନ୍‌! ବୁଝନ୍ତୁ ବଡ଼ ସମୀକରଣ

ନୂଆଦିଲ୍ଲୀ, ୩।୯: ଟିମ ଇଣ୍ଡିଆର ଆଗାମୀ ବଡ଼ ଲକ୍ଷ୍ୟ ହେଉଛି ୨୦୨୭ ଦିନିକିଆ ବିଶ୍ୱକପ ଟ୍ରଫି ଜିତିବା। ଏହି ବିଶ୍ୱକପକୁ ନଜରରେ ରଖି ଭାରତୀୟ କ୍ରିକେଟ କଣ୍ଟ୍ରୋଲ…

ସଙ୍କଟରେ ଏହି ୭ ଭାରତୀୟ ଖେଳାଳିଙ୍କ କ୍ୟାରିୟର: ଟିମ ଇଣ୍ଡିଆକୁ ଫେରିବା ରାସ୍ତା କଷ୍ଟକର, ଲିଷ୍ଟରେ ଅଛନ୍ତି…

ନୂଆଦିଲ୍ଲୀ,୩।୯: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ୩ ମ୍ୟାଚରେ ଟି-୨୦ ସିରିଜକୁ ନେଇ କ୍ରିକେଟ ମହଲରେ ଚର୍ଚ୍ଚା ଜୋର ଧରିଛି। ବିସିସିଆଇ ସେପ୍ଟେମ୍ବର ୧ରେ…

ଟଙ୍କା ନା ଫର୍ମ? କାହିଁକି ସଂନ୍ୟାସ ନେବାକୁ ଚାହୁଁନାହାନ୍ତି ରୋହିତ, ଶାମି-ଭୁବନେଶ୍ୱର; ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ଦାବି!

ନୂଆଦିଲ୍ଲୀ,୨।୯: ଭାରତୀୟ କ୍ରିକେଟ୍‌ର ଅଭିଜ୍ଞ ଖେଳାଳି ରୋହିତ ଶର୍ମା, ମହମ୍ମଦ ଶାମି ଓ ଭୁବନେଶ୍ୱର କୁମାରଙ୍କ କ୍ୟାରିୟର ଶେଷ ହେବାକୁ ଯାଉଛି ଏବଂ ଚୟନକର୍ତ୍ତାମାନେ ସେମାନଙ୍କଠାରୁ ଆଗକୁ…

ICCର ବଡ଼ ଘୋଷଣା; ଭାରତରେ ହେବ ପ୍ରଥମ ମହିଳା ଚାମ୍ପିଅନ୍ସ ଟ୍ରଫି! ଏହି ୨ ସହରରେ ଖେଳାଯିବ ମ୍ୟାଚ୍

ନୂଆଦିଲ୍ଲୀ,୨।୯: ମହିଳା କ୍ରିକେଟ୍‌କୁ ନେଇ ICC ବଡ଼ ଘୋଷଣା କରିଛି । ପ୍ରଥମ ମହିଳା ଚାମ୍ପିଅନ୍ସ ଟ୍ରଫିର ଆୟୋଜନ କରିବ ଭାରତ । ପୂର୍ବରୁ ଏହି ଟୁର୍ଣ୍ଣାମେଣ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri